ବାଲିଯାତ୍ରାର ଚତୁର୍ଥ ଦିବସ: ଫାଷ୍ଟଫୁଡ ଷ୍ଟଲ୍‌ରେ ଭିଡ଼

କଟକ ଅଫିସ, ୧୬।୧୧: ଶୁକ୍ରବାର ଥିଲା ଐତିହାସିକ କଟକ ବାଲିଯାତ୍ରାର ଚତୁର୍ଥ ଦିନ। ଦିନତମାମ ପଡିଆରେ ଗହଳି ଚହଳି ଲାଗି ରହିଥିଲା। କେତେକ ଲୋକ ଦିନରେ ବାଲିଯାତ୍ରା ବୁଲି ଘରକୁ ଫେରି ଯାଇଥିଲେ। ହେଲେ ଅସଲ ଭିଡ ଦେଖିବାକୁ ମିଳିଥିଲା ସନ୍ଧ୍ୟାରେ। ବାଲିଯାତ୍ରା ମୁଖ୍ୟଗେଟ୍‌କୁ ଆଲୋକମାଳାରେ ସଜ୍ଜାଯାଇଥିବାବେଳେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ଶୁକ୍ରବାର ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା।
ରାଜସ୍ଥାନରୁ ଆସିଥିବା ବ୍ୟବସାୟୀଙ୍କ ଫାଷ୍ଟଫୁଡ ଷ୍ଟଲ୍‌ରେ ଶୁକ୍ରବାର ଭିଡ଼ ଦେଖିବାକୁ ମିଳିଥିଲା। ଏହି ଷ୍ଟଲରେ ସ୍ପେଶାଲ ରାଜସ୍ଥାନ ଥାଳି ୧୫୦ ଟଙ୍କା ଥିବାବେଳେ ଡାଲବଟି ଚୁର୍‌ମା ୧୦୦ ଟଙ୍କା, ମୁଗଡାଲ କଚୋରି ୬୦ ଟଙ୍କା, ମିର୍‌ଚି ବଡ଼ା ୫୦ ଟଙ୍କା, ପାଓଭାଜି ୬୦ଟଙ୍କା, ମିକ୍ସ ଚାଟ୍‌ ୬୦ ଟଙ୍କାରେ ବିକ୍ରି ହେଉଥିଲା। ଏ ନେଇ ବ୍ୟବସାୟୀ କହିଛନ୍ତି, ଦୀର୍ଘ ୧୦ ବର୍ଷ ହେବ ଆମେ ବାଲିଯାତ୍ରା ଆସୁଛୁ। ଗତବର୍ଷଠାରୁ ଏହି ବର୍ଷ ୪ ଦିନ ଭିତରେ ଭଲ ବ୍ୟବସାୟ ହୋଇଛି। ଏଠାରେ ରାଜସ୍ଥାନୀ ଖାଦ୍ୟ ତିଆରି ନିମନ୍ତେ ୨୦ ଜଣ କାରିଗର ଆସିଛନ୍ତି। ସେହିପରି ଅନ୍ୟ ଫାଷ୍ଟଫୁଡ ଷ୍ଟଲ୍‌ଗୁଡ଼ିକରେ ସୁପ୍‌, ରୋଲ୍‌, ଚାଓମିନ, ପନିର ମସଲା, ଚିକେନ ମସଲା, ଚିଲି ଚିକେନ ଆଦି ବିଭିନ୍ନ ପ୍ରକାର ଫାଷ୍ଟଫୁଡ ବିକ୍ରି ହେଉଥିଲା। ଅନ୍ୟପକ୍ଷରେ ବାଲିଯାତ୍ରାରେ ବାରିପଦାର ମୁଢିମାଂସର ଚାହିଦା ଅଧିକ ରହିଥିଲା। ମୁଢିମାଂସ ପ୍ଲେଟ ୧୦୦ ଟଙ୍କା ଥିବାବେଳେ ମୁଢିମାଂସ କଷା ୧୨୦ ଟଙ୍କାରେ ବିକ୍ରି ହେଉଥିବା ବ୍ୟବସାୟୀ କହିଛନ୍ତି।

ବସ୍‌ରେ ମହାକାଶ ସମ୍ପର୍କିତ ତଥ୍ୟ ପ୍ରଦର୍ଶିତ
ବାଲିଯାତ୍ରାରେ ଇସ୍ରୋ ପକ୍ଷରୁ ବସ୍‌ରେ ମହାକାଶଜନିତ ବିଭିନ୍ନ ତଥ୍ୟ ପ୍ରଦର୍ଶନ କରାଯାଇଛି। ଇସ୍ରୋର ଫାଉଣ୍ଡର ବିକ୍ରମ ଏ.ସରାବାଇଙ୍କ ୧୦୦ତମ ଜନ୍ମଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଇସ୍ରୋର ଭୂମିକା ଯେପରି ଜନସାଧାରଣଙ୍କ ପାଖରେ ପହଞ୍ଚତ୍ବ ଏବଂ ଯୁବପିଢି ଇସ୍ରୋ ବିଷୟରେ ଜାଣିପାରିବେ। ଚନ୍ଦ୍ରଯାନ-୨, ମଙ୍ଗଳଯାନ ବିଭିନ୍ନ ସାଟେଲାଇଟ୍‌ ବିଷୟରେ ଜାଣିପାରିବା ସହ ସମସ୍ତ ଡେମୋ ଏହି ବସ୍‌ ଭିତରେ ରହିଛି। ଯାହାକି ଆଗାମୀ ଦିନରେ ଯୁବପିଢି ପାଇଁ ବେଶ ସହାୟକ ହୋଇପାରିବ ବୋଲି ଏହି ବସ୍‌ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ରାଜେଶ ସ୍ବାଇଁ କହିଛନ୍ତି।

‘ରୁଚି ଖବର’ର ବାଲିଯାତ୍ରା: ବିଶେଷାଙ୍କ ଲୋକାର୍ପିତ
ବାଲିଯାତ୍ରା ତଳପଡ଼ିଆରେ ମୋ କଟକ ପାଭିଲିୟନଠାରେ ଶୁକ୍ରବାର ରୁଚି ପ୍ରତିଭା ଫାଉଣ୍ଡେଶନ ପକ୍ଷରୁ ପ୍ରକାଶିତ ‘ରୁଚି ଖବର’ର ବାଲିଯାତ୍ରା ବିଶେଷାଙ୍କ ଲୋକାର୍ପିତ ହୋଇଯାଇଛି। ରୁଚି ପ୍ରତିଭା ଫାଉଣ୍ଡେଶନର ଅଧ୍ୟକ୍ଷ ଡ. ଶରତ ସାହୁଙ୍କ ସଭାପତିତ୍ତ୍ୱରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମାରୋହକୁ ଉଦ୍‌ଘାଟନ କରିଥିଲେ। ରୁଚି ଲୋକମାନଙ୍କର ବିଶ୍ୱାସଭାଜନ ହୋଇପାରିଛ। ସମାଜରେ ରୁଚି ପ୍ରତିଭା ଫାଉଣ୍ଡେଶନର ଅନେକ ଅବଦାନ ରହିଛି ବୋଲି ଜିଲାପାଳ ଚୟନୀ କହିଥିଲେ। ବାଲିଯାତ୍ରାରେ ବ୍ୟବସାୟ କ୍ଷେତ୍ରରେ ଅନେକ ଲାଭ ମିଳେ। ଉଦ୍ୟୋଗପତିମାନେ ଏଠାରେ ଷ୍ଟଲ ପକାଇବାରେ ଇଚ୍ଛା କରିଥାନ୍ତି ବୋଲି ଡ. ସାହୁ କହିଥିଲେ। ଅତିଥି ଭାବେ କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ ଯୋଗ ଦେଇଥିଲେ। ଶୁଭେନ୍ଦୁ ଭୂୟଁା ସ୍ବାଗତ ଭାଷଣ ଦେଇଥିବା ବେଳେ ଡ. ନିହାର ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଯାତ୍ରୀବାହୀ ବସ୍‌

ରୂପ୍‌ସା,୧୩ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ୬୦ ନଂ. ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ନିକଟରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ...

୮ ବର୍ଷ ପରେ ଆର୍‌ଆଇ ହତ୍ୟା ମାମଲାର ରାୟ ପ୍ରକାଶ

ଝାରସୁଗୁଡ଼ା ଅଫିସ,୧୧ା୨: ଆର୍‌ଆଇ ଟିକେନାଥ କାଲୋଙ୍କ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରଜଜ୍‌ ସତ୍ୟବ୍ରତ ମିଶ୍ର ମାମଲାର ବିଚାରକରି ଅଭିଯୁକ୍ତ ବ୍ରଜରାଜନଗର...

ଭୁବନେଶ୍ୱରରୁ ସୁରଟ ଉଡ଼ିଲା ବିମାନ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ଭୁବନେଶ୍ୱରରୁ ସୁରଟକୁ ସୋମବାର ସିଧାସଳଖ ବିମାନସେବା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୮୧ ଯାତ୍ରୀଙ୍କୁ ନେଇ ସକାଳ ୮ଟା ୪୦ ମିନିଟ୍‌ରେ ସୁରଟ...

ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌ ଚକା ତଳେ ଆସି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଦିଗପହଣ୍ଡି,୫।୧୨(ଡି.ଏନ.ଏ.): ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର କୃଷି କାର୍ଯ୍ୟାଳୟ ନିକଟରେ ଗୁରୁବାର ସକାଳେ ଏକ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ...

ତାଳଚେରକୁ ଜିଲା ଘୋଷଣା ଦାବି

ତାଳଚେର,୧୮ା୧୧ (ନି.ପ୍ର.):ଓଡ଼ିଶାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅଧିକ ରାଜସ୍ବ ଦେଉଥିବା ଏବଂ ଦେଶର ସବୁଠାରୁ ଅଧିକ କୋଇଲା ଉତ୍ପାଦନ ସହିତ ଏସିଆର ସର୍ବବୃହତ୍‌ ବିଦ୍ୟୁତ...

ବାଜି ଲାଗିଛି ଜୀବନ ଜୀବିକା: ପୁଣି ପ୍ରବାସୀ କର୍ମଭୂମି ମୁହାଁ

ମାଧପୁର,୧୮ା୯(ଡି.ଏନ୍‌.ଏ.): ଜୀବନ ଜୀବିକା ଲାଗିଛି ବାଜିରେ। ଦୁଇ ଓଳା ଦୁଇମୁଠା ଦାନା ଯୋଗାଡ଼ ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ଅଞ୍ଚଳରୁ ପ୍ରବାସୀମାନେ ପୁଣି ଭିଟାମାଟି ଛାଡ଼ି...

ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ ନିମ୍ନମାନର

ବଇଣ୍ଡା, ୧୨ା୩(ଡି.ଏନ.ଏ.) ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳକୁ ଗମନାଗମନ ସୁବିଧା ପାଇଁ ସରକାର ପକ୍କା ରାସ୍ତା ନିର୍ମାଣର ଯୋଜନା କରିଥିଲେ ହେଁ କେତେଜଣ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ...

ସହାୟତା ଅପେକ୍ଷାରେ ପକ୍ଷାଘାତ ପୀଡ଼ିତ ଦମ୍ପତି

ପୋଲସରା,୧୦ା୪: ଗରିବ ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର। ହେଲେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଉଛନ୍ତି ମଦନଙ୍କ...

Advertisement
Archives

Model This Week