ବାଂଲାଦେଶରୁ ୧୬୯ ଭାରତୀୟଙ୍କୁ ଏୟାର ଲିଫ୍ଟ୍‌ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୯।୫: ବାଂଲାଦେଶରେ ଥିବା ୧୬୯ ଭାରତୀୟଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଏୟାର ଲିଫ୍ଟ କରାଯିବ। ସେମାନେ ଢ଼ାକାରୁ ଆସି ଜମ୍ମୁ-କଶ୍ମୀରର ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିବେ। ସେମାନଙ୍କ ମଧ୍ୟରେ ୧୧୯ ଜଣ ଛାତ୍ରୀ, ୪୮ ଜଣ ଛାତ୍ର ଏବଂ ୨ ଜଣ ବରିଷ୍ଠ ନାଗରିକ ରହିଛନ୍ତି। କରୋନା ମହାମାରୀ ସଙ୍କଟ ସମୟରେ ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କ ପକ୍ଷରୁ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସେମାନେ ମଙ୍ଗଳବାର ଅପରାହ୍ନରେ ଶ୍ରୀନଗରରେ ପହଞ୍ଚିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଜଗଦୀପ ଧନକର

ନୂଆଦିଲ୍ଲୀ,୧୮।୭: ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନକର ସୋମବାର ସଂସଦ ଭବନରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,...

୪୨ ପିଏସ୍‌ୟୁରେ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି: ତୃଣମୂଳ ଏମ୍‌ପିଙ୍କ ଧାରଣା

ନୂଆଦିଲ୍ଲୀ,୮।୭: ଦେଶର ୪୨ଟି ପିଏସ୍‌ୟୁ(ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଂ)ରେ ପୁଞ୍ଜିପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାକୁ ବିରୋଧ କରି ସୋମବାର...

୨୦ରେ ବିଏମ୍‌ଏସ୍‌ର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୧୬ା୫: କରୋନା ଭାଇରସ୍‌ ଯୋଗୁ ଜାରି ଲକ୍‌ଡାଉନ୍‌ ଫଳରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପରିପ୍ରେକ୍ଷୀରେ ୯ ରାଜ୍ୟ ସେମାନଙ୍କ ଶ୍ରମ ଆଇନରେ ସଂଶୋଧନ ଆଣିଛନ୍ତି। ଭାଜପାର...

ସେନା ହେଲିକପ୍ଟରର ଜରୁରୀ ଅବତରଣ

ଜମ୍ମୁ,୨୪।୧୦: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମଣ୍ଡିରେ ଗୁରୁବାର ସେନାର ଆଡଭାନ୍ସ ଲାଇଟ୍‌ ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଛି। ଏଥିରେ ଥିବା ଉତ୍ତର ସେନାର ଲେପ୍ଟନାଣ୍ଟ ଜେନରାଲ...

ଓମିକ୍ରନ୍‌ର ଷ୍ଟିଲ୍‌ଥ ଭାରିଆଣ୍ଟ୍‌, ଭାରତ ଉପରେ କେତେ ବିପଦ ?…

ନୂଆଦିଲ୍ଲୀ, ୧୬।୩ : ତିନିବର୍ଷ ପରେ ମଧ୍ୟ କରୋନାର ଭୟ ମନରୁ ଯାଇନି। ଏବେ ପୁଣିଥରେ କରୋନା ଆତଙ୍କ ବଢ଼ିବାରେ ଆରମ୍ଭ ହୋଇଛି। ଓମିକ୍ରନ୍‌ର ନୂଆ...

ଭାରତ-ଚାଇନା ସୀମା ବିବାଦ ନେଇ ବିଶ୍ଳେଷକଙ୍କ ମତ:ରାଜନୈତିକ ଉତ୍ତରଦାୟିତ୍ୱ ରହୁ

ନୂଆଦିଲ୍ଲୀ,୨୬ା୬:ସେନାକୁ ଅସ୍ତ୍ର ବ୍ୟବହାର ପାଇଁ ସ୍ବାଧୀନତା ଦେବା ପରିବର୍ତ୍ତେ ଭାରତକୁ ଉପଯୁକ୍ତ କୂଟନୀତି ଆପଣାଇବାକୁ ପଡ଼ିବ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ...

ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ୍‌ ବାଟରେ କଣ୍ଟା ସାଜିଛି ଆମେରିକା

ନୂଆଦିଲ୍ଲୀ,୧୬।୧: ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରୁଷ୍‌ଠାରୁ ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ କିଣାଯିବା ଲାଗି ଚୁକ୍ତି ସ୍ବାକ୍ଷର ହୋଇଛି। ତେବେ ବାଟରେ...

ଭୋକରେ କାହାର ମୃତ୍ୟୁ ଘଟିବା ଉଚିତ ନୁହେଁ, କମ୍ୟୁନିଟି କିଚେନ ଯୋଜନା ନେଇ କେନ୍ଦ୍ରକୁ ଶେଷ ଚେତାବନୀ…

ନୂଆଦିଲ୍ଲୀ,୧୬।୧୧: ଏକ ସମାଜ ମଙ୍ଗଳ ରାଷ୍ଟ୍ରରେ ଭୋକରେ କାହାର ମୃତ୍ୟୁ ଘଟିବା ଉଚିତ ନୁହେଁ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କମ୍ୟୁନିଟି କିଚେନ ଯୋଜନା ନେଇ...

Advertisement
Archives

Model This Week