Posted inଜାତୀୟ

ବାଲାକୋଟ ଏୟାର୍‌ଷ୍ଟ୍ରାଇକ୍‌ର ଭିଡିଓ ଜାରିକଲା ଆଇଏଏଫ୍‌: ‘ନିଜ ହେଲିକପ୍ଟର ଖସାଇବା ବଡ଼ ଭୁଲ୍‌’

ନୂଆଦିଲ୍ଲୀ, ୫ା୧୦(ପି.ଟି.): ଭାରତୀୟ ବାୟୁସେନା ପକ୍ଷରୁ କଶ୍ମୀରର ବଡ଼ଗାମ୍‌ଠାରେ ଗତ ଫେବୃୟାରୀ ୨୭ରେ ଏହାର ଏକ ଏମ୍‌ଆଇ-୧୭ ହେଲିକପ୍ଟରକୁ କ୍ଷେପଣାସ୍ତ୍ର ମାଡ଼କରି ଖସାଇ ଦିଆଯାଇଥିଲା। ବାୟୁସେନା ହେଲିକପ୍ଟରରେ ଥିବା ୬ ଯବାନଙ୍କ ସହ ୭ ନିହତ ହୋଇଥିଲେ। ଏହା ଏକ ବଡ଼ ଭୁଲ୍‌ ଥିଲା ବୋଲି ବାୟୁସେନା ମୁଖ୍ୟ ରାକେଶ କୁମାର ସିଂ ଭଦୌରିଆ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏନେଇ ଏକ ଭିଡିଓ କ୍ଲିପ୍‌ ଜାରି କରାଯାଇଛି। ପାକିସ୍ତାନର ବାଲାକୋଟରେ ଥିବା ଜୈଶ୍‌ ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଥିଲା। ଶତ୍ରୁପକ୍ଷର ହେଲିକପ୍ଟର ଭାବି ଭାରତୀୟ ବାୟୁସେନା ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି ଭୁଲ୍‌ ଲାଗି ଦୁଇ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ୪ ଅଧିକାରୀଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବାୟୁସେନା ମୁଖ୍ୟ କହିଛନ୍ତି। କୋର୍ଟ ଅଫ୍‌ ଇନକ୍ୱାରି ଶେଷ ହୋଇଥିବାବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯୋଗାଯୋଗରେ ତ୍ରୁଟି ଯୋଗୁ ଏଭଳି ଅଘଟଣ ଘଟିଥିଲା। ଆଗକୁ ସେଭଳି ନ ହେବା ଲାଗି ସତର୍କତା ଅବଲମ୍ବନ କରାଯିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ୧୧୪ କରୋନା ଯୋଦ୍ଧା ପଜିଟିଭ

ମୁମ୍ବାଇ,୧୦ ।୧: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ବେକାବୁ ହେବାରେ ଲାଗିଛି । ଏଠାରେ ଗୋଟିଏ ଦିନରେ ୪୪ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ...

ରବିବାର ‘ସ୍ବାମୀତ୍ୱ’ ଯୋଜନା ଆରମ୍ଭ କରିବେ ମୋଦି: ୭୬୩ ଗ୍ରାମର ହିତାଧିକାରୀ ହେବେ ଉପକୃତ

ନୂଆଦିଲ୍ଲୀ, ୧୦।୧୦: ଗ୍ରାମବାସୀଙ୍କ ଜମିର ମାଲିକାନା ସ୍ଥିତିିକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ସ୍ବାମୀତ୍ୱ’ ଯୋଜନାର ଶୁଭାରମ୍ଭ କରିବେ। ଯୋଜନା ଅନ୍ତର୍ଗତ...

ଘରେ ବସି ଭୋଟ ଦେଇପାରିବେ ୮୦ ବର୍ଷ ବୟସ୍କ ବ୍ୟକ୍ତି : ଇସି ଆରମ୍ଭ କଲେ ‘ଭୋଟ ଫର୍ମ ହୋମ୍‌’ ପ୍ରକ୍ରିୟା…

ବେଙ୍ଗାଲୁରୁ,୧୧।୩ : ନିର୍ବାଚନ ଆୟୋଗ ଶନିବାର କହିଛନ୍ତି ଯେ ଆଗାମୀ କର୍ନାଟକ ବିଧାନସଭା ନିର୍ବାଚନରେ ୮୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ...

ଅନ୍‌ଲକ୍‌-୪: ମେଟ୍ରୋ ଚାଲିବା-ବାର୍‌ ଖୋଲିବା ନେଇ ଚର୍ଚ୍ଚା !

ନୂଆଦିଲ୍ଲୀ, ୨୫।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସେପ୍ଟେମ୍ବର ୧ରୁ ଅନ୍‌ଲକ୍‌-୪ କାର୍ଯ୍ୟକାରୀ ହେବ। ଅନ୍‌ଲକ୍‌-୪ରେ ମେଟ୍ରୋ ଚଳାଚଳ ଏବଂ ବାର୍‌ ଖୋଲିବା...

ମୋଦି କରି ନାହାନ୍ତି ପ୍ରତିଶୋଧ ରାଜନୀତି: ଗୁଲାମ ନବୀ..

ନୂଆଦିଲ୍ଲୀ,୪।୪ : ରାଜ୍ୟସଭାର ପୂର୍ବତନ ଏମ୍‌ପି ତଥା ଡୋମୋକ୍ରାଟିକ୍‌ ଆଜାଦ ପାର୍ଟି ମୁଖ୍ୟ ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ...

ଶହୀଦ୍‌ ପୁଅଙ୍କ ମର ଶରୀରକୁ ସାଲ୍ୟୁଟ୍‌ କରି କଇଁ କଇଁ ହୋଇ କାନ୍ଦିଲେ ମା

ରାଞ୍ଚି,୨୨।୪: ଝାଡ଼ଖଣ୍ଡ ପଲାମୁ ନିବାସୀ ୨୩ ବର୍ଷ ବୟସ୍କ ଲ୍ୟୁଟ୍‌ନାଟ୍‌ ଅନୁରାଗ ଶୁକ୍ଳା ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ନିଜର ୩ ଜଣ ସାଥୀଙ୍କୁ ବଞ୍ଚାଇବା ପାଇଁ ଶହୀଦ୍‌...

ବାବୁଲ ସୁପ୍ରିଓଙ୍କୁ ମମତା ଦେଲେ ବଡ଼ ଦାୟିତ୍ୱ

କୋଲକାତା,୧୧।୭: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକ ବାବୁଲ ସୁପ୍ରିଓଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର କରାଯାଇଛି। ନୂଆ ଦାୟିତ୍ୱ ପାଇଁ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ...

ଟେଲିଭିଜନ ସିରିଜ୍ ଦେଖି ଗୁଜରାଟରେ ଗଢି ଉଠିଲା ବାଳିକା ପଞ୍ଚାୟତ

ଭୁଜ,୧୮ ।୭: ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘ବାଳିକା ବଧୂ’ରୁ ପ୍ରେରଣା ପାଇ ଗୁଜରାଟ କଚ୍ଛର ଏକ ପ୍ରଗତିଶୀଳ ଗାଁ ବାଳିକା ପଞ୍ଚାୟତ ମାଧ୍ୟମରେ ମହିଳାଙ୍କୁ ସଶକ୍ତ...

Advertisement
Archives

Model This Week