Posted inଜାତୀୟ

ବାବର ମସଜିଦ୍‌ ନିର୍ମାଣ କରିଥିଲେ: ଏହାର ନାହିଁ ପ୍ରମାଣ

ନୂଆଦିଲ୍ଲୀ,୧୩।୮: ଅଯୋଧ୍ୟାର ରାମଜନ୍ମ ଭୂମି-ବାବରୀ ମସଜିଦ୍‌ ମାମଲାରେ ମଙ୍ଗଳବାର ରାମଲଲାଙ୍କ ପକ୍ଷରୁ ଆଇନଜୀବୀ ଏସ୍‌.ସି. ବୈଦନାଥନ୍‌ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ସମ୍ମୁଖରେ ପ୍ରକାଶ କରିଥିଲେ ଯେ, ମସଜିଦ୍‌ ବାବରଙ୍କ ଦ୍ୱାରା ନିର୍ମାଣ ହୋଇଥିବାର କୌଣସି ପ୍ରମାଣ ନାହିଁ। ଶ୍ରୀରାମଙ୍କ ଜନ୍ମସ୍ଥାନ କେଉଁଠି ବୋଲି ଖଣ୍ଡପୀଠଙ୍କ ପ୍ରଶ୍ନର ଉତ୍ତରରେ ବୈଦନାଥନ୍‌ କହିଥିଲେ ଯେ, ଏହା ମସଜିଦ୍‌ର ଗମ୍ବୁଜ ସ୍ଥଳରେ ଥିବା ସେ କହିଥିଲେ। ଏହି ସ୍ଥଳରେ ପୂର୍ବରୁ ମନ୍ଦିର ହିଁ ଥିଲା ବୋଲି ସେ ଦାବି କରିଛନ୍ତି। ଅପରପକ୍ଷରେ ମୁସଲମାନ୍‌ଙ୍କ ପକ୍ଷରୁ ପୂର୍ବରୁ ଦାବି କରାଯାଇଥିଲା ଯେ, ସେମାନଙ୍କ ପାଖରେ ୪୩୮ ବର୍ଷର ଜମି ଅଧିକାର କାଗଜ ପତ୍ର ରହିଛି। ତେବେ ହାଇକୋର୍ଟ ଏହି ତର୍କକୁ ମାନିବାକୁ ମନା କରିଥିଲେ। ସୂଚନାଯୋଗ୍ୟ, ଅଯୋଧ୍ୟା ମାମଲାର ବିଚାର ସୁପ୍ରିମ୍‌କୋର୍ଟରେ ପ୍ରତିଦିନ ଜାରି ରହିଛି। ଏହାର ପ୍ରଥମ ୫ ଦିନ ଶୁଣାଣିକୁ ଓ୍ବକଫ ବୋର୍ଡ ପକ୍ଷରୁ ବିରୋଧ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନକୁ ନେଇ କଡା ହେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୪ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡି ଯାଇଥିବା ବେଳେ ଏହା ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଦେଶରେ ପହଞ୍ଚି...

କର୍ନାଟକ ବିଧାନସଭାରେ ଯୋଗ ଦେବେ ନାହିଁ ଏନ୍‌ ମହେଶ

ବେଙ୍ଗାଲୁରୁ,୨୧।୭: କର୍ନାଟକ ବିଧାନସଭାରେ ଏଚ୍‌ଡି କୁମାରସ୍ବାମୀଙ୍କ ମେଣ୍ଟ ସରକାର ସୋମବାର ଫ୍ଲୋର ଟେଷ୍ଟ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏଥିରେ ବହୁଜନ ସମାଜ ପାର୍ଟି ବିଧାୟକ...

ଗେଟ୍‌ ପରୀକ୍ଷା ସ୍ଥଗିତ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ମନା, ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ସହିତ ଖେଳି ହେବ ନାହିଁ…

ନୂଆଦିଲ୍ଲୀ, ୩।୨ : କରୋନା ମହାମାରୀ କାରଣରୁ ଗ୍ରାଜୁଏଟ ଆପ୍ଟିଚ୍ୟୁଡ ଟେଷ୍ଟ ଇନ୍‌ ଇଞ୍ଜିନିୟରିଂ (ଗେଟ୍‌ )କୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।...

ଆତଙ୍କବାଦୀଙ୍କ ସହ ଧରାପଡ଼ିଲେ ଡିଏସ୍‌ପି: ପାଇଥିଲେ ରାଷ୍ଟ୍ରପତି ମେଡାଲ

ଶ୍ରୀନଗର,୧୨ା୧(ପି.ଟି.): ରାଷ୍ଟ୍ରପତି ମେଡାଲ ପାଇଥିବା ଜମ୍ମୁ-କଶ୍ମୀରର ଜଣେ ପୋଲିସ ଅଫିସର ଶନିବାର ଦୁଇଜଣ ଆତଙ୍କବାଦୀଙ୍କ ସହ ଧରାପଡିଛନ୍ତି। ସମ୍ବେଦନଶୀଳ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ପୋଷ୍ଟିଂ ହୋଇଥିବା...

ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେ କରୋନା ସଂକ୍ରମିତ

ପାଟନା,୧୪।୪: କରୋନା କାଳରେ ସରକାର ଭଲ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିହାରର...

ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୨୭ା୬: ମହାମାରୀ କରୋନା ସ୍ଥିତି ଦେଶରେ ଅସମ୍ଭାଳ ହେଲାଣି। ଶୁକ୍ରବାର ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଟପିଥିବା ବେଳେ ୧୫, ୪୮୭ ଜୀବନ...

ରେକର୍ଡ ଭାଙ୍ଗୁଛି କରୋନା: ଦିନକୁ ୮୦ ହଜାର ହେବାକୁ ଯାଉଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ଶ୍ରୀନଗର, ୩୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।...

ଅଜିତ ହେବେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ, ୨୫ା୧୨: ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ପୁତୁରା ଅଜିତ୍‌ ଆଗାମୀ ୩୦ରେ ଶପଥଗ୍ରହଣ...

Advertisement
Archives

Model This Week