ବରଗଡରେ କ୍ୟାନସର୍‌ ହସ୍ପିଟାଲ୍‌ ସ୍ଥାପନ ଦାବି ତେଜିଲା

ବରଗଡ ଅଫିସ, ୧୯।୧୧: ବରଗଡରେ କ୍ୟାନସର ହସପିଟାଲ ସ୍ଥାପନ ଦାବି ପୁଣି ଜୋର୍‌ ଧରିଛି। ଏହି କ୍ରମରେ ମଙ୍ଗଳବାର ଦିନ ୧୦ଟାରୁ ସ୍ଥାନୀୟ ଗାନ୍ଧୀଛକରେ ୟୁନାଇଟେଡ ଫୋରମ ଫରକ୍ୟାନସର ହସ୍ପିଟାଲ ଇନ ବରଗଡ ପକ୍ଷରୁ ଧାରଣା ଦିଆଯାଇଛି। ଦିନ ୧ଟା ପର୍ଯ୍ୟନ୍ତ ଏହି ଧାରଣା ଚାଲିବ। ପ୍ରକାଶ ଯେ, ଗତ ଜାନୁୟାରୀ ମାସ ୨୧ ତାରିଖ ଉକ୍ତ ଫୋରମର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବରଗଡରେ କ୍ୟାନସର ହସ୍ପିଟାଲ ସ୍ଥାପନ ଦାବି ଜଣାଇବା ସହିତ ଏହାର ଆବଶ୍ୟକତା ଉପରେ ଅବଗତ କରାଇଥିଲେ। ସେହିପରି ତାର ଠିକ ମାସକ ପରେ ଅର୍ଥାତ୍‌ ଗତ ଫେବୃୟାରୀ ୨୧ ତାରିଖ ମୁଖ୍ୟମନ୍ତ୍ରୀ ବରଗଡ ଜିଲା ଗସ୍ତରେ ଆସି ସୋହେଲା ବ୍ଳକ ଇଚ୍ଛାପାଲିରେ ଅନୁଷ୍ଠିତ ଏକ ସମାବେଶରେ ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପନ ନେଇ ଘୋଷଣା କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ସେହି ଘୋଷଣା କେବଳ ଘୋଷଣାରେ ହିଁ ରହିଯାଇଛି। ଫଳରେ ୟୁନାଇଟେଡ ଫୋରମ ଫର କେନସର ହସପିଟାଲ ଇନ ବରଗଡ ପୁଣି ସାଙ୍କେତିକ ଧାରଣାକୁ ଓହ୍ଲାଇଛି। ଧାରଣାରେ ଫୋରମର ଆବାହକ ପ୍ରଦୀପ ଦେବତା, ଉପଦେଷ୍ଟା ଡା. ରାଜେଶ ତ୍ରିପାଠୀ, ଅଶ୍ବିନୀ ଦର୍ଜୀ, କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରୀତମ ସିଂଙ୍କ ସମେତ ଅନ୍ୟ କର୍ମକର୍ତ୍ତା, ସଭ୍ୟବୃନ୍ଦ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୧୪ ଖଣି ନିଲାମ ହେବ

ଭୁବନେଶ୍ୱର,୨୬ା୩(ବ୍ୟୁରୋ):କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ୬ ରାଜ୍ୟର ୬୭ଟି କୋଇଲା ଖଣିକୁ ବ୍ୟବସାୟିକ ଉତ୍ପାଦନ ଲାଗି ନିଲାମ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ଛତିଶଗଡ଼,...

ଗଣବଳାତ୍କାର ଅଭିଯୋଗରେ ୨ ଗିରଫ

ଖଲ୍ଲିକୋଟ,୧୪ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଞ୍ଚଳର ୨ଜଣ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଗତ ଶୁକ୍ରବାର ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲାକୁ ଭିତ୍ତି କରି ଖଲ୍ଲିକୋଟ...

ପ୍ରତିଭା ଥାଇ ମିଳୁନି ସୁଯୋଗ

କପ୍ତିପଦା, ୨୮।୯ (ଡି଼.ଏନ୍‌.ଏ.)-ଜଣେ ଯୁବ ମାରାଥନ ଦୌଡାଳି ଭାବେ ବେଶ୍‌ ପରିଚିତ ସତ୍ୟଜିତ ମହାନ୍ତି। ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଅଞ୍ଚଳ ସମେତ ଜିଲା, ରାଜ୍ୟ...

ଝିଅର ଚିକିତ୍ସା ପାଇଁ ଅସହାୟ ମା’ ବାପା

ଖଇରା, ୧୩।୮(ଉତ୍କଳବନ୍ଧୁ ପଣ୍ଡା)-ଆଖିରେ ଆଖିଏ ସ୍ବପ୍ନ ା ଅନ୍ୟ ସାଙ୍ଗମାନଙ୍କ ଭଳି ବହି ବସ୍ତାନି ଧରି ସ୍କୁଲ ଯିବାକୁ ଇଚ୍ଛା ା ହେଲେ ଆଖି ୨ଟି...

ବିଜେଡି ଲହରରେ ବିରୋଧୀ ଧରାଶାୟୀ

ଢେଙ୍କାନାଳ ଅଫିସ୍‌, ୨।୩ ଢେଙ୍କାନାଳ ଜିଲାରେ ବିଜେଡି ସପକ୍ଷରେ ଯାଇଛି ପଞ୍ଚାୟତ ନିର୍ବାଚନ ଜନାଦେଶ। ଜିଲା ପରିଷଦ ନିର୍ବାଚନରେ ଧରାଶାୟୀ ହୋଇଯାଇଛନ୍ତି ପ୍ରମୁଖ ବିରୋଧୀ ଭାଜପା...

ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ

କଟକ ଅଫିସ୍‌,୧୪ା୪: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦାରା ଗଠିତ ପିଏମ୍‌ କେୟାର୍ସ ଫଣ୍ଡକୁ ଜଣେ ପୂଜକ ୪୧୦୦ ଟଙ୍କା ପ୍ରଦାନ କରିଛନ୍ତି। ସେ ହେଲେ...

ସ୍କୁଲ ରୋଷେଇ ଘରେ ତାଲା ପକାଇଲେ ମହିଳା ଗୋଷ୍ଠୀ

ଗୋପ,୨।୧୧(ଡି.ଏନ୍‌.ଏ.): ଦୀର୍ଘବର୍ଷ ଧରି ଗୋପ ବ୍ଲକ ଅନ୍ତର୍ଗତ ପୟରା ପଞ୍ଚାୟତର ହେଲାରି ଜମରା ପ୍ରାଥମିକ ସ୍କୁଲର ଛାତ୍ରୀଛାତ୍ରଙ୍କ ଲାଗି ମଧ୍ୟାହ୍ନଭୋଜନ ରୋଷେଇ କରୁଥିବା ମହିଳା ଗୋଷ୍ଠୀଙ୍କଠାରୁ...

ବିଧାୟକଙ୍କ ଘରେ ୨୩ ଘଣ୍ଟାର ରେଡ୍‌

ଭୁବନେଶ୍ୱର (ବ୍ୟୁରୋ)/ ବ୍ରହ୍ମପୁର ଅଫିସ,୧୮ା୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରବିବାର ଭିଜିଲାନ୍ସ ବଡ଼ଧରଣର ଚଢାଉ କରିଥିଲା।...

Advertisement
Archives

Model This Week