ବାହାରୁ ଔଷଧ ଲେଖି ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ)/ ବଲାଙ୍ଗୀର ଅଫିସ/ପାଟଣାଗଡ, (ଡି.ଏନ୍‌.ଏ.): ଶିଶୁରୋଗୀଙ୍କ ପାଇଁ ବାହାରୁ ଔଷଧ ଲେଖିବା ଶିଶୁରୋଗ ବିଶେଷଜ୍ଞଙ୍କୁ ମହଙ୍ଗା ପଡ଼ିଛି। ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡା. ବିଜୁ ଅଗ୍ରୱାଲଙ୍କୁ ଏଭଳି ଅପରାଧ ଲାଗି ରାଜ୍ୟ ସରକାର ବୁଧବାର ଚାକିରିରୁ ନିଲମ୍ବିତ କରିଛନ୍ତି। ଏହାସହ ଚିକିତ୍ସାଳୟରେ ଏଭଳି କାର୍ଯ୍ୟ ଚାଲୁଥିବା ସତ୍ତ୍ୱେ ଏହାକୁ ପ୍ରତିହତ କରିବାରେ ପାଟଣାଗଡ଼ ଏସଡିଏମ୍‌ଓ ଡା. ଦିଲୀପ ବିଶ୍ୱାଳ ବିଫଳ ହୋଇଥିତ୍ବାରୁ ତାଙ୍କ ବିରୁଦ୍ଧରେ ବିଭାଗୀୟ ପ୍ରୋସିଡିଂ କରାଯାଇଥିତ୍ବା ଜଣାପଡ଼ିଛି।
ସୂଚନାନୁଯାୟୀ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ବୁଧବାର ବଲାଙ୍ଗୀର ଗସ୍ତରେ ଥିବା ସମୟରେ ଡା. ଅଗ୍ରୱାଲ ରୋଗୀଙ୍କୁ ନିରାମୟ ଯୋଜନାରେ ମିଳୁଥିବା ଔଷଧ ବଦଳରେ ଦୋକାନରୁ ଔଷଧ କିଣିବା ପାଇଁ ଚିଠା ଲେଖିଥିବା ତାଙ୍କ ନଜରକୁ ଆସିଥିଲା। ବର୍ଷକର ଗୋଟିଏ ଶିଶୁ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଳୟକୁ ଆସିଥିବାବେଳେ ତାଙ୍କୁ ଇଞ୍ଜେକ୍ସନ ଦେବା ପାଇଁ ଡା. ଅଗ୍ରୱାଲ ଲେଖିଥିଲେ। ତେବେ ଡା. ଚିଠାରେ ଲେଖିଥିବା ନେଟ୍‌ଲିମାଇସିନ୍‌ ଓ ଆମିକାସିିନ୍‌ ଇଞ୍ଜେକ୍ସନ ସେହି ଶିଶୁକୁ ଦିଆଯିବା କଥା ନୁହେଁ। କିନ୍ତୁ ଡାକ୍ତର ଲେଖିଥିବାରୁ ଶିଶୁ ଅଭିଭାବକ ବାଧ୍ୟ ହୋଇ ବାହାର ଦୋକାନରୁ ଖରିଦ କରିଥିଲେ। ନିରାମୟ ଯୋଜନା ବାହାରୁ ଔଷଧ ଲେଖିଲେ ତାହାକୁ ଜିରୋ ଟଲେରାନ୍ସ ଭାବେ ଗ୍ରହଣ କରି କୌଣସି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସରକାର ଚେତାବନୀ ଦେଇଥିବାବେଳେ ଏହାର ଖିଲାପ କରିଥିବା ଅଭିଯୋଗରେ ଡା. ଅଗ୍ରୱାଲଙ୍କୁ ନିଲମ୍ବିତ କରାଯାଇଛି। ପରିଦର୍ଶନ ସମୟରେ ଜିଲାପାଳ ଅରିନ୍ଦମ ଡାକୁଆ, ଡିଆରଡିଏ ପିଡି ଡ. ମହେଶ୍ୱର ସ୍ବାଇଁ, ସିଡିଏମ୍‌ଓ ଡା. ଦୈତାରୀ ସାହୁ ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମସିଆରେ ଦିବ୍ୟାଙ୍ଗ ପରିବାର: ରିପୋର୍ଟ ତଲବ କଲା ମୁଖ୍ୟମନ୍ତ୍ରୀ ଅଫିସ

ଲାଠୋର, ୧୧ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଅଧିନ ବାଞ୍ଜିପାଲି ଗଁାର ସୁରେନ୍ଦ୍ର ତାଣ୍ଡି। ଭିନ୍ନକ୍ଷମ ସୁରେନ୍ଦ୍ର ଝନେ ସ୍ନାତକ। ଘରେ ରୁଗୀଆ ମା’ ସଂଗେ...

ବାସୁଦେବପୁର ବ୍ଲକର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ବିଧାୟକ

ପଦ୍ମପୁର,୨୩।୫(ଡି.ଏନ୍‌.ଏ.): ଅମ୍ଫନ୍‌ ବାତ୍ୟାରେ କ୍ଷତିଗ୍ରସ୍ତ ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୧୬ଟି ପଞ୍ଚାୟତକୁ ବିଧାୟକ ବୁଲି ଦେଖିଛନ୍ତି। ଶନିବାର ଅପରାହ୍ନରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବିଭିନ୍ନ...

ହାଟରେ ଶତାଧିକ ଲୋକଙ୍କ ଭିଡ଼

ବନ୍ତଳା, ୨୯ା୩(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଲକଡାଉନ ଜାରି ସତ୍ତ୍ୱେ ଏହାକୁ ଲୋକେ ମାନୁ ନ ଥିବା  ଦେଖିବାକୁ ମିଳିଛି । ରବିବାର ଅନୁଗୋଳ ଛକଠାରେ ସାପ୍ତାହିକ...

‘ଫନୀ’ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ପ୍ରଦାନରେ ଅନିୟମିତତା: ତହସିଲ କାର୍ଯ୍ୟାଳୟ ଘେରାଉ

ପଟ୍ଟାମୁଣ୍ଡାଇ ୫।୧୧(ସ୍ବ.ପ୍ର.) ବାତ୍ୟା ‘ଫନୀ’ରେ କେନ୍ଦ୍ରାପଡ଼ା ଜିଲା ବ୍ୟାପକ କ୍ଷତିଗ୍ରସ୍ଥ ହୋଇଥିଲା। ଇତିମଧ୍ୟରେ ବାତ୍ୟାକୁ ୬ ମାସ ବିତିଥିଲେ ସୁଦ୍ଧା ଅଧିକାଂଶ କ୍ଷତିଗ୍ରସ୍ତ ପରିବାର ସହାୟତାରୁ...

ସନ୍ଧ୍ୟା ଦର୍ଶନ କଟକଣା: ଗର୍ଭଗୃହକୁ ଯାଇପାରିବେନି ଭକ୍ତ

ପୁରୀ ଅଫିସ,୧୧।୭: ଆଡ଼ପମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ। ଗୁରୁବାର ସନ୍ଧ୍ୟା ଦର୍ଶନ। ନବମୀ...

ହୀରାକୁଦ ଡ୍ୟାମରୁ ୩୨ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ: ସମ୍ବଲପୁର- ସୋନପୁର ରାଜପଥ ଯାତାୟତ ଠପ୍‌

ସମ୍ବଲପୁର, ୨୮ା୮ (ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମରୁ ଶୁକ୍ରବାର ୩୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ୬ଲକ୍ଷ ୩୮ ହଜାର...

ବନ୍ଦ ହେଲା ମୋ ସାଇକେଲ

ଭୁବନେଶ୍ୱର, ୨୪ା୩(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଲିମିଟେଡ୍ (କ୍ରୁଟ)...

ଦାରିଙ୍ଗବାଡ଼ି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଛନ୍ତି ୫୬୫ ପ୍ରବାସୀ: ଡାକ୍ତରଙ୍କ ଦ୍ୱାରା ନିୟମିତ କରାଯାଉଛି ସ୍ବାସ୍ଥ୍ୟ ପରୀକ୍ଷା

ଦାରିଙ୍ଗବାଡ଼ି,୪।୬(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରରେ ମୋଟ ୭୪୩ ପ୍ରବାସୀ ରହିଥିଲେ। ସେମାନଙ୍କ ମଧ୍ୟରୁ ଅଦ୍ୟାବଧି ୧୭୮ ପ୍ରବାସୀ ନିଜ...

Coronavirus Update


Archives

Model This Week

Why Dharitri