ବାବୁଲି ଗୁଳିକାଣ୍ଡ ଘଟଣା: ୪ ଗିରଫ, ଟିଟୋ ଏବଂ ବାବୁ ସାହୁ ଗ୍ୟାଙ୍ଗର ରହିଛି ହାତ

କେନ୍ଦ୍ରାପଡା ଅଫିସ, ୧୭ା୭- ଧର୍ମରକ୍ଷା ସେନାର କେନ୍ଦ୍ରାପଡା ଜିଲା ଆବହକ ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କ ଉପରେ ଗତ ୧୩ ତାରିଖରେ ହୋଇଥିବା ଗୁଳିମାଡ଼ ଘଟଣାରେ ଜିଲା ପୋଲିସ ୪ ଜଣଙ୍କୁ ସୋମବାର ଗିରଫ କରିଛି। ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଓ ବାବୁ ଓରଫ ଭବାନୀଶଙ୍କର ସାହୁଙ୍କର ଏହି ଗୁଳିମାଡ଼ରେ ହାତ ରହିଛି । ମୁଖ୍ୟ ଅଭିଯୁକ୍ତ ସେକ୍‌ ମହତାବ ଓ ସେକ୍‌ କୁଦରତ ଧରା ପଡି ନ ଥିବା ବେଳେ କୌଣସି ମାରଣାସ୍ତ୍ର ଜବତ ହୋଇପାରିନାହିଁ। ଗିରଫ ହୋଇଥିବା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ଆଲୋକ କୁମାର ମଲ୍ଲିକ (୨୨), ଚାରିଗଁାର କାଳିଆ ଓରଫ ତ୍ରିଲୋଚନ ମଲ୍ଲିକ (୨୧), ଟାଉନ ଥାନା ଅନ୍ତର୍ଗତ ବଡହାଟ କୁରେସୀ ମହଲାର ସେକ୍‌ ସାକିର (୨୮) ଓ ସଦର ଥାନା ଅନ୍ତର୍ଗତ ନେମ୍ବରା ଗ୍ରାମର ଶଙ୍କର ସେଠୀ (୨୯)ଙ୍କ ନିକଟରୁ ୪ଟି ମୋବାଇଲ, ଗୋଟିଏ ଗ୍ଲାମର ମୋଟର ସାଇକେଲ ଓ ଗୋଟିଏ ଏଫ୍‌ଜେଡ୍‌ ମୋଟର ସାଇକେଲ ଜବତ ହୋଇଛି । ଏହି ୪ ଜଣଙ୍କୁ ସଦର ଥାନା କେସ ନଂ (୧୮୯/ ୧୯)ର ଧାରା ୩୪୧, ୩୦୭, ୧୨୦ (ଖ), ୩୪ ଓ ଆର୍ମସ ଆକ୍ଟର ୨୫ ଓ ୨୭ରେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାରେ ଜଡିତ ଟାଉନ ଥାନା ଅଧୀନ ଜଇପୁରା ଗ୍ରାମର ସେକ୍‌ ମହତାବ (୨୩), ସେକ୍‌ କୁଦରତ, ସେକ୍‌ ସନି, ତାଜ, ଜାନ ଓରଫ ସେକ୍‌ ସର୍ଫରାଜ (୨୫), ପଟ୍ଟାମୁଣ୍ଡାଇ ଥାନା ଜରିଆ ଗ୍ରାମର ଟୁକୁନା ଓରଫ ମିର୍ଜା ଗାଲିବ ବେଗ (୨୫) ଓ ଜାଜପୁର ଜିଲା ବରି ଥାନା ସେରପୁର ଗ୍ରାମର ରାଜା ମଲ୍ଲିକ (୨୨) ଫେରାର ଅଛନ୍ତି । ବାବୁଲିଙ୍କୁ ଜୀବନରୁ ମାରି ଦେବା ପାଇଁ ଗ୍ୟାଙ୍ଗଷ୍ଟର ଟିଟୋ ଓ ବାବୁ ସାହୁ ଏହି ଯୋଜନା କରିଥିଲେ ବୋଲି ଏସପି ନୀତିଶେଖର କାର୍ଯ୍ୟାଳୟ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ବାବୁଲିଙ୍କୁ ଜୀବନରୁ ମାରିଦେବା ପାଇଁ ମୋଟ ୫ ଲକ୍ଷ ଟଙ୍କା ମୂଲଚାଲ ହୋଇଥିବା ବେଳେ ସେକ୍‌ ସାକିର ଓ ସେକ୍‌ ସର୍ଫରାଜଙ୍କୁ ୧ ଲକ୍ଷ ଟଙ୍କା ଓ ୩ଟି ପିସ୍ତଲ ଯୋଗାଇ ଦିଆଯାଇଥିଲା । ଗିରଫ ହୋଇଥିବା ଆଲୋକଙ୍କ ନାମରେ ଜିଲାର ଟାଉନ ଥାନା, ସଦର ଥାନା, ପଟ୍ଟାମୁଣ୍ଡାଇ ଥାନା, ବାଲୋଶ୍ୱର ଜିଲାର ସିମୁଳିଆ ଥାନା, ଜାଯପୁର ଜିଲାର ବରି ରାମଚନ୍ଦ୍ରପୁର ଥାନାରେ ଏହା ପୂର୍ବରୁ ମାମଲା ଅଛି। ସେହିପରି ଶଙ୍କରଙ୍କ ନାମରେ କେନ୍ଦ୍ରପଡା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଓ କାଳିଆଙ୍କ ନାମରେ ବରୀ ରାମଚନ୍ଦ୍ରପୁର ଥାନାରେ ମାମଲା ଅଛ। ପୂର୍ବ ମାମଲାରେ ଦାଦାବଟି ଆଦାୟ, ଲୁଟ ଆଦି ମାମଲା ଦରଜ ହୋଇଛି। ଏହି ମାମଲାରେ ଗ୍ୟାଙ୍ଗଷ୍ଟର ଟିଟୋ ଓ ବାବୁ ସାହୁଙ୍କୁ ଜିଲା ପୋଲିସରେ ରିମାଣ୍ଡରେ ନିଆଯିବ। ଏଥିସହିତ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଘଟଣାର ଅଧିକ ଛାନଭିନ ଚାଲିଛି ବୋଲି ଏସ୍‌ପି ନୀତିଶେଖର ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ପୋଲିସର ଏହି ତଦନ୍ତରେ ସତ୍ୟତା ନ ଥିବା ନେଇ ଆଲୋଚନା ହେଉଛି। ଗ୍ୟାଙ୍ଗଷ୍ଟର ଟିଟୋ ସହିତ ବାବୁ ସାହୁଙ୍କୁ ଯୋଡିବା, ଅପରାଧୀ ଭାବେ ଚିହ୍ନଟ ହୋଇଥିବା କେତେକ ଯୁବକ ଅପରାଧ ଦୁନିଆ ସହ ଜଡ଼ିତ ନ ଥିବା ସହରରେ ଚର୍ଚ୍ଚା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ହକି ବିଶ୍ୱ କପ୍‌ ପାଇଁ ୬୭ କୋଟି ଖର୍ଚ୍ଚ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶାରେ ପୁରୁଷ ହକି ବିଶ୍ୱ କପ୍‌ ଆୟୋଜନ କରି ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରୁ ପ୍ରଶଂସା ସାଉଁଟିଲେ। ୨୦୧୮ ନଭେମ୍ବର...

ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ରାତି ୧୧ଟା ପରେ କୁହୁଡ଼ି ସହିତ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୩ରୁ ୪ ଦିନ...

ୟୁକ୍ରେନ୍‌ରୁ ଫେରିଲେ ୫ ଓଡ଼ିଆ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨।୩(ବ୍ୟୁରୋ): ଯୁଦ୍ଧ ବିଭୀଷିକା ମଧ୍ୟରେ ଥିବା ୟୁକ୍ରେନ୍‌ରୁ ମଙ୍ଗଳବାର ୫ଜଣ ଛାତ୍ରୀଛାତ୍ର ଓଡ଼ିଶା ଫେରିଛନ୍ତି। ୟୁକ୍ରେନ୍‌ ସୀମାରେ ଦୀର୍ଘ ସମୟ ଧରି ଫସି ରହିବା...

ଶୀଘ୍ର ନୂଆ ରୂପ ନେବ ସ୍ବର୍ଗଦ୍ୱାର

ପୁରୀ ଅଫିସ, ୨୫-୯:ଶୀଘ୍ର ନୂଆ ରୂପ ନେବ ସ୍ବର୍ଗଦ୍ୱାର। ବଦଳିବ ଏହାର ଚେହେରା। ଆଗକୁ ପୁରୀ ପାଇଁ ଯେଉଁ ବିକାଶର ଚିତ୍ର ପରିକଳ୍ପନା କରାଯାଇଛି ସେଥିରେ...

ଅଡିଓ କ୍ଲିପ୍‌ ଭାଇରାଲ: ଏତଲା ଦେଲେ ପରିବାର ଲୋକେ

ମାହାଙ୍ଗା, ୧୭ା୮ (ଯଯାତି ସିଂହ)କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଏକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ମୃତ୍ୟୁର ୨ ମାସ...

୨୮ବର୍ଷ ବିତିଲା, ହେଲାନି କଂସରଝରଣ ଜଳଭଣ୍ଡାର

ସମ୍ବଲପୁର,୨୭ା୫(ବ୍ୟୁରୋ): ୧୯୯୪ ମସିହା ଏପ୍ରିଲ ୩୦ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଗସ୍ତରେ ଆସି କୟାକୁଦ ପଞ୍ଚାୟତ ଅଫିସ...

ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ : ନନ୍ଦନକାନନ ପାଦଚଲା ବିହଙ୍ଗ ସରଣୀ ବନ୍ଦ

ବାରଙ୍ଗ,୨୮।୧(ଡି.ଏନ୍‌.ଏ.): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ମିଳିଛି। ଏହା ସ୍ପଷ୍ଟ ହେବା ପରେ ନନ୍ଦନକାନନ ପାଦଚଲା...

ଶାଳଗାଁ ନିକଟରେ ରେଳ ଦୁର୍ଘଟଣା ଘଟଣା: ଆହତଙ୍କ ସୂଚନା ପାଇଁ ହେଲ୍ପଲାଇନ୍‌ ନଂ-୧୦୭୨ ଜାରି

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ...

Advertisement
Archives

Model This Week