Posted inଜାତୀୟ

ବାଂଲାଦେଶକୁ ହାତେଇବାକୁ ଚାଇନାର ଯୋଜନା

ନୂଆଦିଲ୍ଲୀ,୨୧ା୬: ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କ ସବୁଠୁ ଖରାପ ସ୍ଥିତିକୁ ଆସିଯାଇଛି। ଏବେ ଚାଇନା ଭାରତକୁ ଚାରିପଟୁ ଘେରିବା ପାଇଁ ଉଦ୍ୟମ ଚଳାଇଛି। ପାକିସ୍ତାନ ଚାଇନାର ସବୁଦିନିଆ ବନ୍ଧୁ ଓ ଭାରତ ବିରୋଧୀ ହୋଇଥିବାବେଳେ ପଡୋଶୀ ନେପାଳକୁ ମଧ୍ୟ ବେଜିଂ ନିଜ ସପକ୍ଷକୁ ନେବାରେ ସଫଳ ହୋଇଛି। ଏବେ ଭାରତର ଦୃଢ଼ ସହଯୋଗୀ ପଡ଼ୋଶୀ ବାଂଲାଦେଶକୁ ନିଜ ସପକ୍ଷକୁ ନେବା ପାଇଁ ବେଜିଂ ଜୋର୍‌ଦାର ଉଦ୍ୟମ ଚଳାଇଛି। ବାଂଲାଦେଶକୁ ଚାଇନା ଅନେକ ପ୍ରଲୋଭନ ଦେଖାଉଥିବା ଜଣାପଡ଼ିଛି।
ଗଲଓ୍ବାର ଉପତ୍ୟକା ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହେବା ପରେ ଚାଇନାର ଅର୍ଥନୀତିକୁ କ୍ଷତି ପହଞ୍ଚାଇବା ଲାଗି ଭାରତ ପଦକ୍ଷେପ ଆରମ୍ଭ କରିଛି। ଫଳରେ ବେଜିଂ ଏବେ ଢାକା ସହ ବାଣିଜ୍ୟ ସମ୍ପର୍କ ବଢ଼ାଇବାକୁ ଉଦ୍ୟମ କରୁଛି। ବାଂଲାଦେଶକୁ ଯାଉଥିତ୍ବା ୫,୧୬୧ ସାମଗ୍ରୀ ଉପରେ ଚାଇନା ୯୭% ଶୁଳ୍କ ଛାଡ଼ କରିଛି। ବାଂଲାଦେଶ ଚାଇନାରୁ ଆମଦାନୀ ସାମଗ୍ରୀ ଉପରେ ଶୁଳ୍କ ଛାଡ଼ ପାଇଁ ବେଜିଂକୁ ଅନୁରୋଧ କରିଥିଲା। ଗତ ୧୬ ତାରିଖରେ ବେଜିଂ ଏଥିରେ ସମ୍ମତି ପ୍ରଦାନ କରିଛି। ଜୁଲାଇ ମାସରୁ ଏହା କାର୍ଯ୍ୟକାରୀ ହେବ ବୋଲି ବାଂଲାଦେଶ ବହିର୍ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ରିହାତି ଫଳରେ ଢାକା ବେଜିଂର ଅଧିକ ନିକଟତର ହୋଇପାରିବ।
ଦୀର୍ଘଦିନ ଧରି ବାଂଲାଦେଶ ସହ ଭାରତର ଉତ୍ତମ ବନ୍ଧୁତା ରହିଆସିଥିଲା, ଯାହା ଚାଇନାକୁ ଦୂରେଇ ରଖିଥିଲା। ତେବେ ଗତବର୍ଷ ଭାରତ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ନାଗରିକ ସଂଶୋଧନ ଆଇନ ଆଣିବା ପରେ ଦୁଇଦେଶ ସମ୍ପର୍କକୁ ଧକ୍କା ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା: ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ମିଳିବ ମାଗଣା କରୋନା ଟିକା

ମୁମ୍ବାଇ,୨୫।୪: ଦେଶରେ କରୋନା ମହାମାରୀ ଯୁଦ୍ଧରେ ଜିତିବା ପାଇଁ ଟିକାକରଣ ଅଭିଯାନ ଉପରେ କ୍ରମାଗତ ଗୁରୁତ୍ୱ ଦିଆଯାଉଛି। କରୋନା ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରୁ...

ଓଡ଼ିଶାରେ ହେଉ କରୋନା ପରୀକ୍ଷା କେନ୍ଦ୍ର

ନୂଆଦିଲ୍ଲୀ,୬ା୩: ପାର୍ଲାମେଣ୍ଟରେ ଗୁରୁବାର କରୋନା ସମ୍ପର୍କିତ ଆଲୋଚନା ବେଳେ ଓଡ଼ିଶା ଓ ଦେଶର ଅନ୍ୟ ଭାଗରେ ତୁରନ୍ତ ପରୀକ୍ଷା କେନ୍ଦ୍ର ଖୋଲିବା ଲାଗି ବିଜେଡି ଏମ୍‌ପି...

ରେଲଓ୍ବେ ବୋର୍ଡର ପ୍ରଥମ ମହିଳା ସିଇଓ ଭାବେ ଦାୟିତ୍ୱ ନେଲେ ଜୟା ସିହ୍ନା

ନୂଆଦିଲ୍ଲୀ,୧।୯: ରେଲଓ୍ବେ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବରେ ନିଯୁକ୍ତି ହେଲେ ଜୟା ଭର୍ମା ସିହ୍ନା। ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି।...

ଓଲାରୁ ୨୦୦ କର୍ମଚାରୀ ଛଟେଇ

ନୂଆଦିଲ୍ଲୀ,୧୪।୧: ଦେଶର ପ୍ରମୁଖ କ୍ୟାବ୍‌ ଏଗ୍ରିଗେଟର କମ୍ପାନୀ ଓଲା ଶୁକ୍ରବାର ତା’ର ୨୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ଜଣାପଡ଼ିଛି। ଏପରିକି ଓଲାର ଟେକ୍‌, ପ୍ରଡକ୍ଟ ଓ...

ଥମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୯।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

ଉତ୍ତର ଭାରତରେ ପ୍ରବଳ ଶୀତଲହରୀ: ଟ୍ରେନ ସେବା ବ୍ୟାହତ

ନୂଆଦିଲ୍ଲୀ,୨୭।୧୨: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତଲହରୀ ଅନୁଭୂତ ହେଉଛି। ରାଜଧାନୀ ନୂଆଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ...

କ୍ଷମା ମାଗିଲେ ମୋଦି

ନୂଆଦିଲ୍ଲୀ,୨୯।୩: କରୋନା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଦେଶ ଏକ ପ୍ରକାର ଠପ୍‌ ହୋଇ ଯାଇଛି। ଲକ୍‌ ଡାଉନକୁ ୫ ଦିନ...

ଦୀପାବଳି ପୂର୍ବରୁ ମହଙ୍ଗାମାଡ଼, ଗ୍ୟାସ ସିଲିଣ୍ଡର ଦାମ୍‌ ବଢ଼ିଲା ୨୬୮ ଟଙ୍କା…

ନୂଆଦିଲ୍ଲୀ,୧।୧୧: ଦୀପାବଳି ପୂର୍ବରୁ ସାଧାରଣ ଲୋକଙ୍କ ଉପରେ ସରକାର ପୁଣି ମହଙ୍ଗା ମାଡ଼ କରିଛନ୍ତିି। ଗ୍ୟାସସିଲିଣ୍ଡର ଦାମ୍‌ ୨୬୮ ଟଙ୍କା ବଢ଼ିଛି। ଏହାଯୋଗୁ ଖାଉଟିଙ୍କ ଆର୍ଥିକ...

Advertisement
Archives

Model This Week