Posted inଫୁରସତ

ବାୟୋନିକ ହାତ ଦେଇଛି ନୂଆ ଜୀବନ

ଆଠ ବର୍ଷ ବୟସର ଫ୍ରେଡି ପେନ୍‌। ଜନ୍ମରୁ ତାଙ୍କର ଡାହାଣ ହାତ ନ ଥିଲା। ତେଣୁ ବିଭିନ୍ନ କାମ ପାଇଁ ତାଙ୍କୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା। ନା ପ୍ରିୟ ସ୍କୁଟର ଚଳାଇପାରୁ ଥିଲେ ନା ଦୁଇ ହାତରେ ପ୍ରିୟ ହାମବର୍ଗରକୁ ଧରି ଖାଇପାରୁ ଥିଲେ। ଏହି ଅବସ୍ଥା ଦେଖି ମା’ ସୁଜି ଫ୍ରେଡିଙ୍କୁ ପ୍ରୋସ୍ଥେଟିକ ହାତ ଲଗାଇଥିଲେ। ହେଲେ ତାହା ହାତ ଭଳି ଚଳାଚଳ କରି ପାରୁ ନ ଥିଲା। ତେଣୁ ବିଶେଷ ଉପକାର ମିଳୁ ନ ଥିଲା। ଶେଷରେ ଅଷ୍ଟମ ଜନ୍ମଦିନରେ ସୁଜି ପୁଅ ଫ୍ରେଡିଙ୍କୁ ଦେଲେ ଏମିତି ଏକ ଉପହାର ଯାହା ତା’ର ଜୀବନ ବଦଳେଇ ଦେଲା। ତାହା ଥିଲା ବାୟୋନିକ ‘ହିରୋ ଆର୍ମ’। ଏହି ବାୟୋନିକ ହାତ ମଣିଷ ହାତ ଭଳି କାମ କରିପାରେ। ତା’ସହ ଏହା ବହୁତ ହାଲ୍‌କା ମଧ୍ୟ। ଉକ୍ତ ହାତ ପାଇବା ପରେ ଫ୍ରେଡି ବହୁତ ଖୁସି ହୋଇଯାଇଥିଲେ। ଆଉ ସେଦିନ ସେ ଆଗରୁ ଦୁଇ ହାତରେ ଯାହାସବୁ କରିବାକୁ ଇଚ୍ଛା ରଖିଥିଲେ କରିଥିଲେ। ସୂଚନାଯୋଗ୍ୟ ଯେ, ବାୟୋନିକ ହିରୋ ଆର୍ମ ଲଗାଇବାରେ ଫ୍ରେଡି ହେଉଛନ୍ତି ସର୍ବ କନିଷ୍ଠ।


Enter your email to get our daily news in your inbox.

All Right Reserved By Dharitri.Com

ଜୋର ଜବରଦସ୍ତ ପୋଷା ମାଙ୍କଡ଼କୁ ମଦ ପିଆଇବା ପଡ଼ିଲା ମହଙ୍ଗା: ବନ୍ଧା ହେଲେ ଏହି ଟାଟୁ କଳାକାର

ମାଙ୍କଡ଼କୁ ନିର୍ଯାତନା ଦେବା ଜଣେ ଟାଟୁ କଳାକାରଙ୍କୁ ମହଙ୍ଗା ପଡ଼ିଛି। ଚଣ୍ଡିଗଡ଼ରେ ରହୁଥିବା କମଲଜିତ ସିଂଙ୍କୁ ମାଙ୍କଡ଼କୁ ଘରେ ଗୃହପାଳିତ ପଶୁ ଭାବେ ରଖିବା ଏବଂ...

ଦେଢ଼ ବର୍ଷର ଝିଅଙ୍କୁ କୋଳରେ ଧରି ଡ୍ୟୁଟି କରୁଥିଲେ ଡିଏସ୍‌ପି; ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ…

କଥାରେ ଅଛି ନାରୀ ସର୍ବଗୁଣସମ୍ପନ୍ନା। କର୍ତ୍ତବ୍ୟ ସହ ପରିବାରର ଦାୟିତ୍ୱକୁ ସେ ଠିକ୍‌ ଭାବେ ତୁଲାଇପାରେ। ଏହାର ଅନେକ ଉଦାହରଣ ସମାଜରେ ଦେଖିବାକୁ ମିଳିଥାଏ। ଏହି...

