ବଲାଙ୍ଗୀରରେ ଜାରିହେଲା ଦୁଇଦିନିଆ ଶଟ୍‌ଡାଉନ୍

ବଲାଙ୍ଗୀର ଅଫିସ,୬ା୬: କରୋନା ସଂକ୍ରମଣ ରୋକିବା ଲାଗି ସରକାର ରାଜ୍ୟର ୧୧ଟି ଜିଲାରେ ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହି କ୍ରମରେ ଜୁନ ମାସର ପ୍ରଥମ ଶନିବାରରେ ବଲାଙ୍ଗୀରରେ ଶଟ୍‌ଡାଉନ୍‌ କାର୍ଯ୍ୟକାରୀ ହୋଇଛି । ଅତ୍ୟାବଶ୍ୟକ ସେବାକୁ ବାଦ୍‌ଦେଇ ଅନ୍ୟ ସମସ୍ତ କ୍ଷେତ୍ରରେ କଟକଣା ଲଗାଯାଇଛି। ଶନିବାର ଓ ରବିବାର ଦୁଇଦିନିଆ ଶଟ୍‌ଡାଉନ୍‌ ଆରମ୍ଭ ହେବା ପରେ ପୋଲିସ ବିଭାଗ ପକ୍ଷରୁ ପହରାକୁ କଡ଼ାକଡ଼ି କରାଯାଇଛି । ଜିଲାର ସମସ୍ତ ପ୍ରମୁଖ ରାସ୍ତାଘାଟ ଉପରେ କଡ଼ା ନଜର ରଖାଯାଇଛି । ବଲାଙ୍ଗୀର ଜିଲା ସଦର ମହକୁମା ସହ ଟିଟିଲାଗଡ଼ ମ୍ୟୁନିସିପାଲିଟି, ପାଟଣାଗଡ, କଣ୍ଟାବାଞ୍ଜି ଓ ତୁଷରା ସହରାଞ୍ଚଳ ଓ ସମସ୍ତ ଗ୍ରାମାଞ୍ଚଳରେ ମଧ୍ୟ ନିୟମ ଲାଗୁ ହୋଇଛି । ସମସ୍ତ ଦୋକାନ ବଜାର, ଅଫିସ, ବ୍ୟାଙ୍କ, ସ୍କୁଲ କଲେଜ, ସମସ୍ତ ପ୍ରକାର ଅନୁଷ୍ଠାନ ବନ୍ଦ କରାଯାଇଛି । ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବାକୁ ଅନୁମତି ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନ ସମସ୍ତ ଜରୁରିକାଳୀନ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ କଟକଣାରୁ ବାଦ୍‌ ଦିଆଯାଇଛି । ପେଟ୍ରୋଲ ପମ୍ପ, ଟେଲିକମ୍‌ ସେବା, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଖୋଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରୁଣ ନିରୂପଣ ଲ୍ୟାବ୍‌ ଲିଙ୍କ୍‌ରେ ଆଉ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ ଅଫିସ,୨୩ା୧: ଭ୍ରୁଣ ନିରୂପଣ କରିଥିବା ଲ୍ୟାବ୍‌ ଲିଙ୍କ୍‌ରେ ଆଉ ଜଣଙ୍କୁ ଗିରଫ କରିଛି  ମଙ୍ଗଳାବାଗ  ପୋଲିସ। ଗିରଫ ବ୍ୟକ୍ତି ଜଣକ ହେଲେ ମାନସ ରଞ୍ଜନ...

ସମସ୍ୟାରେ ସନ୍ତୁଳିତ ଚିତ୍ରକର ପରିବାର

ଧରାକୋଟ,୧୦।୭(ଡି.ଏନ୍‌.ଏ.): ଠାକୁରଙ୍କ ଚିତ୍ର ଆଙ୍କିବା ପାଇଁ ରାଜା ପୁରୀ ବାଲିହରଚଣ୍ଡି ସାହିରୁ ଧରାକୋଟ ଆଣିଥିଲେ ଚିତ୍ରକର ପରିବାରକୁ। ଘର ସହ ଇନାମ ଆକାରରେ ଜମି ମଧ୍ୟ...

ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ପୁଣି ଅଘଟଣ: କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨।୧୨: କୋର୍ଟ ପରିସର ଏବେ ଅସୁରକ୍ଷିତ ହୋଇପଡିଛି। ସପ୍ତାହ ମଧ୍ୟରେ କୋର୍ଟରେ ଦୁଇ ଦୁଇଟି ଅଘଟଣ ଘଟିଛି। ଶୁକ୍ରବାର ଜଣେ ମହିଳା କୋର୍ଟ ଭିତରକୁ...

୨୦୩୦ ସୁଦ୍ଧା ଜିଲାକୁ ବାଲ୍ୟବିବାହ ମୁକ୍ତ କରିବା ଲକ୍ଷ୍ୟ

ରାୟଗଡ଼ା ଅଫିସ,୯ା୯:ସଚେତନତା ହିଁ ବାଲ୍ୟବିବାହ, ଶିଶୁ ଅପରାଧ, ଘରୋଇ ହିଂସା ଓ ଲିଙ୍ଗ ଭିତ୍ତିକ ହିଂସାକୁ ରୋକିପାରିବ। ଲୋକଙ୍କୁ ଅଧିକ ସଚେତନ କରିବା ଉଦ୍ଦେଶ୍ୟରେ ରାୟଗଡ଼ା...

ଧିମେଇଛି ଆବାସ ଯୋଜନା: ସମ୍ପୂର୍ଣ୍ଣ ହୋଇପାରିନି ଶତାଧିକ ଘର

ବଅଁରପାଳ,୪।୧୧ (ଡି.ଏନ୍‌.ଏ) ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟାଦେଶ ପାଇଥିବା ଅନେକ ହିତାଧିକାରୀଙ୍କ ଘର କାମ ସମ୍ପୂର୍ଣ୍ଣ ହୋଇ ନ ପାରି...

ସିଡ଼ିଏମଓଙ୍କୁ ସ୍ବାସ୍ଥ୍ୟକର୍ମୀ ଦେଲେ ଦାବିପତ୍ର

ବରଗଡ଼ ଅଫିସ୍‌,୧୮।୫: ସରକାର ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ଅଭିହିତ କରିଛନ୍ତି । ଏହା ସହିତ ଅଗ୍ରୀମ ଦରମା ପ୍ରଦାନ ପାଇଁ ମଧ୍ୟ ଘୋଷଣା ହୋଇଛି...

ଆଉ ଦାଦନ ଖଟିବାକୁ ନ ଯିବାକୁ ପରାମର୍ଶ

କୋକସରା,୪।୬(ଡି.ଏନ.ଏ)-କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସରପଞ୍ଚ କହ୍ନେଇ ଚରଣ ଦାସଙ୍କ ଉଦ୍ୟମରେ ଲଡୁଗାଁ ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଥିବା ପ୍ରବାସୀମାନେ ଏବେ ଶୃଙ୍ଖଳିତ...

ବଲାଙ୍ଗୀରରେ କୋସଲ ମହାବନ୍ଦର ପ୍ରଭାବ

ବଲାଙ୍ଗୀର ଅଫିସ,୭।୯: କୋସଲ ସେନା ଓ କୋସଲ ମୁକ୍ତି ମୋର୍ଚ୍ଚା ଡାକରାରେ ବୁଧବାର ୧୨ ଘଣ୍ଟିଆ କୋଶଲ ମହାବନ୍ଦ ପାଳନ ଆରମ୍ଭ ହୋଇଛି । ବଲାଙ୍ଗୀର...

Advertisement
Archives

Model This Week