ବସ୍‌ ଧକ୍କାରେ ମହିଳା ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକୋ

ଗଞ୍ଜାମ,୩୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ ନଂ. ଜାତୀୟ ରାଜପଥ ପୁଇଁତୋଳା ଗ୍ରାମ ନିକଟରେ ମଙ୍ଗଳବାର ଭୋରରେ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁଇଁତୋଳା ଗ୍ରାମର ଯୁଧିଷ୍ଠିର ନନ୍ଦଙ୍କ ସ୍ତ୍ରୀ ଅପସରି ନନ୍ଦ(୬୧)।
ମିଳିଥିବା ସୂଚନାନୁଯାୟୀ, ଅପସରି ଚାଷ କାର୍ଯ୍ୟ ପାଇଁ ସକାଳୁ ବିଲକୁ ଯାଉଥିବା ବେଳେ ବ୍ରହ୍ମପୁରରୁ ଜୟପୁର ଅଭିମୁଖେ ଯାଉଥିବା ଜି. ଗ୍ରୀନ ବସ୍‌(ନଂ. ଓଡି୦୨ଏଲ୫୨୮୬) ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ପାଖାପାଖି ଏକ ଘଣ୍ଟା କାଳ ଉକ୍ତ ରାସ୍ତାରେ ଜାନବାବହନ ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଗଞ୍ଜାମ ଥାନା ଅଧିକାରୀ ସୁଦାମ ମଲିକ, ଏସ୍‌ଆଇ ହୃଷିକେଶ ପଣ୍ଡା, ଏଏସ୍‌ଆଇ ସକୁନ୍ତଳା ଦେବୀ, ଆର୍‌ଆଇ ନିଳାଞ୍ଚଳ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଦୁର୍ଘଟଣା ଘଟାଇଥିବା ବସ୍‌ ମାଲିକଙ୍କ ସହ ଥାନା ଅଧିକାରୀ ଫୋନ୍‌ ଯୋଗେ କଥାବାର୍ତ୍ତା କରିଥିଲେ। ବସ୍‌ ମାଲକ ମୃତକଙ୍କ ସ୍ବାମୀଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ରାଜି ହେବା ପରେ ରାସ୍ତାରୋକୋ ହଟିଥିଲା। ଏଥିସହ ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଆର୍‌ଆଇ ବେହେରା କହିଛନ୍ତି । ପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଝିଟିପିଟି ବିସ୍କୁଟ ଖାଇଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୨୨ା୯(ଡ଼ି.ଏନ.ଏ.)-ତୁମୁଡିବନ୍ଧ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ତରକାରୀରେ ଏକ ମଲା ଝିଟିପିଟି ପଡ଼ିଥିବା ପାଚିକା ଦେଖିଥିଲେ...

ଆଦିବାସୀ କପ୍‌ କ୍ରିକେଟ ଟୁର୍ନାମେଣ୍ଟ : ପତ୍ରାପାଲିକୁ ଟାଇଟଲ

ଖପ୍ରାଖୋଲ, ୧୪ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବେନକେରା ଅଷ୍ଟମ ଆଦିବାସୀ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି ା ଉଦଯାପନନୀ...

ମା’ ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ

ସୋନପୁର,୨୮।୯(ନି.ପ୍ର.) : ପବିତ୍ର ମହାଳୟା ତିଥିରେ ସୁବର୍ଣ୍ଣପୁର ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ୱରୀ ଧବଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା ଆରମ୍ଭ...

ଶାରୀରିକ ଅସୁସ୍ଥତା ସହି ନ ପାରି ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ ଅଫିସ,୪।୬: ଅନୁଗୋଳ ଜିଲା ହୁଲୁରସିଂହା ପୁରୁଣା ପୋଲ ଉପରୁ ଡେଇଁ ମଙ୍ଗଳବାର ଜଣେ ବୃଦ୍ଧା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ନୟନୀ ବେହେରା...

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଭିସୁଟ୍‌ର ୧୧ ହଷ୍ଟେଲ

ସମ୍ବଲପୁର,୧।୩ (ବ୍ୟୁରୋ): ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଜିଲା ପ୍ରଶାସନ ପକ୍ଷରୁ...

ଦୁର୍ଗା ମନ୍ଦିରକୁ ସିଲ୍‌ କରିଦେଲା ପ୍ରଶାସନ

ସରଣ୍ଡା,୨୯।୩(ଡି.ଏନ.ଏ)-ବରଗଡ଼ ଜିଲା ଅତାବିରାରେ ରହିଥିବା ଦୁର୍ଗା ମନ୍ଦିରକୁ ଶନିବାର ପ୍ରଶାସନ ପକ୍ଷରୁ ସିଲ୍‌ କରି ଦିଆଯାଇଛି। ସେଠାକୁ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି ।...

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ଘଟଣା: କ୍ଷତିପୂରଣ ଦାବିରେ ମୃତଦେହ ରଖି ଆନ୍ଦୋଳନ

ଭଦ୍ରକ ଅଫିସ,୩।୧: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଶୁକ୍ରବାର ଭୋର୍‌ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ବସ-ଟ୍ରକ...

ଖୋଲିଲା ଧାର୍ମିକସ୍ଥଳ: ନୀତିକାନ୍ତୀ ସମ୍ପନ୍ନ ପରେ ଦର୍ଶନ କଲେ ଭକ୍ତ

ସୋନପୁର,୮।୧: ୯ ମାସର ବ୍ୟବଧାନ ପରେ ସୁବର୍ଣ୍ଣପୁର ଜିଲାର ଧାର୍ମିକସ୍ଥଳଗୁଡିକ ଜନସାଧାରଣଙ୍କ ଦର୍ଶନ ଓ ଉପାସନା ପାଇଁ ଶୁକ୍ରବାର ଖୋଲିଛି। ଜିଲାର ଇଷ୍ଟଦେବୀ ସୁରେଶ୍ୱରୀଙ୍କ ସମେତ...

Advertisement


Archives

Model This Week