ବିଏଡ୍‌-ଏମ୍‌ଏଡ୍‌ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ତେଜିଲା

ବାଲେଶ୍ୱର ଅଫିସ, ୩।୧୧-ବିଏଡ୍‌ ଓ ଏମ୍‌ଏଡ୍‌ ପାସ୍‌ କରିଥିବା ପ୍ରାର୍ଥୀଙ୍କୁ ମହାବିଦ୍ୟାଳୟରେ ନିଯୁକ୍ତି ଦେବା ପାଇଁ ସରକାର ନିୟମ କରି ହାଇସ୍କୁଲରେ ଶିକ୍ଷକତା କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ହାଇସ୍କୁଲରେ ନିଯୁକ୍ତି ସୁଯୋଗ ନ ଥିବା ବେଳେ ସେମାନଙ୍କୁ ମହାବିଦ୍ୟାଳୟରେ ନିଯୁକ୍ତି ମିଳୁ ନ ଥିବା ପ୍ରତିବାଦରେ ଶନିବାର ପୂର୍ବାହ୍ନ ସମୟରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ବିଏଡ୍‌, ଏମ୍‌ଏଡ ଛାତ୍ରୀଛାତ୍ର ପୁରୁଣା କ୍ୟାମ୍ପସ୍‌ ଫାଟକରେ ତାଲା ପକାଇ ବନ୍ଦ କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି।
ବିଶ୍ୱବିଦ୍ୟାଳୟର କୁଳପତି ଡ. ମଧୁମିତା ଦାସ ପହଞ୍ଚତ୍ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ସହ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବରୁ ପ୍ରତିଶ୍ରୁତି ଦେଇ କାର୍ଯ୍ୟକାରୀ ନ ହୋଇଥିବାରୁ ଛାତ୍ରୀଛାତ୍ରମାନେ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ। ଏହା ନ ଦେବାରୁ ପୁନର୍ବାର ଆନ୍ଦୋଳନ ଜାରି ରହିଥିଲା। ଅପରାହ୍ନ ୨ଟାରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଅମର ସିଂ ସୋରେନ୍‌ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କର ସମସ୍ତ ଦାବି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବାର ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟା ୭ଟାରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ବିଏଡ୍‌-ଏମ୍‌ଏଡ୍‌ରେ ପାସ୍‌ କରିଥିବା ଛାତ୍ର ନିଲେଶ କୁମାର ସ୍ବାଇଁ, ଦ୍ୱିତୀୟବର୍ଷର ଛାତ୍ର ଲକ୍ଷ୍ମୀନାରାୟଣ ନାୟକ, ଇରମ୍‌ ସ୍ବାଇଁ, ଛାତ୍ରୀ ସୁପ୍ରଭା ପଣ୍ଡା, ସରିତା ସାହୁ, ତୃତୀୟବର୍ଷର ଛାତ୍ରୀ ଶ୍ରାବଣୀ ବେହେରା, ଉତ୍ସର୍ଗ ଜେନା, ପ୍ରୟବ୍ରତ ସେନାପତି ପ୍ରମୁଖ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନରେ ସାମିଲ୍‌ ହୋଇଥିବା ଦ୍ୱିତୀୟବର୍ଷର ଛାତ୍ରୀ ଅର୍ଚ୍ଚନା ଘଡ଼େଇ ସନ୍ଧ୍ୟା ସମୟରେ ଚେତାଶୂନ୍ୟ ହୋଇପଡ଼ିଥିବା ଖବର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର: ପୋଲିସ ଗୁଳି ଖାଇ ଏବେ ଆଇସିୟୁରେ ଅପରାଧୀ ଜଗା

ବ୍ରହ୍ମପୁର,୨୫ା୫: ଗଞ୍ଜାମ ଜିଲାରେ ଗତ ମାସକ ମଧ୍ୟରେ ୧୦ ହତ୍ୟାକାଣ୍ଡ, ଗୋଷ୍ଠୀ କନ୍ଦଳକୁ ନେଇ ଏକାଧିକ ହଣାକଟା ଘଟଣା ଯୋଗୁ ଆଇନଶୃଙ୍ଖଳା ବିପର୍ଯସ୍ତ ହୋଇପଡିଥିଲା। ଯାହାକି ପୋଲିସ…

ସକାଳୁ ସକାଳୁ ଇରାନକୁ ଧମକ ଦେଲେ ଟ୍ରମ୍ପ! ଡିଲ ଉପରେ ସସପେନ୍ସକୁ ନେଇ ପଠାଇଲେ…

ଓ୍ବାଶିଂଟନ,୨୫।୫: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତିକୁ ନେଇ ସସପେନ୍ସ ଜାରି ରହିଛି। ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଟ୍ରମ୍ପ ତାଙ୍କ ସ୍ବତନ୍ତ୍ର ପ୍ରତିନିଧି ସର୍ଗିଓ ଗୋରଙ୍କୁ ଫୋନ ମାଧ୍ୟମରେ କ’ଣ ନିର୍ଦ୍ଦେଶ ଦେଇଥିଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୫: ଆମେରିକାର ସ୍ବାଧୀନତା ଘୋଷଣାର ୨୫୦ତମ ବାର୍ଷିକୀ ପାଳନ ପାଇଁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ଏବଂ ଆମେରିକାର ବୈଦେଶିକ ସଚିବ…

ଶୀଥିଳ ହୋଇପଡ଼ିଛି ଧାନ ବିକ୍ରି-ଉଠାଣ ପ୍ରକ୍ରିୟା: ଚାଲିଲା ଛାନଭିନ୍‌, ଫସରଫାଟିଲା ଫଲ୍ସ ଏଣ୍ଟ୍ରି

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ରବିବାର ୨ସପ୍ତାହ ପୂରି ଯାଇଛି। ହେଲେ ଏବେ ମଧ୍ୟ କେତେକ ମିଲର୍ସ ନିୟମିତ ଭାବେ ଆସୁ ନ…

ଘରୋଇ ବିବାଦୀୟ ଜମିରେ ଗୋଷ୍ଠୀ ସାଂସ୍କୃତିକ କେନ୍ଦ୍ର ନିର୍ମାଣ: ବିଡିଓ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ବଗଗହଣ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଯୋଜନାରେ ଷୋଳ…

ଭତ୍ତା ପାଇଁ ଶାଶୁଙ୍କୁ ୯ କି.ମି. ପିଠିରେ ବୋହିଲେ ବୋହୂ

ଅମ୍ବିକାପୁର,୨୫ା୫: ଛତିଶଗଡ଼ର ସୁର୍ଗୁଜା ଜିଲାରେ ଜଣେ ମହିଳା ତାଙ୍କ ୯୦ ବର୍ଷୀୟା ଶାଶୁଙ୍କ ଭତ୍ତା ଟଙ୍କା ଉଠାଇବା ପାଇଁ ପିଠିରେ ୯ କି.ମି. ବୋହି ବ୍ୟାଙ୍କକୁ ଯିବା…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri