Posted inଫୁରସତ

ବହୁମୁଖୀ ବ୍ୟକ୍ତିତ୍ୱ: ଯାହାଙ୍କ ପ୍ରତିଭାରେ ସମୃଦ୍ଧ ହୋଇଛି ବିଶ୍ୱର ସାରସ୍ବତ ଇତିହାସ

ବିଶ୍ୱରେ ଏମିତି ଅନେକ ପୂଜ୍ୟ ପ୍ରତିଭା ଅଛନ୍ତି ଯେଉଁମାନେ କେବଳ ଗୋଟିଏ କଥାରେ ନିଜକୁ ସୀମିତ କରି ରଖିନାହାନ୍ତି। ସେମାନେ କେତେବେଳେ ଆକାଶର ଇଗଲ ଭଳି ଉଡ଼ିଛନ୍ତି ତ ଆଉ କେତେବେଳେ ଲଟେଇରୁ ଛିଣ୍ଡି ଯାଇଥିବା ଗୁଡ଼ି ଭଳି ଆକାଶରେ ଉଡ଼ିଛନ୍ତି। ଗପ, କବିତା, ପ୍ରବନ୍ଧ, ଉପନ୍ୟାସ, ଗୀତ, ନାଟକ ସବୁ ଦିଗରେ କାମ କରି ନିଜକୁ ବହୁମୁଖୀ ବ୍ୟକ୍ତିତ୍ୱରେ ପରିଣତ କରିଛନ୍ତି। ଆଉ ବିଶ୍ୱର ସାରସ୍ବତ ଇତିହାସ ସେମାନଙ୍କ ବହୁମୁଖୀ ପ୍ରତିଭାକୁ ନେଇ ସମୃଦ୍ଧ ହୋଇଛି।

ଆଲେକ୍‌ଜାଣ୍ଡର ଇସାୟେଭିକ୍‌ : ରୁଷ୍‌ ସାହିତ୍ୟର ଜଣେ ଆଦ୍ୟ ସ୍ମରଣୀୟ ଆଲେକ୍‌ଜାଣ୍ଡର ଇସାୟେଭିକ୍‌ ଏକାଧାରରେ ଥିଲେ ଜଣେ ଔପନ୍ୟାସିକ, ଗାଳ୍ପିକ, ଐତିହାସିକ ତଥା କ୍ରିଟିକ୍‌। ତା’ ସହିତ ସେ ଥିଲେ ତାଙ୍କ ସମୟର ଜଣେ ପ୍ରସିଦ୍ଧ ରାଜନୈତିକ ବ୍ୟାଖ୍ୟାକାର। ତାଙ୍କର ରାଜନୈତିକ କଟାକ୍ଷ ଏତେ ତୀବ୍ର ଆଉ ଶାଣିତ ଥିଲା ଯେ ତାଙ୍କୁ ମ୍ୟୁନିଷ୍ଟ କ୍ରିଟିକ୍‌ ବୋଲି କୁହାଯାଉଥିଲା। ଆଉ ସେହି କାରଣ ଯୋଗୁ ସେ ଅନେକ ସମୟରେ ରାଜନୈତିକ ରୋଷର ଶିକାର ହୋଇଥିଲେ। ସୋଭିଏଟ ୟୁନିୟନ୍‌ର ଫୋର୍ସଡ ଲେବର ସିଷ୍ଟମ୍‌ (ବାଧ୍ୟ-ଶ୍ରମିକ ବ୍ୟବସ୍ଥା)ର ସେ ଥିଲେ ଘୋର ବିରୋଧୀ। ସେ ହିଁ ବିଶ୍ୱବ୍ୟାପୀ ଏ ଦିଗରେ ସଚେତନତା ସୃଷ୍ଟି କରିଥିଲେ। ସେ ଏହିସବୁ ଘଟଣାକୁ ନେଇ ସାହିତ୍ୟ ସୃଷ୍ଟି କରୁଥିଲେ। ତାଙ୍କର ବହୁ ପୁସ୍ତକ ଉପରେ ସରକାରୀ କଟକଣା ଲଗାଯାଇଥିଲା। ୧୯୭୦ରେ ସେ ପାଇଥିଲେ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ନୋବେଲ।

ରବୀନ୍ଦ୍ରନାଥ ଟାଗୋର : ବିଶ୍ୱର ଯେଉଁ କେତେଜଣ ବ୍ୟକ୍ତିତ୍ୱଙ୍କ ନିମନ୍ତେ କୌଣସି ପରିଚୟର ଆବଶ୍ୟକତା ପଡ଼େନାହିଁ ସେମାନଙ୍କ ମଧ୍ୟରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଅନ୍ୟତମ। କେବଳ ଭାରତରେ ନୁହନ୍ତି; ସମଗ୍ର ବିଶ୍ୱ ତାଙ୍କୁ ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ଜ୍ଞାପନ କରେ। ଗପ, ଉପନ୍ୟାସ, ସଙ୍ଗୀତ, ଚିତ୍ରକଳା, ନାଟକ, ଆଧ୍ୟାତ୍ମିକତା – ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଠି କବିଗୁରୁ ଟାଗୋର ତାଙ୍କର ପତିଆରା ବିସ୍ତାର କରିନାହାନ୍ତି। ସେ ଅତ୍ୟାଧୁନିକତା ଓ ଆଧ୍ୟାତ୍ମିକତା ମଧ୍ୟରେ ଏକ ସେତୁ ନିର୍ମାଣ କରିଥିଲେ ବୋଲି କହିଲେ ଆଦୌ ଭୁଲ ହେବନାହିଁ। ବିଶ୍ୱର ବହୁ ସାରସ୍ବତ ତଥା ଆଧ୍ୟାତ୍ମିକ ମନୀଷୀମାନେ ତାଙ୍କୁ ଜଣେ ‘ଦିବ୍ୟଦ୍ରଷ୍ଟା’ ଭାବରେ ବିବେଚନା କରିଥାନ୍ତି। ସେ ହେଉଛନ୍ତି ଏମିତି ଜଣେ ସ୍ମରଣୀୟ ବ୍ୟକ୍ତିତ୍ୱ ଯିଏ ଦୁଇଗୋଟି ରାଷ୍ଟ୍ରର ଜାତୀୟ ସଙ୍ଗୀତ ରଚନା କରିଛନ୍ତି। ଭାରତ ପାଇଁ ‘ଜନ-ଗଣ-ମନ ଅଧିନାୟକ ଜୟ ହୈ’ ରଚନା କରିଥିବା ବେଳେ ବାଂଲାଦେଶ ପାଇଁ ‘ଆମାର ସୁନାର ବାଂଲା’ ରଚନା କରିଥିଲେ। ଭାରତୀୟ ସାହିତ୍ୟର ନୋବେଲ ସମ୍ମାନରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତିତ୍ୱ। ୧୯୧୩ ମସିହାରେ ‘ଗୀତାଞ୍ଜଳି’ ଜରିଆରେ ଭାରତକୁ ମିଳିଥିଲା ନୋବେଲ୍‌ର ସ୍ବୀକୃତି।

ଇଭାନ୍‌ ବୁନିନ୍‌ : ବିଶ୍ୱର ଆଉଜଣେ ପ୍ରତିଭାସମ୍ପନ୍ନ ବହୁମୁଖୀ ବ୍ୟକ୍ତିତ୍ୱ ହେଉଛନ୍ତି ଇଭାନ୍‌ ବୁନିନ୍‌। ରୁଷ ସାହିତ୍ୟରେ ତାଙ୍କୁ ସର୍ବାଧିକ ସମ୍ମାନ ପ୍ରଦାନ କରାଯାଇଥାଏ। ରୁଷ ସାହିତ୍ୟକୁ ସେ ହିଁ ଦେଇଥିଲେ ନୋବେଲ ପୁରସ୍କାରର ସ୍ବାଦ। ରୁଷର ପ୍ରଥମ ସାହିତି୍ୟକ ଭାବରେ ତାଙ୍କୁ ବିଶ୍ୱର ଏହି ସର୍ବୋଚ୍ଚ ସ୍ବୀକୃତି ମିଳିଥିଲା। କେବଳ ଗଦ୍ୟ କି କେବଳ ପଦ୍ୟ ନୁହେଁ; ଉଭୟ ଗଦ୍ୟ ତଥା ପଦ୍ୟ ସାହିତ୍ୟ ସୃଷ୍ଟି କରି ସେ ନିଜ ବହୁମୁଖୀ ପ୍ରତିଭାର ପରିଚୟ ଦେଇଥିଲେ। ସେତିକି ନୁହେଁ, ରୁଷ ସାହିତ୍ୟକୁ ସେ ପ୍ରାଚୀନ ଭାବଧାରାରୁ ବାହାରକୁ ଆଣି ଆଧୁନିକତା ସହିତ ସାମିଲ କରାଇଥିଲେ। ତାଙ୍କର ସର୍ବକାଳୀନ ଶ୍ରେଷ୍ଠକୃତୀ ଭାବରେ ରହିଛି- ‘ଦି ଭିଲେଜ, ଡ୍ରାଏ ଭ୍ୟାଲି, ଦି ଲାଇଫ୍‌ ଅଫ୍‌ ଆର୍ସେନିଭ୍‌, ଡାର୍କ ଆଭେନ୍ୟୁଜ୍‌ ଇତ୍ୟାଦି। ସେ କେବଳ ଜଣେ ସାହିତି୍ୟକ ନ ଥିଲେ, ସେ ମଧ୍ୟ ଥିଲେ ରାଜନେତା। ତେବେ ସେ ଥିଲେ ଜଣେ ପ୍ରଚଣ୍ଡ କମ୍ୟୁନିଷ୍ଟ ବିରୋଧୀ ରାଜନୈତିକ ବ୍ୟକ୍ତିତ୍ୱ।

ଜୋସ୍‌ ସାରାମାଗୋ : ସେ ଜଣେ ବ୍ୟକ୍ତି ନ ଥିଲେ; ଥିଲେ ଜଣେ ଅନୁଷ୍ଠାନ। ଔପନ୍ୟାସିକ, କବି, ନାଟ୍ୟକାର ଭାବରେ ସେ ସବୁଠି ପରିଚିତ ଥିଲେ। ଏହାବ୍ୟତୀତ ଜଣେ ସଫଳ ଗଣମାଧ୍ୟମ ପ୍ରତିନିଧି ଭାବରେ ସେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ। ପର୍ତ୍ତୁଗାଲ ତାଙ୍କୁ ନେଇ ଗର୍ବ କରେ। ୧୯୯୮ରେ ଏହି ବହୁମୁଖୀ ବ୍ୟକ୍ତିତ୍ୱଙ୍କୁ ମିଳିଥିଲା ବିଶ୍ୱ ସ୍ବୀକୃତି ଅର୍ଥାତ୍‌ ନୋବେଲ ପୁରସ୍କାର। ସେ ଜଣେ ଅସାଧାରଣ ପ୍ରତିଭାଧର ମଣିଷ ଥିଲେ। ସେ ହେଉଛନ୍ତି ବିଶ୍ୱର ସବୁଠାରୁ ଅଧିକ ପଠିତ ଲେଖକ। ସର୍ବୋପରି ଜୋସ୍‌ ସାରାମାଗୋ ଥିଲେ ଜଣେ ମାନବୀୟ ସମ୍ବେଦନଶୀଳ ଭାଷ୍ୟକାର। ଉପନ୍ୟାସ, ଗପ, କବିତା, ନାଟକ, ସାମ୍ବାଦିକତା, ରାଜନୀତି ସବୁଠି ସେ ମାନବବାଦର ଜୟଗାନ କରିଥିଲେ।

ସିମସ୍‌ ଜଷ୍ଟିନ୍‌ : ଇଟ୍ସଙ୍କ ବ୍ୟତୀତ ବିଶ୍ୱ ଆଉ ଯେଉଁ ବ୍ୟକ୍ତିତ୍ୱଙ୍କୁ ଜଣେ ପ୍ରଭାବଶାଳୀ କବି ଭାବରେ ସର୍ବାଧିକ ସମ୍ମାନ ପ୍ରଦାନ କରିଥାଏ ସେ ହେଉଛନ୍ତି ସିମସ୍‌ ଜଷ୍ଟିନ୍‌। ତେବେ କେବଳ ଜଣେ କବି ଭାବରେ ସେ ନିଜକୁ ସୀମିତ କରି ରଖି ନ ଥିଲେ। ଆୟର୍ଲାଣ୍ଡର ଏହି ମହାନ୍‌ ବ୍ୟକ୍ତିତ୍ୱ ଜଣକ ଏକାଧାରରେ ଥିଲେ ଜଣେ କବି, ନାଟ୍ୟକାର, ଅନୁବାଦକ, ଅଧ୍ୟାପକ ତଥା ରାଜନୈତିକ ସମୀକ୍ଷକ। ବେଲଫାଷ୍ଟ ୟୁନିଭର୍ସିଟିରେ ଅଧ୍ୟାପନା କରିବା ପରେ ତାଙ୍କର ସାହିତ୍ୟ ସାଧନା ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ସେ କବିତା ଲେଖୁଥିଲେ। ମାତ୍ର ପରେ ଏଭଳି ଭାବରେ ସେ କଲମ ଚାଳନା କଲେ ଯେ ତାହା ସାହିତ୍ୟର ସମସ୍ତ ବିଭବକୁ ସମୃଦ୍ଧ କରିଥିଲା। ୧୯୯୫ରେ ସେ ନୋବେଲ ମଣ୍ଡିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri