ବାର୍‌କୋଟରୁ କଲରାପତରିଆ ବାଘଛାଲ ଜବତ ଘଟଣା: ର଼୍ୟାକେଟର ଆଉ ୪ଜଣଙ୍କୁ ଗିରଫ କଲା ଏସ୍‌ଟିଏଫ୍‌

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ଦେବଗଡ଼ ଜିଲା ବାର୍‌କୋଟ ଅଞ୍ଚଳରେ କଲରାପତରିଆ ବାଘଛାଲ ଚୋରା ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଉ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌)। ସେମାନେ ହେଲେ କେନ୍ଦୁଝର ଜିଲା ନୟାକୋଟ ଅଞ୍ଚଳର କାଳୀୟ ଚରଣ ଦାସ(୫୬), ଭାସ୍କର ଓରଫ ଭାଗୀରଥି ନାୟକ(୪୦) ପଣ୍ଡିତ ଓରଫ ପୀତାମ୍ବର ଖଟେଇ (୪୦) ଏବଂ ସୁନ୍ଦରଗଡ ଜିଲା ବଣେଇ ଥାନା ଅଞ୍ଚଳର ନେତ୍ର ଓରଫ ନେତ୍ରାନନ୍ଦ କିଶାନ(୨୨)। ପୂର୍ବରୁ ଏହି ଘଟଣାରେ ଗତ ୨୦ ତାରିଖରେ ସୁନ୍ଦରଗଡ଼ ଜିଲାର ସଚ୍ଚିକାନ୍ତ ନାୟକ, ଦେବଗଡ଼ ଜିଲାର ଜଗନସନ ବେହେରା ଓ ରମଣୀସେନ ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଅଧିକ ତଥ୍ୟ ପାଇଁ ପରେ ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରିଥିଲା ଏସ୍‌ଟିଏଫ୍‌ ଟିମ୍‌। ସେମାନଙ୍କଠାରୁ ମିଳିଥିବା ତଥ୍ୟ ଭିତ୍ତିରେ ଉକ୍ତ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ଗୁରୁବାର ଆଉ ୪ଜଣଙ୍କୁ ଗିରଫ କରିଛି। ଏମାନଙ୍କୁ ଶୁକ୍ରବାର ଦେବଗଡ଼ ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଏସ୍‌ଟିଏଫ୍‌ ସୂଚନା ଅନୁଯାୟୀ, ଭାଗୀରଥି ଓ ପୀତାମ୍ବର କଲରାପତରିଆ ବାଘଛାଲ ଯୋଗାଡ଼ କରି କାଳୀୟ ଚରଣଙ୍କୁ ଦେଇଥିଲେ। ନେତ୍ରାନନ୍ଦ ଏହି କାରବାରରେ ମୁଖ୍ୟ ମଧ୍ୟସ୍ଥ ସାଜିଥିଲେ। କାଳୀୟ ଚରଣଙ୍କଠାରୁ ନେତ୍ରାନନ୍ଦ ବାଘଛାଲ ଆଣି ସଚ୍ଚିକାନ୍ତ, ଜଗନସନ ଓ ରମଣୀସେନଙ୍କ ନିକଟରେ ବିକ୍ରି କରିବା ଲାଗି ପହଞ୍ଚାଇଥିଲେ। ଏ ନେଇ କେସ୍‌ ନଂ. ୮/୧୯ ରୁଜୁ କରାଯିବା ସହ ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଜେରା କରାଯାଇଥିଲା। ଘଟଣାରେ ଏକ ର଼୍ୟାକେଟ ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୬: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ…

NEET ମାମଲାରେ ଟେଲିଗ୍ରାମ ବନାମ ସରକାର: ସରକାର ହ୍ବାଟସଆପ-ଫେସବୁକକୁ ଛାଡି କେବଳ ଟେଲିଗ୍ରାମକୁ କାହିଁକି ବ୍ୟାନ କଲେ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୧୮।୬: NEET ପେପର୍‌ ଲିକ ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭାରତ ସରକାର ବୁଧବାର ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ୨୨…

୨୦୨୭ ଆଇପିଏଲ୍‌ ଆଗୁଆ ହୋଇପାରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮ା୬- ମେ’ ମାସର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ଲାଗି ବିସିସିଆଇ ଆଇପିଏଲ୍‌କୁ ଆଗୁଆ କରିବାକୁ ଯୋଜନା ଚଳାଇଛି। ଆସନ୍ତା ବର୍ଷଠାରୁ ପରବର୍ତ୍ତୀ ସଂସ୍କରଣ ଲାଗି ମାର୍ଚ୍ଚ…

୯ମ ଶ୍ରେଣୀ ଛାତ୍ରୀଙ୍କୁ ବେଙ୍ଗାଲୁରୁ ନେଇ ଅପହରଣ ପରେ ବଳାତ୍କାର: ୨ ବର୍ଷ ପରେ ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି, ୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର କରିବା ଘଟଣାରେ ପୋଲିସକୁ ଏକ ବଡ଼…

ମ୍ୟାଚ୍‌ ପୂର୍ବରୁ ଟ୍ରେନିଂ କ୍ୟାମ୍ପ ପାଖରେ ଖସିଲା ଡ୍ରୋନ

ଗୁଆଡାଲାଜାରା,୧୮ା୬: ମେକ୍ସିକୋ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ କୋରିଆର ଜାତୀୟ ଫୁଟବଲ ଦଳର ଟ୍ରେନିଂ କ୍ୟାମ୍ପ ପାଖରେ ଗୁରୁବାର ଉଡ଼ୁଥିବା ଏକ ଡ୍ରୋନକୁ ମେକ୍ସିକାନ ସାମରିକ ବାହିନୀ…

ଭାଜପାରେ ଯୋଗଦେବେ ହେମନ୍ତ ସୋରେନ! NDA ବିଧାୟକ ଦେଲେ ବଡ଼ ଅଫର

ରାଞ୍ଚି,୧୮।୬: ଝାଡ଼ଖଣ୍ଡରେ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ପରେ, ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ପରିମଳ ନାଥୱାନୀ ବିଜୟୀ ହୋଇଥିଲେ। କଂଗ୍ରେସକୁ ଝଟକା ଲାଗିଥିଲା କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri