ବାଣିିଜ୍ୟିକ ଋଣ କ୍ଷେତ୍ରରେ ମନ୍ଥରତା

ମୁମ୍ବାଇ,୧୮-୧୦: ଜୁନ୍‌ ତ୍ରୈମାସ ଶେଷ ସୁଦ୍ଧା ବାଣିଜି୍ୟକ ଋଣ ଚାହିଦା ୨.୬%କୁ ହ୍ରାସ ଘଟି ୬୩.୮୦ ଲକ୍ଷ କୋଟି ଟଙ୍କା ରହିଛି। ଅଣୁ, କ୍ଷୁଦ୍ର, ମଧ୍ୟମ ଏବଂ ମଧ୍ୟ ତଥା ବୃହତ୍ତ ଶିଳ୍ପସଂସ୍ଥାଗୁଡିକୁ ଋଣ ପ୍ରଦାନ ହାର ହ୍ରାସ ଘଟିଥିବା ସିଡବୀ ଏବଂ ଟ୍ରାନ୍ସ ୟୁନିୟନ ସିବିଲ ପକ୍ଷରୁ ହୋଇଥିବା ମିଳିତ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଋଣ ଯୋଗାଣ କ୍ଷେତ୍ରରେ ନିରନ୍ତର ହ୍ରାସ ହେବା ଦେଖାଯାଉଥିବାରୁ ଏହା ବିଷେଷଜ୍ଞଙ୍କ ଲାଗି ଚିନ୍ତାର କାରଣ ହୋଇଛି। ଏହି ସବୁ କ୍ଷେତ୍ରଗୁଡିକରେ ଅନାଦେୟ ଋଣ (ଏନ୍‌ପିଏ) ପରିମାଣ ବଢୁଥିବା ଦେଖାଯାଇଛି। ଚାହିଦା ହ୍ରାସ ହେବାରୁ ଶିଳ୍ପଗୁଡିକ ସେମାନଙ୍କ ପୂର୍ଣ୍ଣ କ୍ଷମତାକୁ ବ୍ୟବହାର କରିବାକୁ ସକ୍ଷମ ହେଉ ନାହାନ୍ତି। ଅଣୁ ଶିଳ୍ପଗୁଡିକର ଏନ୍‌ପିଏ ୮.୭% ବଢିଥିବା ବେଳେ ଏହା ଏମଏସ୍‌ଏମ୍‌ଇ କ୍ଷେତ୍ରରେ ୧୦.୬%, ମଧ୍ୟମ ବର୍ଗ କର୍ପୋରେଟ କ୍ଷେତ୍ରରେ ୧୭.୫% ଏବଂ ବଡ କର୍ପୋରେଟ କ୍ଷେତ୍ରରେ ୧୮.୧କୁ ବଢିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଅଟୋଶିଳ୍ପରେ ଗୁରୁତର ମାନ୍ଦାବସ୍ଥା ରହିଥିଲେ ମଧ୍ୟ ଅନ୍ୟ ଶିଳ୍ପ ତୁଳନାରେ ଏହି କ୍ଷେତ୍ରରେ ଋଣ ପରିମାଣ କମ୍‌ ରହିଛି ବୋଲି ଟ୍ରାନ୍ସୟୁନିୟନ ସିବିଲର ସିଇଓ ଶତୀଶ ପିଲାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିଚାଳନା ବନ୍ଦ କଲା ଏୟାର ଡେକାନ

ନୂଆଦିଲ୍ଲୀ, ୬।୪: କରୋନା ମହାମାରି ଜନୀତ ଲକ୍‌ଡାଉନ ଲାଗି ଏବେ ସାରା ଦେଶରେ କମ୍ପାନୀଗୁଡିକ ବନ୍ଦ ପଡିଛନ୍ତି। ଏଭଳି ସ୍ଥିତିରେ ଘରୋଇ ବିମାନ ସେବା ଯୋଗାଣକାରୀ...

ଆଦାନୀକୁ ସେବି ଝଟକା

ନୂଆଦିଲ୍ଲୀ,୨୨।୮:  ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପ୍‌କୁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ଝଟକା ଲାଗିଛି। ଏହି ଗ୍ରୁପ୍‌ କମ୍ପାନୀର ଆଦାନୀ ଓ୍ବିଲମର ନାମକ କମ୍ପାନୀ...

କମିଲା ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ୱର, ୬।୯୩: ଦିନର ବିରତି ପରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ଘଟିଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ...

ଜିଓ ଫୋନ୍‌ର ‘ଏକ୍ସଚେଞ୍ଜ ଟୁ ଅପ୍‌ଗ୍ରେଡ୍‌’ଅଫର

ନୂଆଦିଲ୍ଲୀ,୨୪।୫ ରିଲାଏନ୍ସ ରିଟେଲ୍‌ ପକ୍ଷରୁ ଜିଓ ଫୋନ୍‌ ନେକ୍ସଟ୍‌ ପାଇଁ ସୀମିତ ସମୟର ଏକ୍ସଚେଞ୍ଜ ଟୁ ଅପ୍‌ଗ୍ରେଡ୍‌ ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅଫର ଅନୁସାରେ...

ଜିଓରେ ୧.୧୫% ଅଂଶଧନ କିଣିଲା ସିଲ୍‌ଭର ଲେକ୍‌

ନୂଆଦିଲ୍ଲୀ,୪।୫:ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମରେ ଆମେରିକାଭିତ୍ତିକ ଘରୋଇ ଇକ୍ୱିଟି ଫାର୍ମ ସିଲ୍‌ଭର ଲେକ୍‌ ୧.୧୫% ଅଂଶଧନ କ୍ରୟ କରିଛି। ଏଥିଲାଗି ଉକ୍ତ କମ୍ପାନୀ ୫,୬୫୫.୭୫ କୋଟି...

ବେକାରି ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୧।୬: ମୋଦି ସରକାର କ୍ଷମତାକୁ ଫେରିବାର ଦ୍ୱିତୀୟ ଦିନରେ ଶୁକ୍ରବାର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ବେକାରି ପରିସଂଖ୍ୟାନ ପ୍ରକାଶ କରାଯାଇଛି। ଦେଶରେ ବେକାରି ସଂଖ୍ୟା ବଢ଼ିଛି...

ଏଣିକି ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇଲେ, ଗାଡ଼ି ଚଢ଼ିଲେ ଗଣିବେ ଅଧିକ ଟଙ୍କା

ନୂଆଦିଲ୍ଲୀ,୧।୧: ବର୍ଷ ଆରମ୍ଭରୁ ମହଙ୍ଗା ହେଲା ସେବା । ଅନଲାଇନରେ ଖାଦ୍ୟ ଅର୍ଡରଠାରୁ ଆରମ୍ଭ କରି ଟ୍ୟାକ୍ସି ସେବା ଆଦି ଶନିବାରଠାରୁ ମହଙ୍ଗା ହୋଇଛି। ସ୍ବିଗି...

ସ୍ବାମିତ୍ୱ ଯୋଜନାର ଶୁଭାରମ୍ଭ କଲେ ମୋଦି, ଗ୍ରାମବାସୀଙ୍କୁ ମିଳିବ ଡିଜିଟାଲ ସମ୍ପତ୍ତି କାର୍ଡ

ନୂଆଦିଲ୍ଲୀ,୨୫।୪:  ସାରା ଦେଶରେ ସମ୍ପତ୍ତି ଅଧିକାର ଓ ପ୍ରମାଣପତ୍ର ଯୋଗୁ ବିଭିନ୍ନ ସମୟରେ ଅନେକ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏହି ସମସ୍ୟାର ସମାଧାନ...

Advertisement
Archives

Model This Week