ବର୍ଷା ପରେ ଥରାଇବ ଶୀତ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଗତ ୩ଦିନ ଧରି ବର୍ଷା ଲାଗିରହିଛି। ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାବେଳେ କେନ୍ଦୁଝରରେ ସର୍ବାଧିକ ୨୨.୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ବୌଦ୍ଧ ୧୫.୩, ଦାରିଙ୍ଗବାଡ଼ି ଓ ତାଳଚେର ୧୩, ପାରଳାଖେମୁଣ୍ଡି ୧୨.୫, ଫୁଲବାଣୀ ଓ ଟିଟିଲାଗଡ଼ ୧୨, ବାଲେଶ୍ୱର ୧୦.୫, ସୋନପୁର ଓ ଅନୁଗୋଳ ୧୦, କଟକ ୯.୨, କୋରାପୁଟ ୮.୬, ବଲାଙ୍ଗୀର ୭, ଚାନ୍ଦବାଲି ୬, ଗୋପଳପୁର ୫.୮, ଭୁବନେଶ୍ୱର ଓ ସମ୍ବଲପୁର ୪.୪ ଓ ସୁନ୍ଦରଗଡ଼ରେ ୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହାସହ ରବିବାର କୋରାପୁଟ ଓ ସୁନ୍ଦରଗଡ଼ରେ ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରା ରହିଥିଲା। ତେବେ ସୋମବାରଠାରୁ ଆଉ ବର୍ଷା ହେବ ନାହିଁ। ବର୍ଷା କମିଲେ ମଧ୍ୟ ପ୍ରବଳ ଶୀତ ଥରାଇବ। ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଶଙ୍କା କରିଛି। ସୋମବାର ପ୍ରବଳ ଶୀତ ନେଇ ସୁନ୍ଦରଗଡ଼, ବାଲେଶ୍ୱର, ଅନୁଗୋଳ, କଟକ, ସୋନପୁର ଓ ବଲାଙ୍ଗୀର ଆଦି ୬ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହାସହ କିଛି ଜିଲାରେ ଘନ କୁହୁଡ଼ିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳିପାରେ। ଏନେଇ ସୋମବାର ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ଅନୁଗୋଳ ଆଦି ୬ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି ମଙ୍ଗଳବାର ଘନ କୁହୁଡ଼ି ନେଇ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଆଦି ୪ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ ବିଜୟୀ ଅଧିନାୟକଙ୍କୁ ମିଳିଲା ପାକିସ୍ତାନ ଦାୟିତ୍ୱ; ବାଂଲାଦେଶ ଗସ୍ତ ପାଇଁ ଦଳ ଘୋଷଣା

ଇସଲାମାବାଦ,୧୮।୪: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମେ ମାସରେ ହେବାକୁ ଥିବା ବାଂଲାଦେଶ ଗସ୍ତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବୋର୍ଡ ଟେଷ୍ଟ ଦଳର ନୂତନ…

ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ଏହି ନୂଆ ନାମରେ ହେଲା ନାମିତ

ଭୁବନେଶ୍ୱର,୧୮ା୪: ରାଜ୍ୟ ଯୋଜନା ବୋର୍ଡର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ନୀତି ଓ ବିକାଶର ଥିଙ୍କ୍‌ ଟ୍ୟାଙ୍କ ପାଲଟିଥିବା ଯୋଜନା ବୋର୍ଡ ଏବେ ଇତିହାସ ପାଲଟିଛି।…

ରାଜସାକ୍ଷୀ ହେବେ ଜାକ୍‌ଲିନ୍‌: ମନିଲଣ୍ଡରିଂ ମାମଲାରେ ନୂଆମୋଡ଼

ନୂଆଦିଲ୍ଲୀ,୧୮ା୪:ଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ଏକ ନୂଆ ମୋଡ଼ ନେଇଛି। ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ ମାମଲାରେ ରାଜସାକ୍ଷୀ ହେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ…

ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ: ଓଡ଼ିଶା ସମେତ ଏହି ସବୁ ରାଜ୍ୟରୁ ଧରାପଡିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୪: ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି। ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତ…

୧୮ ବର୍ଷରେ ପଦାର୍ପଣ କଲା IPL: ଯେଉଁ ମଇଦାନରେ ଖେଳାଯାଇଥିଲା ପ୍ରଥମ ମ୍ୟାଚ, ଆଜି ସେଠି ଲେଖାଯିବ ଇତିହାସ

ନୂଆଦିଲ୍ଲୀ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ ଆଜି ୧୮ ବର୍ଷ ପୂରଣ କରୁଛି। ଏହି ଲିଗ ଏପ୍ରିଲ ୧୮, ୨୦୦୮ରେ ଆରମ୍ଭ ହୋଇଥିଲା। ଲିଗ୍‌ର ପ୍ରଥମ ମ୍ୟାଚ ବେଙ୍ଗାଲୁରୁର…

ଘରେ ପଶି ନେଇଥିଲେ ନଗଦ ଟଙ୍କା,ସୁନା ଛାଡ଼ି ନଥିଲେ ବି ଲୁଗା: ଘଟଣାର ୪ ମାସ ପରେ ପର୍ଦ୍ଦାଫାଶ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଏନ. ରାଜିୟା ରେଡ୍ଡୀଙ୍କ ଘରେ ପଶି ନଗଦ ୬୦ ହଜାର ଟଙ୍କା,…

ଅତିରିକ୍ତ ଜିଲାପାଳ ତଦାରଖ କଲେ ଜନଗଣନା କାର୍ଯ୍ୟ: ଘର ଘର ବୁଲି କଲେ…

ଗଞ୍ଜାମ,୧୮।୪(ବିଦ୍ୟାଧର ସାହୁ ): ଜନଗଣନା ଚାଲିଥିବାବେଳେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଏହା ଜାରି ରହିଛି l ଏଥିରେ ସ୍କୁଲ ଶିକ୍ଷୟିତ୍ରୀ/ଶିକ୍ଷକମାନେ ନିୟୋଜିତ ଅଛନ୍ତି। ଠିକ ଭାବେ…

ବନ୍ଦ ହୋଇଯିବ ହର୍ମୁଜ ପ୍ରଣାଳୀ? ଫେରିଗଲା ୨୧ ଜାହାଜ, ଇରାନ ଦେଲା ବଡ଼ ଓ୍ବାର୍ଣ୍ଣିଂ

ତେହରାନ,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମୟସୀମା ନିକଟତର ହେବା ସହିତ, ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri