ବାତିଲ ରହିବ ଟ୍ରେନ୍‌ ସେବା

ଭୁବନେଶ୍ୱର,୨୨-୩: ରବିବାର ‘ଜନତା କର୍ଫ୍ୟୁ’ ଲାଗି ବିଭିନ୍ନ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ ବାତିଲ ରହିବ ବୋଲି ପୂର୍ବତଥ ରେଳପଥ ପକ୍ଷରୁ ସୂଚନା ରହିଛି। ପୂର୍ବତଟ ରେଳପଥ ଅଧୀନ ପୁରୀ, ଭୁବନେଶ୍ୱର, ସମ୍ବଲପୁର, ରାୟଗଡା, ବଲାଙ୍ଗୀର, ବିଶାଖାପାଟଣା ଭଳି ସ୍ଥାନଗୁଡିକରୁ ଯାତ୍ରା ଆରମ୍ଭ କରୁଥିବା ୩୩ ମେଲ୍‌ ଏବଂ ଏକ୍ସପ୍ରେସ୍‌ ସେବାକୁ ଏହି ସମୟ ମଧ୍ୟରେ ବାତିଲ କରାଯାଇଛି। ଏହାବାଦ୍‌ ୩୮ ଲୋକାଲ ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଏହି ଟ୍ରେନଗୁଡିକ ଭୁବନେଶ୍ୱର, ପୁରୀ, ଭଦ୍ରକ, ବ୍ରହ୍ମପୁର, ପଲାସା, କଟକ, ଖୋର୍ଦ୍ଧାରୋଡ, ପାରାଦୀପ, ମହୀପୁର, ତାଳଚେର, ଅନୁଗୋଳ, ବଲାଙ୍ଗୀର, ବିଛୁପାଲି, ଗୁଣପୁର, ବିଶାଖାପାଟଣା, ବିଜୟନଗରମ, ଶ୍ରୀକାକୁଲମ ରୋଡ ଭଳି ସ୍ଥାନଗୁଡିକରୁ ଯାତ୍ରା ବନ୍ଦ ରହିବ।
ପୁରୀରୁ ବାହାରିବାକୁ ଥିବା ପୁରୀ-ଚେନ୍ନାଇ, ପୁରୀ-ହାଓଡା ଧଉଳ ଏବଂ ପୁରୀ-ସମ୍ବଲପୁର ଇଣ୍ଟରସିଟି ବାତିଲ ହେବ। ଏହାବାଦ୍‌ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରୁଥିବା ଭୁବନେଶ୍ୱର-ହାଓଡା ଜନଶତାଦ୍ଦୀ, ଭୁବନେଶ୍ୱର-ଆନନ୍ଦ ବିହାର ଓଡ଼ିଶା ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର-ବାଙ୍ଗିରିପୋଷୀ ଏକ୍ସପ୍ରେସ, ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି, ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି, ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ ମଧ୍ୟ ଏଥିରେ ସାମିଲ ରହିଛି। ସମ୍ବଲପୁରରୁ ବାହାରୁଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି, ସମ୍ବଲପୁର ରାୟଗଡା ଇଣ୍ଟରସିଟି, ସମ୍ବଲପୁର-ନାନ୍ଦେଦ ନାଗାବଳୀ ଏକ୍ସପ୍ରେସ ବାତିଲ କରାଯାଇଛି। ସେହିଭଳି ରାୟଗଡାରୁ ବାହାରୁଥିବା ରାୟଗଡା-ସମ୍ବଲପୁର ଇଣ୍ଟରସିଟି, ବଲାଙ୍ଗୀରଠାରୁ ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି, ବିଶାଖାପାଟଣାରୁ ବାହାରୁଥିବା ବିଶାଖାପାଟଣା ଭୁବନେଶ୍ୱର, ବିଶାଖାପାଟଣା-ପାରାଦୀପ, ବିଶାଖାପାଟଣା-କିରାଣ୍ଡୁଲ ଏକ୍ସପ୍ରେସ ରବିବାର ବନ୍ଦ ରହିବ। ଏହାବାଦ୍‌ କିରାଣ୍ଡୁଲ- ବିଶାଖାପାଟଣା, ହାଓଡା-ପୁରୀ, ହାଓଡା-ଭୁବନେଶ୍ୱର ଜନଶତାଦ୍ଦୀକୁ ମଧ୍ୟ ବାତିଲ କରାଯାଇଛି।
ସୋମବାର ଲାଗି ଚେନ୍ନାଇ-ପୁରୀ, ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି, ବାଙ୍ଗିରିପୋଷୀ- ଭୁବନେଶ୍ୱର ଏକ୍ସପ୍ରେସ, ନାନ୍ଦେଦ- ସମ୍ବଲପୁର ନାଗାବଳି ଏକ୍ସପ୍ରେସ, ତିରୁପତି- ଭୁବନେଶ୍ୱର ଏକ୍ସପ୍ରେସ, ୨୪ ତାରିଖ ଲାଗି ଆନନ୍ଦବିହାର -ଭୁବନେଶ୍ୱର ଏକ୍ସପ୍ରେସ, ୨୫ ତାରିଖ ଲାଗି ପାରାଦୀପ- ବିଶାଖାପାଟଣା ଏକ୍ସପ୍ରେସ ବାତିଲ କରାଯାଇଛି। ୪ ଟ୍ରେନର ସମୟ ସୀମାରେ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri