Posted inଖେଳ

ବାତିଲ ହେବ ନାହିଁ ସୁଶିଲଙ୍କ ବର୍ଗର ଟ୍ରାଏଲ

ନୂଆଦିଲ୍ଲୀ,୨।୧(ପି.ଟି.)- ପୁରୁଷ ଫ୍ରିଷ୍ଟାଇଲ ୭୪ କେଜି ବର୍ଗର ଟ୍ରାଏଲ ଅନୁଷ୍ଠିତ ହେବ। ଏହାକୁ ବାତିଲ କରିବା ପାଇଁ ଆହତପ୍ରାପ୍ତ ସୁଶିଲ କୁମାର ଅନୁରୋଧ କରିଥିଲେ। କିନ୍ତୁ ତାଙ୍କ ଅନୁରୋଧକୁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ପ୍ରତ୍ୟାଖ୍ୟାନ କରିଦେଇଛି। ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ ମାର୍ଚ୍ଚରେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାତେଇବା ପାଇଁ ସୁଯୋଗ ପାଇଥିଲେ। ଷ୍ଟାର ରେସଲର ଏବେ କ୍ୟାରିୟରକୁ ପୁଣି ଥରେ ଆରମ୍ଭ କରିବା ଲାଗି ସଂଘର୍ଷ କରୁଛନ୍ତି। ହାତଜନିତ ଆହତ ସମସ୍ୟା କାରଣରୁ ଶୁକ୍ରବାର ହେବାକୁ ଥିବା ଟ୍ରାଏଲରୁ ଓହରିବା ସହ ବାତିଲ ପାଇଁ ଅନୁରୋଧ କରିଥିଲେ। ଏହି ଶିବିରର ବିଜେତା ୨୦୨୦ ସିଜନର ରୋମଠାରେ ପ୍ରଥମ ର଼୍ୟାଙ୍କ ସିରିଜ ଟୁର୍ନାମେଣ୍ଟ (ଜାନୁୟାରୀ ୧୫-୧୮) , ନୂଆଦିଲ୍ଲୀଠାରେ ଏସିଆନ ଚାମ୍ପିୟନଶିପ (ଫେବୃୟାରୀ ୧୮-୨୩) ଓ ଏସିଆନ ଅଲିମ୍ପିକ୍‌ କ୍ୱାଲିଫାୟାର (ମାର୍ଚ୍ଚ ୨୭ରୁ ୨୯)ରେ ଭାଗନେବେ। ଡବ୍ଲ୍ୟୁଏଫ୍‌ଆଇ ସଭାପତି ବ୍ରିଜଭୂଷଣ ଶରନ ସିଂ କହିଛନ୍ତି, ଟ୍ରାଏଲ ବାତିଲ ହେବ ନାହିଁ। ୭୪ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ରେସଲର ଅଛନ୍ତି। ସୁଶିଲ ଆହତ ହେଲେ ଆମେ କ’ଣ କରିପାରିବା। ଆମେ ର଼୍ୟାଙ୍କିଙ୍ଗ୍‌ ସିରିଜ୍‌ ଇଭେଣ୍ଟରେ ପ୍ରଦର୍ଶନ ଦେଖିବା ପରେ ହିଁ ନିଷ୍ପତ୍ତି ନେବୁ। ଯଦି ଏସିଆନ କ୍ୱାଲିଫାୟର୍ସ ପୂର୍ବରୁ ଡବ୍ଲ୍ୟୁଏଫ୍‌ଆଇ ଅନୁଭବ କରେ ସେହି ବର୍ଗରେ ଦେଶର ଯୋଗ୍ୟ ପ୍ରତିଯୋଗୀ ନାହାନ୍ତି, ତେବେ ସୁଶିଲଙ୍କୁ ଚୟନ କରାଯାଇପାରେ। ଅନ୍ୟପକ୍ଷରେ ସୁଶିଲ ନିଜ ରୁଷିଆନ କୋଚ୍‌ କମଲ ମାଲିକୋଭଙ୍କ ସହ ଟ୍ରେନିଂ ବେଳେ ଆହତ ହୋଇଛନ୍ତି। ଟ୍ରାଏଲ ବାତିଲ ନ ହେବା ସମ୍ପର୍କରେ ଜାଣିବା ପରେ ସୁଶିଲ କହିଛନ୍ତି, ମୋତେ ଫିଟ୍‌ ହେବାକୁ ଦୁଇ ସପ୍ତାହ ସମୟ ଲାଗିବ। ଚିନ୍ତା କରନ୍ତୁ ନାହିଁ, ମୁଁ ଫେରିବି। ବିଶ୍ୱ ଚାମ୍ପିୟନଶିପ୍‌ରେ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲି। ଏ ନେଇ ଆସୋସିଏଶନ ନିକଟରେ ଖବର ରହିଛି। ଡବ୍ଲ୍ୟୁଏଫ୍‌ଆଇ ନିଷ୍ପତ୍ତିରେ ମୋର କିଛି ଆପତ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ପ୍ରଶାସନ ଫେଲ୍, ସାହାରା ସାଜିଲା କମ୍ପାନୀ: ଥୁଆମୂଳ ରାମପୁରରେ ତାତି ବଢ଼ୁଛି, ଜଳଛତ୍ର ନାହିଁ

ଥୁଆମୂଳରାମପୁର,୨୯।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ତାପମାତ୍ରା ୩୮ ଡିଗ୍ରୀ ସେଲସିଅସରୁ ବୃଦ୍ଧି ପାଇ ୪୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri