ବାତ୍ୟା ଆଶ୍ରୟସ୍ଥଳ ମରାମତିକୁ ନେଇ ବିଧାନସଭାରେ ଉଦ୍‌ବେଗ: ମରାମତି ପାଇଁ ଅଡିଟ୍‌ ହେଉଛି: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ଉପକୂଳବର୍ତ୍ତୀ ଜିଲାଗୁଡିକରେ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଗଲାଣି। ସେଥିରୁ କେତେକ ବିପଦସଙ୍କୁଳ ଅବସ୍ଥାରେ ରହିଛି। ମରାମତି ଅଭାବରୁ ଆଶ୍ରୟସ୍ଥଳଗୁଡିକ କେତେବେଳେ ଭୁଶୁଡି ପଡିବ। ଯେଉଁ କେତେକ ଆଶ୍ରୟ ସ୍ଥଳ ରହିଛି ସେଠାକୁ ରାସ୍ତା ସଂଯୋଗ ହୋଇ ନାହିଁ। ସ୍କୁଲ କ୍ୟାମ୍ପସ୍‌ରେ ଯେଉଁ ବାତ୍ୟା ଆଶ୍ରୟସ୍ଥଳ ହୋଇଛି ତାହାକୁ ମରାମତି କରିବାକୁ କୌଣସି ବିଭାଗ ମଙ୍ଗୁ ନାହାନ୍ତି। ବାତ୍ୟା ଆଶ୍ରୟସ୍ଥଳକୁ ନେଇ ଶୁକ୍ରବାର ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ପ୍ରଶ୍ନୋତ୍ତର ବେଳେ ବାତ୍ୟା ଆଶ୍ରୟସ୍ଥଳକୁ ନେଇ ସଦସ୍ୟମାନେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଘେରିଥିଲେ। ମନ୍ତ୍ରୀ କହିଥିଲେ ଯେ ବାତ୍ୟା ଆଶ୍ରୟସ୍ଥଳଗୁଡିକ କେଉଁ ଅବସ୍ଥାରେ ରହିଛି ତାହାର ଅଡିଟ୍‌ କରାଯାଉଛି। ଅଡିଟ୍‌ ଶେଷ ହେବା ପରେ ଆଶ୍ରୟସ୍ଥଳଗୁଡିକର ମରାମତି ନେଇ ନିଷ୍ପତ୍ତି ନିଆଯିବ।
ଶୁକ୍ରବାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ବିଜେଡି ସଭ୍ୟ ଅନନ୍ତ ଦାସ ଓଡିଶା ଉପକୂଳବର୍ତ୍ତୀ ଜିଲାଗୁଡିକ ବାତ୍ୟା, ବନ୍ୟା ଓ ସୁନାମିପ୍ରବଣ ହୋଇଥିବାରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ସରକାରଙ୍କ ଯୋଜନା ଅଛି କି। କେଉଁ ଜିଲାର କେଉଁ ବ୍ଲକରେ କେତେ ବାତ୍ୟା ଆଶ୍ରୟସ୍ଥଳ ରହିଛି ବୋଲି ମୂଳ ପ୍ରଶ୍ନରେ ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ ଓଡିଶା ଉପକୂଳବର୍ତ୍ତୀ ଜିଲାଗୁଡିକରେ ନିର୍ମିତ ବହୁମୁଖୀ ବାତ୍ୟା/ ବନ୍ୟା ଆଶ୍ରୟସ୍ଥଳ, ସ୍କୁଲ, କଲେଜ ଓ ଅନ୍ୟାନ୍ୟ ପକ୍କାଗୃହଗୁଡିକରେ ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଜନସାଧାରଣଙ୍କୁ ସୁରକ୍ଷିତ ଆଶ୍ରୟ ଦିଆଯାଉଛି। ଭବିଷ୍ୟତରେ ଅଧିକ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ପଦକ୍ଷେପ ନିଆଯିବ। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ ଓ ଚିଲିକା ସଂଲଗ୍ନ ନୟାଗଡ ଓ ଖୋର୍ଦ୍ଧା ଜିଲାରେ ଓସ୍‌ଡମା ଦ୍ୱାରା ମୋଟ ୬୯୪ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ଏହାଛଡା ଭାରତୀୟ ରେଡ୍‌କ୍ରସ ସଂସ୍ଥା ଦ୍ୱାରା ୬୫ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହୋଇଛି। ଅନନ୍ତ ପୁଣି ପଚାରିଲେ ଉପକୂଳବର୍ତ୍ତୀ ଜିଲାଗୁଡିକ ବାତ୍ୟାପ୍ରବଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଇ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉ। ଯେଉଁ ଆଶ୍ରୟସ୍ଥଳ ଖରାପ ଅଛି ସେଗୁଡିକର ମରାମତି ପାଇଁ ବିଡିଓଙ୍କୁ ଦାୟିତ୍ୱ ଦିଆଯାଉ ବୋଲି ସେ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ଖୋର୍ଦ୍ଧା ଓ ଜଟଣୀ ଅଞ୍ଚଳରେ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରିବାକୁ ଦାବି କରିଥିଲେ। ବିଜେଡି ସଭ୍ୟ ପ୍ରଶାନ୍ତ ମୁଦୁଲି କହିଥିଲେ ଯେ ମହାବାତ୍ୟା ପରେ ସ୍କୁଲ ପରିସରରେ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳଗୁଡିକ ଶିକ୍ଷା ବିଭାଗ, ରାଜସ୍ବ, ଗ୍ରାମ୍ୟ ଉନ୍ନୟନ ବିଭାଗ କେହି ହେଲେ ମରାମତି କରୁନାହାନ୍ତି। ଆଶ୍ରୟସ୍ଥଳଗୁଡିକ ଅସୁରକ୍ଷିତ ଅବସ୍ଥାରେ ରହିଛି। ଗତ ୧୦ ବର୍ଷରେ କେତେ ଟଙ୍କା ମରାମତି ପାଇଁ ଦିଆଯାଇଛି ବୋଲି ସେ ଜାଣିବାକୁ ଚାହିଥିଲେ। ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ କହିଥିଲେ ଯେ ବେଆଇନ ଚିଙ୍ଗୁଡି ଘେରିରେ ବ୍ୟବହାର ହେଉଥିବା କୀଟନାଶକ ଓ ରାସାୟନିକ ଦ୍ରବ୍ୟ ଭୂଗର୍ଭ ଜଳକୁ ପ୍ରଦୂଷିତ କରୁଛି। ଆଗାମୀ ପିଢିଙ୍କୁ ଏହାର କୁପ୍ରଭାବ ଭୋଗିବାକୁ ପଡିବ। ଏହାକୁ ଉଚ୍ଛେଦ କରିବାକୁ ସେ ଦାବି କରିଥିଲେ। ବିଜେଡି ସଭ୍ୟ ବିଷ୍ଣୁବ୍ରତ ରାଉତରାୟ କହିଲେ, ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହୋଇଥିଲେ ମଧ୍ୟ ଯିବାକୁ ରାସ୍ତା ନାହିଁ। ବିଜେଡି ସଭ୍ୟ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ରାସ୍ତା ନ ଥିବା କଥା ଉଠାଇବା ସହ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଆଶ୍ରୟସ୍ଥଳଗୁଡିକୁ ଭାଙ୍ଗି ଦେବାକୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ଭାଜପା ସଭ୍ୟ ଜୟନ୍ତ ଷଡ଼ଙ୍ଗୀ, ବିଜେଡି ସଭ୍ୟ ପ୍ରଦୀପ ମହାରଥୀ ନିଜ ଅଞ୍ଚଳରେ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରିବାକୁ ଦାବି କରିବା ସହ ଗତ ୨୦ ବର୍ଷ ମଧ୍ୟରେ ମରାମତି ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପଚାରିଥିଲେ। ମରାମତି କାମ ଓସ୍‌ଡମା ନଚେତ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ଦିଆଯାଉ ବୋଲି ଦାବି କରିଥିଲେ। ମନ୍ତ୍ରୀ କହିଥିଲେ, ଅଡିଟ୍‌ କରାଯାଉଛି। ଖୁବ୍‌ଶୀଘ୍ର ମରାମତି କରାଯିବ। କେଉଁ ବିଭାଗ ଦ୍ୱାରା ହେବ ତାହା ମଧ୍ୟ ନିଷ୍ପତ୍ତି ହେବ। ଯେଉଁଠି ଆପ୍ରୋଚ ରୋଡ୍‌ ନାହିଁ ସେଠାରେ ଖୁବ୍‌ଶୀଘ୍ର ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ବିଜେଡି ସଭ୍ୟ ଉମା ସାମନ୍ତରାୟ ଏବଂ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜାଙ୍କୁ ବାଚସ୍ପତି ପ୍ରଶ୍ନ ପଚାରିବାକୁ ସୁଯୋଗ ନ ଦେବାରୁ ସେମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଯଦି କହିବାକୁ ସୁଯୋଗ ଦିଆ ନ ଯିବ ତେବେ ଆମେ ବିଧାନସଭା କାହିଁକି ଆସିବୁ ବୋଲି କହି ଅସନ୍ତୋଷ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟନାୟିକିଆ ଛକରେ ୩ ଭାଇଙ୍କୁ ହତ୍ୟା ଘଟଣା: ୬ଜଣଙ୍କୁ ଗିରଫ କଲା ସତ୍ୟବାଦୀ ପୋଲିସ

ସାକ୍ଷୀଗୋପାଳ,୧୬।୭(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଘଟିଥିବା ଟ୍ରିପଲ୍‌ ମର୍ଡର ଘଟଣାରେ ମଙ୍ଗଳବାର ପୋଲିସ ୬ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ...

ମଠ, ମନ୍ଦିର ଭଙ୍ଗାଯିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଜରୁରୀ: ସୁପ୍ରିମକୋର୍ଟ

ପୁରୀ ଅଫିସ,୩।୧୦: ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଐତିହ୍ୟ ସମ୍ପନ୍ନ ମଠ,ମନ୍ଦିର ଭଙ୍ଗା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାଜରୁରୀ। ଏପରିକି...

ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା

ଅତାବିରା\ସରଣ୍ଡା,୨୨।୯(ଡି.ଏନ.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ହିର୍ଲିପାଲି ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରଟିକ୍ରା ଗ୍ରାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ପୁଣି ଆଲୋଡ଼ନ ସୃଷ୍ଟି କରିଛି। ଗତ ରବିଋତୁର...

କୃଷିଭିତ୍ତିକ ଜିଲାରେ ନାହିଁ ଆଦର୍ଶ କୃଷି ଉଦ୍ୟାନ

କେନ୍ଦ୍ରାପଡ଼ା ଅଫିସ, ୪ା୪: ରାଜ୍ୟର ପ୍ରତି ଜିଲାରେ ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା ହୋଇଛି। ଉଦ୍ୟାନ କୃଷି ମିଶନ ଅଧୀନରେ ଉନ୍ନତ ଧରଣର ଆମ୍ବ, ନଡ଼ିଆ,...

ଡିସିପିଙ୍କୁ ଭେଟି ନ୍ୟାୟ ମାଗିଲେ ପରିବାରବର୍ଗ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ରାଜଧାନୀର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାରରେ ରହୁଥିବା ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲା କମିଶନରେଟ ପୋଲିସ ପାଇଁ ଚିନ୍ତାର ବିଷୟ...

ଖତ ଖାଉଛି ୫୦ ସିଟିବସ୍‌, ଆଖିବୁଜି ବସିଛି ସିଏମ୍‌ସି

କଟକ ଅଫିସ,୨।୮: ସହରବାସୀଙ୍କ ଉତ୍ତମ ଯାତାୟାତ ପାଇଁ ଆରମ୍ଭ ହୋଇଥିଲା ସିଟିବସ୍‌ ସେବା। ମାତ୍ର କଟକ ମହାନଗର ନିଗମ (ସିଏମ୍‌ସି)ର ଆନ୍ତରିକତା ଅଭାବ ଯୋଗୁ ବିକାଶ...

ବନୀକରଣ ନାଁରେ ଡିଏମ୍‌ଏଫ୍‌ ପାଣ୍ଠି ହରିଲୁଟ୍‌

ଯାଜପୁର ଅଫିସ,୨୦ା୫: ଖଣିଖାଦାନ ଭରା ଅଞ୍ଚଳର ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ବିଦ୍ରୋହକୁ ପ୍ରଶମିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକ ରଣକୌଶଳ...

ବୌଦ୍ଧକୁ ମୁଖ୍ୟମନ୍ତ୍ରୀଙ୍କ ନବବର୍ଷ ଭେଟି: ଘୋଷଣା କଲେ ୧୧୪ କୋଟିର ପ୍ରକଳ୍ପ

ଭୁବନେଶ୍ୱର,୩ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୌଦ୍ଧ ମହୋତ୍ସବର ଉଦ୍‌ଘାଟନ କରିଛନ୍ତି। ଏଥିସହ ଜିଲାର ସାମଗ୍ରିକ ଉନ୍ନତି ପାଇଁ...

Advertisement
Archives

Model This Week