Posted inଜାତୀୟ

ବାବ୍ରି ମସଜିଦ୍‌ ମାମଲା: କଲ୍ୟାଣ ସିଂଙ୍କୁ ମିଳିଲା ଜାମିନ

ଲକ୍ଷ୍ନୌ,୨୭।୯:ବାବ୍ରି ମସଜିଦ୍‌ ଭଙ୍ଗା ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା କଲ୍ୟାଣ ସିଂଙ୍କୁ ଜାମିନ ମିଳିଛି। ଏହି ମାମଲାରେ କଲ୍ୟାଣ ସିଂଙ୍କ ନାଁରେ ଆଇପିସିର ୧୫୩ଏ, ୧୫୩ବି, ୨୯୫, ୨୯୫ଏ, ୫୦୦ ଧାରାରେ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ଯେ, ୬ ଡିସେମ୍ବର ୧୯୯୨ରେ ହଜାର ହଜାର ସଂଖ୍ୟାର ଲୋକ ଅଯୋଧ୍ୟାରେ ପହଞ୍ଚି ବାବ୍ରି ମସଜିଦ୍‌ ଭାଙ୍ଗି ଦେଇଥିଲେ। ଯାହା ଫଳରେ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା। ସିବିଆଇ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ, ମୁରଲୀ ମନୋହର ଯୋଶୀ, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ସମେତ ୧୩ ନେତାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ମକଦ୍ଦମା ଚଳାଇବା ପାଇଁ ଅଦାଲତରେ ଦାବି କରିଥିଲା। ରାଇବରେଲି କୋର୍ଟରେ ଚାଲୁଥିବା ମାମଲାକୁ ମଧ୍ୟ ଲକ୍ଷ୍ନୌ ସ୍ପେସାଲ କୋର୍ଟକୁ ଅଣାଯାଇ ଜଏଣ୍ଟ ଟ୍ରାଏଲ କରାଯାଉ ବୋଲି ସିବିଆଇ ପକ୍ଷରୁ ମାମଲା ଲଢୁଥିବା ଓକିଲ ନିରଜ କିଶନ କୌଲ ସୁପ୍ରିମକୋର୍ଟରେ ଅପିଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଗଲା ୮ ଜୀବନ: ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୩୦ା୩(ପି.ଟି.): ଲକ୍‌ଡାଉନ ସତ୍ତ୍ୱେ ଦିନକୁ ଦିନ ଅଧିକ ଭୟଙ୍କର ହେଉଛି କରୋନା। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କ ଜୀବନ ନେଲାଣି ଏହି...

ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ନାହିଁ ନୀତୀଶ

ପାଟନା,୨୫ ।୭: ଦେଶର ସର୍ବୋଚ୍ଚ ସମ୍ବିଧାନିକ ପଦ ପାଇଁ ଦ୍ରୌପଦୀ ମୁର୍ମୁ ସୋମବାର ଅର୍ଥାତ୍ ଜୁଲାଇ ୨୫ରେ ଶପଥ ନେବାକୁ ଯାଉଛନ୍ତି । ଶପଥ ଗ୍ରହଣ...

ମାତ୍ର ୧୨ ଖଣ୍ଡ ଭୋଟ୍‌ରେ ହାରିଲେ ପ୍ରାର୍ଥୀ

ପାଟନା,୧୧।୧୧:ବିହାର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଆସନ୍ତା ପାଞ୍ଚ ବର୍ଷ ପାଇଁ ଜନସାଧାରଣ ପୁଣି ଥରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ମିଳିତ ମଞ୍ଚକୁ କ୍ଷମତା...

କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା କରିବାକୁ ପଡ଼ୁଛି ଅପେକ୍ଷା

ଲକ୍ଷ୍ନୌ, ୮।୪: ଉତ୍ତରପ୍ରଦେଶରେ ବଢୁଥିବା କରୋନା ମାମଲା ଚିନ୍ତାର କାରଣ ପାଲଟିଛି। ସଂକ୍ରମଣର ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଯେଉଁ ଜିଲା...

କେମେଷ୍ଟ୍ରୀ ସାମ୍ନାରେ ହାରିଗଲା ପାଟିଗଣିତ: ମୋଦି

ବାରାଣସୀ,୨୭।୫: ଭାଜପାର ବିପୁଳ ବିଜୟ ପରେ ମେ ୩୦ରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବେ। ଦଳର ଏହି ବିଜୟ ପାଇଁ ଭାଜପାକର୍ମୀଙ୍କ...

ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କଲେ ସ୍ବାମୀ

ବେଙ୍ଗାଲୁରୁ,୧୮।୮: ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପରେ ମୃତ୍ୟୁ ଖବରକୁ ଲୁଚାଇବା ପାଇଁ ପୋଲିସକୁ ସ୍ତ୍ରୀ...

ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ

ମୋର୍‌ବି,୨ା୧୧: ଗୁଜରାଟର ମୋର୍‌ବି ଝୁଲାପୋଲ ଭୁଶୁଡ଼ିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉକ୍ତ ଅଘଟଣରୁ ଶିକ୍ଷାଲାଭ...

ବିଦେଶ ଯାଉଥିବା ଛାତ୍ରଙ୍କୁ ସାହାଯ୍ୟ କରିବେ ପୁନାୱାଲା

ନୂଆଦିଲ୍ଲୀ,୫ ।୮: ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଗୁରୁବାର କହିଛନ୍ତି ବିଦେଶରେ ପାଠ ପଢିବା ପାଇଁ ଯାଉଥିବା ଛାତ୍ରଙ୍କୁ ସେ ସାହାଯ୍ୟ...

Advertisement
Archives

Model This Week