ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶକୁ ଅଣଦେଖା : ପୂଜା ପୂର୍ବରୁ ରାସ୍ତା ସ୍ଥିତି ଏମିତି

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଜଗତଜନନୀ ମା’ ଦୁର୍ଗା ଧରାବତରଣ କରିବେ। ଆଉ ମାତ୍ର ୭ ଦିନ ପୂଜା ହେବାକୁ ବାକି ଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପୂଜା ପୂର୍ବରୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ନେଇ ଅନିଶ୍ଚିତତା ଦେଖାଦେଇଛି। କେଉଁଠି ରାସ୍ତାରେ ବଡ ବଡ ଖାଲ ତ ଆଉ କେଉଁଠାରେ ନାଲିମାଟି ପଡିଛି। କେଉଁଠି ପଚପଚ କାଦୁଅ ତ ହେଉଁଠି ମଇଳା ପାଣି ଲହଡି ଭାଙ୍ଗୁଛି। ଏପରିକି ଉକ୍ତ ରାସ୍ତାରେ ଯାନାବାହନରେ ଯାତାୟାତ କରିବା ତ ଛାଡ ଚାଲି ଚାଲି ଯିବାକୁ ବି ଡର ଲାଗୁଛି। ଗଛ କଟାଯିବା ତ ଦୂରର କଥା ଡ୍ରେନରୁ ମଇଳା ପାଣି ରାସ୍ତାରେ ଭାସୁଥିବା ଦେଖିବାକୁ ମିଳୁଛି।
ଉଲ୍ଲେଖଯୋଗ୍ୟ, ଗତ ୯ ତାରିଖରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ପୂଜା ମଣ୍ଡପ ସହ ହୋଇଥିବା ବୈଠକରେ ମା’ଙ୍କ ପୂଜା ପୂର୍ବରୁ ସମସ୍ତ ପୂଜା ମଣ୍ଡପ ବୁଲିବା ସହ ସମସ୍ତ ସମସ୍ୟାର ତଦାରଖ କରିବାକୁ ଅଧିକାରୀମାନଙ୍କୁ କହିଥିଲେ। ଏଥିପାଇଁ ବିଏମ୍‌ସିରେ କାର୍ଯ୍ୟରତ ଅଧିକାରୀ ଓ ଇଞ୍ଜିନିୟରମାନେ ଏକ ଦଳ ଗଠନ କରି କ୍ଷେତ୍ର ପରିଦର୍ଶନରେ ଯିବେ। ପୂଜା ପୂର୍ବରୁ ସହରର ସମସ୍ତ ରାସ୍ତା ମରାମତି କାମ ଶେଷ କରାଯିବ ବୋଲି କମିଶନର ଚୌଧାରୀ କହିଥିଲେ। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅପାରଗତା ପାଇଁ ପୂଜା ପୂର୍ବରୁ କାମ ସରିପାରିବ ନାହିଁ ବୋଲି ଦେଖିବାକୁ ମିଳୁଛି। ପୂଜା ମଣ୍ଡପଗୁଡିକୁ ସବୁପ୍ରକାର ସୁବିଧା ଦେବା ଲାଗି ବିଏମ୍‌ସି ଗୁରୁତ୍ୱାରୋପ କରୁଛି ବୋଲି କମିଶନର କହିଥିଲେ। ହେଲେ ଏଠାରେ କିନ୍ତୁ ସମ୍ପୂର୍ଣ୍ଣ ବି ପରୀତ ଚିତ୍ର ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲଡ ବ୍ୟାଙ୍କ୍‌ରେ ରକ୍ତ ଅଭାବ: ଆଗକୁ ସୃଷ୍ଟି ହୋଇପାରେ ଜଟିଳ ସ୍ଥିତି

ଭୁବନେଶ୍ୱର,୨୯ା୩ (ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ୨୧ ଦିନିଆ ଲକ୍‌ ଡାଉନ୍‌। କେହି ଘରୁ ପଦାକୁ ଗୋଡ଼ କାଢୁନାହାନ୍ତି। ଡାକ୍ତରଖାନା ଖୋଲା ରହିଥିଲେ...

ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ନରେ ବିମାନଯୋଗେ ନୂଆଦିଲ୍ଲୀ ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ୫ ଦିନିଆ ବୋଲି ଜଣାପଡିଛି। ବୁଧବାର ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ପହଞ୍ଚି...

ଓଜେଏସ୍‌ରେ ଈର୍ଶିତା ଟପ୍ପର: କୃତକାର୍ଯ୍ୟ ୪୭ ମଧ୍ୟରୁ ୩୦ ମହିଳା

ଭୁବନେଶ୍ୱର, ୧୦ା୩(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ପରୀକ୍ଷା-୨୦୧୯ର ରେଜଲ୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ୪୭ଜଣ...

୨୦ରୁ ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କ ଅଫ୍‌ଲାଇନ୍‌ କ୍ଲାସ: ଗାଇଡ୍‌ ଲାଇନ ଜାରି

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ୟୁଜି ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନେ ଅଫ୍‌ଲାଇନ କ୍ଲାସ କରିବେ। କରୋନା କଟକଣା ମଧ୍ୟରେ ପାଠପଢା ହେବ । ମାସ୍କ ବ୍ୟବହାର...

‘ଖଦି ବଜାର’ ଆରମ୍ଭ: ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର, ୨୦ା୧୦(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଅବସରରେ ଶନିବାର ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ‘ଖଦି...

ଟଙ୍କା ନେଉଛନ୍ତି କର୍ମଚାରୀ, କଏଦୀ ଟାଣୁଛନ୍ତି ଗଞ୍ଜେଇ

ଭୁବନେଶ୍ୱର,୧୩ା୫(ବ୍ୟୁରୋ):ଝାରପଡ଼ା ସ୍ବତନ୍ତ୍ର ଜେଲ ପାଲଟିଛି ଅପରାଧୀଙ୍କ ସୁରକ୍ଷିତ ଆଡ୍ଡାସ୍ଥଳ। ସଜା ନୁହେଁ, ଭିତରେ ବିତୁଛି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଅୟସ ଜୀବନ। ନିଶା ସେବନ ସହ ନାଚଗୀତ...

ମନ ମୋହୁଛି ଫୁଲର ସମ୍ଭାର

ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଲୋକଙ୍କ ମଧ୍ୟରେ ଫୁଲଚାଷ ପ୍ରତି ଆଗ୍ରହ ସୃଷ୍ଟି ସହ ରାଜଧାନୀକୁ ଆହୁରି ସୌନ୍ଦର୍ଯ୍ୟମୟ କରିବା ଉଦ୍ଦେଶ୍ୟ ନେଇ ଶନିବାରଠାରୁ ‘ବାର୍ଷିକ ପୁଷ୍ପ ପ୍ରଦର୍ଶନୀ’...

ଆଇନ ଶୃଙ୍ଖଳାକୁ ନେଇ ବିଧାନସଭାରେ ହଙ୍ଗାମା: ସରକାରଙ୍କୁ ହରଡ଼ଘଣାରେ ପକାଇଲେ ବିରୋଧୀ; ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ଅରାଜକତା ଦେଖାଦେଇଛି। ଆଇନ କାନୁନ ବୋଲି କିଛି ନାହିଁ। ଦିନ ଦ୍ୱିପ୍ରହରରେ ଲୋକଙ୍କୁ ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରୁଛନ୍ତି। ବଳାତ୍କାର, ଚୋରି,...

Advertisement
Archives

Model This Week