ବାରିମୂଳ ଆଶ୍ରମରେ ଇଡିର ନୋଟିସ, ଜବତ ଜମିରେ ସର୍ବସାଧାରଣଙ୍କ ଯାତାୟାତ ମନା

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୮।୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ବାରିମୂଳ ଆଶ୍ରମ ମୁଖ୍ୟ ସାରଥି ଓରଫ ସନ୍ତୋଷ ରାଉଳ ଗତ ୨୫ ତାରିଖରେ ଜେଲରୁ ସର୍ତ୍ତମୂଳକ ଜାମିନ୍‌ରେ ମୁକୁଳିଛନ୍ତି। ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତତ୍ପର ହୋଇଉଠିଛି ା ୨୦୧୭ ସେପ୍ଟେମ୍ବର ୧ ରେ ଇଡି ପକ୍ଷରୁ ବାରିମୂଳ ମୌଜାରେ ସାରଥିଙ୍କ ୩ ଏକର ୪୨ ଡିସିମିଲ ଜମି ଜବତ କରାଯାଇଥିଲା। ଏନେଇ ସେତେବେଳେ ମାମଲା (ଓସି ନଂ. ୭୨୮/ ୧୭)ରୁଜୁ କରାଯାଇଥିଲା। ଶନିବାର ଜବତ ହୋଇଥିବା ଏହି ସବୁ ଜମି ଉପରେ ଇଡି ପକ୍ଷରୁ ସର୍ବସାଧାରଣଙ୍କ ଯାତାୟାତ ବାରଣ କରାଯାଇଛି। ଇଡିର ଏକ ୩ ଜଣିଆ ଟିମ୍‌ ଦିନ ୧୨ଟା ୪୫ରେ ବାରିମୂଳ ଆଶ୍ରମରେ ପହଞ୍ଚତ୍ଥିଲା। ଇଡିର ସହ ନିର୍ଦ୍ଦେଶକ ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ଟିମ୍‌ ଆସି ଆଶ୍ରମର ମୁଖ୍ୟ ଦ୍ୱାର ନିକଟରେ ଏକ ନୋଟିସ ବୋର୍ଡ ଲଗାଇଥିଲେ। ଏ ସମ୍ପର୍କରେ ମିଶ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ, ବିଭାଗର ପକ୍ଷରୁ ଏହି ନୋଟିସ ବୋର୍ଡ ଲଗାଯାଇଛି ା ବାରିମୂଳ ମୌଜାର ୨୬ ପ୍ଲଟ ଏଥିରେ ସାମିଲ କରାଯାଇଛି ା ବିଭାଗର ଜବତ ତାଲିକାରେ ଏହି ଜମିର ମାଲିକ ସନ୍ତୋଷ କୁମାର ରାଉଳ, ଶ୍ରୀମଦ ସାରଥି, ସତ୍ୟମ ଚାରିଟେବୁଲ ଟ୍ରଷ୍ଟ, ସତ୍ୟମ ଶେଖର ରାଉଳ, ପ୍ରବୀଣ କୁମାର ରାଉଳ ଓ ବିଚିତ୍ରାନନ୍ଦ ଭୂୟଁା ରହିଛନ୍ତିି ା ମାମଲା ନ ସରିବା ପର୍ଯ୍ୟନ୍ତ ଏହି ଜମିକୁ କେହି ଅଧିକାରକୁ ନେଇ ପାରିବେ ନାହିଁ ଅଥବା ହସ୍ତାନ୍ତର କରାଯାଇ ପାରିବ ନାହିଁ ବୋଲି ନୋଟିସ୍‌ରେ ଦର୍ଶାଯାଇଛି। ଏନେଇ ସମ୍ପୃକ୍ତ ତହସିଲଦାରଙ୍କୁ ଜଣାଇ ଦିଆଯାଇଛି ବୋଲି ମିଶ୍ର କହିଛନ୍ତି ା ସେକ୍ସନ୍‌ ୮(୪) ଅନୁଯାୟୀ, ଏଥିରେ ଖିଲାପକଲେ ଦଣ୍ଡିତ ହେବେ ବୋଲି ନୋଟିସ୍‌ ବୋର୍ଡରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri