ବାରବାଟୀ-କଟକ ନିର୍ବାଚନୀ ମାମଲା: ପିଟିଶନ ଖାରଜ କରିବାକୁ ଯୁକ୍ତି

କଟକ ଅଫିସ,୧୯।୧୨ : ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି। ତେଣୁ ତାଙ୍କ ସଭ୍ୟପଦକୁ ରଦ୍ଦ କରିବା ପାଇଁ ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ବୁଧବାର ଉକ୍ତ ମାମଲାର ଶୁଣାଣି ଜଷ୍ଟିସ ସଙ୍ଗମ ସାହୁଙ୍କ କୋର୍ଟରେ ହୋଇଥିଲା। ବିଧାୟକ ମୋକିମଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ ବିଦ୍ୟାଧର ମିଶ୍ର ସାମନ୍ତରାୟଙ୍କ ପିଟିଶନକୁ ଖାରଜ କରିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ। ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୪ ତାରିଖକୁ ଦିନଧାର୍ଯ୍ୟ କରାଯାଇଛି।
ସୂଚନାଥାଉ କି, ନିର୍ବାଚନୀ ସତ୍ୟପାଠରେ ବିଧାୟକ ମୋକିମ ନିଜ ବିରୋଧରେ ଥିବା ଫୌଜଦାରି ମାମଲାଗୁଡ଼ିକୁ ଉଲ୍ଲେଖ କରିନାହାନ୍ତି। ଏପରି କି ନିଜର ସମ୍ପତ୍ତି ତାଲିକା ସମ୍ପର୍କରେ ସେ ସବିଶେଷ ତଥ୍ୟ ଦେଇ ନ ଥିବା ନେଇ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସାମନ୍ତରାୟଙ୍କ ପକ୍ଷରୁ ଆଡଭୋକେଟ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂତକୋଠି ପାଲଟିଛି ଛାତ୍ରାବାସ

ନୂଆପଡ଼ା ଅଫିସ, ୧୬।୬ – ନୂଆପଡା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟରେ ଚକୋଟିଆ ଭୁଞ୍ଜିଆ ନାମକ ଆଦିମ ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରନ୍ତି।...

କିନ୍ନରଙ୍କ ସହ ସ୍ବାମୀଙ୍କୁ ବିବାହ କରାଇଲେ ସ୍ତ୍ରୀ

ଭବାନୀପାଟଣା/ନର୍ଲା,୧୩।୯(ସ୍ବ.ପ୍ର./ଡି.ଏନ୍‌.ଏ.):ମନ ସହ ମନର ମିଳନ ହିଁ ପ୍ରକୃତ ପ୍ରେମ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲାର ନର୍ଲା ବ୍ଲକ ଅଧୀନ ଧୁରୁକୁଟି ଗ୍ରାମରେ।...

ବିଧାନସଭା ପରିଚାଳନା ପାଇଁ ଗଠନ ହେଲା ୭ ଜଣିଆ ଅଧିଷ୍ଠାତା ମଣ୍ଡଳୀ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ବିଧାନସଭା ପରିଚାଳନା ପାଇଁ ୭ ଜଣିଆ ଅଧିଷ୍ଠାତା ମଣ୍ଡଳୀ ଗଠନ କରାଯାଇଛି। ମଙ୍ଗଳବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଧିଷ୍ଠାତା ମଣ୍ଡଳୀଙ୍କ ନାମ ଘୋଷଣା କରିଛନ୍ତି।...

୨.୫ କିଲୋ ଗଞ୍ଜେଇ ସହ ବାଇକ୍‌ ଜବତ

ସଜନାଗଡ଼,୧୦।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ କାଂଶ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ନୀଳଗିରି ପୋଲିସ୍‌ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି।...

୩୦ବର୍ଷରୁ ଊର୍ଦ୍ଧ୍ୱ ଅପୂଜା ଥିଲେ ଅଲାରନାଥ

ବ୍ରହ୍ମଗିରି,୭ା୬(ଡି.ଏନ୍‌.ଏ.): କରୋନା ଲାଗି ମହାପ୍ରଭୁ ଅଲାରନାଥଙ୍କ ମନ୍ଦିରରେ ୧୪୪ ଧାରା ଜାରି ରହିଛି। ଆସନ୍ତା ୨୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଫଳରେ...

ଡିସେମ୍ବର ୧ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ପହିଲାରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ...

ଗଦଗଦିରେ ଯୁଦ୍ଧବିମାନ

ପାଟଣା,୧୪ ।୮(ସ୍ବ. ପ୍ର.): ଏକାଧିକ ଯୁଦ୍ଧ ଅପରେଶନରେ ସାମିଲ ଥିବା ଭାରତୀୟ ବାୟୁସେନାର ଏକ ସେବାନିବୃତ୍ତ ବିମାନ ମିଗ୍‌-୨୩ ୟୁବିକୁ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ...

ଟ୍ୟାପ୍‌ରୁ ମିଳିବ ଶୁଦ୍ଧ ପାଣି

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱର ଓ ପୁରୀରେ ଟ୍ୟାପ୍‌ରୁ ପାନୀୟ ଜଳ ମିଶନ ‘ସୁଜଳ’ ଲୋକାର୍ପିତ କରିଛନ୍ତି। ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡ଼ିଶା...

Advertisement
Archives

Model This Week