Posted inଜାତୀୟ

ବାର୍‌ କାଉନ୍‌ସିଲ ଗଲା ହିନ୍ଦୁ ମହାସଭା

ନୂଆଦିଲ୍ଲୀ,୧୮-୧୦(ପି.ଟି.):ଅଯୋଧ୍ୟା ମାମଲା ଶୁଣାଣିର ଶେଷଦିନରେ ରାମଙ୍କ ଜନ୍ମସ୍ଥାନ ରହିଥିବା ମ୍ୟାପ୍‌କୁ ଚିରିଦେଇଥିବା ମୁସ୍‌ଲିମ ପକ୍ଷ ଓକିଲ ରାଜୀବ ଧଓ୍ବନଙ୍କ ବିରୋଧରେ ହିନ୍ଦୁ ମହାସଭା ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ)ର ଦ୍ୱାରସ୍ଥ ହୋଇଛି। ରାଜୀବଙ୍କ ଏଭଳି କାର୍ଯ୍ୟକୁ ସଙ୍ଗଠନ ପକ୍ଷରୁ ଦୃଢ଼ନିନ୍ଦା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ବୁଧବାର ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ଜମି ବିବାଦ ମାମଲାର ବିଚାର ସରିଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ୪୦ ଦିନ ଧରି ଏହାର ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣିର ଶେଷଦିନରେ ହିନ୍ଦୁ ମହାସଭା ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ ରାମଙ୍କ ଜନ୍ମସ୍ଥାନ ଚିହ୍ନିତ ଏକ ମାନଚିତ୍ରକୁ ପ୍ରମାଣ ସ୍ବରୂପ ଅଦାଲତରେ ଦାଖଲ କରିଥିଲେ। ସୁନ୍ନି ଓ୍ବାକଫ୍‌ ବୋର୍ଡ ଓ ଅନ୍ୟ ମୁସ୍‌ଲିମ ପକ୍ଷଗୁଡ଼ିକର ଓକିଲ ରାଜୀବ ଧଓ୍ବନ ଉକ୍ତ ମ୍ୟାପ୍‌କୁ ଚିରି ଦେଇଥିଲେ। କୋର୍ଟରୁମ୍‌ ଭିତରେ ତାଙ୍କର ଏଭଳି ଆଚରଣକୁ ନେଇ ସମସ୍ତେ ଚକିତ ହୋଇଯାଇଥିଲେ। ଏପରି କାର୍ଯ୍ୟ ଚଳିବ ନାହିଁ ବୋଲି ସିଜେଆଇ ରଞ୍ଜନ ଗୋଗୋଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏନେଇ ଅଖିଳ ଭାରତ ହିନ୍ଦୁ ମହାସଭା (ଏଆଇଏଚ୍‌ଏମ୍‌) ଗୁରୁବାର ବିସିଆଇ ନିକଟକୁ ଏକ ପତ୍ର ଲେଖିଛି। ରାଜୀବ ଜଣେ ବରିଷ୍ଠ ଆଇନଜୀବୀ ହୋଇ ଅଦାଲତ ଭିତରେ ମ୍ୟାପ୍‌କୁ ଚିରିଦେବା ଅତ୍ୟନ୍ତ ନିନ୍ଦନୀୟ। ତାଙ୍କ ବିରୋଧରେ ଆଇନାନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏଆଇଏଚ୍‌ଏମ୍‌ ମୁଖପାତ୍ର ପ୍ରମୋଦ ପଣ୍ଡିତ ଜୋଷୀ ଏଥିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତାଫା ଦେଇପାରନ୍ତି କମଲନାଥ

ଭୋପାଳ,୨୦।୩: ମଧ୍ୟପ୍ରଦେଶରେ ଚାଲିଥିବା ହାଇଭୋଲଟେଜ୍‌ ଡ୍ରାମା କେତେବେଳେ କେଉଁ ରୂପରେଖ ନେବ ସେନେଇ ସମସ୍ତଙ୍କ ନଜର ରହିଛି। ଶୁକ୍ରବାର ସୁପ୍ରିମକୋର୍ଟ ସନ୍ଧ୍ୟା ୫ଟା ସୁଦ୍ଧା ଫ୍ଲୋର...

ଆତଙ୍କ ଦ୍ୱାରା ବିଶ୍ୱାସକୁ ଭାଙ୍ଗି ଦିଆଯାଇ ନ ପାରେ: ମୋଦି

ଅହମଦାବାଦ,୨୦ ।୮: ଗୁଜରାଟର ଐତିହାସିକ ସୋମନାଥ ମନ୍ଦିରକୁ ବଡ ଉପହାର ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମନ୍ଦିରରେ ଅନେକ ଗୁଡିଏ ଯୋଜନାର ଶୁଭାରମ୍ଭ...

ଟ୍ରମ୍ପଙ୍କ ଭାରତ ଗସ୍ତ: ୩ ଘଣ୍ଟା ପାଇଁ ଖର୍ଚ୍ଚ ହେବ ଶହେ କୋଟି ଟଙ୍କା!

ନୂଆଦିଲ୍ଲୀ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଫେବୃୟାରୀ ୨୪-୨୫ରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ସମୟରେ ଟ୍ରମ୍ପ ଦମ୍ପତି...

୪ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ଇତିହାସ ରଚିଲା ଭାରତ, ୧୦୦ କୋଟି ଟପିଲା ଟିକାକରଣ…

ନୂଆଦିଲ୍ଲୀ,୨୧।୧୦: ଭାରତ ଟିକାକରଣରେ ନୂଆ ଇତିହାସ ରଚିଛି। ଦେଶରେ ଇତିମଧ୍ୟରେ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ୟ ଗୁରୁବାର...

କେନ୍ଦ୍ରରେ ସରକାର ଗଢ଼ିବ ଭାଜପା: ନିଜ ଟୁଇଟର୍‌ ପୃଷ୍ଠାରୁ ‘ଚୌକିଦାର’ ଶବ୍ଦ ହଟାଇଲେ ମୋଦି

ନୂଆଦିଲ୍ଲୀ,୨୩।୫: ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ବୃହତ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିର୍ବାଚନ ରଣନୀତି ଯୋଗୁ ଭାଜପା...

ବ୍ୟକ୍ତିଗତ ଅଧିକାର-ସ୍ବାଧୀନତାକୁ ସମର୍ଥନ କରଥାନ୍ତି ଭାରତୀୟ କୋର୍ଟ…

ନୂଆଦିଲ୍ଲୀ,୨୩।୧୦: ଭାରତୀୟ କୋର୍ଟଗୁଡ଼ିକ ବ୍ୟକ୍ତିଗତ ଅଧିକାର ଏବଂ ସ୍ବାଧୀନତାକୁ ସମର୍ଥନ କରଥାନ୍ତି। ଯେତେବେଳେ ବ୍ୟକ୍ତି କିମ୍ବା ସମାଜ ସଙ୍କଟରେ ପଡ଼ିଥାନ୍ତି, ସେତେବେଳେ ସେମାନଙ୍କ ସହାୟତା ପାଇଁ...

ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ନେଇ ଯୋଗୀ ସରକାରଙ୍କୁ ଧମକ: ତୁମେ ଓଲଟାଅ କାର୍‌ ଆମେ ଓଲଟାଇବୁୁ ସରକାର

ଲକ୍ଷ୍ନୌ, ୧୪।୭: ଉତ୍ତରପ୍ରଦେଶରେ ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଏକ ଗୋଷ୍ଠୀ ଧମକ ଦେବାରେ ଲାଗିଛନ୍ତି। ରାଜ୍ୟରେ...

Advertisement
Archives

Model This Week