ବାଇକ୍‌ ଷ୍ଟଣ୍ଟ୍‌କୁ ନେଇ ଆକ୍ରମଣ ଘଟଣାରେ ଆଉ ୩ ଗିରଫ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ବିପଜ୍ଜନକ ଭାବେ ବାଇକ୍‌ ଷ୍ଟଣ୍ଟ୍‌ କରି ଧୂଳି ଉଡ଼ାର ପ୍ରତିବାଦ କରିଥିବା ଯୁବତୀଙ୍କୁ ଗାଳିଗୁଲଜ ଓ ତାଙ୍କ ବାପାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳର ଚିତ୍ତ ରଞ୍ଜନ ଦାସ, ରାଜା ଦାସ ଓ ରୋହିତ ଦାସ। ସୂଚନା ମୁତାବକ, ଭରତପୁର ଅଞ୍ଚଳରେ ନାରାୟଣ ବେହେରା ପରିବାର ସହ ରୁହନ୍ତି। ଗତ ସୋମବାର ଅପରାହ୍ନରେ ନାରାୟଣଙ୍କ ଘର ନିକଟରେ କେତେଜଣ ଯୁବକ ବାଇକ ଷ୍ଟଣ୍ଟ କରି ଦ୍ରୁତଗତିରେ ଗାଡ଼ି ଚଳାଇ ଧୂଳି ଉଡ଼ାଉଥିଲେ। ଏହାକୁ ନାରାୟଣଙ୍କ ଝିଅ ବାରଣ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଏହା ଦେଖି ନାରାୟଣ ସେଠାରେ ପହଞ୍ଚତ୍ ପ୍ରତିବାଦ କରିଥିଲେ। ଏଥିରେ ଅଭିଯୁକ୍ତମାନେ ଉତ୍ତ୍ୟକ୍ତ ହୋଇ ନାରାୟଣଙ୍କୁ ମାଡ଼ମାରି ତାଙ୍କ ନାକ ଫଟାଇ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ପୋଲିସ ୩୭/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଉକ୍ତଦିନ ଅଭିଯୁକ୍ତ କାହ୍ନା ଦାସଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଦ ପିଇ ୧୦ ଦିନରେ ୪୨୬ ଡ୍ରାଇଭର ଗିରଫ

ଭୁବନେଶ୍ୱର, ୧୬।୯(ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିଷ୍ପତ୍ତି କ୍ରମେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଏଣିକି ଗିରଫ କରାଯାଇଛି। ଓଡ଼ିଶାରେ ଏହି...

ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଇନସିଦ୍ଧ ନୁହେଁ: କଂଗ୍ରେସ

ଭୁବନେଶ୍ୱର, ୨୬ା୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଦ୍ୱାରା ଆଦାୟ କରାଯାଉଥିବା ବର୍ଦ୍ଧିତ ହୋଲ୍‌ଡିଂ ଟିକସ ଆଇନସିଦ୍ଧ ନୁହେଁ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି।...

ଚିନ୍ମୟୀ ସାହୁ ମୃତ୍ୟୁ ମାମଲା: ତଦନ୍ତ ଅଗ୍ରଗତି ନେଇ ରିପୋର୍ଟ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର,୧।୫(ବ୍ୟୁରୋ): ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ ତଦନ୍ତର ଅଗ୍ରଗତି ନେଇ ହାଇକୋର୍ଟ ଷ୍ଟାଟସ ରିପୋର୍ଟ ମାଗଛନ୍ତି। ସେପଟେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି...

ଧାନ କିଣାରେ ମଧ୍ୟସ୍ଥ ଉଚ୍ଛେଦ

ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ପଶ୍ଚିମ ଓଡ଼ିଶାର ୭ଟି ଜିଲାର ୮୫୧ ପ୍ୟାଡି ପ୍ରୋକ୍ୟୁରମେଣ୍ଟ ସେଣ୍ଟର(ପିପିସି) ମଧ୍ୟରୁ ୩୪୭ଟି କେନ୍ଦ୍ରରୁ ଧାନ କ୍ରୟ ପାଇଁ ଟୋକନ୍‌ ଦିଆଯାଇସାରିଛି। ଏହିପରି ଭାବେ ଚଳିତ...

ପରପାରିରେ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନା

ଭୁବନେଶ୍ୱର,୭।୩(ବ୍ୟୁରୋ): ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।...

ଓଡ଼ିଶାର ୧୪ ଖଣି ନିଲାମ ହେବ

ଭୁବନେଶ୍ୱର,୨୬ା୩(ବ୍ୟୁରୋ):କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ୬ ରାଜ୍ୟର ୬୭ଟି କୋଇଲା ଖଣିକୁ ବ୍ୟବସାୟିକ ଉତ୍ପାଦନ ଲାଗି ନିଲାମ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ଛତିଶଗଡ଼,...

କଂଗ୍ରେସ ରାଲିରେ ଅଘଟଣ: ଅସୁସ୍ଥ ହୋଇପଡ଼ିଲେ ବରିଷ୍ଠ ନେତା ନରସିଂହ ମିଶ୍ର

ଭୁବନେଶ୍ୱର,୨୮।୧୨(ବ୨୍ୟୁରୋ): କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ। ଗୁରୁତର ଅବସ୍ଥାରେ ତାଙ୍କୁ ସୋମବାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବାହ୍ନରେ ସିବିଆଇ...

‘କ୍ୟାମ୍ପସ୍‌ ଚୟନରେ ୬୦% ଛାତ୍ରୀଛାତ୍ର କୃତକାର୍ଯ୍ୟ’

ଭୁବନେଶ୍ୱର,୩।୨:ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅକ୍ସଫୋର୍ଡ ଗ୍ରୁପ୍‌ର ଅଗ୍ରଣୀ ଅନୁଷ୍ଠାନ ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜ ଆଣ୍ଡ ମ୍ୟାନେଜମେଣ୍ଟର ଶେଷ ବର୍ଷର ଛାତ୍ରୀଛାତ୍ରଙ୍କ ପାଇଁ କ୍ୟାମ୍ପସ...

Advertisement
Archives

Model This Week