ବର୍ଷକରେ ୩ଗୁଣ ବଢ଼ିଛି ରୋଗୀଙ୍କ ସଂଖ୍ୟା

ଭାରତରେ ପ୍ରତିଦିନ କ୍ୟାନ୍‌ସରରେ ୩୦୦ ଲୋକ ପ୍ରାଣ ହରାଉଛନ୍ତି। ଗତ ଦୁଇ ଦଶନ୍ଧିରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ଭାରତରେ ଦୁଇ ତୃତୀୟାଂଶରୁ ଅଧିକ ବୃଦ୍ଧି ପାଇଛି। ବିଶ୍ୱରେ ଅନ୍ୟ ଦେଶ ତୁଳନାରେ ଭାରତରେ କ୍ୟାନସରଜନିତ ମୃତ୍ୟୁ ହାର ମଧ୍ୟ ଅଧିକ। ନ୍ୟାଶ୍‌ନାଲ ହେଲ୍‌ଥ ପ୍ରୋଫାଇଲ(୨୦୧୯)ର ତଥ୍ୟରୁ ଜଣାପଡେ, ୨୦୧୭-୨୦୧୮ ଗୋଟିଏ ବର୍ଷରେ ଦେଶରେ କ୍ୟାନ୍‌ସର ୩୦୦ ପ୍ରତିଶତ ଅର୍ଥାତ ୩ଗୁଣରୁ ଅଧିକ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇଛି। ଏଣୁ ଭାରତରେ କ୍ୟାନ୍‌ସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୭ରେ ‘ରାଷ୍ଟ୍ରୀୟ କ୍ୟାନ୍‌ସର ସଚେତନତା ଦିବସ’ ପାଳନ କରାଯାଉଛି। ୨୦୧୪ ସେପ୍ଟେମ୍ବରରେ ଭାରତର ତତ୍‌କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ରାଷ୍ଟ୍ରୀୟ କ୍ୟାନ୍‌ସର ସଚେତନତା ଦିବସ ପାଳନ କରାଯିବା ଲାଗି ଘୋଷଣା କରିବା ପରେ ସେହିବର୍ଷ ନଭେମ୍ବର ୭ ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା।
‘ଇଣ୍ଡିଆ ଏଗେନ୍‌ଷ୍ଟ କ୍ୟାନସର’ର ତଥ୍ୟରୁ ଜଣାପଡେ ଯେ,ଭାରତରେ ୨୫ ଲକ୍ଷରୁ ଅଧିକ କ୍ୟାନ୍‌ସର ପୀଡିତ ରହିଛନ୍ତି। ପ୍ରତିବର୍ଷ ୧୧ ଲକ୍ଷ ନୂଆ ରୋଗୀ ଯୋଡି ହେଉଛନ୍ତି ଏବଂ ୭ ଲକ୍ଷରୁ ଅଧିକ ପୀଡିତଙ୍କ ମୃତ୍ୟୁ ହେଉଛି। ପ୍ରତି ଦୁଇ ମିନିଟ୍‌ରେ ଜଣେ କ୍ୟାନ୍‌ସର ରୋଗୀ ଚିହ୍ନଟ ହେଉଛନ୍ତି। ସର୍ଭାଇକଲ କ୍ୟାନ୍‌ସରରେ ପ୍ରତି ୮ ମିନିଟରେ ଜଣେ ମହିଳା ଓ ତମାଖୁ ଜନିତ କ୍ୟାନ୍‌ସରରେ ପ୍ରତିଦିନ ୩୫୦୦ ଜଣଙ୍କର ମୃତ୍ୟୁ ହେଉଛି।
ଲାନସେଟ୍‌ ରିପୋର୍ଟରୁ ଜଣାପଡିଛି ଯେ ,ହୃଦ୍‌ଘାତ ପରେ କ୍ୟାନ୍‌ସରରେ ବେଶି ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। କ୍ୟାନ୍‌ସରର ମୂଳ କାରଣ ଧୂମପାନ, ତମାଖୁ ସେବନ। ତମାଖୁରୁ ୧୪ ପ୍ରକାର କ୍ୟାନ୍‌ସର ହେଉଛି। ଏହାବାଦ ମଦ୍ୟ, ଡ୍ରଗ୍ସ ଓ ଅପୁଷ୍ଟିକର ଖାଦ୍ୟ ଯୋଗୁ ମଧ୍ୟ ଏହା ହେଉଛି। ୧୦୦ ଜଣ କ୍ୟାନ୍‌ସର ରୋଗୀଙ୍କ ମଧ୍ୟରୁ ୪୦ ଜଣ ଏହି ଦୁଇଟି କାରଣ ଯୋଗୁୁ ପୀଡିତ ହେଉଛନ୍ତି। ଦେଶରେ ତମାଖୁ ସେବନ କାରଣରୁ ଦିନକୁ ୩ ହଜାରରୁ ଊର୍ଦ୍ଧ୍ୱ କ୍ୟାନ୍‌ସର ପୀଡିତଙ୍କ ମୃତ୍ୟୁ ହେଉଛି। ରାଜସ୍ଥାନରେ ତମାଖୁ ଓ ଧୂମପାନ ଉପତ୍ାଦ ବ୍ୟବହାରରୁ ଦିନକୁ ୨୬୭ ଜଣଙ୍କର ମୃତ୍ୟୁ ଘଟୁଛି। ଗୋଟିଏ ପକେଟ ସିଗାରେଟ ଆୟୁଷରୁ ୩ ଘଣ୍ଟା ୪୦ ମିନିଟ କମାଇ ଦେଉଛି। ଧୂମପାନ ଯୋଗୁ ଦେଶରେ ପ୍ରତି ଘଣ୍ଟାରେ ୧୩୭ ଲୋକଙ୍କର ପ୍ରାଣହାନି ହେଉଛି। ସରକାର ତମାଖୁ ବିକ୍ରି ଉପରେ କଟକଣା ଲଗାଇଲେ ବି ତାହା ଧୂଆଁରେ ରହିଯାଉଛି। ସର୍ବସାଧାରଣ ସ୍ଥାନରେ ଧୂମପାନ ଉପରେ କଟକଣା ଲାଗଯାଇଥିଲେ ମଧ୍ୟ ତାହାକୁ କଡାକଡି ଭାବେ ପାଳନ କରାଯାଇପାରୁନି। ବାୟୁପ୍ରଦୂଷଣ ଯୋଗୁ ଲିଭର କ୍ୟାନ୍‌ସର ବ୍ୟାପୁଛି। ଅସୁରକ୍ଷିତ ଯୌନସମ୍ପର୍କ ସଭାଇକଲ କ୍ୟାନ୍‌ସରର କାରଣ। କ୍ୟାନ୍‌ସର ଆରମ୍ଭରୁ ୬୦ ପ୍ରତିଶତ ପୀଡିତଙ୍କର ସଫଳ ଚିକିତ୍ସା କରାଯାଇପାରିବ। କ୍ୟାନ୍‌ସରର ଲକ୍ଷଣ, ଚିକିତ୍ସା ପଦ୍ଧତି ସମ୍ପର୍କରେ ଅବଗତ କରିବା ସହ ଏହାକୁ କିଭଳି ରୋଗାଯାଇପାରିବ ସେଥିପାଇଁ ସଚେତନତା ଆଣିବା ସାମ୍ପ୍ରତିକ ସମୟର ଏକ ବଡ଼ ଆହ୍ବାନ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ବିରୋଧୀ ମେଣ୍ଟ ସଦସ୍ୟ ହେବେ ପ୍ରଧାନମନ୍ତ୍ରୀ: ପ୍ରିୟଙ୍କା ଚତୁର୍ବେଦୀ…

ମୁମ୍ବାଇ,୨୦।୮ : ଶିବସେନା (ୟୁବିଟି) ନେତ୍ରୀ ତଥା ଏମପି ପ୍ରିୟଙ୍କା ଚତୁର୍ବେଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଏକ ବ୍ୟଙ୍ଗାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଆସନ୍ତା...

ନୋବେଲ ଶାନ୍ତି ପୁରସ୍କାର ବିଜେତା ମାଲାଲା

ପ୍ରତିବର୍ଷ ଜୁଲାଇ ୧୨ରେ, ନୋବେଲ ଶାନ୍ତି ପୁରସ୍କାରପ୍ରାପ୍ତ ମାଲାଲା ୟୁସୁଫଜାଇଙ୍କ ସମ୍ମାନାର୍ଥେ ବିଶ୍ୱ ମାଲାଲା ଦିବସ ପାଳନ କରାଯାଇଥାଏ। ଏହି ତାରିଖ ମଧ୍ୟ ତାଙ୍କର ଜନ୍ମଦିନରେ...

‘ଇଣ୍ଡିଆ’ର ବୈଠକ ପରେ ଖାସ୍‌ ଫଟୋ ଶେୟାର କଲେ ଅଖିଳେଶ

ଲକ୍ଷ୍ନୌ,୧୯।୭: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ସମ୍ପର୍କରେ କହିଛନ୍ତି, ଭାରତୀୟ ଇତିହାସ ଏହି ଦିନକୁ ଦେଶପ୍ରେମ ତଥା ସକରାତ୍ମକ...

କେନ୍ଦ୍ରରୁ ୟୁପିକୁ ଫେରିବେ ୨ ସଚିବ

ନୂଆଦିଲ୍ଲୀ,୭ା୨: କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରଓ୍ବାଲ ଓ ଶକ୍ତି ସଚିବ ଆଲୋକ କୁମାରଙ୍କୁ ଖୁବ୍‌ଶୀଘ୍ର ସେମାନଙ୍କ କ୍ୟାଡର ରାଜ୍ୟ ଉତ୍ତର ପ୍ରଦେଶକୁ ଫେରାଇ ନିଆଯାଇପାରେ।...

କରୋନାକୁ ହରାଇ ଘରକୁ ଫେରିଲେ ବଲିଉଡ୍‌ ପ୍ରଯୋଜକ

ମୁମ୍ବାଇ,୧୮।୪: ବଲିଉଡ୍‌ ପ୍ରଯୋଜକ କରିମ ମୋରାନି ଓ ତାଙ୍କ ୨ଝିଅ ଶଜା ଓ ଜୋଆ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ। ପୂର୍ବରୁ କରୋନା କବଳରୁ ଶଜା...

କୃଷକ,ଶ୍ରମିକ ଦେଶର ମେରୁଦଣ୍ଡ: ସେମାନେ ଆତ୍ମନିର୍ଭର ଭାରତର ମୂଳଦୁଆ, କହିଲେ ନକ୍‌ଭୀ

ନୂଆଦିଲ୍ଲୀ,୧୬।୫: କୃଷକ ଏବଂ ଶ୍ରମିକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। ସେମାନଙ୍କ ଉପରେ ଆତ୍ମନିର୍ଭର ଭାରତର ମୂଳଦୁଆ ତିଷ୍ଠି ରହିଛି ବୋଲି କେନ୍ଦ୍ରୀୟ ମନ୍ତ୍ରୀ ମୁକ୍ତାର ଅବାସ୍‌...

ରକ୍ତତୀର୍ଥ ଜାଲିଆନୱାଲାବାଗ

ସମୟ ଅପରାହ୍ନ, ଜୁନ୍‌ ୯ ତାରିଖ। ଅମୃତସରର ସ୍ବର୍ଣ୍ଣମନ୍ଦିର ଉପକଣ୍ଠରେ ରହିଥିବା ଏହି ପବିତ୍ର ସ୍ଥାନ ଦର୍ଶନ ପାଇଁ ଯାଇଥାଏ ମୁଁ। ଇତିହାସ ପୃଷ୍ଠାରେ ପଢ଼ିଥିବା...

ପୁଣି ଇସ୍ରୋକୁ ସଫଳତା: ଚନ୍ଦ୍ରର ପଞ୍ଚମ କକ୍ଷକୁ ପ୍ରବେଶ କଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ, ୧।୯: ଭାରତୀୟ ମହାକାଶ ସଂସ୍ଥା ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଚାଲିଛି। ଚନ୍ଦ୍ରର ପଞ୍ଚମ କକ୍ଷକୁ ପବେଶ କରିଛି ଚନ୍ଦ୍ରଯାନ-୨। ରବିବାର ସନ୍ଧ୍ୟା...

Advertisement
Archives

Model This Week