ବାଲିଯାତ୍ରାକୁ ଜାତୀୟ ଐତିହ୍ୟ ମାନ୍ୟତା ଦାବି

କଟକ ଅଫିସ, ୨୪।୧୦: ପ୍ରଥମ ରାଜଧାନୀ ତଥା ହଜାରେ ବର୍ଷର ସହର କଟକ ଏବଂ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏକ ସର୍ବପୁରାତନ ଅଂଶ ଐତିହାସିକ ବାଲିଯାତ୍ରା। ତେଣୁ କଟକ ବାଲିଯାତ୍ରାକୁ ଜାତୀୟ ଐତିହ୍ୟ ଓ ସରକାରୀ ମାନ୍ୟତା ଦାବି କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏ ନେଇ ବରିଷ୍ଠ ନେତା ସମୀର ଦେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବୁଧବାର କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉଲ୍ଲେଖ ହୋଇଛି ଯେ, ପ୍ରତ୍ୟେକ କଟିକିଆ ବାଲିଯାତ୍ରାକୁ ନେଇ ଗର୍ବ କରେ। ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ଏହି ଯାତ୍ରା ଅସ୍ତିତ୍ୱ ହରାଇବାକୁ ବସିଲାଣି। ବାଲିଯାତ୍ରାର ଐତିହ୍ୟକୁ ପୁନଃସ୍ଥାପିତ କରିବା ତଥା ଏହାକୁ ଜାତୀୟ ପର୍ବର ମାନ୍ୟତା ଦେବାକୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫.୬୫ ଲକ୍ଷ ଉପଭୋକ୍ତା ଖାଇବେ ବଟିକା

କଟକ ଅଫିସ,୧୦ା୨: ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ନିମନ୍ତେ ଏକ ବୈଠକ ଜିଲା ସ୍ବାସ୍ଥ୍ୟ ବିଭାଗ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା...

ଭରସା ପାଲଟିଛି ୨ଖଣ୍ଡ ବାଉଁଶ

ଜଳେଶ୍ୱର, ୨୫।୫(ସ୍ବ.ପ୍ର)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମାଳିପାଳ ପଞ୍ଚାୟତ ଗୋହିରାଖାଳଠାରେ କାଳିକ-ବଜାରଶୋଳ ରାସ୍ତାରେ ବିଜୁ ସେତୁ ଯୋଜନାରେ ୬କୋଟି ୯ଲକ୍ଷ ୫୦ହଜାର ଟଙ୍କା ବ୍ୟୟବରାଦରେ ୪୫ମିଟର...

ହରିଚନ୍ଦନପୁର ତହସିଲଦାରଙ୍କ ବଦଳି ବାତିଲ୍‌ ପାଇଁ ଅଡ଼ିବସିଲେ ଅଞ୍ଚଳବାସୀ

କେନ୍ଦୁଝର,୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ତହସିଲଦାର ସୁବାଷ ପାଲଟାଙ୍କ ବଦଳି ବାତିଲ ପାଇଁ ଦାବି ହୋଇଛି। ତାଙ୍କର ବଦଳି ବାତିଲ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି...

‘ଟେଷ୍ଟିଂ ଅଭିଯାନରେ ସବୁ ଦଳ ଲୋକଙ୍କୁ ସାମିଲ କରାଯାଉ’

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ଲୋକଙ୍କୁ ଟେଷ୍ଟିଂ ଅଭିଯାନରେ ସାମିଲ କରାଯାଇ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଏକ ଭିଡିଓ...

ମା’ ଗଜଲକ୍ଷ୍ମୀଙ୍କୁ ବିଦାୟ, ପୁଣି ଆର ବର୍ଷକୁ ଅପେକ୍ଷା…

ପୁରୁଷୋତ୍ତମପୁର,୧୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିର ପୂଜାମଣ୍ଡପରେ ପବିତ୍ର କୁମାର ପୂର୍ଣ୍ଣିମାଠାରୁ ଦୀଘ ୮ ଦିନ ଧରି ପୂଜା ପାଉଥିବା ମା ଗଜଲକ୍ଷ୍ମୀଙ୍କୁ ସୋମବାର ବିଦାୟ...

୨ କାର୍‌, ୫ ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌

କଟକ ଅଫିସ,୧୦ା୧୨: ଜଗତପୁର ଖଇରା ପୋଲ ନିକଟରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ୨ କାର୍‌ ଏବଂ ୫ଟି ବାଇକ୍‌ ଉପରେ...

ପୋଷ୍ଟମ୍ୟାନ୍‌ ନିଯୁକ୍ତି ପରୀକ୍ଷା ବାତିଲ: ସ୍ଥାନୀୟ ଭାଷାରେ ପୁଣି ହେବ

ନୂଆଦିଲ୍ଲୀ,୧୭ା୭(ପି.ଟି.) : ଗ୍ରାମାଞ୍ଚଳରେ ପୋଷ୍ଟମ୍ୟାନ୍‌ ଓ ଆସିଷ୍ଟାଣ୍ଟ ପଦବୀ ପାଇଁ ରବିବାର ଅନୁଷ୍ଠିତ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିଦେଇଛନ୍ତି। ତାମିଲ ପରିବର୍ତ୍ତେ କେବଳ ହିନ୍ଦୀ...

ଚିନିଶିଳ୍ପ ସଭାପତିଙ୍କ ବିରୋଧରେ ମହିଳାଙ୍କ ଅଭିଯୋଗ

ଆସିକା,୨୭ା୧୦(ଡି.ଏନ୍‌.ଏ.)-ଆସିକା ସମବାୟ ଚିନିଶିଳ୍ପର ମଦ ପ୍ରସ୍ତୁତି ଲାଗି ରହିଥିବା ବଟଲିଂ ପ୍ଲାଣ୍ଟର ମହିଳା ଶ୍ରମିକମାନେ ଚିନିଶିଳ୍ପର ସଭାପତି ବିପିନୀ ବିହାରୀ ପାତ୍ରଙ୍କ ବିରୋଧରେ ଆସିକା ଥାନାରେ...

Advertisement
Archives

Model This Week