ମାନସିକ ଚାପରୁ ମୁକୁଳି ବାତ୍ୟା ଅନୁଭୂତି ବଖାଣିଲେ ପିଲା

ପୁରୀ ଅଫିସ,୨୬ା୧୦: ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଲକ୍ଷାଧିକ ଗଛ, ଘର, ବିଦ୍ୟୁତ୍‌ଖୁଣ୍ଟ ଭାଙ୍ଗି ପଡ଼ିିଥିଲା। ବାତ୍ୟା ପରେ ବିଦ୍ୟୁତ୍‌ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଅନେକ ଲୋକ ପିଇବା ପାଣି ପାଇଁ ହୀନସ୍ତା ହୋଇଥିଲେ। ସ୍କୁଲ, କଲେଜ ଭାଙ୍ଗିପଡ଼ିଥିବାରୁ ପାଠପଢାରେ ବ୍ୟାଘାତ ହୋଇଥିଲା। ଏ ସବୁକୁ ଅଙ୍ଗେ ନିଭାଇଥିବା କେତେକ ଶିଶୁ ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇପଡ଼ିଥିଲେ। ଅନେକେ ଚୁପ୍‌ଚାପ ରହୁଥିଲେ। ତେଣୁ ଏହି ପିଲାମାନଙ୍କୁ ପୁଣି ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ଆଗେଇ ଆସିଥିଲା ୟୁନିସେଫ୍‌। ଏଡ୍‌ ଏଟ୍‌ ଆକ୍ସନ ଏବଂ ଶ୍ରୀନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦ (ଏସ୍‌ଏନଡିଏୱାଇପି) ସହାୟତାରେ ପୁରୀ ସଦର ବ୍ଲକର ୧୧ଟି ପଞ୍ଚାୟତରେ ୭୦ଟି ଶିଶୁ ଅନୁକୂଳ ସ୍ଥାନ କରାଯାଇଥିଲା। ସେହିପରି ନିମାପଡ଼ା ବ୍ଲକରେ ୪୦ଟି ଶିଶୁ ଅନୁକୂଳ ସ୍ଥାନ କରାଯାଇଥିଲା। ୫ ମାସ ଧରି ଏଠାରେ ଖେଳକୁଦ ମାଧ୍ୟମରେ ପିଲାମାନଙ୍କୁ ଚାପମୁକ୍ତ କରାଯିବା ସହ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି କାର୍ଯ୍ୟକ୍ରମ ହେଉଥିଲା। ଏହାର ଉଦ୍‌ଯାପନୀ ଉପଲକ୍ଷେ ଶନିବାର ସଂସ୍କୃତି ଭବନଠାରେ ଆୟାଜିତ ହୋଇଥିଲା ବିପର୍ଯ୍ୟୟ ଏବଂ ଶିଶୁ ସୁରକ୍ଷା ଉପରେ ଶିଶୁଙ୍କ ସହ ସମ୍ବାଦ କାର୍ଯ୍ୟକ୍ରମ। ଏଥିରେ ଏଡ୍‌ ଏଟ୍‌ ଆକ୍ସନର ୟୁମି ଡାନିଏଲ, ୟୁନିସେଫ୍‌ ଓଡ଼ିଶାର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡ଼ୁ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ରନାରାୟଣ ସାହୁ, ପୁରୀ ଚାଇଲ୍ଡ ଲାଇନ ଅଧ୍ୟକ୍ଷ ଦେବାଶିଷ ରଥ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟ ହରିହର ନାୟକ, ଏସ୍‌ଏନ୍‌ଡିଏୱାଇପି ସମ୍ପାଦକ ବସନ୍ତ କୁମାର ମିଶ୍ର, ପୁରୀ ସଦର ସିଡିପିଓ ଚନ୍ଦ୍ରପ୍ରଭା ଦେଈ ଅତିଥି ଭାବେ ଯୋଗଦେଇଥିଲେ। ଶିଶୁ ଅନୁକୂଳ ସ୍ଥାନର ପିଲାମାନେ ଅତିଥିଙ୍କ ସମ୍ମୁଖରେ ବାତ୍ୟାର ଅନୁଭୂତି ବଖାଣିବା ସହିତ ତିଆରି କରିଥିବା ନିଜ ଗଁାର ମାନଚିତ୍ର ଏବଂ ବିପର୍ଯ୍ୟୟ ପ୍ରଶମନ ଯୋଜନା ବିଷୟରେ କହିଥିଲେ। ବିପର୍ଯ୍ୟୟ ସମୟରେ କିପରି ଶିଶୁ ତଥା କିଶୋରୀ କିଶୋରମାନଙ୍କ ଉପଯୁକ୍ତ ଯତ୍ନ ନିଆଯାଇପାରିବ ସେ ବିଷୟରେ ଅତିଥି ତଥା ସରକାରୀ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଅତିଥିମାନେ ମଧ୍ୟ ବିପର୍ଯ୍ୟୟ ସମୟରେ କିପରି ଭାବେ ପିଲାମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଇପାରିବ ସେ ସମ୍ପର୍କରେ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନରେ ରହିଲେନି, ମାମଲା ରୁଜୁ

ଅନୁଗୋଳ ଅଫିସ୍, ୨୭ା୩- ଅନୁଗୋଳ ଜିଲାକୁ ବାହାରୁ ଫେରିଥିବା ୨ ଜଣଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ସେମାନେ ଘରେ ନ ଥିବା...

ଅଂଶୁଘାତ ମୁକାବିଲା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ: ତୁରନ୍ତ ଅଚଳ ନଳକୂପ, ପାନୀୟ ଜଳ ପ୍ରକଳ୍ପ ମରାମତି କରିବାକୁ ପରାମର୍ଶ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଲାଣି। ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ, ପଶ୍ଚିମ ଏବଂ...

ଘାଟିରୁ ୧୦୦ ଫୁଟ୍‌ ତଳକୁ ଖସିଲା ହିଟାଚି ବୋଝେଇ ଟ୍ରଲର: ଚାଳକ, ମେଶିନ ଅପରେଟର ଗୁରୁତର

କେନ୍ଦୁଝର,୧୩।୬(ସ୍ବ.ପ୍ର.)-ନରଣପୁରରୁ ହରିଚନ୍ଦନପୁର ଦେଇ ଡୁବୁରୀ ଯାଇଥିବା ରାସ୍ତାର କୁଆଝରଣ ଘାଟିରେ ଶନିବାର ଭାରସାମ୍ୟ ହରାଇ ଏକ ଟ୍ରଲର ତଳକୁ ଖସିପଡ଼ିଛି। ଫଳରେ ଚାଳକଙ୍କ ସହ ଜଣେ...

ବିଏସଏନଏଲ ସେବାରେ ଅବ୍ୟବସ୍ଥା ନେଇ ୧୨ ଘଣ୍ଟା ଚିତ୍ରକୋଣ୍ଡା ବନ୍ଦ, କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଚିତ୍ରକୋଣ୍ଡା,୨୩ା୭(ଡି.ଏନ.ଏ.)- ବିଏସଏନଏଲ ସେବା ପ୍ରଦାନରେ ଅବ୍ୟବସ୍ଥା ପ୍ରତିବାଦରେ ଆହୂତ ଚିତ୍ରକୋଣ୍ଡା ବନ୍ଦ ଡାକରା ସଫଳ ହୋଇଛି। ଏହାକୁ ସ୍ଥାନୀୟ ଅଞ୍ଚଳର ସମସ୍ତ ଜନସାଧାରଣ ସମର୍ଥନ କରିଛନ୍ତି।...

ପୁରୀରୁ ପୁଣି ୧୫ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରେ ପହଞ୍ଚିଲା

ପୁରୀ ଅଫିସ,୧୨ା୬: ପୁରୀ ଜିଲାରୁ ଶୁକ୍ରବାର ପୁଣି ୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା...

ଶିଶୁ କଲ୍ୟାଣ ଅନୁଷ୍ଠାନକୁ ଆର୍ଥିକ ସହାୟତା

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ବିଭିନ୍ନ ଜିଲାର ଶିଶୁ କଲ୍ୟାଣ ଅନୁଷ୍ଠାନଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ବୁଧବାର ଆର୍ଥିକ ସହାୟତା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ୩୦...

ବୁଗୁଡ଼ାରେ ଶଟ୍‌ଡାଉନ୍‌ ଶେଷ ଦିନ: ପୋଲିସ, ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥ୍ୟା

ବୁଗୁଡ଼ା,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗଡ଼ା ଏନ୍‌ଏସି ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜାରି ହୋଇଛି ୮ ଦିନିଆ ଶଟଡାଉନ। ମଙ୍ଗଳବାର ଶଟଡାଉନ...

ଯାଜପୁର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨ରେ ପହଞ୍ଚିଲା, ସମସ୍ତେ କଟିକଟା କଣ୍ଟେନ୍‌ମେଣ୍ଟ ଅଞ୍ଚଳର

ଯାଜପୁର ଅଫିସ,୩୦।୪- ଯାଜପୁର ଜିଲାରେ ଗୁରୁବାର ଆଉ ୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। । ତେବେ ଏହାକୁ ମିଶାଇ ଜିଲାରେ ମୋଟ ସଂକ୍ରମିତ...

Advertisement
Archives

Model This Week