Posted inଫୁରସତ

ବହୁମୁଖୀ ବ୍ୟକ୍ତିତ୍ୱ: ଯାହାଙ୍କ ପ୍ରତିଭାରେ ସମୃଦ୍ଧ ହୋଇଛି ବିଶ୍ୱର ସାରସ୍ବତ ଇତିହାସ

ବିଶ୍ୱରେ ଏମିତି ଅନେକ ପୂଜ୍ୟ ପ୍ରତିଭା ଅଛନ୍ତି ଯେଉଁମାନେ କେବଳ ଗୋଟିଏ କଥାରେ ନିଜକୁ ସୀମିତ କରି ରଖିନାହାନ୍ତି। ସେମାନେ କେତେବେଳେ ଆକାଶର ଇଗଲ ଭଳି ଉଡ଼ିଛନ୍ତି ତ ଆଉ କେତେବେଳେ ଲଟେଇରୁ ଛିଣ୍ଡି ଯାଇଥିବା ଗୁଡ଼ି ଭଳି ଆକାଶରେ ଉଡ଼ିଛନ୍ତି। ଗପ, କବିତା, ପ୍ରବନ୍ଧ, ଉପନ୍ୟାସ, ଗୀତ, ନାଟକ ସବୁ ଦିଗରେ କାମ କରି ନିଜକୁ ବହୁମୁଖୀ ବ୍ୟକ୍ତିତ୍ୱରେ ପରିଣତ କରିଛନ୍ତି। ଆଉ ବିଶ୍ୱର ସାରସ୍ବତ ଇତିହାସ ସେମାନଙ୍କ ବହୁମୁଖୀ ପ୍ରତିଭାକୁ ନେଇ ସମୃଦ୍ଧ ହୋଇଛି।

ଆଲେକ୍‌ଜାଣ୍ଡର ଇସାୟେଭିକ୍‌ : ରୁଷ୍‌ ସାହିତ୍ୟର ଜଣେ ଆଦ୍ୟ ସ୍ମରଣୀୟ ଆଲେକ୍‌ଜାଣ୍ଡର ଇସାୟେଭିକ୍‌ ଏକାଧାରରେ ଥିଲେ ଜଣେ ଔପନ୍ୟାସିକ, ଗାଳ୍ପିକ, ଐତିହାସିକ ତଥା କ୍ରିଟିକ୍‌। ତା’ ସହିତ ସେ ଥିଲେ ତାଙ୍କ ସମୟର ଜଣେ ପ୍ରସିଦ୍ଧ ରାଜନୈତିକ ବ୍ୟାଖ୍ୟାକାର। ତାଙ୍କର ରାଜନୈତିକ କଟାକ୍ଷ ଏତେ ତୀବ୍ର ଆଉ ଶାଣିତ ଥିଲା ଯେ ତାଙ୍କୁ ମ୍ୟୁନିଷ୍ଟ କ୍ରିଟିକ୍‌ ବୋଲି କୁହାଯାଉଥିଲା। ଆଉ ସେହି କାରଣ ଯୋଗୁ ସେ ଅନେକ ସମୟରେ ରାଜନୈତିକ ରୋଷର ଶିକାର ହୋଇଥିଲେ। ସୋଭିଏଟ ୟୁନିୟନ୍‌ର ଫୋର୍ସଡ ଲେବର ସିଷ୍ଟମ୍‌ (ବାଧ୍ୟ-ଶ୍ରମିକ ବ୍ୟବସ୍ଥା)ର ସେ ଥିଲେ ଘୋର ବିରୋଧୀ। ସେ ହିଁ ବିଶ୍ୱବ୍ୟାପୀ ଏ ଦିଗରେ ସଚେତନତା ସୃଷ୍ଟି କରିଥିଲେ। ସେ ଏହିସବୁ ଘଟଣାକୁ ନେଇ ସାହିତ୍ୟ ସୃଷ୍ଟି କରୁଥିଲେ। ତାଙ୍କର ବହୁ ପୁସ୍ତକ ଉପରେ ସରକାରୀ କଟକଣା ଲଗାଯାଇଥିଲା। ୧୯୭୦ରେ ସେ ପାଇଥିଲେ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ନୋବେଲ।

ରବୀନ୍ଦ୍ରନାଥ ଟାଗୋର : ବିଶ୍ୱର ଯେଉଁ କେତେଜଣ ବ୍ୟକ୍ତିତ୍ୱଙ୍କ ନିମନ୍ତେ କୌଣସି ପରିଚୟର ଆବଶ୍ୟକତା ପଡ଼େନାହିଁ ସେମାନଙ୍କ ମଧ୍ୟରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଅନ୍ୟତମ। କେବଳ ଭାରତରେ ନୁହନ୍ତି; ସମଗ୍ର ବିଶ୍ୱ ତାଙ୍କୁ ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ଜ୍ଞାପନ କରେ। ଗପ, ଉପନ୍ୟାସ, ସଙ୍ଗୀତ, ଚିତ୍ରକଳା, ନାଟକ, ଆଧ୍ୟାତ୍ମିକତା – ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଠି କବିଗୁରୁ ଟାଗୋର ତାଙ୍କର ପତିଆରା ବିସ୍ତାର କରିନାହାନ୍ତି। ସେ ଅତ୍ୟାଧୁନିକତା ଓ ଆଧ୍ୟାତ୍ମିକତା ମଧ୍ୟରେ ଏକ ସେତୁ ନିର୍ମାଣ କରିଥିଲେ ବୋଲି କହିଲେ ଆଦୌ ଭୁଲ ହେବନାହିଁ। ବିଶ୍ୱର ବହୁ ସାରସ୍ବତ ତଥା ଆଧ୍ୟାତ୍ମିକ ମନୀଷୀମାନେ ତାଙ୍କୁ ଜଣେ ‘ଦିବ୍ୟଦ୍ରଷ୍ଟା’ ଭାବରେ ବିବେଚନା କରିଥାନ୍ତି। ସେ ହେଉଛନ୍ତି ଏମିତି ଜଣେ ସ୍ମରଣୀୟ ବ୍ୟକ୍ତିତ୍ୱ ଯିଏ ଦୁଇଗୋଟି ରାଷ୍ଟ୍ରର ଜାତୀୟ ସଙ୍ଗୀତ ରଚନା କରିଛନ୍ତି। ଭାରତ ପାଇଁ ‘ଜନ-ଗଣ-ମନ ଅଧିନାୟକ ଜୟ ହୈ’ ରଚନା କରିଥିବା ବେଳେ ବାଂଲାଦେଶ ପାଇଁ ‘ଆମାର ସୁନାର ବାଂଲା’ ରଚନା କରିଥିଲେ। ଭାରତୀୟ ସାହିତ୍ୟର ନୋବେଲ ସମ୍ମାନରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତିତ୍ୱ। ୧୯୧୩ ମସିହାରେ ‘ଗୀତାଞ୍ଜଳି’ ଜରିଆରେ ଭାରତକୁ ମିଳିଥିଲା ନୋବେଲ୍‌ର ସ୍ବୀକୃତି।

ଇଭାନ୍‌ ବୁନିନ୍‌ : ବିଶ୍ୱର ଆଉଜଣେ ପ୍ରତିଭାସମ୍ପନ୍ନ ବହୁମୁଖୀ ବ୍ୟକ୍ତିତ୍ୱ ହେଉଛନ୍ତି ଇଭାନ୍‌ ବୁନିନ୍‌। ରୁଷ ସାହିତ୍ୟରେ ତାଙ୍କୁ ସର୍ବାଧିକ ସମ୍ମାନ ପ୍ରଦାନ କରାଯାଇଥାଏ। ରୁଷ ସାହିତ୍ୟକୁ ସେ ହିଁ ଦେଇଥିଲେ ନୋବେଲ ପୁରସ୍କାରର ସ୍ବାଦ। ରୁଷର ପ୍ରଥମ ସାହିତି୍ୟକ ଭାବରେ ତାଙ୍କୁ ବିଶ୍ୱର ଏହି ସର୍ବୋଚ୍ଚ ସ୍ବୀକୃତି ମିଳିଥିଲା। କେବଳ ଗଦ୍ୟ କି କେବଳ ପଦ୍ୟ ନୁହେଁ; ଉଭୟ ଗଦ୍ୟ ତଥା ପଦ୍ୟ ସାହିତ୍ୟ ସୃଷ୍ଟି କରି ସେ ନିଜ ବହୁମୁଖୀ ପ୍ରତିଭାର ପରିଚୟ ଦେଇଥିଲେ। ସେତିକି ନୁହେଁ, ରୁଷ ସାହିତ୍ୟକୁ ସେ ପ୍ରାଚୀନ ଭାବଧାରାରୁ ବାହାରକୁ ଆଣି ଆଧୁନିକତା ସହିତ ସାମିଲ କରାଇଥିଲେ। ତାଙ୍କର ସର୍ବକାଳୀନ ଶ୍ରେଷ୍ଠକୃତୀ ଭାବରେ ରହିଛି- ‘ଦି ଭିଲେଜ, ଡ୍ରାଏ ଭ୍ୟାଲି, ଦି ଲାଇଫ୍‌ ଅଫ୍‌ ଆର୍ସେନିଭ୍‌, ଡାର୍କ ଆଭେନ୍ୟୁଜ୍‌ ଇତ୍ୟାଦି। ସେ କେବଳ ଜଣେ ସାହିତି୍ୟକ ନ ଥିଲେ, ସେ ମଧ୍ୟ ଥିଲେ ରାଜନେତା। ତେବେ ସେ ଥିଲେ ଜଣେ ପ୍ରଚଣ୍ଡ କମ୍ୟୁନିଷ୍ଟ ବିରୋଧୀ ରାଜନୈତିକ ବ୍ୟକ୍ତିତ୍ୱ।

ଜୋସ୍‌ ସାରାମାଗୋ : ସେ ଜଣେ ବ୍ୟକ୍ତି ନ ଥିଲେ; ଥିଲେ ଜଣେ ଅନୁଷ୍ଠାନ। ଔପନ୍ୟାସିକ, କବି, ନାଟ୍ୟକାର ଭାବରେ ସେ ସବୁଠି ପରିଚିତ ଥିଲେ। ଏହାବ୍ୟତୀତ ଜଣେ ସଫଳ ଗଣମାଧ୍ୟମ ପ୍ରତିନିଧି ଭାବରେ ସେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ। ପର୍ତ୍ତୁଗାଲ ତାଙ୍କୁ ନେଇ ଗର୍ବ କରେ। ୧୯୯୮ରେ ଏହି ବହୁମୁଖୀ ବ୍ୟକ୍ତିତ୍ୱଙ୍କୁ ମିଳିଥିଲା ବିଶ୍ୱ ସ୍ବୀକୃତି ଅର୍ଥାତ୍‌ ନୋବେଲ ପୁରସ୍କାର। ସେ ଜଣେ ଅସାଧାରଣ ପ୍ରତିଭାଧର ମଣିଷ ଥିଲେ। ସେ ହେଉଛନ୍ତି ବିଶ୍ୱର ସବୁଠାରୁ ଅଧିକ ପଠିତ ଲେଖକ। ସର୍ବୋପରି ଜୋସ୍‌ ସାରାମାଗୋ ଥିଲେ ଜଣେ ମାନବୀୟ ସମ୍ବେଦନଶୀଳ ଭାଷ୍ୟକାର। ଉପନ୍ୟାସ, ଗପ, କବିତା, ନାଟକ, ସାମ୍ବାଦିକତା, ରାଜନୀତି ସବୁଠି ସେ ମାନବବାଦର ଜୟଗାନ କରିଥିଲେ।

ସିମସ୍‌ ଜଷ୍ଟିନ୍‌ : ଇଟ୍ସଙ୍କ ବ୍ୟତୀତ ବିଶ୍ୱ ଆଉ ଯେଉଁ ବ୍ୟକ୍ତିତ୍ୱଙ୍କୁ ଜଣେ ପ୍ରଭାବଶାଳୀ କବି ଭାବରେ ସର୍ବାଧିକ ସମ୍ମାନ ପ୍ରଦାନ କରିଥାଏ ସେ ହେଉଛନ୍ତି ସିମସ୍‌ ଜଷ୍ଟିନ୍‌। ତେବେ କେବଳ ଜଣେ କବି ଭାବରେ ସେ ନିଜକୁ ସୀମିତ କରି ରଖି ନ ଥିଲେ। ଆୟର୍ଲାଣ୍ଡର ଏହି ମହାନ୍‌ ବ୍ୟକ୍ତିତ୍ୱ ଜଣକ ଏକାଧାରରେ ଥିଲେ ଜଣେ କବି, ନାଟ୍ୟକାର, ଅନୁବାଦକ, ଅଧ୍ୟାପକ ତଥା ରାଜନୈତିକ ସମୀକ୍ଷକ। ବେଲଫାଷ୍ଟ ୟୁନିଭର୍ସିଟିରେ ଅଧ୍ୟାପନା କରିବା ପରେ ତାଙ୍କର ସାହିତ୍ୟ ସାଧନା ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ସେ କବିତା ଲେଖୁଥିଲେ। ମାତ୍ର ପରେ ଏଭଳି ଭାବରେ ସେ କଲମ ଚାଳନା କଲେ ଯେ ତାହା ସାହିତ୍ୟର ସମସ୍ତ ବିଭବକୁ ସମୃଦ୍ଧ କରିଥିଲା। ୧୯୯୫ରେ ସେ ନୋବେଲ ମଣ୍ଡିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri