ବହୁସ୍ଥାନୀୟ ଦାବି ସମାଧାନ ସୁବିଧା ଦେଲା ଇପିଏଫ୍‌ଓ

ନୂଆଦିଲ୍ଲୀ,୧୫।୬: ଦେଶରେ ସେବା ପ୍ରଦାନର ଏକ ବ୍ୟବସ୍ଥିତ ମାନକ ସୁନିଶ୍ଚିତ କରିବା ତଥା କୋଭିଡ୍‌-୧୯ ମହାମାରୀ ସମୟରେ କର୍ମଚାରୀଙ୍କ ସଂଖ୍ୟାର ଠିକ୍‌ ଉପଯୋଗ ଲକ୍ଷ୍ୟରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫଓ) ପକ୍ଷରୁ ବହୁ ସ୍ଥାନୀୟ ଦାବି ସମାଧାନ ସୁବିଧାର ଶୁଭାରମ୍ଭ କରାଯାଇଛି। ଏହା ଇପିଏଫଓର କାର୍ଯ୍ୟପ୍ରଣାଳୀରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିବ ବୋଲି କୁହାଯାଇଛି। ନୂଆ ସୁବିଧା ଫଳରେ ଦେଶର ଯେ କୌଣସି ସ୍ଥାନରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟରେ ଅନ୍‌ଲାଇନ ଦାବି ଗୁଡିକର ସମାଧାନ କରାଯାଇପାରିବ। ଭବିଷ୍ୟନିଧି ପାଣ୍ଠି, ପେନସନ, ଆଂଶିକ ଉଠାଣ ଏବଂ ଦାବି ସହ ସ୍ଥାନାନ୍ତର ଦାବି ଆଦି ଏହି ନୂଆ ପ୍ରକ୍ରିୟା ଦ୍ୱାରା ସମାଧାନ କରାଯାଇପାରିବ। କୋଭିଡ୍‌-୧୯ ସଙ୍କଟ କାରଣରୁ ଇପିଏଫଓର ୧୩୫ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ପ୍ରଭାବିତ ହୋଇଛି। ଫଳରେ ବହୁ ସଂଖ୍ୟକ ଦାବି ହସ୍ତଗତ ହେବା ସହ କାର୍ଯ୍ୟଭାର ବୃଦ୍ଧିହୋଇଛି। ମୁମ୍ବାଇ, ଥାନେ,ହିରୟାଣା ଏବଂ ଚେନ୍ନାଇ କ୍ଷେତ୍ରରେ ବହୁ ସଂଖ୍ୟକ କାର୍ଯ୍ୟଳୟ ଥିଲେ ମଧ୍ୟ ବର୍ତ୍ତମାନ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ହେଉଛି। ବହୁ ସ୍ଥାନୀୟ ଦାବି ଅନ୍ତର୍ଗତ ଏହି ଯୁଗାନ୍ତକାରୀ ପ୍ରକଳ୍ପ ୧୦ ଜୁନରୁ ସ୍ଥାନୀୟ ଗୁରୁଗ୍ରାମ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଛି । ଏହି ବହୁ ସ୍ଥାନୀୟ ଦାବି ସମାଧାନ ସୁବିଧା ପ୍ରଚଳନ କରାଯିବା ଫଳରେ ସାକ୍ଷାତମୁକ୍ତ ଦାବି ସମାଧାନ ପ୍ରକ୍ରିୟାର ବୃହତ୍ତର ଉଦ୍ଦେଶ୍ୟ ସାଧିତ ହୋଇପାରିବ। ଯାହାକି ଅଧିକ ପାରଦର୍ଶିତା ଦକ୍ଷତା ଆଣିବା ସହିତ ସଦସ୍ୟମାନଙ୍କ ଅଭିଯୋଗ ହ୍ରାସ କରିବ। ଅନଲାଇନ ଦାବି ସାମାଧାନ ପ୍ରକ୍ରିୟାକୁ ଦ୍ରୁତ କରିପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ପଦ ଛାଡ଼ିଲେ ଡବ୍ଲ୍ୟୁଟିଓ ମୁଖ୍ୟ

ଜାତିସଂଘ, ୧୬ା୫ : ମହାମାରୀ କରୋନା ଭୂତାଣୁ କବଳରେ ବିଶ୍ୱ କଲବଲ ହେଉଥିବା ବେଳେ ବାଣିଜି୍ୟକ ଓ ଆର୍ଥତ୍କ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏହି...

ଡବ୍ଲ୍ୟୁଇଏଫ୍‌ ସମ୍ମିଳନୀରେ ଯୋଗ ଦେବେ ୧୦୦ ଭାରତୀୟ ସିଇଓ

ନୂଆଦିଲ୍ଲୀ,୧୧-୧୧: ସ୍ବିଜରଲାଣ୍ଡର ସ୍କି ରିସର୍ଟ୍ଟ ଟାଉନଠାରେ ଜାନୁୟାରୀ ୨୦ରୁ ୨୪ ଯାଏ ଅନୁଷ୍ଠିତ ହେଉଥିବା ଓ୍ବାର୍ଲଡ ଇକୋନୋମିକ୍‌ ଫୋରମ(ଡବ୍ଲ୍ୟୁଇଏଫ୍‌)ର ବାର୍ଷିକ ସମ୍ମିଳନୀରେ ୧୦୦ ଭାରତୀୟ ସିଇଓଙ୍କ...

ଖସିପାରିବେନି ଟିକସ ଖିଲାପୀ;ଜରିମାନା ଦେଲେ ମଧ୍ୟ ଯିବେ ଜେଲ୍‌

ନୂଆଦିଲ୍ଲୀ,୧୮-୬: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କଳାଧନ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। ଏବେ ଏହି ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ...

ନଭେମ୍ବରରେ ପୁଣି ପାସେଞ୍ଜର ଯାନ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୧-୧୨: ଚଳିତ ବର୍ଷ ନଭେମ୍ବରରେ ପାସେଞ୍ଜର ଯାନ ବିକ୍ରି ପୁଣି ଥରେ ନକାରାତ୍ମକ ସ୍ଥିତିରେ ରହିଛି। ଅକ୍ଟୋବରରେ ଚାହିଦା ଉନ୍ନତ ହେବା ଯୋଗୁ ଗାଡି ବିକ୍ରି...

କରୋନା ପ୍ରଭାବ: ୫୦ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୨୭।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଦିନକୁ ଦିନ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ କରୋନା ଭାଇରସ୍‌ରେ ଏପର୍ଯ୍ୟନ୍ତ...

ସତ୍ୟମ୍‌ ମାମଲାରେ ସେବିକୁ ସ୍ୟାଟ୍‌ର ଝଟକା;ପିଡବ୍ଲ୍ୟୁସି ଉପରେ ଲାଗିଥିବା କଟକଣା ଉଠିଲା

ମୁମ୍ବାଇ,୧୦-୯: ସତ୍ୟମ୍‌ କମ୍ପ୍ୟୁଟର ଦୁର୍ନୀତି ମାମଲାରେ ପୁଞ୍ଜି ବଜାର ନିୟାମକ ସେବିକୁ ଜୋରଦାର ଝଟକା ଲାଗିଛି। ପ୍ରତିଭୂତି ଅପିଲୀୟ ନ୍ୟାୟାଧିକରଣ(ସ୍ୟାଟ୍‌) ୭୮୦୦ କୋଟି ଟଙ୍କାର ସତ୍ୟମ୍‌...

ଚାଇନା ସାମଗ୍ରୀ ଉପରେ କଟକଣା ଲଗାଇବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ,୨୧।୬: ସୀମାରେ ଚାଇନା ସେନାର ଆକ୍ରମଣ ଯୋଗୁ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଦେଶ ମଧ୍ୟରେ ଚାଇନା ବିରୋଧୀ ସ୍ବର ତୀବ୍ର ହୋଇଛି।...

ମାନ୍ଦାବସ୍ଥା ଦୂର ପାଇଁ ସୀତାରାମନ୍‌ଙ୍କ ଘୋଷଣା: ଋଣମେଳାରେ ସାମିଲ ହେବେ ଘରୋଇ ବ୍ୟାଙ୍କ

ନୂଆଦିଲ୍ଲୀ,୨୭।୯:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ଘରୋଇ ବ୍ୟାଙ୍କ,ଏନ୍‌ବିଏଫ୍‌ସି ଓ ହାଉସିଂ ଫାଇନାନ୍ସ କମ୍ପାନୀ ମୁଖ୍ୟମାନଙ୍କ ସହ ବୈଠକରେ ବସି ଋଣ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।...

Coronavirus Update


Archives

Model This Week

Why Dharitri