Posted inଭଦ୍ରକ

ବର୍ଷାରେ ଧସିଲା ନଦୀବନ୍ଧ

ଭଣ୍ଡାରିପୋଖରୀ, ୮।୮ (ଡି.ଏନ.ଏ.) – ନଦୀବନ୍ଧ ନିର୍ମାଣ ଲାଗି ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଆବଶ୍ୟକ ତଦାରଖ ଅଭାବରୁ ଠିକାଦାର ମନଇଚ୍ଛା କାମ କରି ଚାଲି ଯାଉଛନ୍ତି। ବନ୍ୟାରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ବୈତରଣୀ ନଦୀବନ୍ଧକୁ କ୍ୟାପିଟାଲ ଏମ୍ବାକ୍‌ମେଣ୍ଟ ପ୍ରକଳ୍ପ ମାଧ୍ୟମରେ ସୁଦୃଢ଼ୀକରଣ କରାଇଥିଲେ। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବାଲିପୋଖରୀ ପଞ୍ଚାୟତ ବଳିଘାଇଠାରୁ ଧାମନଗର ବ୍ଲକ ଦେହୁଡ଼ି-ଆନନ୍ଦପୁର ପର୍ଯ୍ୟନ୍ତ ନାବାର୍ଡ ସହାୟତାରେ ୧୨ କୋଟି ୪୯ ଲକ୍ଷ ୪୫ ହଜାର ୫୦୬ ଟଙ୍କା ବ୍ୟୟରେ ଚଳିତବର୍ଷ ନୂତନ ବନ୍ଧ ନିର୍ମାଣ କରାଯାଇଥିଲା। ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ଜଣେ ଠିକାଦାର କାର୍ଯ୍ୟାଦେଶ ପାଇଥିଲେ। ନିମ୍ନମାନର କାର୍ଯ୍ୟ ଯୋଗୁ ବର୍ଷାରେ ନଦୀବନ୍ଧ ଧସିଯାଇଛି। କଣ୍ଟିଘାଇ, ମଣିନାଥପୁର ବିଦ୍ୟାଳୟ ଓ ବିନ୍ଧାଣ ଗ୍ରାମ ନିକଟରେ ବନ୍ଧଠାରୁ ୧୦ରୁ ୨୦ ଫୁଟ ପର୍ଯ୍ୟନ୍ତ ମାଟି ନଦୀ ମଧ୍ୟକୁ ଖସିପଡ଼ିଛି। ବିଭିନ୍ନ ସ୍ଥାନରେ ବନ୍ଧରେ ଫାଟ ମଧ୍ୟ ସୃଷ୍ଟି ହୋଇଛି। ଯନ୍ତ୍ରୀମାନଙ୍କ ତଦାରଖ ଅଭାବରୁ ଠିକାସଂସ୍ଥା କ୍ବାଲିଟି କଣ୍ଟ୍ରୋଲ ଅନୁଯାୟୀ କାମ କରି ନ ଥିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବୈତରଣୀରେ ବନ୍ୟା ଆସିଲେ ସ୍ଥାନୀୟ ଅଞ୍ଚଳର ଲୋକେ ନଦୀବନ୍ଧ ଅବସ୍ଥା ଦେଖି ଭୟଭୀତ ହୋଇପଡ଼ିଛନ୍ତି। ବିଭାଗୀୟ ଉଚ୍ଚ ପଦାଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରା: ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ

ପଦ୍ମପୁର,୫।୪(ଡି.ଏନ୍‌.ଏ.): ଚାନ୍ଦବାଲି ବ୍ଲକ ଅଧୀନ କରଞ୍ଜମାଳ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ବିନୋଦ ମାଝିଙ୍କ ଘରେ ଅଗ୍ନିକାଣ୍ଡ ଘଟି ୧୨ ବଖରା ଜଳିଯାଇଛି।...

ଯୁବ ବ୍ୟବସାୟୀଙ୍କ ମୃତ୍ୟୁ, ଜଣେ ଗୁରୁତର

ବାସୁଦେବପୁର, ୨୯।୩ (ଡି.ଏନ୍‌.ଏ.) ଭଦ୍ରକ ଜିଲା ବାସୁଦେବପୁର-ଜାମୁଝାଡ଼ି ରାସ୍ତାର ଗୁଆଗଁା ଛକଠାରେ ସୋମବାର ଏକ ନିର୍ମାଣାଧୀନ ପୋଲ ତଳକୁ ଖସିପଡ଼ି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ...

କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଅମାନିଆଙ୍କ ଉପରେ ନଜର ରଖିଛି ଡ୍ରୋନ୍‌ କ୍ୟାମେରା

ଭଦ୍ରକ ଅଫିସ,୨୯ା୪ : ଭଦ୍ରକ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବୁଧବାର ସୁଦ୍ଧା ଜିଲାରେ ପଜିଟିଭ୍‌ଙ୍କ ସଂଖ୍ୟା ୧୯...

ଏଥର ଭଦ୍ରକରୁ ଚିହ୍ନଟ ପଜିଟିଭ୍‌ ସ୍ଥାନୀୟ ଅଞ୍ଚଳର

ଭଦ୍ରକ ଅଫିସ,୨୮।୭: ଭଦ୍ରକ ଜିଲାରେ ମଙ୍ଗଳବାର ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୯ ଛୁଇଁଛି।...

ମିସ୍‌ ଫ୍ୟାଶନିଷ୍ଟ କ୍ରାଉନ ପିନ୍ଧିଲେ କ୍ରିଷ୍ଣା

ଚାନ୍ଦବାଲି,୨୯।୧୦(ଡି.ଏନ.ଏ.)-ମହାରାଷ୍ଟ୍ର ପୁଣେରେ ଅନୁଷ୍ଠିତ ମିସ୍‌ ଫ୍ୟାଶନିଷ୍ଟ-୨୦୨୧ରେ ବିଜୟୀ ହୋଇ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ପାଞ୍ଚପଡ଼ା ଗ୍ରାମର ଝିଅ କ୍ରିଷ୍ଣା ସାହୁ ଓଡ଼ିଶା ପାଇଁ...

ଖଟିଆରେ ବୁହାହେଲେ ରୋଗୀ

ଚାନ୍ଦବାଲି,୧୧ା୭(ଡି.ଏନ.ଏ.)-ରାସ୍ତା ଖରାପ ଯୋଗୁ ଜଣେ ମହିଳା ଗୋଗୀଙ୍କୁ ତାଙ୍କ ପରିବାର ଲୋକେ ଖଟିଆରେ ବୋହି ପ୍ରାୟ ୩ କି.ମି ଦୂର ମୁଖ୍ୟ ରାସ୍ତାକୁ ଆଣି ସେଠାରୁ...

ଭଦ୍ରକରେ ୮୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୬ା୮: ଗୁରୁବାର ଭଦ୍ରକରେ ପୁଣି ୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୪୫ ଜଣ...

୪ ଦିନ ହେଲା ଗାଁରେ ଜଳୁନି ଚୁଲି

ବନ୍ତ,୬।୩(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ଏକ ଗାଁରେ ଗତ ୪ ଦିନ ହେବ ଅଗ୍ନିକାଣ୍ଡ ଗୁଜବ ବ୍ୟାପିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।...

Advertisement
Archives

Model This Week