ବହିବସ୍ତାନୀ ସହ ପିଲାଙ୍କ ହାତରେ ଧନୁତୀର: ଜାଣନ୍ତୁ କାହିଁକି

ଝାଡ଼ଖଣ୍ଡର ନକ୍ସଲ୍‌ ପ୍ରଭାବିତ ଅଞ୍ଚଳ ଚାକୁଲିଆର ପୋଛପାନୀ ଗାଁରେ ଏବେ ଏହି ଅଦ୍ଭୁତ ଘଟଣା ଦେଖିବାକୁ ମିଳୁଛି। ନକ୍ସଲ୍‌ ଦାଉରୁ ରକ୍ଷା ପାଇବାକୁ ଏଠାକାର ସ୍କୁଲ୍‌ ପିଲାମାନେ ହାତରେ ତୀର କମାଣ ଧରି ପାଠ ପଢ଼ିବାକୁ ଯାଉଛନ୍ତି। ପ୍ରକୃତରେ ପିଲାଙ୍କ ଘରଠୁ ସ୍କୁଲ୍‌ ବହୁଦୂରରେ। ଯିବା ଆସିବାର କୌଣସି ସୁଗମ୍ୟ ରାସ୍ତା ନ ଥିବାରୁ ଜଙ୍ଗଲ ମଧ୍ୟ ଦେଇ ଯିବାକୁ ପଡ଼େ। ଜଙ୍ଗଲ କିନ୍ତୁ ସମ୍ପୂର୍ଣ୍ଣ ଭାବେ ନକ୍ସଲ୍‌ଙ୍କ ଦଖଲରେ ରହିଛି। ଏମିତିରେ ରାସ୍ତା ପାରି କରିବାକୁ ସେମାନଙ୍କ ସାହସ ସାଜିଛି ଏହି ତୀର କମାଣ। ଶିକ୍ଷା ମଣିଷ ପାଇଁ କେତେ ମୂଲ୍ୟବାନ୍‌ ଏହା ସେମାନେ ବହୁତ ଭଲ ଭାବେ ବୁଝିଛନ୍ତି। ଏଣୁ ପାଠ ପଢ଼ିବା ସହ ଜୀବନ ରକ୍ଷା ପାଇଁ ସେମାନେ ଏହି ରାସ୍ତା ଆପଣାଇଛନ୍ତି। ଦୈନନ୍ଦିନ ସ୍କୁଲ୍‌ରୁ ଫେରିବା ପରେ ପିଲାଙ୍କୁ ଅଭିଭାବକମାନେ ତୀର କମାଣ ଚାଳନା ପ୍ରଶିକ୍ଷଣ ଦେଇଥାନ୍ତି। ବେଶ୍‌ ସାହସର ସହ ପିଲମାନେ ଦଳବଦ୍ଧ ହୋଇ ସ୍କୁଲ୍‌ ପହଞ୍ଚତ୍ଥାନ୍ତି। ଗ୍ରାମବାସୀଙ୍କ ମତରେ, ଗାଁଠୁ ସ୍କୁଲ୍‌ ପହଞ୍ଚତ୍ବା ଭିତରେ ଦୀର୍ଘପଥର ଜଙ୍ଗଲ ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ପୂର୍ବରୁ ଏମିତି ଅନେକ ଘଟଣା ଘଟିସାରିଛି, ଯେଉଁଥିରେ ନକ୍ସଲ୍‌ ହାତରେ ସ୍କୁଲ୍‌ ପିଲାଙ୍କ ଜୀବନ ଯାଇଛି। ତେଣୁ ଆଉ ଆଗକୁ ଯେପରି କିଛି ଅସୁବିଧା ନହୁଏ, ତେଣୁ ଆମତ୍ରକ୍ଷା ପାଇଁ ଏଭଳି ପ୍ରଶିକ୍ଷଣ ଦେବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିଲେ, ହଠାତ୍‌ ମା’ ଆସିଯିବାରୁ…

ଭୁବନେଶ୍ୱର,୧୩।୭: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଜଳବାୟୁ ଟାୱାର ତଳୁ ଛାତ୍ରଙ୍କ ମୃତଦେହ ମିଳିବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ବେଳେ ୧୦ମ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ରଥଯାତ୍ରା ପାଇଁ ପ୍ରଶାସନ ସଜାଗ, ଏହି ସବୁ ଦିଗରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ ତହସିଲଦାର

ପୁରୁଷୋତ୍ତମପୁର,୧୩।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପ୍ରଶାସନ ପକ୍ଷରୁ ରଥଯାତ୍ରାର ସୁପରିଚାଳନାକୁ ନେଇ ଏକ ପ୍ରସ୍ତୁତି ବୈଠକ ସୋମବାର ତହସିଲଦାର ବିନୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ…

ଆପାର୍ଟମେଣ୍ଟ ତଳୁ ମିଳିଲା ମୃତଦେହ

ଭୁବନେଶ୍ୱର,୧୩।୭: ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ।…

ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ପରିବର୍ତ୍ତନ! ମାତ୍ର ୬୭୩ ଟଙ୍କାରେ ମିଳିବ ଗ୍ୟାସ, ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଲୀ, ୧୩।୭: ଯଦି ଆପଣ ଛାତ୍ରୀଛାତ୍ର, ଭଡ଼ା ଘରେ ରହୁଛନ୍ତି କିମ୍ବା ଆପଣଙ୍କର କୌଣସି ଛୋଟ କ୍ୟାଫେ ବା ଷ୍ଟଲ ରହିଛି, ତେବେ ଆପଣଙ୍କ ପାଇଁ ଏକ…

ଛେଳି ଚରାଇବାକୁ ଯାଇଥିଲେ ଫଗନୁ: ପଛପଟୁ ଆକ୍ରମଣ କଲା ଭାଲୁ: ଆଉ ତା’ପରେ ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝରିଗାଁ, ୧୩।୭(କିଶୋର ଚନ୍ଦ୍ର ମଣ୍ଡଳ): ଜଙ୍ଗଲ ନଷ୍ଟ, ହିଂସ୍ରଜନ୍ତୁ ଏବେ ଗାଁ ମୁହାଁ। ଖାଦ୍ୟ ଅନ୍ବେଷଣରେ ଥିବା ମାଇ ଭାଲୁ ଏବେ ରକ୍ତମୁଖା l ଏହା ଦେଖିବାକୁ…

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ ଭାଲୁ ବୁଟୁରା ନାଳରେ କୁମ୍ଭୀର

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାତୀନଦୀର ପିଲାସ ଗାଁ ଘାଟ ନିକଟରେ ଗତ କିଛି ଦିନ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri