Posted inଜାତୀୟ

ବାବ୍ରି ମସଜିଦ୍‌ ମାମଲା: କଲ୍ୟାଣ ସିଂଙ୍କୁ ମିଳିଲା ଜାମିନ

ଲକ୍ଷ୍ନୌ,୨୭।୯:ବାବ୍ରି ମସଜିଦ୍‌ ଭଙ୍ଗା ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା କଲ୍ୟାଣ ସିଂଙ୍କୁ ଜାମିନ ମିଳିଛି। ଏହି ମାମଲାରେ କଲ୍ୟାଣ ସିଂଙ୍କ ନାଁରେ ଆଇପିସିର ୧୫୩ଏ, ୧୫୩ବି, ୨୯୫, ୨୯୫ଏ, ୫୦୦ ଧାରାରେ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ଯେ, ୬ ଡିସେମ୍ବର ୧୯୯୨ରେ ହଜାର ହଜାର ସଂଖ୍ୟାର ଲୋକ ଅଯୋଧ୍ୟାରେ ପହଞ୍ଚି ବାବ୍ରି ମସଜିଦ୍‌ ଭାଙ୍ଗି ଦେଇଥିଲେ। ଯାହା ଫଳରେ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା। ସିବିଆଇ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ, ମୁରଲୀ ମନୋହର ଯୋଶୀ, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ସମେତ ୧୩ ନେତାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ମକଦ୍ଦମା ଚଳାଇବା ପାଇଁ ଅଦାଲତରେ ଦାବି କରିଥିଲା। ରାଇବରେଲି କୋର୍ଟରେ ଚାଲୁଥିବା ମାମଲାକୁ ମଧ୍ୟ ଲକ୍ଷ୍ନୌ ସ୍ପେସାଲ କୋର୍ଟକୁ ଅଣାଯାଇ ଜଏଣ୍ଟ ଟ୍ରାଏଲ କରାଯାଉ ବୋଲି ସିବିଆଇ ପକ୍ଷରୁ ମାମଲା ଲଢୁଥିବା ଓକିଲ ନିରଜ କିଶନ କୌଲ ସୁପ୍ରିମକୋର୍ଟରେ ଅପିଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୬: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ…

NEET ମାମଲାରେ ଟେଲିଗ୍ରାମ ବନାମ ସରକାର: ସରକାର ହ୍ବାଟସଆପ-ଫେସବୁକକୁ ଛାଡି କେବଳ ଟେଲିଗ୍ରାମକୁ କାହିଁକି ବ୍ୟାନ କଲେ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୧୮।୬: NEET ପେପର୍‌ ଲିକ ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭାରତ ସରକାର ବୁଧବାର ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ୨୨…

୨୦୨୭ ଆଇପିଏଲ୍‌ ଆଗୁଆ ହୋଇପାରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮ା୬- ମେ’ ମାସର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ଲାଗି ବିସିସିଆଇ ଆଇପିଏଲ୍‌କୁ ଆଗୁଆ କରିବାକୁ ଯୋଜନା ଚଳାଇଛି। ଆସନ୍ତା ବର୍ଷଠାରୁ ପରବର୍ତ୍ତୀ ସଂସ୍କରଣ ଲାଗି ମାର୍ଚ୍ଚ…

ମ୍ୟାଚ୍‌ ପୂର୍ବରୁ ଟ୍ରେନିଂ କ୍ୟାମ୍ପ ପାଖରେ ଖସିଲା ଡ୍ରୋନ

ଗୁଆଡାଲାଜାରା,୧୮ା୬: ମେକ୍ସିକୋ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ କୋରିଆର ଜାତୀୟ ଫୁଟବଲ ଦଳର ଟ୍ରେନିଂ କ୍ୟାମ୍ପ ପାଖରେ ଗୁରୁବାର ଉଡ଼ୁଥିବା ଏକ ଡ୍ରୋନକୁ ମେକ୍ସିକାନ ସାମରିକ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri