ବନ ବିଭାଗ ପକ୍ଷରୁ ଚଢ଼ାଉ : ଶାଳକାଠ ସହ ଗାଡ଼ି ଜବତ, ୨ ଗିରଫ

ମାଲକାନଗିରି,୨୧।୮(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ପଦ୍ମଗିରି ନିକଟରେ ବନ ବିଭାଗ ପକ୍ଷରୁ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର ଶାଳକାଠ ସହ ଏକ ପିକ୍‌ଅପ୍‌ ଜବତ କରାଯିବା ସହ ଏଥିରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ଖଣ୍ଡୀୟ ବନାଧିକାରୀ ପ୍ରଦୀପ ଦେବଦାସ ମିରାସେଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ବନ କର୍ମଚାରୀ ଓ ପାରା ଷ୍ଟାଫ୍‌ଙ୍କ ସହ ମଙ୍ଗଳବାର ରାତିରେ ପଦ୍ମଗିରି ଅଞ୍ଚଳରେ ପେଟ୍ରୋଲିଂ ସମୟରେ ଏକ ପିକ୍‌ଅପ୍‌ ଅଟକାଇ ଯାଞ୍ଚ କରିଥିଲେ ା ଏହି ସମୟରେ ସଂପୃକ୍ତ ଗାଡ଼ିରେ ୯୦ଟି ଶାଳ କାଠ ଥିବା ଜଣାପଡ଼ିବା ପରେ ସଂପୃକ୍ତ କାଠ ସହ ଗାଡ଼ିକୁ ଜବତ କରି ଏଥିରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରିଥିଲେ ା ଗିରଫମାନେ ହେଲେ କୋରୁକୋଣ୍ଡା ଗ୍ରାମର ରବି କବାସୀ(୨୩) ଓ ମାଲକାନଗିରି ବାଲିସାଗର ସାହିର ଶବର ସଗରିଆ(୩୮)। ଅଭିଯୁକ୍ତ ଦ୍ୱୟଙ୍କ ନାମରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ା ଏଥିରେ ବନପାଳ ଦୀପଙ୍କର ଶିଉଳି, ଦିବାକର ଜେନା, ଜଗଦୀଶ କୁମାର ଦାସ, ବନରକ୍ଷୀ ଅର୍ଜୁନ ବଟେ, ଜ୍ୟୋତିର୍ମୟୀ ସରୁପାରାଣୀ, ହୃଷୀକେଶ ପାଣିଗ୍ରାହୀ ଓ ପାରାଷ୍ଟାଫ୍‌ ଏହି ଚଢ଼ାଉରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଫ୍ଟଓ୍ବେର ଇଞ୍ଜିନିୟର ଦେବାଶିଷ ପାଇଲେ ଓଏଏସ୍‌: ଉତ୍ତମ ପ୍ରଶାସନିକ ସେବା ଯୋଗାଇ ଦେବା ଲକ୍ଷ୍ୟ

କୃଷ୍ଣପ୍ରସାଦ,୯ା୧(ଡି.ଏନ.ଏ.): ପୁରୀ ଜିଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ପାରିକୁଦଗଡରୁ ଓଏଏସ ପାଇବାରେ ସଫଳ ହୋଇଛନ୍ତି ଦେବାଶିଷ ପାତ୍ର। ତାଙ୍କ ଲକ୍ଷ୍ୟ ରହିଛି ଜନସାଧାରଣଙ୍କୁ ଉତ୍ତମ ପ୍ରଶାସନିକ...

ଏହି ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ହଜାରେ: ପୁଣି ଜଣେ ରିପିଟ୍‌ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୫।୮(ସ୍ବ.ପ୍ର.): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ହଜାରେ ଟପିଯାଇଛି । ବୁଧବାର ଜିଲାରେ ପୁଣି ୩୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା...

ଥାନାରେ ନାବାଳିକାଙ୍କୁ ବଳାତ୍କାର ମାମଲା: ହାଇକୋର୍ଟରେ ଜାମିନ ଆବେଦନ କଲେ ପୂର୍ବତନ ଆଇଆଇସି

କଟକ ଅଫିସ,୧୭।୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଭିତରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପରେ ଗର୍ଭପାତ ଅଭିଯୋଗରେ ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ...

କମିଲା ଶୀତ, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି,୧୫।୧(ଡି.ଏନ୍‌.ଏ.): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ବୃଦ୍ଧି ଯୋଗୁ ସପ୍ତାହେ ହେଲା ଶୀତ କମୁଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ନିରାଶ ହେଉଛନ୍ତି। ଏହି ସମୟରେ...

ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା: ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ସାଲାଇନ

ଚମ୍ପୁଆ, ୧୦ା୭(ଡି.ଏନ.ଏ.): ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ବଢିବାରେ ଲାଗିଛି। କିଛିଦିନ ତଳେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା କମି ନ ଥିବା...

ବେଆଇନ ଆଧାର ସଂଶୋଧନ ଅଭିଯୋଗରେ ଯୁବକ ଗିରଫ

ବାସୁଦେବପୁର,୧୭।୧୦(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନରସିଂହପୁର ବଜାର ଅଞ୍ଚଳରେ ଏକ ଦୋକାନରେ ବେଆଇନ ଭାବେ ଆଧାର ସଂଶୋଧନ, ଅଧିକ ଅର୍ଥ ଦାବି କରିବା...

ବିଦ୍ୟୁତତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା

ବରଗଡ଼ ଅଫିସ,୧୨ା୫: ବରଗଡ଼ ସହରର ୧ନଂ ଓ୍ବାର୍ଡର ନଦୀପଡ଼ାରେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ...

ଭୁଶୁଡ଼ିଲା ନିରାକାରପୁର କଲେଜ ଗୃହ

ନିରାକାରପୁର,୧୪।୧୦(ଡି.ଏନ୍‌.ଏ.)- ନିରାକାରପୁର ପଞ୍ଚାୟତରେ ଥିବା ପୁରାତନ କ୍ଷେତ୍ରବାସୀ ଡିଏଭି କଲେଜରେ ବୁଧବାର ଏକ ଶ୍ରେଣୀଗୃହ ଭୁଶୁଡ଼ି ପଡ଼ିଛି। ସୂଚନା ଥାଉ କି, ଲଘୁଚାପଜନିତ ଲଗାଣ ବର୍ଷା...

Advertisement


Archives

Model This Week