ଜମିରୁ କୃଷକ ପାଇଲେ ପ୍ରାଚୀନ ମୂର୍ତ୍ତି, ଦାମ୍‌ କୋଟିଏରୁ ଊର୍ଦ୍ଧ୍ୱ

ପାଟନା: ବିହାରର ଜଣେ କୃଷକ ଜମିରେ ଗାତ ଖୋଳୁଥିବା ସମୟରେ ଏକ ପ୍ରାଚୀନ ମୂର୍ତ୍ତି ପାଇଛନ୍ତି। ଯାହାର ଦାମ୍‌ କୋଟିଏରୁ ଊର୍ଦ୍ଧ୍ୱ ହେବ। ଏହି ମୂର୍ତ୍ତିକୁ...

ବିଲେଇ ହେଲା ସିକ୍ୟୁରିଟି ଗାର୍ଡ

ବିଲେଇକୁ ଅନେକ ଘରେ ପୋଷିଥାନ୍ତି। ତା’ର ଯତ୍ନ ନିଅନ୍ତି। ମାଲିକଙ୍କ ସହ ଖେଳି ବିଲେଇ ତାଙ୍କ ଅବସାଦ, ଚିନ୍ତା, ଚାପ ଦୂର କରିଦିଏ। କିନ୍ତୁ ଜାଣିଛନ୍ତି...

ଆଧାର କାର୍ଡ ବିନା ଏହି ମନ୍ଦିରରେ ହୁଏ ନାହିଁ ବିବାହ

ଉତ୍ତରାଖଣ୍ଡର ଅଲମୋଡାରେ ଥିବା ପ୍ରସିଦ୍ଧ ଗୋଲୁ ଦେବତାଙ୍କ ମନ୍ଦିରରେ ଆଧାର କାର୍ଡ ବିନା ବିବାହ ସମ୍ଭବ ନୁହେଁ। ମନ୍ଦିରର ପୂଜାରୀ ତଥା କୋଷାଧ୍ୟକ୍ଷ ହରି ବିନୋଦଙ୍କ...

୪୫ କୋଟିରେ ଆମେରିକାକୁ ଏହି ରାଜ୍ୟ ବିକିଥିଲା ଋଷ୍‌

ମସ୍କୋ: ଉତ୍ତର ଆମେରିକା ମାଳଦ୍ୱୀପର ଉତ୍ତର-ପଶ୍ଚିମରେ ଅବସ୍ଥିତ ବିଶ୍ୱ ମାନଚିତ୍ରରେ ରହିଛି ‘ଆଲାସ୍କା’ ରାଜ୍ୟ। ଯାହାକି ଋଷ୍‌ର ନିକଟରେ ରହିଛି। ଆଲାସ୍କା ହେଉଛି ଆମେରିକାର ୫୦...

ଅର୍କବଟ ତଳେ ପୂଜା ପାଉଥିଲେ ଶ୍ରୀନଟେଶ୍ୱର

ପୂର୍ବ ଆଲୋଚନାରୁ ଜାଣିଲେ ଶାମ୍ବଙ୍କର ପ୍ରାୟଶ୍ଚିତ୍ତ ପାଇଁ ସେ ଯେଉଁ ତପସ୍ୟା କରିଥିଲେ ମୈତ୍ରେୟବନରେ (କୋଣାଦିତ୍ୟ) ତାହାର ସ୍ମାରକୀ ଦିବସ ହେଉଛି ଶାମ୍ବ ଦଶମୀ। ମନେହୁଏ...

ଇନ୍‌ଷ୍ଟାଗ୍ରାମର ବଡ଼ ତ୍ରୁଟି ବାହାର କରିଥିବା ଛାତ୍ରଙ୍କୁ ଫେସ୍‌ବୁକ ଦେଲା ପୁରସ୍କାର

ମୁମ୍ବାଇ,୧୬।୬: ଭାରତୀୟ ହ୍ୟାକରଙ୍କୁ ଫେସ୍‌ବୁକ ଦେଲା ୨୨ଲକ୍ଷ ଟଙ୍କା ପୁରସ୍କାର ରାଶି। ପୁରସ୍କାର ରାଶି ପଛରେ ଥିବା କାରଣ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା...

Advertisement
Archives

Model This Week