Posted inରାଜ୍ୟ

ବାଟବଣା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ୨ ମାସ ହେଲାଣି ବନ୍ଦ ରହିଛି କାର୍ଯ୍ୟାଳୟ

ନୟାଗଡ଼ ଅଫିସ,୧୨।୭- ନୟାଗଡ଼ ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବାଟବଣା ହୋଇପଡ଼ିଥିବା ଅଭିଯୋଗ ହେଉଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭକରି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ଥିବା କାର୍ଯ୍ୟାଳୟରେ ତାଲା ପଡ଼ିଛି। ଏ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଯେ, ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା ( ଆର୍‌ଏସ୍‌ବିୱାଇ) ପକ୍ଷରୁ ସରକାରୀ ମେଡ଼ିକାଲ୍‌ ପରିସରରେ ଏକ କାର୍ଯ୍ୟାଳୟ ଖୋଲାଯାଇ ସେଠାରେ ଡାଟା ଏଣ୍ଟ୍ରି ଅପରେଟର( ଡିଇଓ)ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏମାନେ ଆରଏସ୍‌ବିୱାଇ ଓ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ ଥିବା ରୋଗୀମାନଙ୍କୁ ସହାୟତା କରିବା ପାଇଁ ନିଯୁକ୍ତ ହୋଇଥିଲେ। ପରେ ଅଗଷ୍ଟ ୧୫ଠାରୁ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେଲା। ନିଯୁକ୍ତ ପାଇଥିବା ଡିଇଓମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ବୁଝିଥିଲେ। ସ୍ବାସ୍ଥ୍ୟ କାର୍ଡ଼ ଥିବା ରୋଗୀମାନେ ମେଡ଼ିକାଲ୍‌ରେ ଭର୍ତ୍ତି ହେବା ପରେ ମେଡ଼ିକାଲ ବାହାରୁ ମିଳୁଥିବା ରୋଗୀମାନଙ୍କ କାର୍ଡ଼ ଏଣ୍ଟ୍ରି କରାଯିବା ପରେ ରୋଗୀମାନେ ସେମାନଙ୍କ ପାଇଁ ଥିବା ସମସ୍ତ ପ୍ରାପ୍ୟ ପାଉଥିଲେ। ଆରଏସ୍‌ବିୱାଇ ବନ୍ଦ କରି କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କଲେ। ହେଲେ ଓଡ଼ିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହୋଇଥିବାରୁ ରାଜ୍ୟରେ ଏହାକୁ ଲାଗୁ କରାଗଲା ନାହିଁ। ଫଳରେ ଏହିଭଳି ଅବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଛି। ମେ ୨୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରଏସ୍‌ବିୱାଇ ଅନ୍ତର୍ଗତ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଚାହିଁଲେ ରଖି ପାରିବେ ନ ହେଲେ ନାହିଁ ବୋଲି ଅର୍ଡ଼ର ଆସିଥିଲା। ଫଳରେ ୩୧ ମେରେ ଜିଲାରେ କାମ କରୁଥିବା ୧୪ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ସେମାନେ ହେଲେ ଜିଲାରେ ପ୍ରତି ବ୍ଲକରେ ଥିବା ଜଣେ ଜଣେ ଡିଇଓ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ୪ ଜଣ ଡିଇଓ , ଚାନ୍ଦପୁର ମେଡ଼ିକାଲ୍‌ରେ ଥିବା ଜଣେ ଡିଇଓ ଏବଂ ଜଣେ ଆଟେଣ୍ଟାଣ୍ଡ । ଏ ନେଇ ୧୪ ଜଣ କର୍ମଚାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨ ମାସ ହେଲାଣି ଉକ୍ତ କାର୍ଯ୍ୟାଳୟ ବନ୍ଦ ହୋଇ ପଡ଼ିଥିବା ଯୋଗୁଁ ଅଧିକାଂଶ ରୋଗୀଙ୍କୁ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳୁଛି।
ଯେ, ବିଜୁ ସ୍ବାସ୍ଥ୍ୟ କଳ୍ୟାଣ ଯୋଜନାରେ ରୋଗୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ଚିକିତ୍ସା ପାଇପାରିବେ। ସେହିଭଳି ବାର୍ଷିକ ପରିବାର ପିଛା ୫ ଲକ୍ଷ ଓ ମହିଳା ସଦସ୍ୟମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇପାରିବେ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି ଆଦେଶ ଆସିବା ପରେ ଆମେ ଏହାକୁ ବନ୍ଦ କରିଦେଇଛୁ। ଆୟୁଷ୍ମାନ ଯୋଜନା ଚାଲୁ ହେଲେ ହୁଏତ ଏହା ଖୋଲାଯାଇପାରେ ବୋଲି ପ୍ରକାଶ କରିଥିଲେ। ଓଡ଼ିଶାର ଅଧିକାଂଶ ଜିଲାରେ ଏହି କାର୍ଯ୍ୟାଳୟ ବନ୍ଦ ହୋଇଯାଇଥିବା ନେଇ ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଫୁଲ ହତ୍ୟା ମାମଲା ସ୍ତ୍ରୀ, ପ୍ରେମିକ ଜେଲ ଗଲେ

ବ୍ରହ୍ମପୁର ଅଫିସ,୨୪ା୧-ସଦର ଥାନା ଅନ୍ତର୍ଗତ ସୁକୁଣ୍ଡାରେ ରହୁଥିବା ପ୍ରଫୁଲ୍ଲ ସାହୁଙ୍କୁ ତାଙ୍କ ସ୍ତ୍ରୀ ମିତା ଓ ପ୍ରେମିକ ସରୋଜ ମହାରଣା ଗତ ମଙ୍ଗଳବାର ରାତିରେ ଯୋଜନାବଦ୍ଧ...

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ

ପୁରୀ ଅଫିସ, ୨୧।୧୧: ଶ୍ରୀମନ୍ଦିରରେ ବୁଧବାର ପବିତ୍ର ପ୍ରଥମାଷ୍ଟମୀ ପାଳନ ଅବସରରେ ସ୍ବତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇଥିଲା। ଭୋଗ ମଣ୍ଡପ ବଢିବା ପରେ ତିନିବାଡ଼ରେ ମଇଲମ...

୨୩,୮୩୯ରେ ଭାଜପା ପ୍ରାର୍ଥୀ ଅପରାଜିତା ବିଜୟୀ

ଖୋର୍ଦ୍ଧା ଅଫିସ,୨୪।୫: ଖୋର୍ଦ୍ଧା ଜିଲାର ଭୁବନେଶ୍ୱର ଲୋକ ସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ୨୩,୮୩୯ ଭୋଟରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ...

ଖୋର୍ଦ୍ଧାକୁ ପଛରେ ପକାଇଲା ଭଦ୍ରକ: ଗୋଟିଏ ଦିନରେ ଚିହ୍ନଟ ହେଲେ ୨୮ ପଜିଟିଭ୍‌; ଜିଲାରେ ଆକ୍ରାନ୍ତ ସଂଖ୍ୟା ୭୪କୁ ବୃଦ୍ଧି

ଭଦ୍ରକ ଅଫିସ, ୧୭।୫- ରବିବାର ଭଦ୍ରକ ଜିଲାରେ ୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪...

ପିଏମ୍‌ଜିକେଏଓ୍ବାଇ ବନ୍ଦ ନେଇ କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ବର,୧୧ା୧(ବ୍ୟୁରୋ): କେନ୍ଦ୍ରର ମୋଦି ସରକାର ଜାନୁୟାରୀ ୨୦୨୩ରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଉଚ୍ଛେଦ କରିବାର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହି ଯୋଜନାରେ ଏପ୍ରିଲ-୨୦୨୦ରୁ...

ନମୁନା ସଂଗ୍ରହ ଦିନ ହିଁ ଲ୍ୟାବ୍‌କୁ ପଠାନ୍ତୁ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁବାର କୋଭିଡ୍‌ ପରୀକ୍ଷା ପାଇଁ ନୂଆ ନିୟମ ଜାରି କରିଛନ୍ତି। ସମସ୍ତ କରୋନା...

ପୁରସ୍କାର ରାଶିକୁ ସାମିଲ କରାଯିବା ଦୁଃଖଦାୟକ: ଦୂତୀ

ଭୁବନେଶ୍ୱର,୧୭।୭(କ୍ରୀଡ଼ା ପ୍ରତିନିଧି): ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ କିଛି ଦିନ ତଳେ ନିଜ ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବା ପାଇଁ ଇଚ୍ଛା ଜାହିର କରିଥିଲେ। ସାମ୍ପ୍ରତିକ...

ଆଜି ବିିଜେଡି ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରବିବାର ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହେବ। ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ବିଜେଡି କାର୍ଯ୍ୟାଳୟ ଠାରେ ୧୦.୩୦ ମିନିଟ୍‌ରେ ଅନୁଷ୍ଠିତ ହେବ। ଏଥି...

Advertisement
Archives

Model This Week