ବହୁ ଚର୍ଚ୍ଚିତ ସନ୍ଦୀପ ନନ୍ଦ ହତ୍ୟା ମାମଲା:୧୦ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର, ୧-୧୧(ବ୍ୟୁରୋ):ବହୁଚର୍ଚ୍ଚିତ ସନ୍ଦୀପ ନନ୍ଦ ହତ୍ୟା ମାମଲାର ଶୁଣାଣି କରି ଭୁବନେଶ୍ୱର ଚତୁର୍ଥ ଅତିରିକ୍ତ ଜିଲା ଦୌରାଜଜ୍‌ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୧୦ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ସତ୍ୟ ରଞ୍ଜନ ପ୍ରଧାନ। ଜରିମାନା ଅନାଦାୟ ହେଲେ ଆହୁରି ୬ମାସ ଜେଲ୍‌ ଭୋଗିବାକୁ ପଡିବ। ୧୯ ଜଣଙ୍କ ସାକ୍ଷ୍ୟ ଓ ୨୪ଟି କାଗଜପତ୍ରକୁ ଆଧାର କରି ବିଚାରପତି ପ୍ରଧାନ ଏହି ରାୟ ଶୁଣାଇଛନ୍ତି। ଆଜୀବନ କାରାଦଣ୍ଡାଦେଶ ପାଇଥିବା ଅଭିଯୁକ୍ତମାନେ ହେଲେ ଆଶିଷ କୁମାର ବେହେରା (୨୬), ଶୈଳେନ୍ଦ୍ର ସାମନ୍ତରାୟ (୪୧), ସୁନୀଲ କୁମାର ସାମନ୍ତରାୟ (୩୬), ଘନଶ୍ୟାମ ବାଉତ (୩୮), ପ୍ରଭାତ ରଞ୍ଜନ ବେହେରା (୪୪), ତ୍ରିଲୋଚନ ବେହେରା (୩୪), ଛବୀନ୍ଦ୍ର ବେହେରା (୩୭), ପ୍ରକାଶଚନ୍ଦ୍ର ବେହେରା (୩୪), ଅଶୋକ କୁମାର ବାଉତ (୩୫) ଓ ବିଷ୍ଣୁପ୍ରସାଦ ବେହେରା (୪୨)। ସମସ୍ତ ଅଭିଯୁକ୍ତଙ୍କ ଘର ଘାଟିକିଆ ଅଞ୍ଚଳରେ। ସରକାରୀ ପିପି ଭାବେ ମାମଲା ପରିଚାଳନା କରୁଥିଲେ ଡା. ସୁରେଶ କୁମାର ବାରି। ସହଯୋଗ କରିଥିଲେ ରଞ୍ଜିତ ମହାପାତ୍ର ଓ ସୁଧାଂଶୁ ଶେଖର ପଣ୍ଡା।
୨୦୧୨ ଏପ୍ରିଲ ୧ରେ ଖଣ୍ଡଗିରି କଳିଙ୍ଗନଗର ଛକରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଘାଟିକିଆ ଅଞ୍ଚଳର ସନ୍ଦୀପଙ୍କ ଗୋଷ୍ଠୀ ସହ ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ବହୁଦିନ ହେବ ଶତ୍ରୁତା ଲାଗି ରହିଥିଲା। ଘଟଣାଦିନ ସନ୍ଦୀପ ତା’ର ଦୁଇ ବନ୍ଧୁ ଦେବାଶିଷ କର ଓ ଲୋକନାଥ ମହାପାତ୍ରଙ୍କ ସହ ଘାଟିକିଆ ଛକସ୍ଥିତ ଏକ ଦୋକାନରୁ ଚା’ ପିଇ ବାଇକଯୋଗେ କଳିଙ୍ଗ ନଗର ଛକରେ ପହଞ୍ଚତ୍ଥିଲେ। ପୂର୍ବରୁ ସେଠାରେ ଯୋଜନାବଦ୍ଧଭାବେ ଜଗି ରହିଥିବା ୧୦ଜଣ ଅଭିଯୁକ୍ତ ଲୁହାରଡ୍‌, ହକି ଷ୍ଟିକ ଓ ବିଭିନ୍ନ ମାରଣାସ୍ତ୍ରରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପୋଲିସ ଗୁରୁତର ଅବସ୍ଥାରେ ୩ଜଣଙ୍କୁ ଉଦ୍ଧାର କରି ଖଣ୍ଡଗିରି ଥାନାଞ୍ଚଳରେ ଥିବା ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସନ୍ଦୀପଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସନ୍ଦୀପଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ଏନେଇ ଖଣ୍ଡଗିରି ଥାନା ପୋଲିସ ଆଇପିସି ଦଫା ୨୯୪, ୩୪୧, ୩୦୨ ଓ ୩୪ରେ ମାମଲା ନଂ.୧୨୬/୧୨ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରୁ ଛଟେଇ, ଧାରଣାରେ ବସିଲେ

ଛତ୍ରପୁର,୭ା୫(ଦିଲୀପ ସାମଲ): ଛତ୍ରପୁର ବ୍ଲକ ବଡ଼ ମାଧପୁର ପଞ୍ଚାୟତରେ ଏମ୍‌ବିକେ ଭାବେ କାର୍ଯ୍ୟରତ ମଞ୍ଜୁ ବେହେରାଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଛି। ବିନା କାରଣରେ ତାଙ୍କୁ ବହିଷ୍କାର କରାଯାଇଥିବା…

ପୁଣି କୋଟିଆ ବିବାଦ: ଜନଗଣନା କରୁଛନ୍ତି ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୭।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତକୁ ନେଇ ବିବାଦ ଥମିବାର ନା ଧରୁନାହିଁ। ଅନ୍ୟପକ୍ଷେ ଓଡ଼ିଶାକୁ ଚେକ୍‌ ଦେବାରେ ପଛଘୁଞ୍ଚା…

ବିଜୟଙ୍କ ସମର୍ଥନରେ ବାହାରିଲେ କମଲ ହାସନ

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ, ଅଭିନେତା ବିଜୟଙ୍କ ଦଳ, ‘ତାମିଜାଗା ଭେଟ୍ରି କାଝାଗମ’ (ଟିଭିକେ), ଏକକ ବୃହତ ଦଳ ଭାବରେ ଉଭା ହୋଇଛି। ଫଳସ୍ବରୂପ, ରାଜ୍ୟରେ ସରକାର…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଗଞ୍ଜାମ,୭ା୫(ବିଦ୍ୟାଧର ସାହୁ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ରାମଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି। ଏପରିକି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ…

ସରକାର ଗଠନ ପାଇଁ ବିଜୟଙ୍କ ନୂଆ ପ୍ଲାନ: ଏହି ଦଳଠାରୁ ସମର୍ଥନ ଲୋଡିଲେ, ବିଧାୟକମାନଙ୍କୁ ରିସର୍ଟକୁ ସ୍ଥାନାନ୍ତରିତ

ଚେନ୍ନାଇ,୭।୫: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଅଭିନେତା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି କାଝାଗମ (TVK), ଏବେ ଜଣେ ଅତିରିକ୍ତ ବିଧାୟକଙ୍କ…

ଶ୍ୱଶୁର ଘରୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଥୁଆମୂଳ ରାମପୁର, ୭ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଡୁମେରପଦର ମୁଖ୍ୟ ରାସ୍ତାର ଲାଠିଆଗୁଡ଼ା ଛକ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍ୱାମୀଙ୍କ ମୃତ୍ୟୁ…

ବିଜୟ ଥାଲାପତି ସରକାର ଗଠନ ପାଇଁ BJPର ସମର୍ଥନ ଲୋଡିବେ? ଟିଭିକେଙ୍କ ପ୍ରତିକ୍ରିୟାରେ କଂଗ୍ରେସ ଖୁସି ହେବ ନା ନିରାଶ ହେବ?ଜାଣନ୍ତୁ…

ଚେନ୍ନାଇ,୭।୫: ବିଜୟ ଥାଲାପତିଙ୍କ ଦଳ, TVK (ତାମିଜାଗା ଭେଟ୍ଟ୍ରି କାଝାଗମ), ସରକାର ଗଠନ ପାଇଁ ତା’ର ପ୍ରୟାସକୁ ତୀବ୍ର କରିଛି। ଟିଭିକେ ବିଧାନସଭାରେ ୧୦୮ଟି ଆସନ ପାଇଛି,…

ଫଟୋ ଶେୟାର କରି ଖୁସି ଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୭।୫: ଚଳିତ IPL 2026 ସିଜିନ ମଧ୍ୟରେ ଭାରତୀୟ T20 ଅଧିନାୟକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଘରେ ଖୁସିର ମାହୋଲ। ସୂର୍ଯ୍ୟକୁମାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri