ବସ୍ତା ଡାକ୍ତରଖାନାରେ ପଶିଲା ନର୍ଦ୍ଦମା ପାଣି

ବସ୍ତା, ୨୫।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଶନିବାର ରାତିରୁ ବର୍ଷା ଲାଗି ରହିବାରୁ ବସ୍ତା ଡାକ୍ତରଖାନାରେ ରବିବାର ହଠାତ୍‌ ନର୍ଦ୍ଦମା ପାଣି ପଶିଯାଇଥିଲା। ଡାକ୍ତରଖାନା ପାଖ ଡ୍ରେନ୍‌ରେ ଅନାବନ ସାମଗ୍ରୀ ଜମା ହୋଇ ରହିଥିବା ଏଭଳି ପରିସ୍ଥିତି ଉପୁଜିଥିଲା। ଫଳରେ ରୋଗୀ ଓ ସେମାନଙ୍କର ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏହି ଦୂଷିତ ପାଣି ଆଉଟଡ଼ୋରରେ ଥିବା ଡାକ୍ତରଙ୍କ ରୁମ ଓ ନାମ ପଞ୍ଜୀକୃତ ହେଉଥିବା ରୁମ, ଟିକାଗ୍ରହଣ କେନ୍ଦ୍ର, ରୋଗୀ ରହୁଥିବା ରୁମ୍‌ ପର୍ଯ୍ୟନ୍ତ ପଶିଯାଇଥିଲା। ଫଳରେ କାଦୁଅ ପଚ ପଚ ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ଖବରପାଇ ହସ୍‌ପିଟାଲର ସଫେଇ କର୍ମଚାରୀ ପହଞ୍ଚି ସଫେଇ କାର୍ଯ୍ୟ କରିଥିଲେ ା ହସ୍‌ପିଟାଲ ଭିତରେ ସ୍ବଚ୍ଛତା ପାଇଁ ଅର୍ଥବ୍ୟୟ ହେଉଥିବା ବେଳେ ଏହା ମଧ୍ୟ ଠିକ୍‌ ଭାବେ କାଯର୍‌ୟକାରୀ ହେଉନାହିଁ କିମ୍ବା ବିଭାଗୀୟ ଅଧିକାରୀମାନେ ଏହାକୁ ଆଖି ବୁଜି ଦେଉଥିବା ଜଣାଯାଇଛି। ପାଖରେ ଥିବା ଡ୍ରେନ୍‌କୁ ନିୟମିତ ସଫେଇ କରାଯାଉନାହିଁ। ଏହି ଦୂଷିତ ପାଣିରେ ପଶି ଲୋକେ ଯାତାୟାତ କରିଥିଲେ। ଏଭଳି ଦୁର୍ଗନ୍ଧ ମଧ୍ୟରେ ରହିବା କାଠିକର ବୋଲି ଚିକିତ୍ସାଧୀନ ରୋଗୀମାନେ ଅଭିଯୋଗ କରିଛନ୍ତି। ଏସବୁ ସମସ୍ୟା ପ୍ରତି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

୭ମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଦେବଗଡ଼ ଜିଲାର ବାଜିମାତ: ହାତେଇଲେ ୮ ସ୍ୱର୍ଣ୍ଣ, ୧ ରୌପ୍ୟ…

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): କଟକର ସରସ୍ୱତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମଠାରେ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ…

ମୋରୁମ ଖାଦାନରେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣା: ଜେଲ ଗଲେ ଟ୍ରାକ୍ଟର ମାଲିକ-ଚାଳକ

ଦିଗପହଣ୍ଡି, ୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ମୋରୁମ ଖାଦାନରେ ପଥର ତଳେ ଚାପି…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଜନ୍ମାଷ୍ଟମୀରେ ମହାସଂଯୋଗ: ଚମକିବ ୫ ରାଶିର ଭାଗ୍ୟ, କାହ୍ନାଙ୍କ କୃପାରେ ହୋଇଯିବେ ମାଲାମାଲ!

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ ଚଳିତ ବର୍ଷ ୪ ସେପ୍ଟେମ୍ୱରରେ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳିତ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ଏହି ଦିନ ଧାର୍ମିକ ଆସ୍ଥା…

୧୬.୭୨ ଲକ୍ଷ ଟଙ୍କା ଆତ୍ମସାତ: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନ ଗିରଫ

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): ସାର ବିକ୍ରି ଓ ସରକାରୀ ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସକୁ ବଡ଼ ସଫଳତା। ୧୬.୭୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri