ବନ କର୍ମଚାରୀଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ : ପ୍ରତିବାଦରେ ସରପରିବାରଙ୍କ ଅନଶନ

ବରଗଡ଼ ଅଫିସ,୨୦।୧୦: ବରଗଡ଼ ବନଖଣ୍ଡ ବିଭାଗ ଆକ୍ରୋଶମୂଳକଭାବେ ଜିଲାର ନୃସିଂହନାଥ ବନାଞ୍ଚଳରେ କାର୍ଯ୍ୟରତ ପାରା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଘଟଣାକୁ ନେଇ ପ୍ରତିବାଦର ସ୍ବର ତେଜିବାରେ ଲାଗିଛି। ବନ ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଝାରବନ୍ଧ ବ୍ଲକ ଘୁଚାପାଲି ଗ୍ରାମର ଅନିରୁଦ୍ଧ ସେଠ୍‌ ସପରିବାର ବରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ପୂର୍ବାହ୍ନରୁ ରବିବାର ପର୍ଯ୍ୟନ୍ତ ଅନଶନରେ ବସିଛନ୍ତି। ଅନିରୁଦ୍ଧଙ୍କ ସମେତ ସ୍ତ୍ରୀ ସସ୍ମିତା, ଝିଅ ବବ୍‌ଲି, ପୁଅ ବବଲୁ ଏବଂ ଅନ୍ୟ ୩ଜଣ ବନ ପାରା କର୍ମଚାରୀ ପ୍ରଦୀପ ସାହୁ, ପରେଶ ଦାଶ ଓ ଅବିନାଶ ପଟ୍ଟନାୟକ ସାମିଲ ଅଛନ୍ତି। ନୃସିଂହନାଥରେ ଗଛଟାକୁ ନେଇ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ସେହି ଫଟୋ ସେମାନେ ଉତ୍ତୋଳନ କରି ଗଣମାଧ୍ୟମକୁ ଦେଇଥିବା କହି ବନ ବିଭାଗ ସେମାନଙ୍କୁ ଗତ ଅଗଷ୍ଟ ମାସରୁ ନିଲମ୍ବିତ କରି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅନିରୁଦ୍ଧ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ୪ଜଣଙ୍କୁ ନିଲମ୍ବନ କରାଯାଇ ଥିବାବେଳେ ୩ଜଣଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି।
ଅନ୍ୟପକ୍ଷରେ ଅନିରୁଦ୍ଧଙ୍କ ଉପରୁ ନିଲମ୍ବନ ଆଦେଶ ହଟାଯାଇ ନାହିଁ। ଫଳରେ ବନ ବିଭାଗର ଏଭଳି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ଅନିରୁଦ୍ଧଙ୍କ ସପରିବାର ଅନଶନକୁ ଓହ୍ଲାଇଛନ୍ତି। ବାପାଙ୍କୁ ଚାକିରି ନ ମିଳିବା ପର୍ଯ୍ୟନ୍ତ ସେମାନେ ଅନ୍ନ ଛୁଇବେ ନାହିଁ ବୋଲି ପଞ୍ଚମ ଶ୍ରେଣୀରେ ପଢୁଥିବା ଅନିରୁଦ୍ଧଙ୍କ ଝିଅ ବବ୍‌ଲି ଏବଂ ଅଷ୍ଟମ ପଢୁଥିବା ପୁଅ ବବ୍‌ଲୁ କହିଛନ୍ତି। ତେବେ ଏଠାରୁ ପ୍ରାୟ ୧୫୦ କି. ମି ଦୂରରୁ ଆସି ଜିଲା ସଦର ମହକୁମାରେ ରହିଥିବା ବନଖଣ୍ଡ ଅଧିକାରୀଙ୍କ ଅଫିସ ସମ୍ମୁଖରେ ଏହି ଅନଶନ ଚାଲିଥିଲେ ସୁଦ୍ଧା ଜିଲା ଶିଶୁ ମଙ୍ଗଳ ସମିତି କର୍ମକର୍ତ୍ତାଙ୍କ ବ୍ୟତୀତ ଅନ୍ୟ କୌଣସି ଅଧିକାରୀ ଆଲୋଚନା ପାଇଁ ପହଞ୍ଚିନାହାନ୍ତି। ଦୀର୍ଘ ୨୪ ଘଣ୍ଟା ଧରି ଚାଲିଥିବା ଅନଶନରେ ୨ଶିଶୁ ମଧ୍ୟ ଭୋକ ଉପାସରେ ରହିବା ଘଟଣା ଏଠାରେ ଆଲୋଚନାର ବିଷୟ ହୋଇଛି। ଆମ ଆଦ୍‌ମୀ ପାର୍ଟିର ଭବାନୀ ପ୍ରସାଦ ସାହୁ, ଅମିତାଭ ପାତ୍ର ପ୍ରମୁଖ ଅନଶନସ୍ଥଳରେ ପହଞ୍ଚି ଅନଶନକାରୀଙ୍କୁ ଭେଟିଥିଲେ। ଜିଲା ପ୍ରଶାସନ ଅନଶନକାରୀଙ୍କ ଦାବି ପୂରଣ ସହିତ ସେମାନଙ୍କ ଅନଶନ ଭାଙ୍ଗିବା ଦିଗରେ ପଦକ୍ଷେପ ନେବା ପାଇଁ ଆମ ଆଦମୀ ପାର୍ଟିର ଏହି ପ୍ରତିନିଧିମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ସାରା ଜଗତର କଲ୍ୟାଣ ପାଇଁ ହଜାର ହଜାର କିଲୋମିଟର ପଦଯାତ୍ରା କଲେ ଜୈନ ମୁନି, ସଦମାର୍ଗରେ ଚାଲିବାକୁ…

କେସିଙ୍ଗା,,୧୨।୭(ତୁମେଶ୍ୱର ସାହୁ): ଜୈନ ମୁନି ହିମାଂଶୁ ରାଜସ୍ଥାନରୁ ହଜାର ହଜାର କିଲୋମିଟର ପଦ ଯାତ୍ରା କରି ସାତ ଗୋଟି ନିୟମକୁ ଆଧାର କରି କେସିଙ୍ଗାର ରାଇସ ମିଲରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri