ବସ୍‌ରେ ଲାଗିଲା ବିଦ୍ୟୁତ୍‌ ତାର, ଅଳ୍ପକେ ବର୍ତ୍ତିଲେ ତୀର୍ଥଯାତ୍ରୀ

ସାକ୍ଷୀଗୋପାଳ,୧୦।୭(ଡି.ଏନ୍‌.ଏ.)- ସାକ୍ଷୀଗୋପାଳଙ୍କ ଦର୍ଶନ ପାଇଁ ଆନ୍ଧ୍ରପ୍ରଦେଶରୁ ୫୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବସ୍‌ ବୁଧବାର ସାକ୍ଷୀଗୋପାଳ ବଜାରରେ ଝୁଲି ରହିଥିବା ବିଦ୍ୟୁତ୍‌ ତାରରେ ଲାଗିଯାଇଥିଲା। ଫଳରେ ତାରରୁ ନିଆଁ ବାହାରିଥିଲା। ବସ୍‌ଟି କରେଣ୍ଟ ହୋଇଯିବା ଭୟରେ ସମସ୍ତ ଯାତ୍ରୀ ତୁରନ୍ତ ତଳକୁ ଓହ୍ଲାଇ ଆସିଥିଲେ। ତେବେ ଶର୍ଟ ସର୍କିଟ ଯୋଗୁ ବିଦ୍ୟୁତ୍‌ କାଟ ହୋଇଯିବାରୁ ଯାତ୍ରୀମାନେ ଅଳ୍ପକେ ଏକ ନିଶ୍ଚିନ୍ତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

ବାତ୍ୟା ‘ଫନୀ’ ପରେ ବିଦ୍ୟୁତ୍‌ ସଂଯୋଗ କାମ ତରବରିଆ ଭାବେ କରାଯାଇଛି। ଅନେକ ସ୍ଥାନରେ ତାର ଓ ବିଦ୍ୟୁତ୍‌ ଖୁଣ୍ଟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ପ୍ରତିଦିନ ଉକ୍ତ ରାସ୍ତାରେ ଶହ ଶହ ଟୁରିଷ୍ଟ ବସ୍‌, ସ୍କୁଲ ବସ୍‌ ଏବଂ ଅନ୍ୟାନ୍ୟ ଯାନବାହାନ ଚଳାଚଳ କରୁଛି। ସତ୍ୟବାଦୀର ୭ଟି ପଞ୍ଚାୟତର ଲୋକମାନେ ବଜାର, ହାଟ, ସ୍କୁଲ, କଲେଜର ଛାତ୍ରୀଛାତ୍ର ଯାତାୟତ କରୁଛନ୍ତି। ଏପରିସ୍ଥଳେ ଏଭଳି ଭାବେ ବିଦ୍ୟୁତ୍‌ ବିଭାଗର ଖାମଖିଆଲି କାମ କରିବାକୁ ସାଧାରଣରେ ନିନ୍ଦା କରାଯାଇଛି। ତୁରନ୍ତ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକୁ ମରାମତି ଏବଂ ତାରକୁ ଦୂରେଇ ରଖିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟକାରୀ ହେଉନାହିଁ ବୋଟ୍‌ ରୁଲ୍‌ସ

କେନ୍ଦ୍ରାପଡ଼ା ଅଫିସ, ୨୭ା୬: ଗତ ୧୯ ତାରିଖରେ ମହାକାଳପଡା ବ୍ଲକ ପୀତାପାଟ ଗ୍ରାମ ନିକଟ ମହାନଦୀରେ ଡଙ୍ଗା ଓଲଟିବାରୁ ୫ ଶ୍ରମିକ ପହଁରି ନିଜ ଜୀବନ...

ସ୍ବତନ୍ତ୍ର ବର୍ଥ ନିର୍ମାଣ କରିବ ପାରାଦୀପ ବନ୍ଦର

ପାରାଦୀପ, ୧୯।୩ (ସ୍ବ.ପ୍ର.): ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ପରିଚୟ ପାଇଥିବା ପାରାଦୀପରେ କ୍ୟାପ୍‌ସାଇଜ୍‌ ଜାହାଜ ଲାଗିବା ଭଳି ଏକ ସ୍ବତନ୍ତ୍ର ବର୍ଥ ନିର୍ମାଣ କରାଯିବ।...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ: ଶାଶୁ, ଶ୍ୱଶୁର, ଦିଅରଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

କୋରେଇ,୨୧।୧୧ (ସ୍ବ.ପ୍ର.): ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଞ୍ଚାୟତର ତାଜପୁର(ଗୋବିନ୍ଦପୁର) ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିଅରଙ୍କ ଆକ୍ରମଣରେ ଭାଉଜ ଚେତାଶୂନ୍ୟ...

କଲେଜ ପ୍ରତିଷ୍ଠା ଦିବସରେ ଅଧ୍ୟକ୍ଷଙ୍କ ବିୟୋଗ

ଭଞ୍ଜନଗର,୨୬ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅମୂଲ୍ୟ ଦାସ (୫୯)ଙ୍କ ଶୁକ୍ରବାର ରାତିରେ ଅକାଳ ବିୟୋଗ ଘଟିଛି। ପ୍ରତିଷ୍ଠା...

ବିଜେପୁରରେ ପୁଣି ରୀତା, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ବାଜିମାତ କଲେ ବିଜେଡି ପ୍ରାର୍ଥୀ ରୀତା ସାହୁ। ରେକର୍ଡ ବ୍ୟବଧାନରେ ରୀତା ଭାଜପା ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ...

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ତେଲି ସମାଜ, କଂସାରୀଗୁଡ଼ାବାସୀ

ଭୁବନେଶ୍ୱର,୨୧। ୧(ବ୍ୟୁରୋ): ଜାତିଭିତ୍ତିକ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଛି। ଏହି ପଦକ୍ଷେପ ଲାଗି ବିଭିନ୍ନ ବର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା

କଟକ ଅଫିସ୍‌,୨।୪: କରୋନା ଯୋଗୁ ସାରା ରାଜ୍ୟରେ କୋର୍ଟଗୁଡ଼ିକ ବନ୍ଦ ରହିଛି। ଫଳରେ ବହୁ ଆଇନ୍‌ଜୀବୀ ସାମୟିକ ଭାବେ ଜୀବିକା ହରାଇଛନ୍ତି। ବିଶେଷକରି କନିଷ୍ଠ ଆଇନ୍‌ଜୀବୀମାନେ...

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୈରାତ ନିଲାମ: ଚୋରି ପାଇଁ ପ୍ରଶ୍ରୟ ଦେଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୨୮।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସୈରାତକୁ ନିଲାମରେ ନେଇ ଲୁଟ୍‌ ପାଇଁ ପ୍ରତିଯୋଗିତା ଚାଲିଛି। ସୈରାତ ନିଲାମ କରି କୋଟି କୋଟି ଟଙ୍କାର ରାଜସ୍ବ ହଡପ...

Play 250+ Trending Games
Archives

Model This Week

Why Dharitri