Posted inଜାତୀୟ

ବାୟୁସେନାରେ ସାମିଲ୍‌ ହେବ ‘ଅସ୍ତ୍ର’ କ୍ଷେପଣାସ୍ତ୍ର: ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୨୯।୯: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର କ୍ଷେପଣାସ୍ତ୍ର ଖୁବ୍‌ ଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ୍‌ ହେବାକୁ ଯାଉଛି। ଆକାଶରୁ ଆକାଶ ଲକ୍ଷ୍ୟଭେଦ କରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ ନେଇ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି। ୧୫ ବର୍ଷ ଧରି ବିଭିନ୍ନ ଗବେଷଣା କରାଯାଇ ଡିଆର୍‌ଡ଼ିଓ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି। ୩.୭ ମିଟର ଲମ୍ବ ଏହି କ୍ଷେପଣାସ୍ତ୍ରର ଓଜନ ୧୫୪ କିଲୋଗ୍ରାମ୍‌ ରହିଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୧୧୦ କିଲୋମିଟର ରହିଛି। ଏହାକୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯିବାର ଯୋଜନା ରହିଛି। ଭାରତୀୟ ବାୟୁସେନା ସୁଖୋଇ-୩୦ ଏମ୍‌କେଆଇରେ ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ ସହଜରେ ବ୍ୟବହାର କରିପାରିବ। ଏଥିପାଇଁ ଅଗାମୀ ଦିନରେ ବାୟୁସେନା ପକ୍ଷରୁ ଡିଆର୍‌ଡିଓକୁ ୨ଶହ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ଠିକା ଦେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ମନା କରିବାରୁ କନ୍ୟା ପିତାଙ୍କୁ ଅପହରଣ କଲେ ଯୁବକ

ଦ୍ୱାରିକା,୨୯।୫: ବିବାହର ପ୍ରସ୍ତାବ ସ୍ବୀକାର କରି ମନା କରିବା ପରେ ନିଜ ସାଙ୍ଗମାନଙ୍କ ସହିତ ମିଶି କନ୍ୟା ପିତାଙ୍କୁ ଅପହରଣ କଲେ ଯୁବକ। ଏହାପରେ ଯୁବକଙ୍କୁ...

୨୦୨୦ରେ ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ,୧୫-୧୧:ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ର ପୃଷ୍ଠରେ ମୃଦୁ ଅବତରଣ କରାଇବାରେ ବିଫଳ ହୋଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆସନ୍ତାବର୍ଷ ନଭେମ୍ବର ସୁଦ୍ଧା ଏହାର...

ବୁଡି ଗଲାଣି ମାୟାନଗରୀର ଟ୍ରେନ୍‌ ଟ୍ରାକ୍‌

ମୁମ୍ବାଇ,୧।୭: ଗତ ୩ ଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଫଳରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ଫଳରେ ସାଧାରଣ...

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷର ଜୀବନ ବୀମା

ପଣଜୀ, ୧୩।୯: ଏଣିକି ସ୍ବାସ୍ଥ୍ୟକର୍ମୀଙ୍କୁ ୫୦ ଲକ୍ଷ ଟଙ୍କାର ଜୀବନ ବୀମା ଯୋଗାଇ ଦିଆଯିବ। ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏନେଇ ରବିବାର ସୂଚନା ଦେଇଛନ୍ତି।...

ସ୍ବଚ୍ଛତା ଅଭିଯାନ: ଗୀତ ଗାଇ ଲୋକଙ୍କୁ ସଚେତନ କରୁଛନ୍ତି ମ୍ୟୁନିସିପାଲିଟି କର୍ମଚାରୀ ମହାଦେବ ଯାଦବ

ପୁଣେ,୧୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶରେ ସ୍ବଚ୍ଛତା ଅଭିଯାନ ଜାରି ରଖିଛନ୍ତି। ପୁଣେ ମ୍ୟୁନିସିପାଲିଟିରେ କାମ କରୁଥିବା ମହାଦେବ ଯାଦବ ରାସ୍ତା ଘାଟ ସଫା...

କରୋନା ସଂକ୍ରମଣ ରୋକିବ ହୋମିଓପ୍ୟାଥି ଔଷଧ ‘ଆର୍ସେନିକ୍‌ ଅଲବୁମ୍‌-୩୦’: ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏଡଭାଇଜରି ଜାରି

ଜୟପୁର,୩।୨: ସାରା ପୃଥିବୀରେ କରୋନା ଭୁତାଣୁ ସଂକ୍ରମଣ ନେଇ ଆତଙ୍କ ଖେଳି ଯାଇଛି। ଇତିମଧ୍ୟରେ ଭାରତର କେରଳରେ ୨ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି।...

ନେତାରୁ ପୁଣି ଆଇଏଏସ୍‌ ପଦବୀକୁ ଫେରିବେ କି ଶାହ ଫୈଜଲ

ନୂଆଦିଲ୍ଲୀ, ୧୨।୮: ୨୦୦୯ ଆଇଏଏସ୍‌ ପରୀକ୍ଷାରେ ଟପ୍‌ ର଼୍ୟାଙ୍କ୍‌ ହାସଲ କରିଥିବା ଶାହ ଫୈଜଲ୍‌ ୨୦୧୯ରେ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିଲେ। ସେ ଜମ୍ମୁ-କଶ୍ମୀରରେ...

ଆଇସିଏସ୍‌ଇ, ଆଇଏସ୍‌ସି ପାଠ୍ୟକ୍ରମ ହ୍ରାସ

ଲକ୍ଷ୍ନୌ,୬ା୭: କରୋନା ମହାମାରୀ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ଚଳିତ ଶିକ୍ଷାବର୍ଷ ପାଇଁ ଆଇସିଏସ୍‌ଇ ଏବଂ ଆଇଏସ୍‌ସି ପାଠ୍ୟକ୍ରମ ହ୍ରାସ କରାଯାଇଛି। ହ୍ରାସ ପାଇଥିବା ପାଠ୍ୟକ୍ରମ...

Coronavirus Update


Archives

Model This Week

Why Dharitri