Posted inଜାତୀୟ

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଆତଙ୍କବାଦୀଙ୍କ ପାଇଁ ଥିଲା ସତର୍କ ସୂଚନା: ଯେଉଁଠି ଲୁଚିଲେ ବି ସେଠି ପହଞ୍ଚିବ ଭାରତୀୟ ସେନା; କହିଲେ ପୂର୍ବତନ ବାୟୁସେନା ମୁଖ୍ୟ

ଚଣ୍ଡିଗଡ଼,୧୫।୧୨: ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀରର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏହା ଦ୍ୱାରା ଆତଙ୍କବାଦୀଙ୍କୁ ସତର୍କ ସୂଚନା ଦିଆଯାଇଥିଲା ଯେ, ଯେଉଁଠି ଲୁଚିଲେ ବି ସେଠାରେ ଭାରତୀୟ ସେନା ପହଞ୍ଚିପାରିବ। ଏନେଇ ପୂର୍ବତନ ବାୟୁସେନା ମୁଖ୍ୟ ବି.ଏସ୍‌. ଧନୋଆ ସୂଚନା ଦେଇଛନ୍ତି। ପଞ୍ଜାବ ସରକାରଙ୍କ ପକ୍ଷରୁ ଚଣ୍ଡିଗଡ଼ଠାରେ ଆୟୋଜିତ ‘ଅଣ୍ଡରଷ୍ଟାଣ୍ଡିଙ୍ଗ୍‌ ଦି ମେସେଜ୍‌ ଅଫ୍‌ ବାଲାକୋଟ୍‌’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ସେ ଏଭଳି କହିଛନ୍ତି। ୧୯୯୩ ମୁମ୍ବାଇ ବିସ୍ଫୋରଣ ଏବଂ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କୌଣସି ପାଲଟା ଆକ୍ରମଣ କରାଯାଇ ନ ଥିଲା। ତେବେ ଗତ ୪୭ ବର୍ଷର ଯୁଦ୍ଧ ଇତିହାସରେ ପ୍ରଥମ ଥର ପାଇଁ ଫେବୃୟାରୀ ୧୪ରେ ପୁଲଓ୍ବାମା ଆକ୍ରମଣ ପରେ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ସମୟରେ ଭାରତ ପାଖରେ ରାଫାଲ ଯୁଦ୍ଧ ବିମାନ ଥିଲେ ସ୍ଥିତି ଅନ୍ୟ ପ୍ରକାର ହୋଇଥାନ୍ତା ବୋଲି ସେ କହିଛନ୍ତି। ରାଫାଲକୁ ଆଣିବା ଲାଗି କେବଳ କଥାବାର୍ତ୍ତାରେ ୧୦ ବର୍ଷ ବିତିଯାଇଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନବାଧିକାର ଆଇନ ପ୍ରତି ସଶସ୍ତ୍ର ବଳର ସମ୍ମାନ ଅଛି: ସେନାମୁଖ୍ୟ

ନୂଆଦିଲ୍ଲୀ,୨୮ା୧୨(ପି.ଟି.): ଭାରତୀୟ ସଶସ୍ତ୍ର ବଳ ଅତ୍ୟନ୍ତ ଶୃଙ୍ଖଳିତ ଓ ମାନବାଧିକାର ଆଇନ ପ୍ରତି ଏହାର ଯଥେଷ୍ଟ ସମ୍ମାନ ରହିଥିବା ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ ଶୁକ୍ରବାର...

୧୯ ଦିନ ଧରି ନିଜାମୁଦ୍ଦିନ୍‌ ପାଲଟିଥିଲା କରୋନା ସଂକ୍ରମଣର କେନ୍ଦ୍ର !

ନୂଆଦିଲ୍ଲୀ,୧।୪: ନିଜାମୁଦ୍ଦିନ୍‌ର ତବଲିଗ୍‌ ଜମାତ୍‌ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ଜମାତ୍‌ ମାର୍ଚ୍ଚ ୧୬ରୁ ୨୪ ପର୍ଯ୍ୟନ୍ତ ହେବାର ଯୋଜନା ଥିଲା।...

ମିଶନ ଯୁବଶକ୍ତି: ୩ ମାସରେ ୬ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୋଦି

ନୂଆଦିଲ୍ଲୀ,୨୪।୧୨: ଭାରତରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ରହିଛି। ଦେଶର ବିକାଶ ସମେତ ରାଜନୈତିକ କ୍ଷମତା ଦଖଲ ପାଇଁ ଦେଶର ଯୁବବର୍ଗଙ୍କୁ ହାତେଇଲେ ସୁଫଳ ସହଜରେ ମିଳିପାରିବ...

ଲେଉଟି ଆସିଲା ସାମୁଦ୍ରିକ ଝଡ଼ ‘ବାୟୁ’: ୪୮ ଘଣ୍ଟାରେ ଗୁଜରାଟ ଉପକୂଳ ଛୁଇଁବ

ନୂଆଦିଲ୍ଲୀ,୧୬ା୬ : ସାମୁଦ୍ରିକ ବାତ୍ୟା ‘ବାୟୁ’ ଲୁଚକାଳି ଖେଳୁଛି। ଗତ ଗୁରୁବାର ଏହା ଗୁଜରାଟ ଉପକୂଳରେ ମାଡ଼ ହେବାର ଆଶଙ୍କା ଥିବାବେଳେ ବୁଧବାର ରାତିରେ ଏହାର...

ଅନନ୍ତନାଗରେ ଏନ୍‌କାଉଣ୍ଟର: ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୧୧।୩: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସେମାନେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ସେନା, ସିଆର୍‌ପିଏଫ୍‌ ଏବଂ...

ପୁଣି ଆଲୋଚନା ପାଇଁ କହିଲେ କୃଷକ ସଂଗଠନ

ନୂଆଦିଲ୍ଲୀ,୨୧।୫: ପୁଣି ଥରେ ତେଜିପାରେ କୃଷକ ଆନ୍ଦୋଳନ। କରୋନା ବିଫଳତା ଯୋଗୁ ଚାରି ଆଡ଼ୁ ଘେରି ହୋଇପଡ଼ିଛନ୍ତି କେନ୍ଦ୍ର ସରକାର। ଏଭଳି ସ୍ଥିତିରେ କୃଷକ ସଂଗଠନ...

ରେକର୍ଡ ଭାଙ୍ଗିଲା କରୋନା

ନୂଆଦିଲ୍ଲୀ, ୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ରବିବାର ଏହା ପୂର୍ବର ସମସ୍ତ ରେକର୍ଡ...

ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଲେ ସରକାର ଦେବେ ଖର୍ଚ୍ଚ

ଲକ୍ଷ୍ନୌ,୨୫।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କୌଣସି ଘରୋଇ କିମ୍ବା ସରକାରୀ ଡାକ୍ତରଖାନା...

Advertisement
Archives

Model This Week