Posted inଜାତୀୟ

ବଳାତ୍କାର ମାମଲାରେ ଫସିଲେ ଆଉ ଜଣେ ଭାଜପା ବିଧାୟକ

ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶରେ କ୍ଷମତାସିନ ଭାଜପାକୁ ପୁଣି ଆଉ ଏକ ଝଟ୍‌କା ଲାଗିଛି। ପୂର୍ବରୁ ଉନ୍ନାଓ ଗଣବଳାତ୍କାର ମାମଲାରେ ଭାଜପା ବିଧାୟକ କୁଲଦୀପ ସିଂହ ସେଙ୍ଗାର ଛନ୍ଦି ହୋଇଥିବା ବେଳେ ଏବେ ପୁଣି ଆଉ ଏକ ମାମଲା ଆସିଛି। ଭଦୋହି ଜିଲାର ଜ୍ଞାନପୁରରୁ ଭାଜପା ବିଧାୟକ ରବିନ୍ଦ୍ରନାଥ ତ୍ରିପାଠୀଙ୍କ ବିରୋଧରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବୁଧବାର କୋତଓ୍ବାଲି ଥାନାରେ ବିଧାୟକଙ୍କ ସମେତ ୬ଜଣଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ଏଥିସହ ବିଧାୟକଙ୍କ ପୁଅ ଓ ପୁତୁରାଙ୍କ ଉପରେ ମଧ୍ୟ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କ ବିରୋଧରେ ଏତଲା ମଧ୍ୟ ରୁଜୁ କରାଯାଇଛି। ଏହାପରେ ପୋଲିସ ଉକ୍ତ ମାମଲାର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ୨୦୧୭ରେ ବିଧାନସଭା ନିର୍ବାଚନ ସମୟରେ ବିଧାୟକ ଉକ୍ତ ମହିଳାଙ୍କୁ ଭହୋହିର ଏକ ହୋଟେଲରେ ବଳାତ୍କାର କରିଥିଲେ। ଏହାପରେ ତାଙ୍କ ପୁତୁରା ଓ ପୁଅ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲେ ବୋଲି ପୀଡ଼ିତା ଜଣଙ୍କ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ନିର୍ବାଚନ ସରିବା ପରେ ଅଫ୍‌ ଏୟାର ହେଲା ‘ନମୋ ଟିଭି’

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଅଫ୍‌ ଏୟାର ହୋଇଯାଇଛି ‘ନମୋ ଟିଭି’। ମାର୍ଚ୍ଚ ୩୧ରୁ ଅନ୍‌ ଏୟାର ହୋଇଥିବା ଏହି ଚ୍ୟାନେଲରେ...

ସ୍ବଚ୍ଛତା କର୍ମୀଙ୍କ ହାଜତ ମୃତ୍ୟୁ

ବାର୍‌ମେର,୭ା୧୦(ପି.ଟି.): ରାଜସ୍ଥାନର ବାର୍‌ମେର ଜିଲା ଅନ୍ତର୍ଗତ ବାଲୋତ୍ରାରେ ରବିବାର ଜଣେ ସ୍ବଚ୍ଛତା କର୍ମୀଙ୍କର ପୋଲିସ ହାଜତରେ ମୃତ୍ୟୁ ଘଟିଛି। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଗଣ୍ଡଗୋଳରୁ...

୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନରେ ଆସି...

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଏହି ଶାଗ…

ମୂଳା ଶାଗରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ଶରୀର ପାଇଁ ବେଶ୍‌ ଉପକାରୀ। ଶୀତ ଦିନେ ନିୟମିତ ମୂଳା ଶାଗ ଖାଇଲେ ବ୍ଲଡ୍‌ ସୁଗାର୍‌...

୨.୯ କୋଟି ଭାରତୀୟଙ୍କ ଡାଟା ଚୋରି

ନୂଆଦିଲ୍ଲୀ,୨୪।୫: ଦିନିକୁ ଦିନ ସାଇବର କ୍ରିମିନାଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ହେଉଛି। ସାବଧାନ ନ ହେଲେ ଅନେକ କ୍ଷତି ସହିବାକୁ ପଡୁଥିବା ଦେଖାଯାଇଛି। ନିକଟରେ ଆଉ ଏକ...

ଜମ୍ମୁ-କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୧ ମୃତ, ଅନେକ ଆହତ

ଶ୍ରୀନଗର, ୨୭।୬: ଜମ୍ମୁ-କଶ୍ମୀରର ଶୋପିଆନ୍‌ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଜଣେ ସ୍କୁଟି...

ଦେଶର ୨୫୫ ଜିଲାର ୭୫୬ ସହରରେ ଜଳ ସଙ୍କଟ: ତାମିଲନାଡୁର ସର୍ବାଧିକ ୧୮୪

ନୂଆଦିଲ୍ଲୀ,୮।୭: ଦେଶର ୨୫୫ ଜିଲାର ୭୫୬ ସହରରେ ତଥା ୧,୫୯୭ ବ୍ଲକ୍‌ରେ ଜଳ ସଙ୍କଟ ଦେଖାଦେଇଛି। ସେଥିମଧ୍ୟରେ ତାମିଲନାଡୁର ସର୍ବାଧିକ ସହର ରହିଛି। ତାମିଲନାଡୁର ୨୭ଟି...

ଫସଲ ବିକି ୫୦ ହଜାର ଟଙ୍କା ସାଇତି ରଖିଥିଲେ କୃଷକ, ମୂଷା ଟିକି ଟିକି କରିଦେଲା

ଚେନ୍ନାଇ,୨୨।୧୦: ତାମିଲନାଡୁର କୋଏମ୍ବାଟୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ଫସଲ ବିକି ୫୦ ହଜାର ଟଙ୍କା ଜଣେ କୃଷକ ବାକ୍ସରେ ସାଇତି ରଖିଥିବାବେଳେ ତାକୁ...

Advertisement


Archives

Model This Week