ବସ୍ତିମୁକ୍ତ ଭୁବନେଶ୍ୱର, ଉଚ୍ଛେଦ ହେବ ୪ ବସ୍ତି

ଭୁବନେଶ୍ୱର,୧।୧୧(ବ୍ୟୁରୋ): ମିଳିତ ଏନ୍‌ଫୋର୍ସମେଣ୍ଟ ଦଳ ଦ୍ୱାରା ନଭେମ୍ବର ପ୍ରଥମ ସପ୍ତାହରେ ୪ଟି ବସ୍ତିରେ ଉଚ୍ଛେଦ କରାଯିବ। ଶୁକ୍ରବାର ନୀଳମାଧବ ବସ୍ତିର ‘ସି’ ବ୍ଲକ୍‌ରେ ଉଚ୍ଛେଦ କରାଯିବାକୁ ଥିବା ବେଳେ ଆସନ୍ତା ୪ ତାରିଖ ଦିନ ଗୌଡ ବସ୍ତି, ବୀରବସ ବସ୍ତି ଓ ଲକ୍ଷ୍ମୀପୁର ବସ୍ତିରେ ଉଚ୍ଛେଦ କରାଯିବ। ଆସନ୍ତା ୮ ତାରିଖ ଯାଏ ଦଳ ଦ୍ୱାରା ଲଗାତାର ଉଚ୍ଛେଦ ଥିବା ବେଳେ ଏହି ଦୁଇ ଉଚ୍ଛେଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଛି ବୋଲି ଜଣାପଡ଼ିଛି। ବସ୍ତିବାସିନ୍ଦାଙ୍କ ପାଇଁ ହାଉସିଂ ସ୍କିମ୍‌ରେ ଘର କରିବା ଲାଗି ଚନ୍ଦ୍ରଶେଖରପୁର କେୟାର ହସ୍ପିଟାଲ ନିକଟରେ ସ୍ଥାନ ଚିହ୍ନଟ ହୋଇଥିଲା। ଏ ପରିପ୍ରେକ୍ଷୀରେ ପୂର୍ବରୁ ନୀଳମାଧବ ବସ୍ତିର ବ୍ଲକ ଏକୁ ଭଙ୍ଗାଯାଇଥିଲା। ରାଜୀବ ଆବାସ ଯୋଜନା (ଆରଏଓ୍ବାଇ)ରେ ନିର୍ମିତ ଘର ବାହାରିବାରୁ ବ୍ଲକ୍‌ ବି ଓ ସିରେ ଉଚ୍ଛେଦ କରାଯାଇପାରି ନ ଥିଲା। ଏବେ ସେମାନଙ୍କ ସ୍ଥାନାନ୍ତର କରାଯିବା ସହ ଉକ୍ତ ସ୍ଥାନରେ ଉଚ୍ଛେଦ କରାଯିବ ବୋଲି ବିଡିଏ ପକ୍ଷରୁ ଜଣାପଡ଼ିଛି। ସେହିପରି ଖଣ୍ଡଗିରିରୁ ବାରଙ୍ଗକୁ ଯୋଡ଼ୁଥିବା ବାମପାର୍ଶ୍ୱ ସମାନ୍ତରାଳ ରାସ୍ତା ପାଇଁ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ଗୌଡ ବସ୍ତି, ବୀରବସ ବସ୍ତି ଓ ଲକ୍ଷ୍ମୀପୁର ବସ୍ତିରେ ଥିବା ଜବରଦଖଲ ସ୍ଥାନକୁ ଉଚ୍ଛେଦ କରାଯିବ। ୨୦୦ ଫୁଟର ରାସ୍ତା ନିର୍ମାଣ ସକାଶେ ଏହି ଉଚ୍ଛେଦ କରାଯିବ ବୋଲି ବିଡିଏ ପକ୍ଷରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସିତ ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ଅସିତ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଆଞ୍ଚଳିକ ବିକାଶ, ପର୍ଯ୍ୟଟନର ପ୍ରମୁଖ ଉପଦେଷ୍ଟା, କୃଷି ବ୍ୟବସାୟ...

ଘନୀଭୂତ ହେଉଛି ବାତ୍ୟା ଅମ୍ଫାନ: ଓଡ଼ିଶା ଉପକୂଳ ଦେଇ ଗତି କରିବା ସମ୍ଭାବନା

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବୁଧବାର ଲଘୁଚାପରେ ପରିଣତ ହୋଇଛି। ଗୁରୁବାର ଏହା ଅବପାତ (ଡିପ୍ରେଶନ)ରେ ପରିଣତ...

ରାଜଧାନୀରେ ବ୍ୟାଙ୍କ୍‌ ଲୁଟ୍‌: କର୍ମଚାରୀଙ୍କ ମୁଣ୍ଡରେ ଖେଳନା ବନ୍ଧୁକ ଲଗାଇ ଲୁଟିନେଲେ ୨.୮୦ଲକ୍ଷ

ଭୁବନେଶ୍ୱର,୭ା୯ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ବଡ଼ ଧରରଣ ଲୁଟ୍‌ ହୋଇଛି। ଏଥର ଲୁଟେରାମାନେ ବ୍ୟାଙ୍କକୁ ଟାର୍ଗେଟ କରିଛନ୍ତି। କର୍ମଚାରୀଙ୍କ ମୁଣ୍ଡରେ ଖେଳଣା ବନ୍ଧୁକ...

ଏ ମାସରେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ନଭେମ୍ବର ମାସରେ ହିଁ ରାଜ୍ୟରେ ଖୋଲିବ ସ୍କୁଲ। ୫ଟି ବର୍ଗର ଅଂଶୀଦାରଙ୍କ ସହ ଆଲୋଚନା ପରେ ବୁଧବାର ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା...

ଭୁବନେଶ୍ୱରରୁ ଆଜି ପୁଣି ୨୩ ପଜିିଟିଭ୍‌ ଚିହ୍ନଟ: ୩୦ ସୁସ୍ଥ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ବୁଧବାର ଆଉ ୨୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୮ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ପରପାରିରେ ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ କର

ଭୁବନେଶ୍ୱର,୮ା୧୨(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ କରଙ୍କ ଗୁରୁବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଆଜି ସକାଳେ ଭୁବନେଶ୍ୱରସ୍ଥିତ...

ନବଙ୍କ ହତ୍ୟା ନେଇ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର, ୭ା୨(ବ୍ୟୁରୋ):ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ରାଜନୀତି ଏପଟ ସେପଟ ହୋଇଯାଇଛି। ମୁଖ୍ୟତଃ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ...

ଆଦିମ ଜନଜାତି ମହିଳାଙ୍କ ପାଇଁ ‘ମମତା ଯୋଜନା’ ନିୟମ କୋହଳ: ଅବଧି ୫ ବର୍ଷ ବୃଦ୍ଧି

ଭୁବନେଶ୍ୱର,୨୭।୮(ବ୍ୟୁରୋ)- ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୧ ମସିହାରୁ ଆରମ୍ଭ କରାଯାଇଥିବା ‘ମମତା ଯୋଜନା’ରେ ଆଦିମ ଜନଜାତି ବର୍ଗ(ପିଭିଟିଜି)ର ମହିଳାମାନଙ୍କୁ ସାମିଲ କରାଯାଇଛି। ସେମାନଙ୍କ କ୍ଷେତ୍ରରେ ୨୦୧୪...

Advertisement
Archives

Model This Week