ବାଙ୍କୀ ଡବଲ୍‌ ମର୍ଡର ଘଟଣା: ଅଭିଯୁକ୍ତ ଜିତେନ୍ଦ୍ର ଗିରଫ

କଟକ ଅଫିସ/ବାଙ୍କୀ(ସ୍ବ.ପ୍ର)୨୧।୨: ବହୁ ଚର୍ଚ୍ଚିତ ବାଙ୍କୀ ଡବଲ ମର୍ଡର ଘଟଣାରେ ସ୍ଥାନୀୟ ପୋଲିସ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ କଟକ ଜିଲା ବୈଦେଶ୍ୱର ଥାନା ଅଧୀନ ଖଜୁରିପଦା ଗ୍ରାମର ଜିତୁ ଓରଫ ଜିତେନ୍ଦ୍ର ସ୍ବାଇଁ (୨୩)। ଜିତେନ୍ଦ୍ରଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାଙ୍କୀ ଉପଖଣ୍ଡ ଉପକାରାଗାରକୁ ପଠାଇ ଦିଆଯାଇଛି। ପୂର୍ବରୁ ଏହି ଘଟଣାରେ ଉକ୍ତ ଗ୍ରାମର ବଳିଆ ଓରଫ ବଳଭଦ୍ର ପ୍ରଧାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା କାଳିଆ ଓରଫ ସୁଶାନ୍ତ ପ୍ରଧାନ(୪୦) ଓ ଅନ୍ୟଜଣେ ଅଭିଯୁକ୍ତ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କୁଅଁାଶ ଗ୍ରାମର ହିମାଂଶୁ ଭୂଷଣ ରାଉତରାୟ(୩୯)ଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି। ସୁଶାନ୍ତଙ୍କ ନିକଟରୁ ଅନ୍ୟ ୧୦ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ତଥ୍ୟ ପାଇଛି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଗୁରୁବାର କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଗ୍ରାମାଞ୍ଚଳ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ପାଣିଗ୍ରାହୀଙ୍କ କହିବାନୁଯାୟୀ, କ୍ଷମତା ଲୋଭକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ନୂଆଗଁା ସରପଞ୍ଚ ମମତା ମହାପାତ୍ରଙ୍କ ସ୍ବାମୀ ଭଗବାନ ସ୍ବାଇଁ ଓ ଏକ ଓ୍ବେବ୍‌ ଚ୍ୟାନେଲର ଖବରଦାତା ଆଦିତ୍ୟ କୁମାର ରଣସିଂଙ୍କ ସହିତ ଅଭିଯୁକ୍ତମାନଙ୍କର ଦୀର୍ଘଦିନ ହେବ ଶତ୍ରୁତା ଲାଗି ରହିଥିଲା। ବିଭିନ୍ନ ସମୟରେ ଛୋଟ କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଅଶାନ୍ତି ଉପୁଜୁଥିଲା। ଆଦିତ୍ୟ ଓ ଭଗବାନଙ୍କୁ ଆକ୍ରମଣ କରିବା ପାଇଁ ଏକ ମାସ ପୂର୍ବରୁ ଅଭିଯୁକ୍ତମାନେ ଯୋଜନା କରିଥିଲେ। ଗତ ୧୫ ତାରିଖ ଅପରାହ୍ନରେ ଆଦିତ୍ୟ, ଭଗବାନ ଓ ଅନ୍ୟଜଣେ ଯୁବକ ମାନସ ରଞ୍ଜନ ସିଂ ବାଇକ୍‌ରେ ବାଙ୍କୀରୁ ଖଜୁରୀପଦା ଗ୍ରାମକୁ ଫେରୁଥିଲେ। ଏହି ସମୟରେ ବାଙ୍କୀ ଥାନା ଅନ୍ତର୍ଗତ କିଆପଲା ଜୋକଲାଞ୍ଜି ଜଳସେଚନ ପ୍ରକଳ୍ପ ନିକଟ ରାସ୍ତାରେ ସରୁ ଜିଆଇ ତାର ବାନ୍ଧି ଅଭିଯୁକ୍ତମାନେ ଲୁଚି ରହିଥିଲେ। ବାଇକ୍‌ ଜିଆଇ ତାରରେ ଛନ୍ଦି ହୋଇଯିବାରୁ ସେମାନେ ତଳେ ପଡିଯାଇଥିଲେ। ଏହି ସମୟରେ ସେମାନଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। କୌଶଳକ୍ରମେ ମାନସ ଘଟଣାସ୍ଥଳରୁ ପଳାଇ ଯାଇଥିବାବେଳେ ଆଦିତ୍ୟ ଓ ଭଗବାନଙ୍କୁ ଅଭିଯୁକ୍ତମାନେ ଗୋଡାଇ ଗୋଡାଇ ହାଣିଥିଲେ। ଆଦିତ୍ୟଙ୍କ ଶରୀରରୁ ଗୋଡକୁ ଅଲଗା କରିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଭଗବାନଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଭଗବାନଙ୍କୁ ଆମ୍ବୁଲାନ୍ସରେ କଟକ ନେବା ବାଟରେ ସେ ୯ ଜଣ ଅଭିଯୁକ୍ତଙ୍କ ନାମ କହିଥିଲେ। ଆମ୍ବୁଲାନ୍ସ ଭିତରେ ଥିବା ଜଣେ ଯୁବକ ଏହାକୁ ରେକର୍ଡିଂ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଭିଡିଓ ଭାଇରାଲ ହୋଇଥିଲା, ଯାହା ପୋଲିସର ତଦନ୍ତରେ ସହାୟକ ହୋଇଥିଲା। ଘଟଣା ସମ୍ପର୍କରେ ମାନସ ବାଙ୍କୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦଫା ୩୦୨, ୧୪୭, ୧୪୮, ୧୨୦(ବି) ଏବଂ ୧୪୯ ଅନୁଯାୟୀ ଏକ ମାମଲା(ନଂ.୩୯/୨୦) ରୁଜୁ କରିଛି। ଅନ୍ୟପକ୍ଷରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ ଏକ କମିଟି ଗୁରୁବାର ଖଜୁରୀପଦା ଗ୍ରାମକୁ ଯାଇ ମୃତକଙ୍କୁ ପରିବାରକୁ ଭେଟିଥିଲେ।
ଆଟୁରେ ଲୁଚିଥିଲେ ଜିତେନ୍ଦ୍ର
ହତ୍ୟାକାଣ୍ଡ ପରେ ଜିତେନ୍ଦ୍ର ଫେରାର ହୋଇଯାଇଥିଲେ। ପରେ ଗାଁକୁ ଫେରି ନିଜ ଘରେ କିଛିଦିନ ହେବ ଲୁଚି ରହିଥିଲେ। ଖବରପାଇ ପୋଲିସ ପହଞ୍ଚି ତାଙ୍କ ଘରକୁ ଘେରି ଯାଇଥିଲା। ଏହି ସମୟରେ ଜିତେନ୍ଦ୍ର ତାଙ୍କ ଚାଳ ଘରର ଆଟୁରେ ଲୁଚି ଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘କୋଭିଡ୍‌ ପାଇଁ ପାଠ ଛାଡ଼ିଥିବା ପିଲାଙ୍କୁ ସ୍କୁଲ ଫେରାଇ ଆଣ’

ଭୁବନେଶ୍ୱର, ୧୨।୩(ବ୍ୟୁରୋ): କୋଭିଡ୍‌ ସମୟରେ ପାଠ ଛାଡ଼ିଥିବା ପିଲାଙ୍କୁ ତୁରନ୍ତ ସ୍କୁଲ (ସରକାରୀ ଓ ବେସରକାରୀ) ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା...

ବୀର ଯବାନଙ୍କୁ ମନେପକାଇଲେ ବିରୋଧୀ ଗୋଷ୍ଠୀ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): କେତେବେଳେ ବିଛୁଆତି, ବାଇଡଙ୍କ ଲଗାଇ ତ କେତେବେଳେ ରାଖୀ ବାନ୍ଧି ଭାଲେଣ୍ଟାଇନ୍ସ ଡେ’ରେ ପାର୍କ, ସିନେମା ହଲ୍‌ ଏବଂ ଶପିଂ ମଲ୍‌ରେ ପହଞ୍ଚି...

ନେଳିଆବାଗ୍‌ର ୫ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଅଛନ୍ତି ୪ ମହିଳା, ଜଣେ ପୁରୁଷ; ପ୍ରକାଶ ପାଇଥିଲା ଲକ୍ଷଣ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ୫ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ବିଷୟରେ ମଙ୍ଗଳବାର ସୂଚନା କରାଯାଇଛି। ୧୦୪,୧୦୫,୧୦୬,୧୦୭,୧୦୮ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦିଆଯାଇଛି। ୧୦୪ ନଂ...

ଭିସୁଟ୍‌ରେ ଛାତ୍ରଙ୍କୁ ର଼୍ୟାଗିଂ ମାମଲା:୩୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୯(ବ୍ୟୁରୋ): ସମ୍ବଲପୁରର ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ ଛାତ୍ରଙ୍କୁ ର଼୍ୟାଗିଂ ମାମଲାକୁ ନେଇ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ...

ମହିମାଗାଦିରେ ବୁଲିଲା ଜେସିବି

ଢେଙ୍କାନାଳ ଅଫିସ, ୨୩।୧୧: ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପ୍ରମୁଖ ପୀଠସ୍ଥଳୀ ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ମହିମାଗାଦିର ବିବାଦୀୟ ତୃତୀୟ ବେଢ଼ାରୁ ମଙ୍ଗଳବାର ଉଚ୍ଛେଦ କାର୍ଯ୍ୟ...

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ଅଫିସ,୮।୬: ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ ତିଥିରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଏ ନେଇ ଅପରାହ୍ନରେ...

୨୦୨୪ ସୁଦ୍ଧା ଗ୍ରାମାଞ୍ଚଳକୁ ସ୍ବଚ୍ଛ ପାଣି

ଢେଙ୍କାନାଳ ଅଫିସ,୧୧ା୨ ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନ ୫ଟାରେ ୧୮ତମ ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ବାର୍‌ହା ଆକ୍ରମଣରେ ୪ ଗୁରୁତର

କେନ୍ଦୁଝର,୫ା୪(ସ୍ବ.ପ୍ର.): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରୀ ସେକ୍ସନ ଜଜାଙ୍ଗ ପାଚେରୀ ସାହିରେ ବୁଧବାର ଏକ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନେ...

Advertisement
Archives

Model This Week