ବାସହୀନଙ୍କୁ ଜମି ଦେବେ ସରକାର: ଡିସେମ୍ବର ୩୧ ସୁଦ୍ଧା ଚିହ୍ନଟ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫ା୬ (ରବିନାରାୟଣ ଜେନା):ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବ ସରକାର ବାସହୀନଙ୍କୁ ନେଇ ଯେଉଁ ସର୍ଭେ କରିଥିଲା ତାହାର ସଂଜ୍ଞା ବଦଳାଯାଇ ନୂତନ ସଂଶୋଧିତ ବାସହୀନ ସଂଜ୍ଞା ଅନୁଯାୟୀ ପୁନର୍ବାର ବାସହୀନ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ବାସହୀନ ଚିହ୍ନଟ ପ୍ରକ୍ରିୟା ଶେଷହେବ। ଏ ସଂକ୍ରାନ୍ତରେ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ସବୁ ଜିଲାପାଳଙ୍କୁ ଚଳିତମାସ ୧୯ରେ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାର ଏବେ ବାସହୀନଙ୍କୁ ଥଇଥାନ କରିବା ପାଇଁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ କେତେ ବାସହୀନ ରହିଛନ୍ତି, ସେମାନଙ୍କୁ ଚିହ୍ନଟ କରିବାର ଆବଶ୍ୟକ ରହିଛି। ଏହାପରେ ସେମାନଙ୍କୁ ‘ବସୁନ୍ଧରା’ରେ ସାମିଲ କରାଯିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପୂର୍ବ ନିଷ୍ପତ୍ତିି ଅନୁଯାୟୀ, ୨୦୨୪ ଅଗଷ୍ଟ ୧୬ରୁ ବାସହୀନଙ୍କ ସର୍ଭେ କରାଯାଇଥିଲା। ଏହି କାର୍ଯ୍ୟ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଚାଲିଥିଲା। ସର୍ଭେ ପରେ ବାସହୀନଙ୍କୁ ବସୁନ୍ଧରାରେ ସାମିଲ କରାଯାଉଛି। ତେବେ ସଂପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ବାସହୀନଙ୍କ ସଂଜ୍ଞାରେ ଏକ ସଂଶୋଧନ କରାଯାଇଛି। ସଂଶୋଧନ ପରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ଜଣେ ବ୍ୟକ୍ତି ବାସହୀନ କହିଲେ, ଏକ ଏକର ଜମି(୧/୨୫ ପ୍ରତିଶତ)ରୁ କମ୍‌କୁ ବୁଝାଯିବ।
ବାସହୀନ ବ୍ୟକ୍ତିଙ୍କ ପାଇଁ ଯେଉଁ ପରିମାଣର ଜମି ସରକାର ଯୋଗାଇବେ ତାହା ଏପରି ହେବା ଉଚିତ୍‌ ଯେ, ସେ ବ୍ୟକ୍ତି ତାଙ୍କ ନିଜ ଗୃହଯୋଗ୍ୟ ଜମି ଓ ତାଙ୍କ ସାଙ୍ଗରେ ଥିବା ପରିବାର ଲୋକଙ୍କ ଗୃହଯୋଗ୍ୟ ଜମିକୁ ମିଶାଇ ମୋଟ ୧/୨୫ ଏକରକୁ ଅତିକ୍ରମ କରୁ ନ ଥିବ।
ଯଦି ଅପେକ୍ଷିତ ଜମି ଉପଲବ୍ଧ ନାହିଁ, ତେବେ ଉପଲବ୍ଧତା ଅନୁଯାୟୀ ଭାଗବାଣ୍ଟି ହେବ। ସେହିପରି ନିୟମ ୭(୩)ର ଅନୁଯାୟୀ, ବାସହୀନ ବ୍ୟକ୍ତିଙ୍କୁ ଯେଉଁ ଜମି ଦିଆଯିବ, ସେହି ଜମି ଉତ୍ତରାଧିକାରଯୋଗ୍ୟ କିନ୍ତୁ ବ୍ୟବହାରଯୋଗ୍ୟ ହୋଇପାରିବ ନାହିଁ। ନୂତନ ସଂଶୋଧନ ଫଳରେ ଅଧିକ ବ୍ୟକ୍ତି ବାସହୀନ ବୋଲି ଚିହ୍ନଟ ହେବେ ଓ ସେମାନେ ଜମି ପାଇଁ ଯୋଗ୍ୟହେବେ। ଗ୍ରାମାଞ୍ଚଳରେ ଥିବା ବାସହୀନ ପରିବାରଗୁଡ଼ିକ ଅନୁସୂଚିତ ନିୟମ ଅନୁଯାୟୀ ଚିହ୍ନଟ କରାଯିବେ। ବାସହୀନ ଚିହ୍ନଟ ସମ୍ପୂର୍ଣ୍ଣ ହେବାର ଅବଧି ୩୧ ଡିସେମ୍ବର ୨୦୨୫ ରଖାଯାଇଛି। ଏହି ସମୟ ମଧ୍ୟରେ ନୂତନ ଚିହ୍ନଟ ଓ ପୁରୁଣା ତାଲିକାରେ ଥିବା ବ୍ୟକ୍ତିଙ୍କୁ ଜମି ବଣ୍ଟନ ପ୍ରକ୍ରିୟା ଚାଲୁରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?