ବରିଷ୍ଠ ସାମ୍ବାଦିକ ଦିଲୀପଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର,୯।୯(ବ୍ୟୁରୋ) : ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ରବିବାର ବିଳମ୍ବିତ ରାତିରେ ହୃଦ୍‌୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ରାଜନୈତିକ ବିଶ୍ଲେଷଣ କ୍ଷେତ୍ରରେ ଦିଲୀପଙ୍କ ସ୍ବତନ୍ତ୍ର ସ୍ଥାନ ଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିବା ସହ ଦିଲୀପଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ଗତ ଅଶି ଦଶକରେ ସେ ଓଡ଼ିଆ ଖବରକାଗଜରୁ ନିଜ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ୧୯୯୩ରେ ବିଜନେସ୍‌ ଷ୍ଟାଣ୍ଡାର୍ଡରେ ଯୋଗଦେଇଥିଲେ। ରକ୍ତକର୍କଟ ରୋଗରେ ପୀଡ଼ିତ ଦିଲୀପ ରବିବାର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିଭିନ୍ନ ଖବରକାଗଜରେ ନିୟମିତ ବ୍ୟବସାୟ, ଶିଳ୍ପ, ବାଣିଜ୍ୟ ସମ୍ପର୍କିତ ସ୍ତମ୍ଭ ଲେଖିବା ସହ ଟେଲିଭିଜନରେ ମଧ୍ୟ ବଭିନ୍ନ ଆଲୋଚନାରେ ସେ ଭାଗ ନେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜୁ ପଟ୍ଟନାୟକ ସ୍ମୃତି ଫଟୋ ଗ୍ୟାଲେରୀ’ ଲୋକାର୍ପିତ:ସ୍ଥାନପାଇଛି ବିଜୁବାବୁଙ୍କ ବ୍ୟବହୃତ ବିରଳ ସାମଗ୍ରୀ

ଭୁବନେଶ୍ୱର,୨୩ା୬(ବ୍ୟୁରୋ)- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଘଟଣାବହୁଳ ଜୀବନ ଆଧାରିତ ଏକ ଫଟୋ ଗ୍ୟାଲେରୀ ଭୁବନେଶ୍ୱରଠାରେ ସ୍ଥାପିତ ହୋଇଛି। ‘ବିଜୁ ପଟ୍ଟନାୟକ ସ୍ମୃତି...

ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ପରଲୋକ: ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲଙ୍କ ସହଧର୍ମିଣୀ ତଥା ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ରାଜ୍ୟରେ ଶୋକର ଛାୟା...

‘ମୋ ସ୍କୁଲ୍‌’ ଦେଶରେ ଉଦାହରଣ ସୃଷ୍ଟି କରିଛି: ମନ୍ତ୍ରୀ

ଭୁବନେଶ୍ୱର, ୨୯।୩(ବ୍ୟୁରୋ):‘ମୋ ସ୍କୁଲ୍‌’ ଅଭିଯାନ ଆଜି ସମଗ୍ର ଭାରତବର୍ଷରେ ପ୍ରଶଂସିତ ହେଉଛି। ଅତୀତକୁ ବର୍ତ୍ତମାନ ସହ ଯୋଡ଼ୁଥିବା ଏହି ଅଭିଯାନ ରାଜ୍ୟର ସରକାରୀ ଓ ସରକାରୀ...

ଝିଅକୁ ହତ୍ୟା କରି ଝୁଲାଇ ଦେଲେ

ଅନୁଗୋଳ ଅଫିସ,୪।୬: ଅନୁଗୋଳ ଜିଲା ବେନ୍ତପୁର ଗାଁର ଚିତ୍ତରଞ୍ଜନ ପରିଡାଙ୍କ ଘରୁ ତାଙ୍କ ସ୍ତ୍ରୀ ସସ୍ମିତା ବେହେରାଙ୍କ ମୃତଦେହ ଶନିବାର ପୋଲିସ ଜବତ କରିଛି। ସେ...

କମୁଛି ସଂଖ୍ୟା: ରାଜ୍ୟରେ ୬୪୨ନୂଆ ପଜିଟିଭ୍‌ ଚିହ୍ନଟ, ଆଗରେ କେନ୍ଦୁଝର

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୪୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫୨୭୧କୁ ବୃଦ୍ଧି ପାଇଥିବା ରାଜ୍ୟ...

୫ବର୍ଷରେ ମହିଳା ସହଯୋଗ କେନ୍ଦ୍ର ‘ମାଧ୍ୟମ’: ୨୩୦୩ ମାମଲାରୁ ସମାଧାନ ହୋଇଛି ୧୪୪୯

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ) : କମିଶନରେଟ ପୋଲିସ ଅଞ୍ଚଳରେ ହିଂସା ପୀଡିତା ମହିଳାଙ୍କ ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇଥିବା ‘ମାଧ୍ୟମ’ ମଙ୍ଗଳବାର ୫ ବର୍ଷରେ...

ସାଲେପୁର ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ପ୍ରସଙ୍ଗ: ନାବାଳିକାଙ୍କ ପରିବାର କହିଲେ ‘୧୭ ମାସ ପରେ ନ୍ୟାୟ ମିଳିଛି’

ନିଶ୍ଚିନ୍ତକୋଇଲି, ୧୯।୯(ସ୍ବ.ପ୍ର.): ୨୦୧୮ରେ ସାଲେପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଗୁରୁବାର ଦୋଷୀ ମହମ୍ମଦ ମୁସ୍ତାକଙ୍କୁ କଟକର ସ୍ବତନ୍ତ୍ର ପୋକ୍ସୋ କୋର୍ଟ...

ଆଟାଚି ଧରି ଘୂରି ବୁଲୁଛନ୍ତି ଅଜଣା ବ୍ୟକ୍ତି: ପୋଲିସ ପକ୍ଷରୁ ଯାଞ୍ଚ ନ ହେବାରୁ ଅସନ୍ତୋଷ

ନିରାକାରପୁର,୨୫ା୭(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଷ୍ଟେଶନ ଅଞ୍ଚଳରେ ଦୀର୍ଘ ୪ ମାସ ହେବ ଜଣେ ଅଜଣା ବ୍ୟକ୍ତି ଆଟାଚି ଓ ପାଣି ବୋତଲ ଧରି ଘୂରି...

Advertisement
Archives

Model This Week