Posted inଖେଳ

ବାତିଲ ହେବ ନାହିଁ ସୁଶିଲଙ୍କ ବର୍ଗର ଟ୍ରାଏଲ

ନୂଆଦିଲ୍ଲୀ,୨।୧(ପି.ଟି.)- ପୁରୁଷ ଫ୍ରିଷ୍ଟାଇଲ ୭୪ କେଜି ବର୍ଗର ଟ୍ରାଏଲ ଅନୁଷ୍ଠିତ ହେବ। ଏହାକୁ ବାତିଲ କରିବା ପାଇଁ ଆହତପ୍ରାପ୍ତ ସୁଶିଲ କୁମାର ଅନୁରୋଧ କରିଥିଲେ। କିନ୍ତୁ ତାଙ୍କ ଅନୁରୋଧକୁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ପ୍ରତ୍ୟାଖ୍ୟାନ କରିଦେଇଛି। ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ ମାର୍ଚ୍ଚରେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାତେଇବା ପାଇଁ ସୁଯୋଗ ପାଇଥିଲେ। ଷ୍ଟାର ରେସଲର ଏବେ କ୍ୟାରିୟରକୁ ପୁଣି ଥରେ ଆରମ୍ଭ କରିବା ଲାଗି ସଂଘର୍ଷ କରୁଛନ୍ତି। ହାତଜନିତ ଆହତ ସମସ୍ୟା କାରଣରୁ ଶୁକ୍ରବାର ହେବାକୁ ଥିବା ଟ୍ରାଏଲରୁ ଓହରିବା ସହ ବାତିଲ ପାଇଁ ଅନୁରୋଧ କରିଥିଲେ। ଏହି ଶିବିରର ବିଜେତା ୨୦୨୦ ସିଜନର ରୋମଠାରେ ପ୍ରଥମ ର଼୍ୟାଙ୍କ ସିରିଜ ଟୁର୍ନାମେଣ୍ଟ (ଜାନୁୟାରୀ ୧୫-୧୮) , ନୂଆଦିଲ୍ଲୀଠାରେ ଏସିଆନ ଚାମ୍ପିୟନଶିପ (ଫେବୃୟାରୀ ୧୮-୨୩) ଓ ଏସିଆନ ଅଲିମ୍ପିକ୍‌ କ୍ୱାଲିଫାୟାର (ମାର୍ଚ୍ଚ ୨୭ରୁ ୨୯)ରେ ଭାଗନେବେ। ଡବ୍ଲ୍ୟୁଏଫ୍‌ଆଇ ସଭାପତି ବ୍ରିଜଭୂଷଣ ଶରନ ସିଂ କହିଛନ୍ତି, ଟ୍ରାଏଲ ବାତିଲ ହେବ ନାହିଁ। ୭୪ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ରେସଲର ଅଛନ୍ତି। ସୁଶିଲ ଆହତ ହେଲେ ଆମେ କ’ଣ କରିପାରିବା। ଆମେ ର଼୍ୟାଙ୍କିଙ୍ଗ୍‌ ସିରିଜ୍‌ ଇଭେଣ୍ଟରେ ପ୍ରଦର୍ଶନ ଦେଖିବା ପରେ ହିଁ ନିଷ୍ପତ୍ତି ନେବୁ। ଯଦି ଏସିଆନ କ୍ୱାଲିଫାୟର୍ସ ପୂର୍ବରୁ ଡବ୍ଲ୍ୟୁଏଫ୍‌ଆଇ ଅନୁଭବ କରେ ସେହି ବର୍ଗରେ ଦେଶର ଯୋଗ୍ୟ ପ୍ରତିଯୋଗୀ ନାହାନ୍ତି, ତେବେ ସୁଶିଲଙ୍କୁ ଚୟନ କରାଯାଇପାରେ। ଅନ୍ୟପକ୍ଷରେ ସୁଶିଲ ନିଜ ରୁଷିଆନ କୋଚ୍‌ କମଲ ମାଲିକୋଭଙ୍କ ସହ ଟ୍ରେନିଂ ବେଳେ ଆହତ ହୋଇଛନ୍ତି। ଟ୍ରାଏଲ ବାତିଲ ନ ହେବା ସମ୍ପର୍କରେ ଜାଣିବା ପରେ ସୁଶିଲ କହିଛନ୍ତି, ମୋତେ ଫିଟ୍‌ ହେବାକୁ ଦୁଇ ସପ୍ତାହ ସମୟ ଲାଗିବ। ଚିନ୍ତା କରନ୍ତୁ ନାହିଁ, ମୁଁ ଫେରିବି। ବିଶ୍ୱ ଚାମ୍ପିୟନଶିପ୍‌ରେ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲି। ଏ ନେଇ ଆସୋସିଏଶନ ନିକଟରେ ଖବର ରହିଛି। ଡବ୍ଲ୍ୟୁଏଫ୍‌ଆଇ ନିଷ୍ପତ୍ତିରେ ମୋର କିଛି ଆପତ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାପଟେନ ବଦଳାଇବ ନାହିଁ ଦିଲ୍ଲୀ କ୍ୟାପିଟାଲ

ନୂଆଦିଲ୍ଲୀ,୩।୯: ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ ପାଇଁ ଶ୍ରେୟାସ ଆୟାର ଉପଲବ୍ଧ ହୋଇଛନ୍ତି। ହେଲେ ରିଷଭ ପନ୍ତ ହିଁ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜର ନେତୃତ୍ୱ...

ବିଦେଶ ମାଟିରେ ଖେଳିବାକୁ ବ୍ୟଗ୍ର: ସୁଶ୍ରୀ

ଭୁବନେଶ୍ୱର, ୧୧।୯-ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ। ଓଡ଼ିଶା ମହିଳା କ୍ରିକେଟରେ ଏହା ଏବେ ସବୁଠାରୁ ଚର୍ଚ୍ଚିତ ନାମ। ରାଜ୍ୟ ଏବଂ ଜୋନାଲ ସ୍ତରରେ ଆକର୍ଷଣୀୟ ପ୍ରଦର୍ଶନ କରି...

ମୁମ୍ବାଇ ଦଳରେ ପୃଥ୍ବୀ

ମୁମ୍ବାଇ,୧୫।୧୧(ପି.ଟି.)- ଡୋପ ଟେଷ୍ଟରେ ବିଫଳ ହେବା ଯୋଗୁ ୮ ମାସ ବାସନ୍ଦ ହୋଇଥିବା ଯୁବ ଭାରତୀୟ ଓପନର ପୃଥ୍ବୀ ଶ’ଙ୍କୁ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟ...

୨ ଅଲିମ୍ପିକ୍ସ ଚାମ୍ପିୟନଙ୍କ ବରୋଧରେ ଡୋପିଂ ଅଭିଯୋଗ

ପ୍ୟାରିସ୍‌,୨୮।୩(ଏଏଫ୍‌ପି): ୨ ଅଲିମ୍ପିକ୍‌ ଚାମ୍ପିୟନଙ୍କ ସମେତ ୪ଜଣ ରୁଷୀୟ ଆଥଲେଟଙ୍କ ବିରୋଧରେ ଡୋପିଂ ଅଭିଯୋଗ ଆସିଛି। ଏହି ଆଥଲେଟମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି ବୋଲି...

ସିଏସ୍‌କେର ପ୍ଲେ-ଅଫ୍‌ ବାଟ ବନ୍ଦ

ମୁମ୍ବାଇ,୧୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୫.୧ ଓଭର ପୂର୍ବରୁ ୫ ଉଇକେଟରେ ଚେନ୍ନାଇ ସୁପର...

ପଦକ ସଂଖ୍ୟା ୪୩ ଛୁଇଁଲା,ସ୍ବର୍ଣ୍ଣ ୧୫-ରୌପ୍ୟ ୧୧-ବ୍ରୋଞ୍ଜ ୧୭…

ବର୍ମିଂହାମ୍‌, ୭।୮ : ବର୍ମିଂହାମରେ ଖେଳାଯାଉଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ନିଜର ଦୃଢ଼ ପ୍ରଦର୍ଶନ ଜାରି ରଖିଛନ୍ତି। ଭାରତର ପଦକ ସଂଖ୍ୟା ଇତିମଧ୍ୟରେ...

ଆଜି ପ୍ରଥମ ସେମିଫାଇନାଲ

ସିଡ୍‌ନୀ,୯।୧୧(ପି.ଟି): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲରେ ପରସ୍ପର ସାମ୍ନା କରିବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ଚଳିତ ଟୁର୍ନାମେଣ୍ଟରେ ନ୍ୟୁଜିଲାଣ୍ଡ ସ୍ଥିର ପ୍ରଦର୍ଶନ...

ନାଡାରେ ସାମିଲ ହେଲା ବିସିସିଆଇ

ନୂଆଦିଲ୍ଲୀ,୯।୮- ଦୀର୍ଘଦିନ ଧରି ମନାକରିବା ପରେ ଦେଶରେ କ୍ରିକେଟର ପରିଚାଳନା କରୁଥିବା ବିସିସିଆଇ ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା (ନାଡା) ପରିସର ଅନ୍ତର୍ଭୁକ୍ତ ହୋଇଛି। ଆର୍ଥିକ...

Advertisement
Archives

Model This Week