ମାନସିକ ଚାପରୁ ମୁକୁଳି ବାତ୍ୟା ଅନୁଭୂତି ବଖାଣିଲେ ପିଲା

ପୁରୀ ଅଫିସ,୨୬ା୧୦: ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଲକ୍ଷାଧିକ ଗଛ, ଘର, ବିଦ୍ୟୁତ୍‌ଖୁଣ୍ଟ ଭାଙ୍ଗି ପଡ଼ିିଥିଲା। ବାତ୍ୟା ପରେ ବିଦ୍ୟୁତ୍‌ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଅନେକ ଲୋକ ପିଇବା ପାଣି ପାଇଁ ହୀନସ୍ତା ହୋଇଥିଲେ। ସ୍କୁଲ, କଲେଜ ଭାଙ୍ଗିପଡ଼ିଥିବାରୁ ପାଠପଢାରେ ବ୍ୟାଘାତ ହୋଇଥିଲା। ଏ ସବୁକୁ ଅଙ୍ଗେ ନିଭାଇଥିବା କେତେକ ଶିଶୁ ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇପଡ଼ିଥିଲେ। ଅନେକେ ଚୁପ୍‌ଚାପ ରହୁଥିଲେ। ତେଣୁ ଏହି ପିଲାମାନଙ୍କୁ ପୁଣି ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ଆଗେଇ ଆସିଥିଲା ୟୁନିସେଫ୍‌। ଏଡ୍‌ ଏଟ୍‌ ଆକ୍ସନ ଏବଂ ଶ୍ରୀନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦ (ଏସ୍‌ଏନଡିଏୱାଇପି) ସହାୟତାରେ ପୁରୀ ସଦର ବ୍ଲକର ୧୧ଟି ପଞ୍ଚାୟତରେ ୭୦ଟି ଶିଶୁ ଅନୁକୂଳ ସ୍ଥାନ କରାଯାଇଥିଲା। ସେହିପରି ନିମାପଡ଼ା ବ୍ଲକରେ ୪୦ଟି ଶିଶୁ ଅନୁକୂଳ ସ୍ଥାନ କରାଯାଇଥିଲା। ୫ ମାସ ଧରି ଏଠାରେ ଖେଳକୁଦ ମାଧ୍ୟମରେ ପିଲାମାନଙ୍କୁ ଚାପମୁକ୍ତ କରାଯିବା ସହ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି କାର୍ଯ୍ୟକ୍ରମ ହେଉଥିଲା। ଏହାର ଉଦ୍‌ଯାପନୀ ଉପଲକ୍ଷେ ଶନିବାର ସଂସ୍କୃତି ଭବନଠାରେ ଆୟାଜିତ ହୋଇଥିଲା ବିପର୍ଯ୍ୟୟ ଏବଂ ଶିଶୁ ସୁରକ୍ଷା ଉପରେ ଶିଶୁଙ୍କ ସହ ସମ୍ବାଦ କାର୍ଯ୍ୟକ୍ରମ। ଏଥିରେ ଏଡ୍‌ ଏଟ୍‌ ଆକ୍ସନର ୟୁମି ଡାନିଏଲ, ୟୁନିସେଫ୍‌ ଓଡ଼ିଶାର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡ଼ୁ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ରନାରାୟଣ ସାହୁ, ପୁରୀ ଚାଇଲ୍ଡ ଲାଇନ ଅଧ୍ୟକ୍ଷ ଦେବାଶିଷ ରଥ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟ ହରିହର ନାୟକ, ଏସ୍‌ଏନ୍‌ଡିଏୱାଇପି ସମ୍ପାଦକ ବସନ୍ତ କୁମାର ମିଶ୍ର, ପୁରୀ ସଦର ସିଡିପିଓ ଚନ୍ଦ୍ରପ୍ରଭା ଦେଈ ଅତିଥି ଭାବେ ଯୋଗଦେଇଥିଲେ। ଶିଶୁ ଅନୁକୂଳ ସ୍ଥାନର ପିଲାମାନେ ଅତିଥିଙ୍କ ସମ୍ମୁଖରେ ବାତ୍ୟାର ଅନୁଭୂତି ବଖାଣିବା ସହିତ ତିଆରି କରିଥିବା ନିଜ ଗଁାର ମାନଚିତ୍ର ଏବଂ ବିପର୍ଯ୍ୟୟ ପ୍ରଶମନ ଯୋଜନା ବିଷୟରେ କହିଥିଲେ। ବିପର୍ଯ୍ୟୟ ସମୟରେ କିପରି ଶିଶୁ ତଥା କିଶୋରୀ କିଶୋରମାନଙ୍କ ଉପଯୁକ୍ତ ଯତ୍ନ ନିଆଯାଇପାରିବ ସେ ବିଷୟରେ ଅତିଥି ତଥା ସରକାରୀ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଅତିଥିମାନେ ମଧ୍ୟ ବିପର୍ଯ୍ୟୟ ସମୟରେ କିପରି ଭାବେ ପିଲାମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଇପାରିବ ସେ ସମ୍ପର୍କରେ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେତନଙ୍କୁ ମିଳିଲା ଗୁରୁଦାୟୀତ୍ୱ, ଜାଣନ୍ତୁ କେତନ କିଏ…

ଭୋପାଳ,୨୨ା୫: ଆସନ୍ତା ମେ ୨୯ରୁ ଜୁନ୍‌ ୬ ପର୍ଯ୍ୟନ୍ତ ଜାପାନର କାକାମିଗାହାରାଠାରେ ହେବାକୁଥିବା ୧୮ ବର୍ଷରୁ କମ୍‌ ଏସିଆ କପ୍‌ ହକି ପ୍ରତିଯୋଗିତା ପାଇଁ ଫରଓ୍ବାର୍ଡ କେତନ…

ସିଂହାସନୀ ପୀଠକୁ ଯାଉଥିବାବେଳେ ବାଟରେ ଘଟିଲା ଅଘଟଣ: ବସ୍‌-ଅଟୋ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜଣଙ୍କ ଜୀବନ

ପୁରୁଷୋତ୍ତମପୁର,୨୨।୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗି -ଶିକୁଳା ରାସ୍ତାର ଲଡକାପଲ୍ଲୀଠାରେ ଶୁକ୍ରବାର ଏକ ବସ୍‌ ଓ ଅଟୋ ମଧ୍ୟରେ ଧକ୍କା ହୋଇଛି ।…

ସାବଧାନ! ବଢ଼ିବାକୁ ଯାଉଛି ଆପଣଙ୍କ ମାସିକ ବଜେଟ; ବଢିଗଲା ପରିବା ଓ ଗ୍ରୋସରି ସାମଗ୍ରୀର ଦାମ!

ନୂଆଦିଲ୍ଲୀ,୨୨।୫: ନିକଟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହୋଇଥିବା ବୃଦ୍ଧି ଏବେ ସାଧାରଣ ଜନତାଙ୍କ ପକେଟ ଉପରେ ଭାରି ପଡ଼ିବାକୁ ଯାଉଛି। ଆପଣଙ୍କର ମାସିକ ଗ୍ରୋସରି (ଖାଦ୍ୟ…

ପ୍ରଥମଥର ପାଇଁ ପଞ୍ଚାୟତ ସମିତିରେ ଯୋଗଦେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ, କହିଲେ ମିଳିମିଶି କାମ କଲେ…

ଗଞ୍ଜାମ,୨୨।୫(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କନଫରେନ୍ସ ହଲଠାରେ ପଞ୍ଚାୟତ ସମିତି ନବମ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ।…

‘କକ୍ରୋଚ ଜନତା ପାର୍ଟି’ର ‘X ଆକାଉଣ୍ଟ’ ବ୍ୟାନ ପରେ ରାଗିଲେ ମହୁଆ ମୋଇତ୍ରା, କହିଲେ…

କୋଲକାତା,୨୨।୫: ‘କକ୍ରୋଚ ଜନତା ପାର୍ଟି’ର X ଆକାଉଣ୍ଟ ଏକ ବ୍ୟଙ୍ଗାତ୍ମକ ପୃଷ୍ଠା ଯାହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରିଥିଲା, ଏବେ ଏହା ଭାରତରେ…

‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’କୁ ଅଲିମ୍ପିଆନ ଅମିତ ରୋହିଦାସଙ୍କ ପ୍ରୋତ୍ସାହନ

ଭୁବନେଶ୍ୱର, ୨୨ା୫: ଭାରତୀୟ ହକି ଖେଳାଳି ତଥା ଅଲିମ୍ପିଆନ ଅମିତ ରୋହିଦାସ ‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’ ଅଧୀନରେ ନିଜ ଘରେ ରୁଫ୍‌ଟପ୍‌ ସୋଲାର ସିଷ୍ଟମ…

ଛିଡା ହୋଇଥିବା ଟ୍ରକ୍‌ ପଛରେ ପିଟିଲା ଟ୍ରାଭେଲର: ୧୦ରୁ ଅଧିକ ଯାତ୍ରୀ ଆହତ

କଳିଙ୍ଗନଗର ୨୨।୫(ଶୁଭାଶିଷ ରାଉତ ): ମା’ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଯିବା ସମୟରେ ଅଘଟଣ। ଟ୍ରକ ପଛପଟୁ ପିଟିଲା ଟ୍ରାଭେଲର। ୧୦ରୁ ଅଧିକ ଯାତ୍ରୀ ଆହତ…

ୟୁଟ୍ୟୁବର ସବ୍ୟସାଚୀ ଅମିତାଭଙ୍କ ଗିରଫକୁ ନେଇ ଚର୍ଚ୍ଚା: ଜୋର୍‌ ଧରିଛି ରାଜନୀତି

କେନ୍ଦୁଝର,୨୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ମୁଖ୍ୟାଳୟ ସର୍କିଟ ହାଉସ୍‌ରେ କାର୍‌ ଧକ୍କାରେ ସେଠାକାର କର୍ମଚାରୀଙ୍କ ବାଇକ୍‌ ଭାଙ୍ଗିବା ଏବଂ ଜଗୁଆଳିଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ୟୁଟ୍ୟୁବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri