Posted inଜାତୀୟ

ବାୟୁସେନାକୁ ମିଳିବ ଅଧିକ ଶକ୍ତି: ୨୦୦ ଯୁଦ୍ଧବିମାନ କିଣିବ ଭାରତ

କୋଲକାତା,୧୩ା୧(ପି.ଟି.): ଭାରତୀୟ ବାୟୁସେନାକୁ ଅଧିକ ବଳଦେବା ପାଇଁ ସରକାର ୨୦୦ ଲଢ଼ୁଆ ବିମାନ କ୍ରୟ କରିବେ। ଏନେଇ ପ୍ରକ୍ରିୟା ଜାରି ରହିଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହାଲ୍‌ ନିର୍ମିତ ୮୩ ଏଲ୍‌ସିଏ ତେଜସ୍‌ ମାର୍କ୧ ଆଡଭାନ୍ସଡ୍‌ ଜେଟ୍‌ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରତିରକ୍ଷା ସଚିବ ଅଜୟ କୁମାର ପ୍ରକାଶ କରିଛନ୍ତି। ଏଥିସହ ଅନ୍ୟ ୧୧୦ ଲଢ଼ୁଆ ବିମାନ ଲାଗି ପ୍ରସ୍ତାବ ଦିଆଯାଇଥିବା ସେ କହିଛନ୍ତି। ସାମ୍ପ୍ରତିକ ସ୍ଥିତିକୁ ଦେଖି ୮୩ ଲାଇଟ୍‌ କମ୍ବାକ୍ଟ ଏୟାରକ୍ରାଫ୍ଟ ଚୂଡ଼ାନ୍ତ ହୋଇଥିଲା। ଭାରତୀୟ ଆବଶ୍ୟକତା ପୂରଣ କରିବା ସହ ବାୟୁସେନାର ଶକ୍ତି ଏହା ବୃଦ୍ଧି କରିପାରିବ ବୋଲି କୁମାର କହିଛନ୍ତି। ଚଳିତ ବର୍ଷ ଏହିକାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ସେ ମତ ଦେଇଛନ୍ତି। ବାୟୁସେନା ନିକଟରେ ଏବେ ସୁଖୋଇ ୩୦ ଏମ୍‌କେଆଇ, ମିରଜ୍‌ ୨୦୦୦, ମିଗ୍‌ ୨୯, ଜାଗୁଆର, ମିଗ୍‌ ୨୧ ବିସନ୍‌ ରହିଛି। ୧୯୯୯ କାର୍‌ଗିଲ ଯୁଦ୍ଧ ବେଳେ ଦମ୍‌ ଦେଖାଇଥିବା ମିଗ୍‌ ୨୭ ଯୁଦ୍ଧବିମାନ ଉପରେ କଟକଣା ଲଗାଯିବା ପରେ ଅଧିକ ଯୁଦ୍ଧବିମାନ କ୍ରୟର ଆବଶ୍ୟକତା ରହିଥିବା ପ୍ରତିରକ୍ଷା ସଚିବ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୬ ରାଫେଲ ଜେଟ୍‌ କିଣିବା ଉପରେ ମୋହର ଲଗାଇଲା ଭାରତ

ନୂଆଦିଲ୍ଲୀ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ସମୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି ଉପରେ ମୋହର...

ଗିରଫ ଲଶ୍କର ଆତଙ୍କବାଦୀ ମାନିଲେ: ପାକ୍‌ ସହାୟତାରେ ଅନୁପ୍ରବେଶ କରିଥିଲେ

ଶ୍ରୀନଗର,୫ା୯: ଗତ ମାସରେ ଜମ୍ମୁ-କଶ୍ମୀର ସୀମାନ୍ତରୁ ଗିରଫ ହୋଇଥିବା ଲଶ୍କର-ଇ-ତୋଇବାର ଦୁଇଜଣ ଆତଙ୍କବାଦୀ ପାକିସ୍ତାନ ସରକାରଙ୍କ ସହାୟତାରେ ଅନୁପ୍ରବେଶ କରିଥିଲେ ବୋଲି ସ୍ବୀକାର କରିଛନ୍ତି। ଜମ୍ମୁ-କଶ୍ମୀରରେ...

ଅମରନାଥ ଯାତ୍ରା ବାତିଲ

ଜମ୍ମୁ,୧୦।୭: ଖରାପ ପାଗ ଯୋଗୁ ଅମରନାଥ ଯାତ୍ରାକୁ ରବିବାରଠାରୁ ବାତିଲ କରିଦିଆଯାଇଛି। ଏପରି କି କଶ୍ମୀରରେ ଥିବା ୨ଟି କ୍ୟାମ୍ପରୁ କୌଣସି ନୂଆ ଭକ୍ତଙ୍କୁ ଆଉ...

ଫେକ୍‌ ନ୍ୟୁଜ୍‌ ଉପରେ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍‌, ୮ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ଲକ୍‌…

ନୂଆଦିଲ୍ଲୀ, ୧୮।୮ : ଫେକ୍‌ ନ୍ୟୁଜ୍‌ ପ୍ରସାରିତ କରୁଥିବା ସୋସିଆଲ ମିଡ଼ିଆ ଚ୍ୟାନେଲ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଡିଜିଟାଲ ଷ୍ଟ୍ରାଇକ୍‌ କରିଛନ୍ତି। ଏହା...

ନାବାଳିକା ଝିଅଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ଗୁଜରାଟରେ ଜଣେ ଓଡ଼ିଆଙ୍କୁ ଫାଶୀ ଦଣ୍ଡାଦେଶ

ସୁରଟ୍‌,୧୧ା୧(ପି.ଟି.): ନିଜର ନାବାଳିକା ଝିଅ(୧୪ଙ୍କୁ ବଳାତ୍କାର କରି ଗର୍ଭବତୀ କରିବା ପରେ ତଣ୍ଟିଚିପି ମାରିବା ଘଟଣାରେ ଗୁଜରାଟର ସ୍ପତନ୍ତ୍ର କୋର୍ଟ ଜଣେ ଓଡ଼ିଆଙ୍କୁ ଫାଶୀଦଣ୍ଡାଦେଶ ଦେଇଛନ୍ତି।...

ଗାନ୍ଧୀ ପରିବାରକୁ ସମାଲୋଚନା କରିବାରୁ କଂଗ୍ରେସ ନେତାଙ୍କ ଘର ଉପରେ ଟମାଟର ମାଡ଼

ନୂଆଦିଲ୍ଲୀ,୨୯।୯: ଜି-୨୩ ଗ୍ରୁପ୍‌, ଜି ହଜୁର-୨୩ ନୁହେଁ। ଏଭଳି ମନ୍ତବ୍ୟ ଦେଇଥିଲେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ। ଏହାପରେ ଦଳୀୟକର୍ମୀମାନେ ସିବଲଙ୍କ ଘର ଉପରେ...

କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଜୁନ ୧୧ରେ ମେଗା ରାଲି କରିବ ଏଏପି

ନୂଆଦିଲ୍ଲୀ,୬।୬: ଦିଲ୍ଲୀ ସରକାରଙ୍କ କ୍ଷମତା ସଂପର୍କରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଆମ ଆଦମୀ ପାର୍ଟି(ଏଏପି) ଜୁନ ୧୧ରେ ଦିଲ୍ଲୀର ରାମଲିଲା ମଇଦାନରେ ଏକ...

କ୍ଷୀରରେ ମିଶାଉଥିଲେ ମଇଁଷିକୁଣ୍ଡ ପାଣି: ଷ୍ଟିଙ୍ଗ୍‌ ଅପରେଶନ୍‌ରେ ପର୍ଦ୍ଦାଫାଶ୍‌

ହାଇଦ୍ରାବାଦ୍‌, ୨୨।୮: କ୍ଷୀରରେ ପାଣି ଏବଂ ଅନ୍ୟ ପଦାର୍ଥ ମିଶାଇବା କାର୍ଯ୍ୟ ତେଲଙ୍ଗାନାରେ ଜାରି ରହିଛି। ଏଭଳି ଅସାଧୁ ବ୍ୟବସାୟୀଙ୍କ ଯୋଗୁ ଲୋକେ ହଇରାଣ ହରକତ...

Advertisement
Archives

Model This Week