ବାରଣ୍ଡାରେ ଚାଲିଛି ପାଠପଢ଼ା

ହାଟଡ଼ିହୀ, ୩୧।୭ (ଡି.ଏନ.ଏ.)-ସରକାର ଅଙ୍ଗନୱାଡ଼ି ପାଇଁ ଯୋଜନାମାନ କରି ସ୍ବାସ୍ଥ୍ୟ ପରିବେଶ ଓ ଉନ୍ନତ ମାନର ଗୃହ ପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି । ପ୍ରଶାସନର ଅବହେଳା ପାଇଁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବହୁ ଅଙ୍ଗନୱାଡ଼ିର ଗୃହ ନ ଥିବାରୁ ବାରଣ୍ଡା ଓ ଅସ୍ବାସ୍ଥ୍ୟକର ପରିବେଶରେ କେନ୍ଦ୍ର ଗୁଡ଼ିକ ଚାଲିଛି। ଯାହାଫଳରେ ସରକାରଙ୍କ ଯୋଜନା ବାଟବଣା ହୋଇଛି।
ଏଭଳି ଆଦିବାସୀ ବହୁଳ ଜଡ଼ାବାଙ୍କ ଅଙ୍ଗନୱାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳ ଡିଏମଏଫ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପରେ ଏହାର ସୁଧାର ଆସିବ ବୋଲି ଏ ଅଞ୍ଚଳର ଲୋକମାନେ ଭାବିଥିଲେ । କିନ୍ତୁ ଡିଏମଏଫ ଯୋଜନାର ଅର୍ଥ ଠିକ କାମରେ ଲାଗୁ ନ ଥିବା ଏଥିରୁ ଅନୁମେୟ । ଉକ୍ତ ଅଙ୍ଗନୱାଡ଼ିରେ ୪୫ ଛାତ୍ରୀଛାତ୍ର ଶିକ୍ଷାଦାନ କରୁଛନ୍ତି । କିଛିଦିନ ଅଙ୍ଗନୱାଡ଼ି କର୍ମୀଙ୍କ ଘର ବାରଣ୍ଡାରେ ଦୟନୀୟ ଅବସ୍ଥାରେ ଚାଲୁଥିବା ବେଳେ ଏବେ ଅସୁରକ୍ଷିତ ଆଜବେଷ୍ଟ ବିଦ୍ୟାଳୟ ଶ୍ରେଣୀଗୃହ ବାରଣ୍ଡାରେ ଶିକ୍ଷାଦାନ ଚାଲିଛି । ଉକ୍ତ ଘରଟିର କାନ୍ଥ ଓ ଘରର କାଠ ଭାଙ୍ଗି ଯାଇଛି । ସେହି ଅସୁରକ୍ଷିତ ଗୃହ ବାରଣ୍ଡାରେ କୋମଳମତୀ ଶିଶୁଙ୍କୁ ବସାଇ କାମଚଳା ଶିକ୍ଷାଦାନ ଚାଲିଛି । ମେଘ ହେଲେ କୋମଳମତୀ ଛାତ୍ରୀଛାତ୍ର ମାନେ ଚଟେଇ ଓ ପଟିକୁ ଧରିବା ସହିତ ବହି ସ୍ଲେଟକୁ ଧରି ଠିଆହୋଇ ରହିଥାନ୍ତି । ସୂଚନାରୁ ଜଣାଯାଇଛି ଯେ ୨୧୯ଟି ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୧୦୯ଟି କେନ୍ଦ୍ରର ନିଜସ୍ବ ଗୃହ ଅଛି । ୧୧୦ ଟି କେନ୍ଦ୍ରର ଗୃହ ନାହିଁ । ଏଥିମଧ୍ୟରୁ ୬୪ଟି କେନ୍ଦ୍ର ବିଭିନ୍ନ ବିଦ୍ୟାଳୟର ଶ୍ରେଣୀଗୃହ ଓ ବାରଣ୍ଡାରେ ଚାଲୁଛି। ୫ଟି କେନ୍ଦ୍ର ଅଙ୍ଗନୱାଡି ହେଲପରଙ୍କ ଘରେ ଚାଲିଛି । ୨୭ଟି କେନ୍ଦ୍ର ଅଙ୍ଗନୱାଡ଼ି କର୍ମୀଙ୍କ ଘରେ ଚାଲିଛି । ୧୪ ଟି କେନ୍ଦ୍ର ଅନ୍ୟାନ୍ୟ ସ୍ଥାନରେ ଚାଲିଛି । ଆଉ କେତେକ କେନ୍ଦ୍ର ଗଛମୂଳେ ଚାଲୁଥିବା ନଜରକୁ ଆସିଛି । ଘର ନ ଥିବାରୁ ପାନୀୟ ଜଳରେ ମଧ୍ୟ ସମସ୍ୟା ଦେଖାଦେଇଛି। ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବା ସହିତ ନୂତନ ଗୃହ ଯୋଗାଇଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗଦୀଶ, ଜୟନ୍ତ ପାଇବେ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’

ଭୁବନେଶ୍ୱର, ୭।୯ (ବ୍ୟୁରୋ): ଇମ୍ଫା ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ୨୦୨୧ ମସିହା ପାଇଁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ଘୋଷଣା ହୋଇଛି। କଳା କ୍ଷେତ୍ରରେ ଜୀବନବ୍ୟାପୀ...

ନୂଆ ଓଡ଼ିଆ ଚ୍ୟାନେଲ ‘ଷ୍ଟାର୍‌ କିରଣ’ର ଶୁଭାରମ୍ଭ

ଭୁବନେଶ୍ୱର,୨୦।୫: ଦେଶର ପ୍ରମୁଖ ଟିଭି ନେଟ୍‌ୱର୍କ ଡିଜ୍‌ନୀ ଷ୍ଟାର୍‌ ପକ୍ଷରୁ ରାଜ୍ୟରେ ଏକ ଉସତ୍ର୍ଗୀକୃତ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ‘ଷ୍ଟାର୍‌ କିରଣ’ର ଶୁଭାରମ୍ଭ ହୋଇଯାଇଛି। ଏହାର...

ରୋଗ ଯନ୍ତ୍ରଣା ସହି ନ ପାରି ଜୀବନ ହାରିଲେ ମହିଳା

ପାଟଣା,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଜିଆଣି ସାହିରେ ଜଣେ ୩୫ ବର୍ଷୀୟା ମହିଳା ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ହେଉଛନ୍ତି ସଞ୍ଜୟ...

ବ୍ୟବହାର ହୋଇପାରୁନି ସ୍କୁଲ ଶୌଚାଳୟ

ଗୋପାଳପୁର,୧୫।୨(ଡି.ଏନ.ଏ.):ରାଜ୍ୟ ସରକାର ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ପ୍ରତି ବିଦ୍ୟାଳୟରେ ଶୌଚାଳୟ କରାଯିବାକୁ ଗୁରୁତ୍ୱ ଦିଆଯାଇଛି। ତେବେ ଶିକ୍ଷୟିତ୍ରୀ...

ପାଟନାଗଡ଼ ବିଧାୟକ, ନିର୍ବାହୀଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ ଦାବି: ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ଭବାନୀପାଟଣା,୮।୬(ଡ.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟନାଗଡ଼ ନବନିର୍ବାଚିତ ବିଧାୟକ ସରୋଜ ମେହେର ଆଦିବାସୀ ସମ୍ପ୍ରଦାୟର ଜନୈକ କନିଷ୍ଠ ଯନ୍ତ୍ରୀଙ୍କୁ ବେଆଇନ ଭାବେ ସର୍ବସାଧାରଣରେ ଉଠ୍‌ବସ୍‌ କରାଇବା ଓ...

CORONAVIRUS UPDATE: ରାଜ୍ୟରେ ପୁଣି ୧୩୬ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬ରେ ପହଞ୍ଚିଲା

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ଗୁରୁବାର ରାଜ୍ୟରେ ଆଉ ୧୩୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮୬ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ପରୀକ୍ଷାମୂଳକ ଭାବେ ମହିପୁରକୁ ଗଡ଼ିଲା ରେଳଇଞ୍ଜିନ, ଖୁବ୍‌ଶୀଘ୍ର ଗଡ଼ିବ ଟ୍ରେନ୍‌

ନୟାଗଡ଼ ଅଫିସ,୨୦ା୭- ନୟାଗଡ଼ ଟାଉନ ଷ୍ଟେଶନରୁ ନୂଆଗାଁ ବ୍ଳକ ମହିପୁର ପର୍ଯ୍ୟନ୍ତ ୧୨ କିମି  ପରୀକ୍ଷାମୂଳକ ଭାବେ ଶନିବାର ରେଳ ଇଞ୍ଜିନ ଗଡ଼ିଛି। ରେଳ ବିଭାଗର...

ବେଳାଭୂମିରେ ବୁଲିବ ଡୋଜର

ବାଲେଶ୍ୱର ଅଫିସ, ୧୬।୯:ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ଜବରଦଖଲ କରିଥିବା ଉଠାଦୋକାନୀଙ୍କୁ ନିଜ ତରଫରୁ ଉଠିଯିବା ଲାଗି ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଥିଲା। ଗତ ବୁଧବାର ପର୍ଯ୍ୟନ୍ତ...

Advertisement
Archives

Model This Week