Posted inଜାତୀୟ

ବଳାତ୍କାରୀଙ୍କୁ ୬ ମାସ ମଧ୍ୟରେ ମିଳିବ ଦଣ୍ଡ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୧: ଏଣିକି ଏମିତି ସିଷ୍ଟମ ତିଆରି କରାଯିବ ଯେଉଁଥିରେ ବଳାତ୍କାରୀଙ୍କୁ ୬ ମାସ ମଧ୍ୟରେ ଦଣ୍ଡ ମିଳିବ ବୋଲି ଶୁକ୍ରବାର କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ସୂଚନାଯୋଗ୍ୟ, ନିର୍ଭୟା ଗଣବଳାତ୍କାର ମାମଲାରେ ତାଙ୍କ ମା’ ଆଶା ଦେବୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ଦୋଷ ଲଦିଥିଲେ। ସେ କହିଥିଲେ ଦିଲ୍ଲୀ ସରକାରଙ୍କ ଯୋଗୁ ନିର୍ଭୟା ମାମଲାର ଦୋଷୀଙ୍କୁ ଦଣ୍ଡ ମିଳିବାରେ ବିଳମ୍ବ ହୋଇଛି। ସେହିପରି ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଓ ସ୍ମୃତି ଇରନୀ ମଧ୍ୟ ଦିଲ୍ଲୀ ସରକାରଙ୍କ ଉପରେ ଦୋଷ ଲଦିଥିଲେ। ଦୋଷୀଙ୍କୁ ଦଣ୍ଡ ମିଳିବାରେ ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ସରକାର ଦାୟୀ ବୋଲି ସେ କହିଥିଲେ। ଏହାକୁ ନେଇ ଏବେ କେଜରିଓ୍ବାଲ କହିଛନ୍ତି ନିର୍ଭୟା ମାମଲା ଭଳି ସମ୍ବେଦନଶୀଳ ମାମଲାକୁ ନେଇ ରାଜନୀତି କରିବା ଅବା ପରସ୍ପର ଉପରେ ଦୋଷ ଲଦିବା ଠିକ୍‌ ନୁହେଁ। ବରଂ ଆମେ ଏମିତି ସିଷ୍ଟମ ପ୍ରସ୍ତୁତ କରିବୁ ଏଣିକି ୬ମାସ ମଧ୍ୟରେ ବଳାତ୍କାରୀଙ୍କୁ ଦଣ୍ଡ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ସୌଦି ଜେଲର ଗୋଟିଏ ଘରେ ୨୫୦ ଭାରତୀୟ: ଜୀବନ ବଞ୍ଚାଇବା ଲାଗି ମୋଦିଙ୍କୁ କଲେ ଗୁହାରି

ନୂଆଦିଲ୍ଲୀ, ୧୪।୯: ସୌଦିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ହୋଇଥିଲା। ଲକ୍‌ଡାଉନ୍‌ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୫୦ ଜଣ ଭାରତୀୟଙ୍କୁ ସ୍ଥାନୀୟ...

ଏପଟେ ଭଉଣୀର ସବାରି ସେପଟେ ଉଠିଲା ଭାଇର କୋକେଇ

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ କସ୍‌ବା ଥାନା ଅଞ୍ଚଳର ଏକ ଗଁ।ରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପଟେ ଭଉଣୀର ସବାରି ଉଠିଥିବା ବେଳେ ଅନ୍ୟପଟେ ଭାଇର...

କରୋନା ନେଲା ଆଉ ଏକ ମୁଣ୍ଡ

ମୁମ୍ବାଇ,୨୨।୩: କରୋନା ଭାଇରସ ଏବେ ଆଉ ଏକ ମୁଣ୍ଡ ନେଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ରବିବାର ସକାଳେ ସେଠାରେ ୬୩...

‘କଂଗ୍ରେସରେ ଟିକେଟ ବିକ୍ରି ହେଉଛି’

ନୂଆଦିଲ୍ଲୀ,୩ା୧୦: ହରିୟାଣା କଂଗ୍ରେସର ଗୋଷ୍ଠୀ ବିବାଦ ଦିଲ୍ଲୀରେ ପହଞ୍ଚତ୍ଛି। ହରିୟାଣା କଂଗ୍ରେସର ପୂର୍ବତନ ସଭାପତି ଅଶୋକ ତନ୍‌ଓ୍ବର ନିଜ ସମର୍ଥକଙ୍କ ସହ ବୁଧବାର ଦଳର ଅଧ୍ୟକ୍ଷା...

ଗୁରୁବାର ମୋଦି ସମସ୍ତ ଏମ୍‌ପିଙ୍କୁ ଦେବେ ରାତ୍ର ଭୋଜନ

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ତମ ଲୋକ ସଭାର ସମସ୍ତ ଏମ୍‌ପିଙ୍କୁ ଗୁରୁବାର ରାତ୍ର ଭୋଜନ ଦେବେ। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ...

ଶୌଚାଳୟ ଅପରିଷ୍କାର ଦେଖି ଏମିତି କଲେ ଶିବରାଜଙ୍କ ମନ୍ତ୍ରୀ

ଗ୍ବାଲିଅର,୧।୮: ସରକାରୀ କାର୍ଯ୍ୟାଳୟରେ ଅପରିଷ୍କାର ଦେଖି ଶିବରାଜ ସିଂହଙ୍କ ମନ୍ତ୍ରୀ ନିଜେ ମହିଳା ଶୌଚାଳୟ ସଫା କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ଏବେ ଚର୍ଚ୍ଚାର...

ଉରି ସର୍ଜିକାଲ ଷ୍ଟ୍ରାଇକ୍‌କୁ ପୂରିଲା ୩ ବର୍ଷ

ନୂଆଦିଲ୍ଲୀ,୨୮।୯: ସୀମାରେ ପାକିସ୍ତାନର ଅଘୋଷିତ ଯୁଦ୍ଧ ବିରୋଧରେ ଭାରତୀୟ ସେନା ୨୦୧୬ ସେପ୍ଟେମ୍ବର ୨୮-୨୯ ତାରିଖ ରାତିରେ ଆରମ୍ଭ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌। ଭାରତରେ ଅନୁପ୍ରବେଶ...

ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ: ମତଦାନ ଜାରି

ନୂଆଦିଲ୍ଲୀ, ୧୯।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ଆସନ ପାଇଁ ରବିବାର ମତଦାନ...

Coronavirus Update


Archives

Model This Week

Why Dharitri