Posted inରାଜ୍ୟ

ବାଉରୀ ନାଳରେ ପୋଲ ନିର୍ମାଣ ହେଉନି: ବର୍ଷା ହେଲେ ଯାତାୟାତ ଠପ୍‌

ଛେଣ୍ଡିପଦା,୨୮ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା-ପରା ପଥରପୁଞ୍ଜି ଗ୍ରାମ ରାସ୍ତାର ମଧ୍ୟଭାଗରେ ପ୍ରବାହିତ ବାଉରୀ ନାଳ ଉପରେ ଦୀର୍ଘଦିନର ଦାବି ସତ୍ତ୍ୱେ ସ୍ଥାୟୀ ପୋଲ ନିର୍ମାଣ ହେଉନି। ଫଳରେ ବର୍ଷା ଦିନେ ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ସେଠାରେ ଥିବା ଏକ କମ୍‌ ଉଚ୍ଚତା ବିଶିଷ୍ଟ କଲଭର୍ଟ ବ୍ରିଜ୍‌ଟି ସାମାନ୍ୟ ବର୍ଷା ହେଲେ ବୁଡିଯାଉଛି। ଫଳରେ ଯାତାୟାତରେ ଘୋର ଅସୁବିଧା ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଏହି ନାଳରେ ବର୍ଷା ଦିନେ ବହୁ ମାତ୍ରାରେ ଜଳ ପ୍ରବାହିତ ହୋଇଥାଏ। ଫଳରେ ଏଠାରେ ଥିବା ବହୁ ପୁରାତନ ହ୍ୟୁମ ପାଇପ କଲଭର୍ଟ ବ୍ରିଜ ଉପରେ ପାଣି ଚାଲେ। ଅନୁଗୋଳ ଗ୍ରାମ୍ୟ ନିର୍ମାଣ ତଥା ଜରପଡା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ହୋଇଥିବା ଏହି କଲଭର୍ଟ ବ୍ରିଜ କମ ଉଚ୍ଚତା ବିଶିଷ୍ଟ ହୋଇଥିବା ବେଳେ ଭାବରେ ହ୍ୟୁମ ପାଇପ ଦେଇ ପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ପାଣି ପ୍ରବାହିତ ହେବା ପରେ ସେଠାରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଏ। ଜରପଡା-ଟାଇଁସି-ଜଗନ୍ନାଥପୁର ଗ୍ରାମ୍ୟ ରାସ୍ତା ଉପରେ ବାଉରୀ ନାଳ ପ୍ରବାହିତ ହେଉଥିବା ଯୋଗୁ ଏହା ଉପରେ ନିର୍ଭର କରୁଥିବା ଲୋକେ ଜରୁରିକାଳୀନ ପରିସ୍ଥିତିରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ତୁରନ୍ତ ବିଜୁ ସେତୁ ଯୋଜନା ମାଧ୍ୟମରେ ଏଠାରେ ଅଧିକ ଉଚ୍ଚତା ବିଶିଷ୍ଟ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ସରପଞ୍ଚ ଭାନୁପ୍ରିୟା ପ୍ରଧାନ, ସମିତିସଭ୍ୟା କବିତା ବେହେରା, ପୂର୍ବତନ ସରପଞ୍ଚ ନାରାୟଣ ସାହୁ , ଶଶି ଭୂଷଣ ବେହେରା, କୁଶଧର ବାରିକ, ବେଣୁଧର ପ୍ରଧାନ, ବାଲିଆ ପ୍ରଧାନ ପ୍ରମୁଖ ପ୍ରେସ ବିବୃତି ମାଧ୍ୟମରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ଭୋଟ୍‌ ପ୍ରଚାର

ଯାଜପୁର ଟାଉନ,୨୪ା୧(ଡି.ଏନ.ଏ.): ଯାଜପୁର ବ୍ଲକ ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ ପ୍ରଚାର ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀପ୍ରାର୍ଥିନୀ ଘରଘର ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ତେବେ...

ଫେରିବା ପରେ ବି ଗ୍ରହଣ କରାଗଲାନି

ପୁରୀ ଅଫିସ, ୫।୧୨: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗିଥିବା ଚନ୍ଦ୍ର- ସୂର୍ଯ୍ୟ କେହି ନେଇଯାଇଥିବା ଅଭିଯୋଗ ହୋଇଥିଲା। ନାଗାର୍ଜୁନ ବେଶ ପରଦିନ ଅର୍ଥାତ୍‌ ଗତ...

ଲକ୍‌ଡାଉନ୍‌: ୧୪ ଦିନରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ଗତ ୫ ତାରିଖରୁ ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକ୍‌ଡାନ୍‌କୁ ଜୁନ୍‌ ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାରଠାରୁ...

ଆଜି ପହଞ୍ଚିବ କଳ୍ପନାଙ୍କ ମରଶରୀର: କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ଘଣ୍ଟା ରହିବ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚତ୍ବ। ଶୁକ୍ରବାର ସନ୍ଧ୍ୟାରେ ଆସିବାର ଥିଲା, ହେଲେ କାଠମାଣ୍ଡୁରୁ ମରଶରୀର ନେଇ ଆସିଥିବା ବିମାନ...

୧୧ରେ ସରକାରୀ ଓକିଲଙ୍କ ବିଶାଳ ସମ୍ମିଳନୀ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଅଲ୍‌ ଓଡିଶା ଲ ଅଫିସର୍ସ ଆସୋସିଏଶନ ପକ୍ଷରୁ ଆସନ୍ତା ୧୧ ତାରିଖରେ ଇଡ୍‌କଲ ଅଡିଟୋରିୟମରେ ସରକାରୀ ଓକିଲଙ୍କ ବିଶାଳ ସମ୍ମିଳନୀ ହେବ। ରାଜ୍ୟର ବିଭିନ୍ନ...

ପୋଲିସ ପରିଚୟ ଦେଇ ଲୋକଙ୍କୁ ପିଟିଲେ: ୩ ଗିରଫ, କାର୍‌ ଜବତ

ରୂପ୍‌ସା, ୧୫।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ୍‌ ଘୋଷଣା କରିଛନ୍ତି। ଅସହାୟ, ନିରାଶ୍ରୟମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଣ ହେଉଛି। ସହରଠାରୁ...

ଠାକୁରଙ୍କ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ସଜନାଗଡ଼,୨୫।୨: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଖଡ଼ିପଦା ଗ୍ରାମରେ ଥିବା ଶନି ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଠାକୁରଙ୍କ ରୂପା ମୁକୁଟ ସହ ଅନ୍ୟାନ୍ୟ...

ଟାଙ୍କି ଖନନବେଳେ ଭୁଶୁଡ଼ିଲା ପାଚେରି

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟର ସ୍ବେରେଜ ଟାଙ୍କି ଖୋଳାଯାଉଥିବାବେଳେ ପାଚେରୀ ଭୁଶୁଡି ପଡ଼ିବାରୁ ଏହା ତଳେ ଚାପି ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ...

Advertisement
Archives

Model This Week