Posted inଜାତୀୟ

ବାର୍‌ କାଉନ୍‌ସିଲ ଗଲା ହିନ୍ଦୁ ମହାସଭା

ନୂଆଦିଲ୍ଲୀ,୧୮-୧୦(ପି.ଟି.):ଅଯୋଧ୍ୟା ମାମଲା ଶୁଣାଣିର ଶେଷଦିନରେ ରାମଙ୍କ ଜନ୍ମସ୍ଥାନ ରହିଥିବା ମ୍ୟାପ୍‌କୁ ଚିରିଦେଇଥିବା ମୁସ୍‌ଲିମ ପକ୍ଷ ଓକିଲ ରାଜୀବ ଧଓ୍ବନଙ୍କ ବିରୋଧରେ ହିନ୍ଦୁ ମହାସଭା ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ)ର ଦ୍ୱାରସ୍ଥ ହୋଇଛି। ରାଜୀବଙ୍କ ଏଭଳି କାର୍ଯ୍ୟକୁ ସଙ୍ଗଠନ ପକ୍ଷରୁ ଦୃଢ଼ନିନ୍ଦା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ବୁଧବାର ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ଜମି ବିବାଦ ମାମଲାର ବିଚାର ସରିଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ୪୦ ଦିନ ଧରି ଏହାର ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣିର ଶେଷଦିନରେ ହିନ୍ଦୁ ମହାସଭା ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ ରାମଙ୍କ ଜନ୍ମସ୍ଥାନ ଚିହ୍ନିତ ଏକ ମାନଚିତ୍ରକୁ ପ୍ରମାଣ ସ୍ବରୂପ ଅଦାଲତରେ ଦାଖଲ କରିଥିଲେ। ସୁନ୍ନି ଓ୍ବାକଫ୍‌ ବୋର୍ଡ ଓ ଅନ୍ୟ ମୁସ୍‌ଲିମ ପକ୍ଷଗୁଡ଼ିକର ଓକିଲ ରାଜୀବ ଧଓ୍ବନ ଉକ୍ତ ମ୍ୟାପ୍‌କୁ ଚିରି ଦେଇଥିଲେ। କୋର୍ଟରୁମ୍‌ ଭିତରେ ତାଙ୍କର ଏଭଳି ଆଚରଣକୁ ନେଇ ସମସ୍ତେ ଚକିତ ହୋଇଯାଇଥିଲେ। ଏପରି କାର୍ଯ୍ୟ ଚଳିବ ନାହିଁ ବୋଲି ସିଜେଆଇ ରଞ୍ଜନ ଗୋଗୋଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏନେଇ ଅଖିଳ ଭାରତ ହିନ୍ଦୁ ମହାସଭା (ଏଆଇଏଚ୍‌ଏମ୍‌) ଗୁରୁବାର ବିସିଆଇ ନିକଟକୁ ଏକ ପତ୍ର ଲେଖିଛି। ରାଜୀବ ଜଣେ ବରିଷ୍ଠ ଆଇନଜୀବୀ ହୋଇ ଅଦାଲତ ଭିତରେ ମ୍ୟାପ୍‌କୁ ଚିରିଦେବା ଅତ୍ୟନ୍ତ ନିନ୍ଦନୀୟ। ତାଙ୍କ ବିରୋଧରେ ଆଇନାନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏଆଇଏଚ୍‌ଏମ୍‌ ମୁଖପାତ୍ର ପ୍ରମୋଦ ପଣ୍ଡିତ ଜୋଷୀ ଏଥିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ବଗିଚାରୁ ମିଳିଲା ଗର୍ଭବତୀ ପ୍ରେମିକାଙ୍କ ମୃତଦେହ, ୨ ପ୍ରେମିକ ଗିରଫ

କାନପୁର,୧୭।୮: ଉତ୍ତରପ୍ରଦେଶ କାନପୁରର ଘଟମପୁରରେ ଜଣେ ଗର୍ଭବତୀ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଏକ ଆମ୍ବ ବଗିଚାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ପରିବାର ଯୁବତୀଙ୍କ…

ତେଜୁଛି ବନ୍ୟା ରାଜନୀତି; ‘ଇନ୍ଦ୍ରଙ୍କ ସହ କଥା ହେଉଥିଲେ କି ନବୀନ’, ପଚାରିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର,୧୭ା୮: ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା ସାଙ୍ଗକୁ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ସହରାଞ୍ଚଳରେ କୃତ୍ରିମ…

ବକେୟା ବିଲ୍ ପୈଠ କଲାନି ପଞ୍ଚାୟତ; ବିଦ୍ୟୁତ କାଟିଲା ବିଭାଗ, ରାଶନ ହିତାଧିକାରୀ ହନ୍ତସନ୍ତ

ମୋହନା,୧୭ା୮( ମନ୍ମଥ ମିଶ୍ର ): ବିଦ୍ୟୁତ ବକେୟା ପାଇଁ ପଞ୍ଚାୟତର ବିଦ୍ୟୁତ ସଂଯୋଗ କାଟିଲା ବିଦ୍ୟୁତ ବିଭାଗ । ଆଉ ବିଦ୍ୟୁତ ନଥିବାରୁ ଠପ୍‌ ହୋଇଗଲା ରାଶନ…

ବିପଦ ସଂକେତ ଟପିଲା ବୈତରଣୀ, ଲୋକେ ଭୟଭୀତ

ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ରବିବାର ସାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଟଣା ମୁଖ୍ୟାଳୟ…

ହର୍ନ ବଜାଇ ଶୋଇଥିବା ଧଳା ଭାଲୁକୁ ଉଠାଇବାରୁ ଗଣିଲେ ମୋଟା ଅଙ୍କର ଜରିମାନା, ଅଭିଯୁକ୍ତ ଦୋଷ ସ୍ବୀକାର କରିବା ସହ…

ଓସ୍‌ଲୋ,୧୭ା୮: ଉତ୍ତର ମେରୁ ଠାରୁ ପ୍ରାୟ ୬୨୦ ମାଇଲ (୧,୦୦୦ କିଲୋମିଟର) ଦୂରରେ ଅବସ୍ଥିତ ନରୱେର ସୁଦୂର ଦ୍ୱୀପପୁଞ୍ଜ ‘ସ୍ବାଲବାର୍ଡ’ ଉପକୂଳରେ ଜାହାଜର ବିକଟାଳ ଫଗ୍‌ହର୍ନ ବଜାଇ…

ପ୍ରେମିକାଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି କୁଆଡେ ଗଲେ ପ୍ରେମିକ? ଲିଭ ଇନ ରିଲେଶନର କରୁଣ ଚିତ୍ର…

ହାଇଦ୍ରାବାଦ,୧୭।୮: ୧୬ ଅଗଷ୍ଟ ରାତିରେ, ହାଇଦ୍ରାବାଦର ବାଲାପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଶାହିନ ନଗରର ବିସମିଲ୍ଲାହ କଲୋନି ଅଞ୍ଚଳରେ ଜଣେ ୨୧ ବର୍ଷୀୟା ମହିଳାଙ୍କୁ ତାଙ୍କ…

ସ୍ବେରେଜ କାମବେଳେ ମିଳିଲା ୯ ମିଲିୟନ ୟୁରୋର ଗୁପ୍ତଧନ

ବ୍ରସେଲ୍ସ,୧୭।୮: ବେଲଜିୟମ୍‌ରେ ଶ୍ରମିକମାନେ ଏକ ସ୍ବେରେଜ ଲାଇନ୍‌ ଖୋଳୁଥିବା ସମୟରେ ବିପୁଳ ପରିମାଣର ସୁନା ବିସ୍କୁଟ ଏବଂ ଦୁର୍ଲଭ ମୁଦ୍ରା ପାଇଛନ୍ତି। ବ୍ରସେଲ୍ସଠାରୁ ପ୍ରାୟ ୩୦ କିଲୋମିଟର…

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri