ବସ୍‌ରେ ଲାଗିଲା ନିଆଁ

ବାଲେଶ୍ୱର ଅଫିସ,୧୧।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ୬ନଂ. ଜାତୀୟ ରାଜପଥ ପଦ୍ମପୁର ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶତାଧିକ ଯାତ୍ରୀ ନେଇ ଯାଉଥିବାବେଳେ ଶନିବାର ସନ୍ଧ୍ୟାରେ ହଠାତ୍‌ ନିଆଁ ଲାଗିଯାଇଥିଲା।
ବାଲେଶ୍ୱର ବସ୍‌ଷ୍ଟାଣ୍ଡରୁ ବସ୍‌ ବାହାରି ବାରିପଦା ଅଭିମୁଖେ ଯାଉଥିବା ବେଳେ ପଦ୍ମପୁର ନିକଟରେ ବସ୍‌ରେ ନିଆଁ ଲାଗିଯାଇଥିଲା। ବସ୍‌ ଭିତରେ ଧୂଆଁ ଭର୍ତ୍ତି ହୋଇଯିବାରୁ ଡ୍ରାଇଭର ଏବଂ ହେଲପର ବସ୍‌ରେ ନିଆଁ ଲାଗିଥିବା ଜାଣିପାରିଥିଲେ। ବସ୍‌କୁ ଅଟକାଇବା ସହ ଯାତ୍ରୀମାନେ ବସ୍‌ର ଝରକା କାଚକୁ ଭାଙ୍ଗି ବାହାରକୁ ବାହାରିଥିଲେ। ଯାତ୍ରୀମାନେ ଭୟଭୀତ ହୋଇ ଠେଲାପେଲା ହେବାରୁ ବହୁ ମହିଳା, ଶିଶୁ ଓ ବୃଦ୍ଧାବୃଦ୍ଧମାନେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ, ବସ୍‌ କର୍ମଚାରୀ ଓ ଯାତ୍ରୀମାନଙ୍କ ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା। କୌଣସି ଯାତ୍ରୀଙ୍କର ମୃତ୍ୟୁବରଣ ହୋଇ ନ ଥିବା ବେଳେ ଓଭରଲୋଡ଼ିଂ ଯୋଗୁ ଟାୟାର୍‌ରେ ନିଆଁ ଲାଗି ଯାଇଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ନିୟମ ଲାଗୁ ପରେ ତତ୍ପରତା: ୧୧ ଦିନରେ ୪୩୦୨ ଲାଇସେନ୍ସ ଆବେଦନ

ଢେଙ୍କାନାଳ ଅଫିସ, ୧୩ା୯-ସଂଶୋଧିତ ମୋଟରଯାନ ନିୟମ ଲାଗୁ ହେବା ପରେ ଲାଇସେନ୍ସ ଆବେଦନ ପାଇଁ ଢେଙ୍କାନାଳ ଜିଲାରେ ବେଶ୍‌ ତପତ୍ରତା ପ୍ରକାଶ ପାଇଛି। ଜିଲା ସଦର...

କ୍ଲୋରିନ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ:ଜେଏସ୍‌ପିଏଲ୍‌ ପଦକ୍ଷେପକୁ ପ୍ରଶଂସା

ଅନୁଗୋଳ ଅଫିସ, ୨୬।୧୧ ଫାକ୍ଟ୍ରିଜ ଆଣ୍ଡ ବଏଲର୍ସ ଅନୁଗୋଳ ଜୋନ ସହ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌)...

ମହାବାତ୍ୟାକୁ ୨୦ ବର୍ଷ : ସ୍ମୃତି ଆଜି ବି ଅଭୁଲା

କରାଳ ରାତି, ଘନ ଅନ୍ଧକାର ମଧ୍ୟରେ କେବଳ ପବନର ସୁ ସୁ ଶବ୍ଦ। ପ୍ରଚଣ୍ଡ ବର୍ଷା ଓ ବିଜୁଳି ଆଲୋକରେ ଘରୁ ବାହାରିବା ଥିଲା କଷ୍ଟକର।...

ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲରେ ଭୂତ ଭୟ: ହଷ୍ଟେଲ ଛାଡ଼ିଲେ ୫ ଛାତ୍ର

ଉଦଳା,୨୨।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଖଇରା ଥାନା ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲର ୫ ଜଣ ଛାତ୍ର ରବିବାର ଭୋରରେ ହଷ୍ଟେଲ ଛାଡି ଚାଲି ଯାଇଛନ୍ତି।...

ଜବତ ବଜ୍ରକାପ୍ତା ପିଠାବଟା ରେଞ୍ଜ କାର୍ଯ୍ୟାଳୟରୁ ଗାଏବ

ବାରିପଦା ଅଫିସ,୬ା୧୧- ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ପକ୍ଷରୁ ଗତ ୨୯ ଅକ୍ଟୋବରରେ କୁଳିଅଣା ଥାନା ଅଧୀନ ଅସନଯୋଡା ନିକଟସ୍ଥ ଏକ ଢାବାରୁ ୧୮ କିଗ୍ରା...

ମହୋତ୍ସବ ଦ୍ୱିତୀୟ ଦିବସ ଚିଲିକାରେ ଭାସିଲା ସାଧବ ପୁଅଙ୍କ ବୋଇତ

ବାଲୁଗାଁ,୧୩ା୧୧(ଡି.ଏନ.ଏ.): ଚିଲିକାର ଐତିହ୍ୟ ଓ ନୌବାଣିଜ୍ୟ ପରମ୍ପରା ଉଜ୍ଜୀବିତ ଉଦ୍ଦେଶ୍ୟରେ ମଙ୍ଗଳବାର ବାଲୁଗାଁ ଚିଲିକା ତଟଦେଶରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ା...

ନେତାଜୀ ଜୟନ୍ତୀରେ ଗଣଦୌଡ଼

ଖଇରା, ୨୪।୧(ଡି.ଏନ.ଏ.)-ନେତାଜୀ ଜୟନ୍ତୀ ଉପଲକ୍ଷେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଜାରରେ ଗୁରୁବାର ଗଣଦୌଡ ଆୟୋଜନ କରାଯାଇଥିଲା। ଏଥିରେ ଖଇରା ବ୍ଲକର ୩୭...

ପ୍ରହସନ ପାଲଟିଛି ୫-ଟି, ପଛେଇଛି ଯାଜପୁର ଜିଲା ବିକାଶ

ଯାଜପୁର ଅଫିସ,୧୩।୧୦- ଯାଜପୁର ଜିଲା ଗଠନ ହେବା ପରେ ଏହାର ପାରିପାର୍ଶ୍ୱିକ, ଭୌଗୋଳିକ ବିକାଶ ଯେପରି ହେବା କଥା ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଲୋକଙ୍କ...

Coronavirus Update


Archives

Model This Week

Why Dharitri