ବର୍ଷାକୁ ଚାହିଁ ବସିଛନ୍ତି ଚାଷୀ

ଭଣ୍ଡାରିପୋଖରୀ, ୨୧।୭ (ଡି.ଏନ.ଏ.) – ଚଳିତବର୍ଷ ଚାଷକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଚାଷୀ। ମୌସୁମୀ ବର୍ଷା ଚାଷୀମାନଙ୍କୁ ନିରାଶ କରିଛି। ଆଷାଢ଼ ସରି ଶ୍ରାବଣ ମାସ ହେଲାଣି ହେଲେ ଚାଷ ପାଇଁ ଆଶାନୁରୂପ ବର୍ଷା ଏଯାଏ ହୋଇନାହିଁ। ବର୍ଷାଭାବ ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଚାଷୀମାନେ ବର୍ଷାକୁ ଚାହିଁ ବସିଛନ୍ତି। ଯାହା କିଛି ବର୍ଷା ହୋଇଛି ତାହା ଚାଷ ଉପଯୋଗୀ ହୋଇନାହିଁ। ବର୍ଷା ଅଭାବରୁ ଅଧିକାଂଶ ଚାଷୀ ବିଲରେ ଧାନ ତଳି ପକାଇ ପାରୁନାହାନ୍ତି। ଭଣ୍ଡାରିପୋଖରୀ ବ୍ଲକ ଏକ ବନ୍ୟାପ୍ଲାବିତ ଅଞ୍ଚଳ। ଚଳିତବର୍ଷ କୃଷି ପାଇଁ ଉପଯୁକ୍ତ ପାଗ ନ ମିଳିବାରୁ ଅଧିକାଂଶ ଚାଷୀ ଖରିଫ ବିହନ ପକାଇ ପାରୁନାହାନ୍ତି।
ବର୍ଷା ରେକର୍ଡରୁ ଯାହା ଜଣାପଡ଼ିଛି, ଗତ ମେ ୩ ତାରିଖରେ ୩୦ ମି.ମି. ଓ ୪ ତାରିଖରେ ୩୮ ମି.ମି. ବର୍ଷା ହୋଇଥିଲା। ଜୁନ ୧ ରୁ ୨୦ ପର୍ଯ୍ୟନ୍ତ ବର୍ଷା ଆଦୌ ହୋଇ ନ ଥିବାବେଳେ ୨୧ ତାରିଖରେ ୧୮ ମି.ମି., ୨୨ରେ ୮ ମି.ମି., ୨୮ରେ ୫୨ ମି.ମି. ଓ ୩୦ ତାରିଖରେ ୧୭ ମି.ମି. ବର୍ଷା ହୋଇଥିଲା। ଚଳିତମାସ ୧ ତାରିଖରେ ୨୦ ମି.ମି,, ୬ରେ ୧୩ ମି.ମି., ୮ ରେ ୬ ମି.ମି. ଓ ୧୦ ତାରିଖରେ ୮ ମି.ମି. ବର୍ଷା ହୋଇଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ରେକର୍ଡ କରାଯାଇଛି। ଏହି ଦିନଗୁଡିକ ବାଦ୍‌ ଦେଲେ ଅନ୍ୟ ଦିନରେ ଆଦୌ ବର୍ଷା ହୋଇନାହିଁ। ଯାହା ବର୍ଷା ହୋଇଥିଲା ତାହା ଶୁଖିବା ପରେ ଚାଷ କାର୍ଯ୍ୟ ବିଳମ୍ବ ଦେଖି ଚାଷୀ ଅଧିକାଂଶ ସ୍ଥାନରେ ତଳି ପକାଇଥିଲେ। ସେଗୁଡ଼ିକ ଶୁଖିଗଲାଣି। ସ୍ବଳ୍ପ ବୃଷ୍ଟିପାତକୁ ନେଇ କେତେକ ଚାଷୀ ଶୁଖିଲା ବିଲରେ ତଳି ପକାଇଛନ୍ତି। ଚଳିତବର୍ଷ ପାଣିପାଗ ଖରିଫ ଧାନ ଚାଷରେ ବାଧକ ହୋଇଛି। ଚାଷଜମି ପଡ଼ିଆ ପଡିଥିବା ବେଳେ ଗୋରୁଗାଈ ଚରୁଛନ୍ତି। ଗଡ଼ିଆ, ପୋଖରୀ, ନାଳ, ନୟନଯୋରୀ ସବୁ ଶୁଖିଲା ପଡ଼ିଛି। କେନାଲ ଅଞ୍ଚଳର ଚାଷୀ କେନାଲରେ ପାଣି ଛାଡ଼ିବାକୁ ଦାବି କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ। ପ୍ରତିବର୍ଷ ଜୁଲାଇ ୧୦ ତାରିଖରେ ଜଳସମ୍ପଦ ବିଭାଗ ଖରିଫ ଚାଷ ପାଇଁ କେନାଲରେ ପାଣି ଯୋଗାଇଥାଏ। ଏବର୍ଷ ଜଳସେଚନ ବିଭାଗ ନିର୍ଦ୍ଧାରିତ ସମୟରେ ଜଳସେଚିତ ଜମିକୁ ଜଳ ଯୋଗାଇବାକୁ ସକ୍ଷମ ହୋଇପାରି ନାହିଁ। ଆଖୁଆପଦାସ୍ଥିତ ବୈତରଣୀ ଆନିକଟ ସିଷ୍ଟମ ସହ ମାଳଆନନ୍ଦପୁର, ରୁଢିଆ ଆନିକଟ ମରାମତି ସରି ନ ଥିବାରୁ ଜଳ ଯୋଗାଣ ହୋଇପାରୁ ନ ଥିବା ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି। ତୁରନ୍ତ କେନାଲରେ ପର୍ଯ୍ୟାପ୍ତ ପାଣି ଯୋଗାଇ ଦେବାକୁ ବିଭିନ୍ନ ପାଣି ପଞ୍ଚାୟତ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ଆଖୁଆପଦା ଜଳ ସମ୍ପଦ ବିଭାଗ ଏସ୍‌ଡିଓ ଶଙ୍କର୍ଷଣ ବେହେରା କହିଛନ୍ତି ଯେ, ଉପରମୁଣ୍ଡରେ ବର୍ଷା ନାହିଁ। ପାଣି କେଉଁଠୁ ଅଣାଯିବ। ଯାହା ଥିଲା କେନାଲରେ ଛଡ଼ାଯାଇଛି। ଜଳସେଚନ ବ୍ୟବସ୍ଥା ପାଇଁ ନିର୍ମାଣ କରାଯାଇଥିବା କେନାଲଗୁଡିକ ସଫା କରାଯାଉ ନ ଥିବାରୁ କଳମବଣରେ ଭର୍ତ୍ତି ହୋଇଛି। ଶାଳନିଆ ଜଳସେଚନ ଉପଖଣ୍ଡ ମଞ୍ଜୁରିରୋଡ ସେକ୍ସନ ଅଧୀନରେ ଥିବା ବିରିଡି-କେନ୍ଦୁଆପଦା ମାଇନର କେନାଲରେ କଳମବଣ ସାଙ୍ଗକୁ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି। ପାଣି ଅଭାବରୁ ବିଳମ୍ବରେ ଚାଷ କାମ ଆରମ୍ଭ କଲେ ଅଧିକ ଖର୍ଚ୍ଚାନ୍ତ ହେବା ସହ ଅମଳ ମଧ୍ୟ ହ୍ରାସ ଘଟିବ ବୋଲି ରାଣୀଗଡ଼ିଆ ଗ୍ରାମର ଚାଷୀ ଜଡ଼ା ସାମଲ, ଦେଉଳପଦୀ ଗ୍ରାମର ଦେବେନ୍ଦ୍ର ସାମଲ, ରାଣିଗଡିଆ ଗ୍ରାମର କୈଳାସ ସାମଲ ଓ ନାଉରିଗଡ଼ିଆ ଗ୍ରାମର ଦିଲୀପ ସ୍ବାଇଁ ପ୍ରମୁଖ ଆଶଙ୍କା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶର କର୍ଣ୍ଣଧାର ଥିଲେ ପର୍ଶୁରାମ

ଖଇରା, ୧ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ସିମୁଳିଆ ନିର୍ବାଚନମଣ୍ଡଳୀରେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସ୍ବର୍ଗତ ପର୍ଶୁରାମ ପାଣିଗ୍ରାହୀଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ଖଇରା ବ୍ଲକର...

ବାଲେଶ୍ୱରରେ କାଳବୈଶାଖୀ : ଘର ସହ ଭାଙ୍ଗିଲା ମୋବାଇଲ୍‌ ଟାଓ୍ବାର

ବାଲେଶ୍ୱର ଅଫିସ୍‌, ୨୪।୪-ବାଲେଶ୍ୱର ଜିଲାରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହୋଇଛି। ବର୍ଷା ପାଇଁ ଗରମରୁ ଆଶ୍ୱସ୍ତି ମିଳିଛି।...

ଗ୍ରାମବାସୀଙ୍କ ଦ୍ବାରା ଚୋରା ଝାଉଁ କାଠ ଜବତ

ବାହାନଗା,୧୨।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ବରିପଦା ପଞ୍ଚାୟତର ଅଟାସପୁର ଛକରୁ ରବିବାର ବେଆଇନ ଝାଉଁ କାଠ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ବାରା ଜବତ କରାଯାଇଛି।...

୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର,୯।୧(ଡି.ଏନ୍‌.ଏ.): ଥମୁନି ଧଳା ଜହର କାରବାର। ବାଲେଶ୍ୱର ଜିଲା ଜଳେଶ୍ୱରରେ ଗୁରୁବାର ୫୦ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଶେଖବାଡ଼ ଅଞ୍ଚଳରେ ପୋଲିସ ଚଢ଼ାଉ କରି ବ୍ରାଉନ୍‌ସୁଗାର...

୬ ଖଣି ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ ସାର୍ଟିଫିକେଟ ମାମଲାରେ ଓ୍ବାରେଣ୍ଟ ଜାରି

କେନ୍ଦୁଝର, ୨୩ା୬ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ବିପୁଳ ଖଣିଜ ସମ୍ପଦ ଲୁଟ କରିଥିବା ୩୧ ଖଣିର ୨୩ ଲିଜଧାରୀଙ୍କଠାରୁ ୬୩୫୦ କୋଟି ଟଙ୍କା ଜରିମାନା ଆଦାୟ ଲାଗି...

ଲକ୍ଷାଧିକ ଟଙ୍କାର ଜିଞ୍ଜର ସହ ପିକଅପ୍‌ ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ବିଭାଗ ସୋମବାର ପୂର୍ବାହ୍ନ ସମୟରେ ଶିଳ୍ପାଞ୍ଚଳ ଥାନା ବାମପଦା ଛକରେ ଗୋଟିଏ ପିକଅପ୍‌ ଭ୍ୟାନ୍‌ (ନଂ. ଓଡ଼ି୦୧ୟୁ୪୨୨୨)ରେ ଯାଉଥିବା...

ଡମ୍ପର ଚାପାରେ ନାବାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ, ଉତ୍ତେଜନା

ଯୋଡ଼ା, ୩।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି କେମେସି ଗଣେଶ ମନ୍ଦିର ଛକଠାରେ ରବିବାର ଅପରାହ୍ନରେ ଏକ ଡମ୍ପର ଚାପାରେ ଆକାଶ ପୂର୍ତ୍ତି(୮) ନାମକ...

୩ ନାବାଳକଙ୍କୁ ଉଦ୍ଧାର କଲା ଚାଇଲ୍ଡଲାଇନ

ସିମୁଳିଆ, ୨୬।୫(ଡି.ଏନ.ଏ.): ‘ଧରିତ୍ରୀ’ରେ ଖବର ପ୍ରକାଶ ହେବା ପରେ ବାଲେଶ୍ୱର ଜିଲା ସିମୁଳିଆ ଥାନା କହ୍ନେଇବିନ୍ଧା ପଞ୍ଚାୟତ କଇଁଶୀ ଆଦିବାସୀ ସାହିରେ ମା’ଙ୍କ ମୃତ୍ୟୁ ପରେ...

Advertisement
Archives

Model This Week